Saturday, June 8, 2024

ଚିତ୍ତ ବର୍ଗ ୭-୮

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ବିବିରବିହୀନ ଅଟଇ ଯାହାର ଚିତ୍ତ
ହୁଅଇ ପୁଣି ତା' ଯଦି ଆସ୍ରବ ରହିତ ।।
ପାପ-ପୂଣ୍ୟ ତ୍ୟାଗ କରି ଜାଗରଣଶୀଳ
ତେବେ ନାହିଁ କଉଣସି ଆତଙ୍କ ତାହାର  ।୭।

କୁମ୍ଭ ସମ କାୟକୁ ନଶ୍ୱର କରି ଜ୍ଞାନ 
ଚିତ୍ତକୁ ନଗର ପରି କରିଣ ସ୍ଥାପନ ।।
ପ୍ରଜ୍ଞାର ଆୟୁଧେ କରି ମାର ସଙ୍ଗେ ଯୁଦ୍ଧ
ଜିତିବ, ରକ୍ଷା କରିବ, ହୋଇ ଅନାସକ୍ତ  ।୮।

ମୂଳ ପାଲି ପଦ

ଅନବସ୍ସୂୂତଚିତ୍ତସ ଅନନ୍ୱାହତଚେତସୋ
ପୁଞ୍ଣପାପପହୀନସ୍ୱ ନତ୍-ଥି ଜାଗରତୋ ଭୟଂ ।୭।

କୁମ୍ଭୂପମଂ କାୟମିମଂ ବିଦିତ୍ୱା ନଗରୂପମଂ ଚିତ୍ତମିଦଂ ଠପେତ୍ୱା ।
ଯୋଧେଥ ମାରଂ ପଞ୍ଣାବୁଧେନ ଜିତଂ ଚ ରକ୍ଖେ ଅନିବେସନୋ ସିୟା ।୮।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...