ଦେବସୁତ କରିବେ ପାର
ଶୈଲେନ ରାଉତରାୟ
ମେରି ଓ ଯୀଶୁ ୧୫୫୦-୧୬୦୦ ମସିହାରେ ଭାରତରେ ପ୍ରସ୍ତୁତ ମିନିଏଚର କଳା ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ମନରେ ଯୀଶୁ ଯୀଶୁ ଜପ
ଅଧିକ ନ ହେଲେ ଅଳପ ।୦।
ଅଧିକ ନ ହେଲେ ଅଳପ ।୦।
ମଧୁର ସେହି ଯୀଶୁ ନାମ
ନିତ୍ୟଶାନ୍ତିର ଅଟେ ଧାମ ।୧।
ସେହି ନାମକୁ ଆଶ୍ରା କର
ଦେବସୁତ କରିବେ ପାର ।୨।
ଏହି ଯେ ସଂସାରସାଗର
ଲଙ୍ଘିବା ଅଟଇ ଦୁସ୍ତର।୩।
ଯୀଶୁ ନାମକୁ ତରୀ କଲେ
ଭବସିନ୍ଧୁ ତରିବୁ ଭଲେ ।୪।
ଅନ୍ୟ ଉପାୟ ଲୋଡ଼ା ନାହିଁ
ଯୀଶୁ ନାମକୁ ଭଜ ତୁହି ।୫।
ସିଲୁ ରାଉତ ପାପୀ ବଡ଼
ପରମେଶ୍ୱର ଦୟା କର ।୬।
Prabhu jishu masiha apanku bhala re rakhantu, kabita ra Chanda bhala hoichhi
ReplyDeleteନମସ୍କାର । ପ୍ରଭୁ ଯୀଶୁ ସମସ୍ତଙ୍କର ମଙ୍ଗଳ କରନ୍ତୁ । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ ।
Delete