Sunday, December 22, 2024

କାଳିଆଙ୍କ ବସ୍ତାନୀରେ ଡୋରିବନ୍ଧା ଉପାଖ୍ୟାନ

ଶୈଲେନ ରାଉତରାୟ


 ବାଙ୍ଗଲାଦେଶର ରାତାର୍ଗୁଲ ଜଙ୍ଗଲରେ ଡଙ୍ଗା ବାହୁଥିବା ଜଣେ ଲୋକ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଅବ୍‌ଦୁଲ୍ ମୋମିନ୍

ସ୍ୱାଧୀନତା ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଧୋୟା ଅଞ୍ଚଳର ନିଜ ଗ୍ରାମ ବଳରାମପୁରରୁ ନିମ୍ନ ପ୍ରାଥମିକ ଶିକ୍ଷା ଓ ପାଖର ଗାଁ କରିଲୋପାଟଣାର ସେବର ଏମ୍.ଇ. ସ୍କୁଲ ଜୟରାମ ଦାସ ମଧ୍ୟଇଂରାଜୀ ବିଦ୍ୟାଳୟରୁ ମାଇନର ପାଠ ସାରି କାଳିଆ (ପର ସମୟର ପ୍ରଥିତଯଶା ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ପୀତାମ୍ବର ପ୍ରଧାନ) ପାଖାପାଖି ଦେଢ଼ବର୍ଷ ଆଗକୁ ନ ପଢ଼ି ଘରେ ବସିଲେ । 

ମାଇନର ପଢ଼ାବେଳେ ଶିକ୍ଷା ବର୍ଷ ଜାନୁଆରୀରୁ ଆରମ୍ଭ ହୋଇ ଡିସେମ୍ବରରେ ସରୁଥିଲା । କାଳିଆ ମାଇନର ପାଶ୍ କଲା ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଲା ।

ଏଣ୍ଟ୍ରାନ୍ସ୍ ପରୀକ୍ଷା ପାଇଁ ଆଗରୁ ଓଡ଼ିଶାର ହାଇସ୍କୁଲଗୁଡ଼ିକ ପାଟନା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଉଥିବାବେଳେ, ଏବେ ସେଗୁଡ଼ିକ ନବପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଯୋଡ଼ି ହେବାକୁ ପଡ଼ିଲା । ଏହି ନୂତନ ବିଶ୍ୱବିଦ୍ୟାଳୟଟି ନୂଆ ବ୍ୟବସ୍ଥା ଅନୁସାରେ ଜୁଲାଇରୁ ଜୁନ୍ ଶିକ୍ଷା ବର୍ଷର ପ୍ରଣୟନ କଲେ । ତେଣୁ ସେହି ବର୍ଷ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଏକ ସଂକ୍ଷିପ୍ତ ଶିକ୍ଷା ବର୍ଷ ଲାଗୁହେଲା । 

ଅର୍ଥାତ୍ ଯଦି କାଳିଆ ଓ ତାଙ୍କ ଦାଦାପୁଅ ଭାଇ ସେବର୍ଷ ହାଇସ୍କୁଲରେ ନାମ ଲେଖାଇ ପାରିଲେ ନାହିଁ, ତାହା ହେଲେ ମାତ୍ର ଛଅ ମାସରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ପାରିଥାଆନ୍ତେ । ହେଲେ, ସେହି ବର୍ଷ ତ ନାଁ ଲେଖାଇ ପାରିଲେ ନାହିଁ, ତାହା ପର ବର୍ଷ ମଧ୍ୟ ଘରେ ବସିଲେ । 

