Friday, February 28, 2025

Snake

Ramakanta Samantaray

Translated by Sailen Routray


Three Old Ladies (1916) by Jēkabs Kazaks  (1895 - 1920)
Photo credit - commons.wikimedia.org

A snake.

Seeing a snake,
I took a couple of steps back.

You said, "Shoo!
Where is the snake?
It's a rope!"

You swept the rope away
with your legs
and moved ahead.
Now the snake hisses.
The rope has turned into a snake.

You are calling me
with a lot of affection,
that I know.
Try and understand my state though.

It is not possible to move ahead.
There is a snake on the road.
The snake has raised its hood
and lies astride the path.

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Saturday, February 22, 2025

ଶୀର୍ଷାରେ ମାଇନର ପାଠ

ଶୈଲେନ ରାଉତରାୟ


୧୯୦୧ ମସିହାରେ ପ୍ରକାଶିତ ବ୍ରିଟିଶ ଗ୍ୟାଜେଟିଅରରେ ମୟୁରଭଞ୍ଜର ମାନଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନିଜ ଗାଁ ପାନ୍ଧଡ଼ାର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ସରିଲା; ‘ଭୋଳା ଶତପଥିଙ୍କର ପୁଅ ବସନ୍ତ ବାବୁ (ପରେ ସାହିତ୍ୟିକ ଭାବରେ ପ୍ରଖ୍ୟାତ ବସନ୍ତ ଶତପଥୀ) ୟୁ.ପି. ପରୀକ୍ଷାରେ ମୟୂରଭଞ୍ଜ ରାଜ୍ୟରେ ପ୍ରଥମ ହୋଇ ମାସକୁ ପାଞ୍ଚ ଟଙ୍କାର ବୃତ୍ତି ପାଇଲେ । ବିଂଶ ଶତାବ୍ଦୀର ତୃତୀୟ ଦଶକରେ, ରାଜୁଡ଼ା ସମୟରେ ପାଞ୍ଚ ଟଙ୍କା କିଛି କମ୍ ନଥିଲା; ମାତ୍ର ପାଠପଢ଼ା ଥିଲା ଭାରି ମହରଗିଆ । 

ଘରେ ବିଚାର ପଡ଼ିଲା ଯେ ମାଇନର ପଢ଼ିବା ପାଇଁ ପୁତ୍ରମଣି ଯିବେ କୁଆଡେ଼ - ଶୀର୍ଷା ନା ବାରିପଦା । ଶୀର୍ଷାରେ ଖର୍ଚ୍ଚ ହେବ ଟଙ୍କା ସାତଟି; ବାରିପଦାର ଇସ୍କୁଲ ଟାଣିବ ଦଶ ଟଙ୍କା ମାସକୁ । ଘରର ଆର୍ଥିକ ପରିସ୍ଥିତିକୁ ଚାହିଁ ସ୍ଥିର ହେଲା ଯେ ସେ ଯିବେ ଶୀର୍ଷା: ଇଆଡେ଼ ବଡ଼ମାନେ ନିଷ୍ପତ୍ତି ନେଲେ ଓ ସିଆଡ଼େ ବୃତ୍ତିଧାରୀ ବୋବାଳି ଛାଡ଼ିବା ଆରମ୍ଭ କଲେ । 

ଏକେ ତ ଶୀର୍ଷାରେ କେହି ଚିହ୍ନାଜଣା ନଥିଲେ; ବାରିପଦାରେ ଥିଲେ ପାନ୍ଥଡ଼ାର ହରି, ଶିରୀଷ, ନାରଣ ଓ ପଦୁ ଇତ୍ୟାଦି । ଶୀର୍ଷାର ହେଡ଼୍ ମାଷ୍ଟର ରଘୁନାଥ ରଣାଙ୍କୁ କୁଆଡ଼େ ଗରଭିଣୀ ଗାଈ ବାଟ ଛାଡ଼ିଦିଏ । ମାଡ଼ ମାରିବାରେ ସେ ଓସ୍ତାଦ ଥିଲେ; ‘ରଣା’ଏ ସେତେବେଳକୁ ଗୋଟାଏ ପିଲାର ମୁଣ୍ଡରେ ସିଲଟ ଭାଙ୍ଗି ଛାତ୍ରବଧ ପୂଣ୍ୟ ଅର୍ଜନ କରିସାରିଥାଆନ୍ତି । 

ବସନ୍ତ ବାବୁଙ୍କର ଭେମ୍ବାରଡ଼ିର ଏହାଥିଲା ପ୍ରେକ୍ଷାପଟ । ଶେଷକୁ ପାନ୍ଥଡ଼ାର ହେଡ଼୍ମାଷ୍ଟରଙ୍କୁ ପଚରାଗଲା । ସେ ମଧ୍ୟ ଶୀର୍ଷା ସପକ୍ଷରେ ମତ ଦେଲେ ।

