ଗୁରୁ ମୋର ରଜକରାଜ
ଶୈଲେନ ରାଉତରାୟ
ଗୁରୁ ମୋର ରଜକ ରାଜ ।
ମନର ମଇଳା ଘଷି ମାଜି ଧୋଇ
ଶୁଖାଇ ରଙ୍ଗାଇ କରନ୍ତି ସଜ ।୦।
ଆତ୍ମଜ୍ଞାନ ତା'ଙ୍କ ତୁଠର ପଥର
ଚିତ୍ତ ମୋ ଅଜ୍ଞାନ ଅଟଇ ଚୀର ।
ଜ୍ଞାନ ବାକ୍ୟ ପିଟଣାରେ ପିଟିପିଟି
ବାସନାର ଦାଗ କରନ୍ତି ଦୂର ।୧।
ବୁଦ୍ଧି ମୋ'ର ମୂଢ଼ ବତୁରେ ଶଙ୍କାରେ
ନିଜାନନ୍ଦ ସଙ୍ଗ ଅଟଇ ଖରା ।
ବେଦାନ୍ତ ମାର୍ତ୍ତଣ୍ଡ ଜ୍ଞାନାଲୋକେ ଦେଖ
ମନ ମୋର ଶୁଖି ହେବ ପାପରା ।୨।
ନିଜାନନ୍ଦ ରଙ୍ଗେ ରଙ୍ଗି ଅହଙ୍କାର
ନାଶ ଯିବ ନିଶ୍ଚେ ମୁହିଁ ଜାଣିଛି ।
କହ ଭକ୍ତ ଜନେ ସିଲୁ ରାଉତର
ଏହାଠୁ ଆଉ କି ସୌଭାଗ୍ୟ ଅଛି ।୩।
Beautiful composition! Tilting towards Bhakti tradition! Occasion for soul searching! Experimenting on style and form! Welcome!
ReplyDeleteପ୍ରଣାମ ସାର୍ । ପଢ଼ିବା ନିମନ୍ତେ ଏବଂ ମତାମତ ପାଇଁ ଧନ୍ୟବାଦ ।
ReplyDeleteEha atiba klistha hoichhi. Very ambiguous.Nijananda baba?
ReplyDeleteନମସ୍କାର । ଶ୍ରୀ ନିଜାନନ୍ଦ ସରସ୍ୱତୀ ମୋର ବେଦାନ୍ତ ଗୁରୁ ।
DeleteVery nice, incredible.God bless you.
ReplyDeleteଆଶୀର୍ବାଦ ନତଜାନୁ ଗ୍ରହଣ କଲି । ପ୍ରଣାମ ।
DeleteReads like an original poem.
ReplyDeleteExcellent translation.
ପ୍ରଣାମ । ଏହି ଭଜନଟି ଅନୁବାଦ ନୁହେଁ । ଏହା ମୋର ବେଦାନ୍ତ ଗୁରୁ ନିଜାନନ୍ଦ ସରସ୍ୱତୀଙ୍କ ପାଇଁ ଲିଖିତ ।
Delete