କାରଣ ତାଙ୍କର ଗୁରୁଜନମାନଙ୍କର ସେମାନଙ୍କୁ ଆଗକୁ ପଢ଼ାଇବାର ସେତେ ବେଶି ଆଗ୍ରହ ନଥିଲା । ସେ ପର୍ଯ୍ୟନ୍ତ କାଳିଆଙ୍କର ଚାରି-ପାଞ୍ଚ ବାଟି ପୈତୃକ ସମ୍ପତ୍ତି ଭାଇଭାଗ ହୋଇନଥାଏ । ସେତେବେଳକୁ ପରିବାରର ମହାଜନୀ କାରବାର ଆଉ ବେଶୀ ଲାଭଦାୟକ ହେଉ ନଥିଲା । ବଡ଼ବାପାଙ୍କର ଯୋଜନା ଥାଏ କି ପୁତୁରାଟି ଜମିବାଡ଼ି କଥା ବୁଝିବ ଓ କିଛି ସ୍ଥାନୀୟ ପାଇଟି କରି ଯଦି ଉପୁରି କିଛି ପଇସା ରୋଜଗାର କରିପାରିଲା ତ ଆହୁରି ଭଲ । 

ମାଇନର ପାସ୍ କଲା ପିଲାଏ ସେବେ ଅମୀନ ଓ ଚେନ୍‌ମ୍ୟାନ୍‌ଙ୍କ ସହାୟତା କରି ଦୁଇ ପଇସା ରୋଜଗାର କରିପାରୁଥିଲେ । କାଳିଆଙ୍କ ବାପାଥିଲେ ଜଣେ ଖିଆଲି ଓ ଉଦାସୀନ ଲୋକ । ପାନବଟୁଆ, ଛାନ୍ଦ ବୋଲା, ପୁରାଣ ପାରାୟଣ ଓ ସଂସ୍କୃତ ଚର୍ଚ୍ଚା ଭଲ, ତ ସିଏ ଭଲ । ପୁଅଟି ଆଗକୁ ପାଠ ପଢ଼ୁ କି ନ ପଢ଼ୁ ସେ ବିଷୟରେ ତାଙ୍କର ହୋଲାଡୋଲ୍ କିଛି ନଥିଲା ।

ଶିକ୍ଷା ବିଷୟରେ ପରିବାରଟିର ଏପରି ଉଦାସୀନତା ପଛରେ କିଛି ଅର୍ଥନୈତିକ କାରଣ ମଧ୍ୟ ଥିଲା । ମଫସଲର ଚାଷ ଉପରେ ନିର୍ଭରଶୀଳ ପରିବାରମାନଙ୍କ ପାଖରେ ନଗଦ ଟଙ୍କା ସେବେ ପ୍ରାୟ ଦେଖିବାକୁ ମିଳୁ ନଥିଲା । ଫସଲର ଦରଦାମ ବହୁତ କମ୍ ଥିଲା । ଧାନ ଦର ଥିଲା ଟଙ୍କାକୁ ସାତରୁ ଆଠ ଗଉଣୀ ମାତ୍ର । 

ଅଧିକାଂଶ ଗାଁ ପାଖରେ ଉଚ୍ଚବିଦ୍ୟାଳୟ ନଥିଲା । ଅର୍ଥାତ୍ ଉଚ୍ଚବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବାର ମାନେ ଥିଲା, ଇସ୍କୁଲ ଦରମା ସହିତ ବୋର୍ଡ଼ିଂର ଖର୍ଚ୍ଚାପାଣି ମଧ୍ୟ ତୁଲାଇବା । ଏଣୁ ଫସଲ ବିକି ପିଲାଙ୍କୁ ବିଦେଶରେ ରଖି ପାଠ ପଢ଼ାଇବା ଅଧିକାଂଶ ସଙ୍ଗତିସମ୍ପନ୍ନ ମଫସଲି ପରିବାରମାନଙ୍କ ପାଇଁ ମଧ୍ୟ ତେଣୁ ସେବେ ସମ୍ଭବ ନଥିଲା ।

ଏପରି ପରିସ୍ଥିତିରେ କାଳିଆଙ୍କ ପାଠପଢ଼ା ବନ୍ଦ ରହିଲା । ହେଲେ ଉଚ୍ଚଶିକ୍ଷାର ଇଚ୍ଛା ତାଙ୍କର ଓ ତାଙ୍କ ଭାଇଙ୍କର ମନରୁ ଗଲା ନାହିଁ । ଶିକ୍ଷା ସହିତ ଯୋଡ଼ି ହୋଇ ରହିବ ପାଇଁ, ମୁରଲୀ ଭାଇଙ୍କ ଟୁଙ୍ଗୀରେ ସାହିତ୍ୟ ସାଧନା ଭାଇ ଦୁହେଁ ଆରମ୍ଭ କଲେ । 