ଅତଏବ୍, ବସନ୍ତ ବାବୁ ଉଣେଇଶି ପଚିଶି ସାଲ୍‌ର ମାର୍ଚ୍ଚ ଦୁଇ ତାରିଖ ଦିନ ଭିଡ଼ା ହୋଇଗଲେ ଶୀର୍ଷା । ଏହି ଦିନ ଯୁକ୍ତରାଜ୍ୟ ଆମେରିକାର ହାଇୱେ ବ୍ୟବସ୍ଥାର ଆନୁଷ୍ଠାନିକ ଉଦ୍‌ଘାଟନ ହେଲା । ଯଦିଓ ବସନ୍ତ ବାବୁ, କିମ୍ବା ତାଙ୍କର ବାପା ଭୋଳା ଶତପସ୍ତିକିମ୍ବା 'ରଣା', କେହି ମଧ୍ୟ ଏ ବିଷୟରେ ଜାଣିଥିବାର ସମ୍ଭାବନା କମ୍ । 

ଯାତ୍ରା ନିମନ୍ତେ ସଜିଲ୍ ହୋଇଥିଲା ବାଉଁଶର ପେଡ଼ି । ପେଡ଼ିରେ ରହିଲା ମୁଢ଼ି, ଚୁଡ଼ା, ଚେନି, ଉଇଲ୍ ପିଆଜ ଆଉ ବିଡ଼ାଏ ଶାଳ ଦାନ୍ତକାଠି । ସାଥିରେ ଗଲା କନ୍ଥାଟିଏ, ଝୋଟବୁଣା ସତରଞ୍ଜି ଗୋଟିଏ, କଂସା ଥାଳି, ପିତ୍ତଳ ବେଲା, ଗୋଟିଏ ଧୋତି ଆଉ ଦାନୁଆ ଗାମୁଛାଟିଏ । 

ଯାତ୍ରା ପାଇଁ ବାବୁ ପିନ୍ଧିଥିଲେ, ତିନି ପିସ୍ତଲ୍ ମାର୍କା ବାଇଗଣୀ ଧଡ଼ିବାଲା ଛଅ-ଗଜିଆ ଧୋତି ଆଉ ତାହା ସହିତ ବେକ-ବନ୍ଦ୍ ହାଟୁଆ କୋଟ୍; ଗେଞ୍ଜି ନାହିଁ କି ସାର୍ଟ ନାହିଁ ହାତରେ ରୂପାର ବଳା । କାନରେ ନୀଳ ରଙ୍ଗର କାଚଜଡ଼ିତ ସୁନାର ଫୁଲ । ଆଙ୍ଗୁଠିରେ ରୂପାର ମୁଦି । ପାଦ ଲଙ୍ଗଳା ।

ସ୍କୁଲ୍‌ରେ ପହଞ୍ଚି ନାଁ ଲେଖାଇ ସାରିଲା ପରେ ବାପା, ଭାଇ ଘର ଛାଡ଼ିଗଲା ବେଳକୁ ବସନ୍ତ ବାବୁଙ୍କର ଭେମ୍ବାରଡ଼ି । ସେଦିନ ରାତିର ଭୋଜନ ହେଲା ବାରପ୍ରକାରର ମିଶାମିଶି ଚାଉଳରେ ରନ୍ଧା ଭାତ, ମଶୁରି ଡ଼ାଲି ଆଉ ମଟର ଝୋଳ । 

ତାହା ପରଦିନ ସକାଳୁ ଉଠି ଶଉଚ ପାଇଁ ଯିବାକୁ ପଡ଼ିଲା ପାଖର ସୁବର୍ଣ୍ଣରେଖା ନଈକୁ । ପାଣି ଯାଇଁ ଶହେ ହାତ ତଳେ ଗାଧୁଆ, ଶୌଚ ଓ ବଗିଚା କାମର ପାଣି ପାଇଁ ଏଠାକୁ ଯିବାକୁ ପଡ଼ୁଥିଲା । 

ବସନ୍ତ ବାବୁଙ୍କର ସୌଭାଗ୍ୟକୁ ହନ୍ତସନ୍ତ ହେବାକୁ ପଡ଼ିଲା ନାହିଁ । ପିଲାଙ୍କର ଦେହ ଖରାପ ହେଲେ ହେଡ଼୍ ପଣ୍ଡିତ ବୈକୁଣ୍ଠନାଥ ମିଶ୍ର ବାପା ମାଙ୍କଠାରୁ ବଳି ସେବା ଶୁଶ୍ରୁସା କରନ୍ତି । 

ଶୀର୍ଷାରେ ଭଲ ପଢ଼ୁଥିଲେ ସୁଦ୍ଧା ତଥା ସହପାଠୀ ଓ ଶିକ୍ଷକମାନେ ଭଲ ପାଉଥିଲେ ମଧ୍ୟ ଥରେ ପାନ୍ଧଡ଼ା ଆସିଲେ ଶତପଥୀଏ ଆଉ ଶୀର୍ଷାକୁ ନ ଗଡ଼ନ୍ତି । ଗଲାବେଳକୁ ବାଲିଙ୍ଗି ଦେଖେଇଲେ ବାପାଙ୍କର ଧମକାଣ ଖାଇ ଶେଷକୁ ବିଦାୟ ନିଅନ୍ତି ।

ଶୀର୍ଷାରେ ପଢ଼ୁଥିଲାବେଳେ ବସନ୍ତ ବାବୁ ପ୍ରଥମ ଥର ପାଇଁ ନାଟକ ଦେଖିଲେ । ଦେଖିଥିବା ପ୍ରଥମ ନାଟକ ଦୁଇଟି ହେଲା କୋଣାର୍କପର୍ଶୁରାମ ମାତୃହତ୍ୟାକଳଗାଉଣା ବି ପ୍ରଥମ ଥର ପାଇଁ ସେଇଠେଇଁ ଶୁଣିଲେ । 