ମାଇନର ପଢ଼ାବେଳେ ପୁରସ୍କାର ଭାବରେ ପାଇଥିବା ବହି ଓ ବାପାଙ୍କ ବସ୍ତାନୀର ବୈଦେହୀଶ ବିଳାସ’, ‘ଲାବଣ୍ୟବତୀ’, ‘ବିଦଗ୍ଧ ଚିନ୍ତାମଣିଅଧ୍ୟୟନ କରାଯାଏ । ଏଠୁ ସେଠୁ ଯୋଗାଡ଼ କରିଥିବା ପୁରୁଣା ପତ୍ରପତ୍ରିକା କିଛି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ା ହୁଏ । ସଞ୍ଜବେଳେ ବୃନ୍ଦାବନଙ୍କ ପିଢ଼ ତଳେ କାଳିଆଙ୍କ ବାପା ସାହିତ୍ୟ ଓ ବ୍ୟାକରଣ ବିଷୟରେ ନାନାଦି ପ୍ରଶ୍ନ ପ·ରନ୍ତି ।

ଶ୍ରୀରାମପୁରୀ ବାଲିକାଗଜର ଏକ ଖାତାରେ ଏହି ସମୟରେ କାଳିଆ କବିତା, ଗପ, ଉପନ୍ୟାସ ଲେଖିବା ଆରମ୍ଭ କଲେ । ତାଙ୍କ ବାପାଙ୍କର ନ୍ୟାୟନିଶାପ କରିବାରେ ଆଖପାଖର ଅଞ୍ଚଳରେ ନାଁ ଡାକ ଥିଲା । ସେ ନିଜ ପିତାଙ୍କ ସହିତ ଅନେକ ସମୟରେ ବିବାଦର ସମାଧାନ କରିବା ପାଇଁ ଯାଆନ୍ତି । 

ସ୍କୁଲରେ ନାଁ ଲେଖା ନ ହୋଇ ନଥିଲେ ମଧ୍ୟ ଏହିପରି ନାନାଦି କାମ କରି କାଳିଆଙ୍କ ସମୟ କଟିଯାଉଥିଲା । ଦେଢ଼ ବର୍ଷ ଏପରି ଘରେ ବସିଲା ପରେ, ବସ୍ତାନୀର ଡୋରି ଫିଟିଲା । ସେ ଆଉ ଥରେ ଗାଁ ଠାରୁ ପାଞ୍ଚ ଛକୋଶ ଦୂର ଏକ ଉଚ୍ଚ ବିଦ୍ୟାଳୟର ଛାତ୍ର ଭାବରେ ନାଁ ଲେଖାଇଲେ ।

ବି.ଦ୍ର.- ଏହି ଲେଖାଟିର ଉପାଦାନ କଟକସ୍ଥ ଓଡ଼ିଶା ବୁକ୍ ଷ୍ଟୋର ୧୯୮୨ ମସିହାରେ ଛାପିଥିବା ପ୍ରାଧ୍ୟାପକ ପୀତାମ୍ବର ପ୍ରଧାନଙ୍କର ଆତ୍ମଜୀବନୀ ଘାସଫୁଲର ନିଜକଥାରୁ ସଙ୍ଗୃହୀତ । ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରଥମେ ଛପିଥିଲା ।

Sunday, December 15, 2024

At mid night

Ramakanta Samantaray

Translated by Sailen Routray


Photo credit: A R Vasavi

At the stroke of mid night 
it feels like my two feet 
have escaped to the forecourt. 

It feels like the two hands are gone 
and are practicing some raag
on father's old harmonium 
from under the bed.

My sleep shatters.