ହେଲେ ସେଠି ଖାଇବା ପିଇବାରେ ଭାରି ଅସୁବିଧା । ପନିପରିବା କିଛି ମିଳେ ନାହିଁ । ଖାଲି କୁନ୍ଦୁରି, ବାଇଗଣ ଓ ଆଳୁ । ସକାଳ ଜଳଖିଆ ହେଲା ନିରୋଳା ମୁଢ଼ି । ତାହା ପୁଣି ବାସି, ସେମେଟା, ଗନ୍ଧିଆ, ଯାହାକୁ ବିନା ଦୁଧ କି ଦହିରେ ଖାଇବାକୁ ପଡେ଼ । 

ସ୍କୁଲ୍ ଛୁଟି ହେଲାବେଳକୁ ଭୋକ । ହେଲେ ବାଘ ଭଳି ଭୋକ ସହିତ ଡାଲିପାଣି ଆଉ କୁନ୍ଦୁରି ସିଝା ନଗେଇ ବଗଡ଼ା ଭାତ ଖାଇବାକୁ ମନ ଡାକେ ନାହିଁ । ଅନେକ ସମୟରେ କିଣି ଲଙ୍କା ମରିଚ ସହ ମୁଢ଼ି ଆଉ ସୋଲାଭଜା ଖିଆଯାଏ । 

ଶନିବାରେ ଓ ମଙ୍ଗଳବାରେ ଦିନ ପରମା ଓ ରାଜୁ ଗୁଡ଼ିଆ ମିଠେଇ ପସରା ଧରି ଆସନ୍ତି । ସେଦିନ ଖାଇବାଟା ଟିକେ ଜମେ । ଦୁଇ ପଇସାରେ ଯୋଡ଼ିଏ ବଡ଼ ବଡ଼ ଜିଲାପି ଜଳଖିଆ ଭାବରେ ଖାଇଦେଲେ ଭାତ ଖାଇଲା ବେଳ ଯାଏଁ ଟାଣି ହୋଇଯାଏ

ପାଞ୍ଚ ଟଙ୍କା ବୃତ୍ତି । ସେଥିରୁ ଦୁଇ ଟଙ୍କା ମେସ୍ ଖର୍ଚ୍ଚ । ଟଙ୍କାଏ ଟିଉସନ ପାଇଁ । ଆଉ ଟଙ୍କାକର ଜିଲାପି । ମିଠା ଖାଇ ଖାଇ ଶୀର୍ଷା ଛାଡ଼ିଲା ବେଳକୁ ଦେହସାରା କାଛୁ । 

ମାଇନର ସରିଲା ଓ ତା'ପରେ ଶତପଥୀଏ ଯାଆନ୍ତି ବାରିପଦା ହାଇସ୍କୁଲ ପଢ଼ା ପାଇଁ । ହେଲେ ତାହା ଆଉ ଏକ ଉପାଖ୍ୟାନ ।

ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟିର ଉପାଦାନ ୨୦୦୮ ମସିହାରେ ପ୍ରକାଶିତ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ 'ମନେପଡ଼େ' ରୁ ସ‌ଙ୍ଗୃହିତ । ବହିଟିର ସମ୍ପାଦକ ହେଲେ ସୁମନ୍ୟୁ ଶତପଥୀ ଓ ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ଛାପିଥିଲେ । 

Saturday, February 15, 2025

Tell the truth 

Ramakanta Samantaray

Translated by Sailen Routray


Sun setting behind a wild mute swan at Lake Geneva
Photo credit: commons.wikimedia.org/Giles Laurent

The flower had bloomed.
The flower, after blooming, had withered.
True.

The flower had bloomed,
was lost after withering and falling off.
So, even its smell has disappeared from the garden,
that's untrue. 

Do not tell me lies.

The front door is closed.
The window on the wall is shut.
Darkness fills the house.
True.

That inside the arrested darkness
held by by the closed door and the shut window
light is not sitting with its legs crossed,
that's untrue.

Do not tell me lies.

The friend who had come 
into the house 
went back following the same path.
True. 

The man who had come
into the house
is exactly the same one who went out,
that's untrue.

Do not tell me lies.

Now tell me, who is that man?
You or I?
Only this once, please tell the truth.

Do not tell lies.

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Saturday, February 8, 2025

ପୁଷ୍ପ ବର୍ଗ ୧୪

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଶାକ୍ୟମୁନି ବୁଦ୍ଧ (ଜାପାନୀ ଚିତ୍ରକଳା) 
ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ୍, ନ୍ୟୁ ୟର୍କ୍
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଏଚ୍‌. ଓ. ହାୱେମେୟର୍ ସଙ୍ଗ୍ରହ

ଓଡ଼ିଆ ପଦ୍ୟାନୁବାଦ

ସେହିପରି ଯେଉଁ ବ୍ୟକ୍ତି ଶୀଳଯୁକ୍ତ ହୋଇ
ପରମାଦ ଶୂନ୍ୟ ହୋଇ ବିହାର କରଇ । ।

ସମ୍ୟକଜ୍ଞାନକୁ ପ୍ରାପ୍ତ ବିମୁକ୍ତ ସେ ଜନେ
ନ ଲଭଇ ମାର ଜାଣ ହେଳେ କଦାଚନେ ।।

ମୂଳ ପାଲି ପଦ

ତେସଂ ସମ୍ପନ୍ନସୀଳାନଂ ଅପ୍ପମାଦବିହାରିନଂ
ସମ୍ମଦଞ୍ଞାବିମୁତ୍ତାନଂ ମାରୋ ମଗ୍ଗଂ ନ ବିନ୍ଦତି ।।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Saturday, February 1, 2025

In between going and coming

Ramakanta Samantaray

Translated by Sailen Routray


Photo credit - A. R. Vasavi

The one who had said yes,
said no.

The one who had turned one back
now said yes and called one home.

Then mangoes returned to their panicles,
fishes to water,
clothes to their racks,
birds returned to the sky.

Lazy rivers said a clear no
to turn back.
 Flavours, dreams, anger, jealousy, 
fear, butterflies and snakes, etc., also
said they won't return to our conversations.

We also said 
we won't come back from Chandrabhaga 
before the moon sets.

Yes, we came back that day
only after the darkness was over,
by then the shadows had retired into the darkness
by then only the long legs of the tired days
were hanging down from the branches
of the trees of the night.

While coming back home
following a sliver of light
it felt in the middle of the road
that between you and I
one of us could not return
from the seashore that day. 


Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Wednesday, January 29, 2025

କାଳିଆଙ୍କ ହାଇସ୍କୁଲ ଶିକ୍ଷା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଆ ଭାଷାସାହିତ୍ୟର ଅଧ୍ୟାପକ ପୀତାମ୍ବର ପ୍ରଧାନଙ୍କ (ଶ୍ରଦ୍ଧାନାମ କାଳିଆ) ୧୯୪୩ ମସିହାରେ ନିଜ ଗାଁ ବଳରାମପୁର ପାଖ କରିଲୋପାଟଣା ଗ୍ରାମର ଜୟରାମ ଦାସ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କଲେ । ସେବକୁ ତାଙ୍କ ବାପା, ଦାଦା ଓ ବଡ଼ବାପା ଆଦି ରହୁଥାଆନ୍ତି ଗୋଟିଏ ଏକାନ୍ନବର୍ତ୍ତୀ ପରିବାରେ । ବଡ଼ବାପା ଚାହୁଁ ନଥିଲେ ଯେ ପୁତୁରା ଆଉ ଆଗକୁ ପଢ଼ନ୍ତୁ । 

ପୀତାମ୍ବରଙ୍କର ବାପା ପୁଅର ଉଚ୍ଚତର ଶିକ୍ଷା ବିଷୟରେ ନିସ୍ପୃହ ଥିଲେ ମଧ୍ୟ ଏତେ କମ୍ ବୟସରେ ଛୁଆଟା ଅମୀନ ପଛରେ ଖରାତରାରେ ଶିକୁଳି ଟାଣି ବୁଲୁ ବୋଲି ଚାହୁଁ ନଥିଲେ । ଏଣୁ ୧୯୪୫ ପର୍ଯ୍ୟନ୍ତ କାଳିଆ ନା ହାଇସ୍କୁଲ ଗଲେ, ନା ଅମୀନଙ୍କର ଚେଲା ବନିଲେ । ଘରେ ହିଁ ବସି ରହିଲେ । 

ଦେଢ଼ ବର୍ଷ କାଳ ପାରିବାରିକ ଉଦାସୀନତା କାରଣରୁ ତାଙ୍କ ବସ୍ତାନିରେ ଡୋରି ବନ୍ଧାହେଲା । ହେଲେ ଆଗକୁ ପାଠ ପଢ଼ିବାର ବାସନାଟି ସେହିପରି ନିଜ ଭିତରେ ସୁପ୍ତ ଅବସ୍ଥାରେ ଥାଏ ।

ଏପରି ଅବସ୍ଥାରେ ବଳରାମପୁରରୁ ନଅ ଦଶ କିଲୋମିଟର ଦୂରରେ ଦୋହଳି ମଡ଼େଲ ଉଚ୍ଚ ବିଦ୍ୟାଳୟ ଆରମ୍ଭ ହେଲାରୁ ପୀତାମ୍ବରଙ୍କର ଉଚ୍ଚତର ଶିକ୍ଷା ପାଇଁ ବାଟ ଫିଟିଗଲା । ସେବକୁ ପାରିବାରିକ ପରିସ୍ଥିତି ମଧ୍ୟ ଭିନ୍ନ ହୋଇସାରିଥାଏ । ବାପା, ବଡ଼ବାପା ଇତ୍ୟାଦି ଭାଇଭାଗ ହୋଇ ସାରିଥା’ନ୍ତି । ବଡ଼ବାପାଙ୍କର କାଳିଆଙ୍କର ଉଚ୍ଚତର ଶିକ୍ଷା ପାଇଁ ବିରୋଧର ଆଉ କିଛି ମୂଲ୍ୟ ନଥାଏ । 

ଏଣୁ ବାପାଙ୍କ ଉଦାସୀନତା ସତ୍ତ୍ୱେ ଦଦାପୁଅ ଭାଇ ମୁରଲୀଙ୍କ ସହ ମିଶି ଲୁଚାଛପାରେ ଯାଇ ପୀତାମ୍ବର ଦୋହଳି ହାଇସ୍କୁଲରେ ନାଁ ଲେଖାଇଥିଲେ । ଅଗତ୍ୟା ତାହାପରେ ତାଙ୍କ ବାପାଙ୍କୁ ମାସକୁ ମାସ ବେତନ ଓ ବୋର୍ଡ଼ିଂ ପାଇଁ ଟଙ୍କା ଯୋଗାଇବାକୁ ପଡ଼ିଲା ।