You sing
and make me sleep again
on a soft bed of hundreds of sharp arrows.

Then you carry my body
that has no arms and legs 
to the country of tiny stars
that lies closest to the top of our home.

You throw me from there.
Floating down from space,
I get sown, in the earth.

When I come 
the morning of the day after
holding a cup of tea for you,
you have fallen into sleep
having wrapped around
a clean shawl
of a beautiful complaint.  

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Sunday, December 8, 2024

ପୁଷ୍ପ ବର୍ଗ ୯-୧୦

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଯେ ପୁଷ୍ପ ଅଟଇ‌ ସୁନ୍ଦର ଓ ବର୍ଣ୍ଣଯୁକ୍ତ ।
ଗନ୍ଧଯୁକ୍ତ ହୋଇଲେ ସେ ଯେପରି ସାର୍ଥକ ।।
ସୁଭାଷିତ ଉଚ୍ଚାରଣ କରିଲେ ପାଳନ ।
ହୋଇଯାଏ ସେହି ବାଣୀ ନିଶ୍ଚେ ଫଳପୂର୍ଣ୍ଣ ।୯।

ସୁମନସ ଗୁଚ୍ଛରୁ ବହୁତ ଯେହିପରି ।
ଅବତସନଟିମାନ ନିର୍ମିତ ହୁଅଇ  ।।
ମର୍ତ୍ତ୍ୟଲୋକେ ଯେଉଁ ମନୁଷ୍ୟ ହୁଅଇ ଜାତ ।
କୁଶଳ କର୍ମ ତାହାର କର୍ତ୍ତବ୍ୟ ଉଚିତ ।୧୦।

ମୂଳ ପାଲି ପଦ

ଯଥାପି ରୁଚିରଂ ପୁପ୍ଫଂ ବର୍ଣ୍ଣବନ୍ତଂ ଅଗନ୍ଧକଂ ।
ଏବଂ ସୁଭାସିତା ବାଚା ସଫଳା ହୋତି କୁବ୍ୱତୋ ।।
ଯଥାପି ରୁଚିରଂ ପୁଷ୍ପଂ ବର୍ଣ୍ଣବତ୍ ସଗନ୍ଧକମ୍ ।
ଏବଂ ସୁଭାଷିତା ବାଚା ସଫଳା ଭବତି କୁର୍ବତଃ ।୯।

ଯଥାପି ପୁପ୍ଫରାସିମ୍ହା କୟିରା ମାଳାୁଗୁଣେ ବହୂ ।
ଏବଂ ଜାତେନ ମଚ୍ଚେନ କତ୍ତବ୍ୱଂ କୁସଳଂ ବହୁଂ ।।
ଯଥାପି ପୁଷ୍ପରାଶେଃ କୁର୍ୟ୍ୟାତ ମାଳାଗୁଣାନ ବହୂନ ।
ଏବଂ ଜାତେନ ମର୍ତ୍ତ୍ୟେନ କର୍ତ୍ତବ୍ୟଂ କୁଶଳଂ ବହୁ ।୧୦।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Sunday, December 1, 2024

Thirst

Ramakanta Samantaray

Translated by Sailen Routray

Photo credit: A. R. Vasavi

Why is the moon on leave
on a night like the full moon?
Do not blame me.
Don't even tell me
my hands are still stained with blood
because I had murdered a long time back.

I had left home in an exile
with tears and sobs.
I had made the procession of stars take a vow
to keep my news without an address.
So, don't think I have forgotten you.

The veins of every stone have water,
even if it's only a drop.
I have broken a whole hill down
just for that drop of water.
Now my throat is sticky with thirst.
Get me a fistful of water from the river 
in the fairytale you are hiding in.
Don't say no. 

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

ବାଳ ବର୍ଗ ୮ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଇଣ୍ଡୋନେସିଆର ଯବ ଦ୍ୱୀପର ପ୍ରଜ୍ଞାପାରମିତାଙ୍କର ପ୍ରତିମୂର୍ତ୍ତି ଫଟୋ କ୍ରେଡ଼...