ପୀତାମ୍ବର ବାବୁଙ୍କ ଅନୁସାରେ ୧୯୪୪-୪୫ ସାଲରେ ହିଁ ଦୋହଳି ମଡେ଼ଲ୍ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଥାଏ । ଅନେକ ବଡ଼ବଡ଼ିଆ ଏହି ଅନୁଷ୍ଠାନଟିର ଉଦ୍ୟୋକ୍ତା ଥାଆନ୍ତି । ସେମାନଙ୍କ ମଧ୍ୟରୁ ବନମାଳୀ ବ୍ରହ୍ମଚାରୀ ଓ ନେତାଜୀଙ୍କର ସହାଧ୍ୟାୟୀ ଅକ୍ଷୟ କୁମାର ଚକ୍ରବର୍ତ୍ତୀ ଅନ୍ୟତମ । 

ଏହି ସ୍କୁଲଟି ଘରଠାରୁ ବେଶ୍ ବାଟ ହୋଇଥିବାରୁ ଛାତ୍ରାବାସରେ ରହି ପାଠ ପଢ଼ିବାକୁ ପଡ଼ିଲା । ଧୋୟା ଅଞ୍ଚଳ ନ ହୋଇଥିବାରୁ ଏଠି ମଶା ଓ ମ୍ୟାଲେରିଆର ପ୍ରାଦୁର୍ଭାବ ବହୁତ ଥିଲା । ଏଣୁ କାଳିଆଙ୍କର ହାଇସ୍କୁଲ ପଢ଼ା ଚାରିବର୍ଷ ଯାକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ, କୁଇନାଇନି ଖାଇ ବିତିଲା । 

ହେଲେ ସେବା ଶୁଶ୍ରୁଷା କରିବା ପାଇଁ ବନମାଳୀ ବ୍ରହ୍ମଚାରୀ ଥାଆନ୍ତି । ରୋଗଶଯ୍ୟା ପାଖରେ ପରିବାରର ଲୋକ ଭଳି ରହି କ୍ଷୀର ପିଆନ୍ତି ତଥା ଔଷଧ ଓ ପଥି ଖୁଆନ୍ତି । ହେଲେ ଏପରି ଯତ୍ନ ଛାତ୍ରବାତ୍ସଲ୍ୟ ପ୍ରେରିତ ଯେତିକି ଥିଲା, ସେଥିରେ ନୂଆ ଅନୁଷ୍ଠାନଟିରେ ଛାତ୍ରମାନଙ୍କୁ ଧରି ରଖିବାର ଚେଷ୍ଟା ମଧ୍ୟ ସେତିକି ଥିଲା ।

ଦୋହଳି ଅସୁରେଶ୍ୱରଠାରୁ ମାତ୍ର ଚାରି କିଲୋମିଟର ଦୂର । ସେଠାରେ ମଧ୍ୟ ଗୋଟିଏ ନୂଆ ହାଇସ୍କୁଲ ଖୋଲିଥାଏ, ଯାହା ପ୍ରତିଯୋଗିତା କରୁଥାଏ ଦୋହଳିର ନୂଆ ଉଚ୍ଚ ବିଦ୍ୟାଳୟଟି ସହ । ସେବର ପରିସ୍ଥିତିରେ ଏତେ କମ୍ ଦୂରତା ଭିତରେ ଦୁଇଟି ହାଇସ୍କୁଲକୁ ମଞ୍ଜୁରୀ ମିଳି ନଥାଏ । 

ଏଣୁ ଦୋହଳି ହାଇସ୍କୁଲରେ ପୀତାମ୍ବରଙ୍କ ସହ ନାଁ ଲେଖାଇଥିବା ଅଧାଅଧି ପିଲା ସ୍କୁଲଛାଡ଼ି ଅନ୍ୟ ଆଡ଼େ ପଳାଇଗଲେ । ଏଣୁ ମାଟିକାମୁଡ଼ି ପଡ଼ି ରହିଥିବା ପିଲାଗୁଡ଼ିକ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଶେଷ ସଦୟ ରହିବା ସ୍ୱାଭାବିକ ।

ପିଲାମାନେ ସ୍କୁଲ ଛାଡ଼ି ଚାଲିଯାଉଥିବାରୁ ବିଦ୍ୟାଳୟଟିର ଆର୍ଥିକ ପରିସ୍ଥିତ ଦୋଦୁଲ୍ୟମାନ ଥାଏ । ଦରମା ଠିକ୍ ସମୟରେ ମିଳୁ ନଥିବାରୁ ଶିକ୍ଷକମାନେ ମଧ୍ୟ ଚାକିରୀ ଛାଡ଼ି ଦେଉଥାଆନ୍ତି ଓ ନୂଆ ଶିକ୍ଷକମାନେ ଯୋଗ ଦେଉଥାଆନ୍ତି । 

ସେବେ ମାଟ୍ରିକ ପରୀକ୍ଷାରେ ଅପ୍ସନାଲ୍ ବିଷୟର ପ୍ରାବଧାନ ଥାଏ । ଶିକ୍ଷକ ବଦଳୁଥିବାରୁ ପିଲାମାନଙ୍କର ଅପ୍ସନାଲ୍ ବିଷୟ ମଧ୍ୟ ଘଡ଼ିକିଘଡ଼ି ବଦଳୁଥାଏ । 

ଏପରି ଅବସ୍ଥାରେ, କାଳିଆଙ୍କର ଅପ୍ସନାଲ ପ୍ରଥମେ ଥିଲା ଗଣିତ । ପରେ ତାହା ହେଲା ଶରୀର ବିଜ୍ଞାନ ଓ ସ୍ୱାସ୍ଥ୍ୟରକ୍ଷା । ଶେଷକୁ ସେ ସଂସ୍କୃତରେ ହିଁ ପରୀକ୍ଷା ଦେଲେ ।

କିଏ ହାଇସ୍କୁଲରେ ପଢ଼ାଇବ, ସେ ବିଷୟରେ ଯୋଗ୍ୟତା ବିଚାର ବେଶୀ ନ ଥାଏ । ଅନେକ ସମୟରେ ମାଇନର ବିଦ୍ୟାଳୟର କମ୍ ଯୋଗ୍ୟତାପ୍ରାପ୍ତ ଶିକ୍ଷକମାନେ ମଧ୍ୟ ହାଇସ୍କୁଲରେ ପଢ଼ାଉ ଥାଆନ୍ତି । 

ଭୂଗୋଳ, ସଂସ୍କୃତ ଓ ସାହିତ୍ୟ ହିଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠିକ୍ ଭାବରେ ପଢ଼ା ହେଉଥିଲା । ନବ ବାବୁ, ସୁର ବାବୁ, ଗୋବିନ୍ଦ ବାବୁ ଓ ମୁରଲୀ ବାବୁ ଆଦି ଶିକ୍ଷକମାନେ ଯୋଗ ଦେବାରୁ ଇଂରାଜୀ, ଜ୍ୟାମିତି ଓ ପୃଥିବୀ ଇତିହାସ ଆଦି ବିଷୟ ପଢ଼ାରେ କିଛିଟା ଉନ୍ନତି ଘଟିଲା ।

ସ୍କୁଲର ସଂସ୍କୃତ ପଣ୍ଡିତ ଥିଲେ ଭାବଗ୍ରାହୀ ବାବୁ । ନିଜର ପିରିଅଡ଼ ଛଡ଼ା ଅନ୍ୟ କୌଣସି ବିଷୟରେ ଶିକ୍ଷକ ଅଭାବଥିଲେ ସେ କ୍ଳାସ ନେବାକୁ ଥିଲେ ଆଗଭର । ପାଠ୍ୟ ବହିର୍ଭୂତ ‘ରଘୁବଂଶ’, ‘କୁମାରସମ୍ଭବ’, ମାଘ, ନୈଷଧ ଓ ଭଟ୍ଟି ଇତ୍ୟାଦି ଚର୍ଚ୍ଚା ସେ କ୍ଳାସରେ କରନ୍ତି । 

ପିଲାଙ୍କୁ ସେବେ ବି ଇଂରାଜୀ ବାସେ, ହେଲେ ସଂସ୍କୃତ ଗନ୍ଧାଏ । ଏଣୁ କାଳିଆ ଓ ତାଙ୍କର କିଛି ସଂସ୍କୃତରେ ଆଗ୍ରହୀ ସାଙ୍ଗଙ୍କ ଛଡ଼ା ଏହି ସାହିତ୍ୟଚର୍ଚ୍ଚା ବାକି ଛାତ୍ରସବୁଙ୍କ ମୁଣ୍ଡ ଉପର ଦେଇ ଯାଏ ।

ସ୍କୁଲର ଉଦ୍ୟୋକ୍ତା ବନମାଳୀ ବାବୁ ପିଲାଙ୍କର ପାଠ୍ୟକ୍ରମ ଓ ପାଠ୍ୟଚର୍ଯ୍ୟା ଠିକ୍ ଭାବରେ ପଢ଼ା ହୋଇ ସମ୍ପାଦିତ ହେବା ଉପରେ ଗୁରୁତ୍ୱ ଦେଉଥିଲେ । ପିଲାଙ୍କର ପରୀକ୍ଷା ଫଳ ଭଲ ହୋଇ ସ୍କୁଲକୁ ସ୍ଥାୟୀ ଭାବରେ ମଞ୍ଜୁରୀ ମିଳିବା ଏହା ଉପରେ ନିର୍ଭରଶୀଳ ଥିଲା । 

ହେଲେ ତାହା ସହିତ ବନମାଳୀ ମହାଶୟ ପିଲାଙ୍କର ଚରିତ୍ର ନିର୍ମାଣର କଥାକୁ ପାଶୋରୁ ନଥିଲେ । ଛାତ୍ରଛାତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀ, ବାଲ୍ ଗଙ୍ଗାଧର ତିଳକ ଓ ଦୟାନନ୍ଦ ସରସ୍ୱତୀଙ୍କର ଜୀବନୀ କହି ଅନୁପ୍ରାଣିତ କରିବାକୁ ଚେଷ୍ଟା କରୁଥିଲେ । ଆଖପାଖ ଗାଁଗଣ୍ଡାରେ କିଛି ଦୁର୍ଘଟଣା ଘଟିଲେ ଇସ୍କୁଲିଆ ପିଲମାନଙ୍କୁ ନେଇ ସେବାକାର୍ଯ୍ୟରେ ଲଗାଉଥିଲେ ।

ବିଦ୍ୟାଳୟର ଅନ୍ୟତମ ଉଦ୍ୟୋକ୍ତା ଅଧ୍ୟକ୍ଷ ଚକ୍ରବର୍ତ୍ତୀଙ୍କର ପିଲା ଗଢ଼ିବାର ଉପାୟ କିନ୍ତୁ ଭିନ୍ନ ଥିଲା । ସେବେ କଂଗ୍ରେସ ଏକ ଦେଶସେବୀ ଅନୁଷ୍ଠାନ ଓ ଜାତୀୟ ଆନ୍ଦୋଳନର ପୁରୋଗାମୀ ଶକ୍ତି ଥିବାରୁ ସେ ସବୁ ଛାତ୍ରଛାତ୍ରୀଙ୍କୁ ତାହାର ଚାରିଅଣିଆ (ଏକାଳର ପଚିଶ ପଇସା) ସାଧାରଣ ସଭ୍ୟ ବନେଇଥିଲେ । କୌଣସି ଛାତ୍ର ବା ଛାତ୍ରୀ ଅରୁଚିକର ଜାମାପଟା ପିନ୍ଧି କିମ୍ବା ବେଶଭୂଷା ହୋଇଆସିଲେ ସେଥି ପ୍ରତି ଶକ୍ତ ଦୃଷ୍ଟି ଦେଇ ସେମାନଙ୍କୁ ନିଜର ଚାଲିଚଳନ ବଦଳାଇବା ପାଇଁ ତାଗିଦ୍ କରୁଥିଲେ ।

ବନମାଳୀ ବାବୁ ବିଦ୍ୟାଳୟଟିର ଛାତ୍ରାବାସର ତତ୍ତ୍ୱାବଧାରକ ଥିଲେ । ହେଲେ ପିଲାମାନଙ୍କର ବେଶି ଭୟ ଥିଲା ପୂଜାରୀ ବଳିଆ ନନାଙ୍କ ପ୍ରତି । ସେ ମାଇନର ପାସ କରିଥିଲେ । ଯେହେତୁ ସେ ନିୟମିତ ଖବରକାଗଜ ପଢ଼ୁଥିଲେ, ଦୁନିଆଯାକର ଖବର ମଧ୍ୟ ତାଙ୍କର ନଖ ଦର୍ପଣରେ ଥାଏ । 

ଏସବୁ ହେତୁ ପିଲାଙ୍କର ତାଙ୍କପ୍ରତି ବେଶ୍ ସମ୍ଭ୍ରମ୍ ଥିବାରୁ, ବଳିଆ ନନା ଛାତ୍ରମାନଙ୍କ ବିଷୟରେ ବନମାଳୀବାବୁଙ୍କ ଆଗରେ ଚୁଗୁଲି କରିବାକୁ ଲାଗିଲେ । ଏହା ଭିତରେ ସେ ଛାତ୍ରାବାସର ତତ୍ତ୍ୱାବଧାରକଙ୍କର ହାତବାରିସି ବି ବନିଲେ ଓ ଖାଇବା ପିଇବା ବଢ଼ାବଢ଼ି କରିବାରେ ପିଲାମାନଙ୍କ ଭିତରେ ନାନା ପାତର ଅନ୍ତର ମଧ୍ୟ କଲେ । ଏପରି ଭେଦଭାବର କାରଣ ମଧ୍ୟରେ ବଡ଼ଥିଲା, ବଡ଼ବଡ଼ିଆ, ଧୋବଧାଉଳିଆ ପିଲାଙ୍କଠୁ ସେ ପାଉଥିବା  ଅଣ୍ଟାଗୁଞ୍ଜା ।

ସେବେ ବୋର୍ଡ଼ିଂରେ ରହୁଥିବା ଛାତ୍ରମାନଙ୍କ ପାଇଁ ଘରୁ ମାସକୁ ମାସ ନିୟମିତ ଚାଉଳ ପଠା ଯାଉଥିଲା । ଯଦି କୌଣସି ଛାତ୍ରର ଘରୁ ଚାଉଳ ଆସିବାରେ ଟିକେ ଡେରି ହେଉଥିଲା, ତାହାହେଲେ ମଳିମୁଣ୍ଡିଆ ଛାତ୍ରମାନଙ୍କର ମିଲ୍ ବନ୍ଦ କରିଦିଆଯାଉ ଥିଲା । ହେଲେ ଯଦି ଧନୀଘରର ପିଲାମାନଙ୍କର ଘରୁ ଚାଉଳ ଆସିବାରେ ବିଳମ୍ବ ହେଉଥିଲା, ତାହା ହେଲେ ତାଙ୍କ ପ୍ରତି ଏହି ନିୟମ ଲାଗୁ ହେଉ ନଥିଲା । 

ଥରେ ଏପରି ଅନ୍ୟାୟର ପ୍ରତିବାଦ ପାଇଁ କାଳିଆ ଓ ତାଙ୍କର ଦାଦାପୁଅ ଭାଇ ମୁରଲୀ ଅର୍ଦ୍ଧାଶନ କଲେ । ପ୍ରଥମେ କିଛି ଦିନ ନିରୋଳା ଉପବାସ ରହି ତାହା ପରେ ଚାରିଦିନ ଖଣ୍ଡେ ଅଳପ ଚୁଡ଼ା ଖାଇ ରହିଲେ । 

ଘୋର ବରଷା କାଳ ସେବେ । ହାତୀଶୁଣ୍ଢରୁ ପାଣି ଗଳିଲା ବଳି ମେଘବର୍ଷା ଗଳୁଥାଏ । ସେଥିକୁ ପରବାଏ ନକରି ଶେଷକୁ ଭାଇ ଦୁହେଁ ଦଶ କିଲୋମିଟର ବାଟ ଚାଲିଚାଲି, ନଈକୂଳ ଘାଟରେ ଡଙ୍ଗା ନପାଇ ପହଁରିକରି ଶେଷକୁ ଘରେ ପହଞ୍ଚିଲେ ।

ଏପରି ନାନା ସଙ୍ଗ୍ରାମର ସହ ପାଠ ପଢ଼ୁଥିବାବେଳେ ନବମ ଶ୍ରେଣୀରେ କାଳିଆଙ୍କ ମାଆ ଆରପାରିକୁ ଚାଲିଗଲେ । ଘରେ ଖାଲି ବାକି ରହିଲେ ତାଙ୍କ ବାପା ଓ ସାନ ଭଉଣୀ ମାଳ । ଏ ସବୁ କାରଣରୁ ଘରକୁ ବୋହୂଟିଏ ଆଣିବାକୁ ବାପା ଅଥୟ ହେବାକୁ ଲାଗିଲେ । 

ଏତେ କମ୍ ବୟସରେ ବାହା ହେବାକୁ ପୀତାମ୍ବରଙ୍କର ଆଗ୍ରହ ନଥିଲା । ସ୍କୁଲରେ କାଳିଆଙ୍କର ସଂସ୍କୃତ ତ ଭଲ ହେଉଥିଲା । ତାହା ସହ ଓଡ଼ିଆ ସାହିତ୍ୟ, ବିଜ୍ଞାନ ଓ ଇଂରାଜୀରେ ମଧ୍ୟ ସେ ପରୀକ୍ଷାରେ ଭଲ କରୁଥିଲେ । ଗଣିତରେ ତାଙ୍କର ଦକ୍ଷତା ସେତେ ବେଶି ଭଲ ନଥିଲେ ବି ମନ୍ଦ ନଥିଲା । 

ପ୍ରଥମ ବର୍ଷର ମାଟ୍ରିକ ପରୀକ୍ଷାରେ ଦୋହଳି ମଡେଲ ଉଚ୍ଚବିଦ୍ୟାଳୟରୁ ଆଠ ଦଶ ଜଣ ଉତ୍ତୀର୍ଣ୍ଣ ହେଲେ । ସେଥିରୁ କାଳିଆ ଓ ତାଙ୍କର ବନ୍ଧୁ ଉଚ୍ଚ ଦ୍ୱିତୀୟ ଶ୍ରେଣୀ ପାଇଥିଲେ । ଏହି ପିଲାମାନଙ୍କର ମାଟ୍ରିକ ପରୀକ୍ଷା ଫଳର ଭିତ୍ତିରେ ସ୍କୁଲର ମଞ୍ଜୁରୀକୁ ପରେ ସ୍ଥାୟୀ ଭାବରେ ପ୍ରଦାନ କରାଯାଇଥିଲା ।

ବି.ଦ୍ର.- ଏହି ଲେଖାଟିର ଉପାଦାନ କଟକସ୍ଥ ଓଡ଼ିଶା ବୁକ୍ ଷ୍ଟୋର ୧୯୮୨ ମସିହାରେ ଛାପିଥିବା ପ୍ରାଧ୍ୟାପକ ପୀତାମ୍ବର ପ୍ରଧାନଙ୍କର ଆତ୍ମଜୀବନୀ ‘ଘାସଫୁଲର ନିଜକଥା’ରୁ ସଙ୍ଗୃହୀତ । ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । 

Wednesday, January 22, 2025

The bridge on the river

Ramakanta Samantaray

Translated by Sailen Routray


Photo credit - A. R. Vasavi

Once while bathing in the river 
I knew there is a river inside me as well.
Really deep flows,
and ditches on both the sides.

Throughout the summer
the water gurgles its way through.
During the rainy season,  
it breaches its banks, and floods.

Now there is a bridge
over the river.

Radhua, the boatman who had hung himself 
from the banyan tree on the old ghat last year,
his ghost takes the boat 
and goes to the other bank
on every night on which the moon is out
and comes back again to the old ghat
before the dawn breaks.

After the bridge on the river
so many vehicles come.
After the bridge has come up,
a troop of monkeys have also arrived in the village.

Now near the ghat there is 
a statue of Hanuman twenty four feet tall.
His shadow flows unceasingly 
in the river's water.

The village has piped water.
The stones of the bathing ghat 
have eroded and have been swept down.

It is the city 
that has come into the village  
through the bridge.
And along with the vehicles and the city,
a troop of monkeys have entered through the bridge
and are tossing the whole village around. 
 

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

ବାଳ ବର୍ଗ ୭ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ଓଡ...