Saturday, February 25, 2023
Sunday, February 19, 2023
A short note about the painting 'Pratikhyamaanaa' by Upendra Kisore Das
Ramakanta Samantaray and Sailen Routray
This was part of a larger Odishan artistic milieu of the times which was influenced by the nationalistic revivalism of the Bengal School. It was printed in the year 1923 in the second issue of the Odia magazine 'Baruni'.
This magazine was started by the artist himself. After publishing five issues, the magazine was folded up. With respect to designing, layout and content of magazines, it broke new ground in Odia publishing. Upendra Kisore himself did most of the design work and illustrations. He was a self-taught artist.
He belonged to the landed aristocracy of colonial Orissa. He was the biological son of Rai Bahadur Raj Kisore das who lent his name as the editor of 'Baruni'. Later he was adopted by Gopal Ballav Das, the younger brother of Odia nationalist leader Madhusudan Das.
Upendra Kisore was the founder of 'Prachi Bidya Samiti', an organisation that made efforts in publishing ancient Odia texts. He was also a popular writer of his times and is now principally known as the author of the Odia novel 'Malajanha'.
Later it was made into an eponymous Odia feature film directed by Nitai Palit and released in 1965. The film received a certificate of merit for the best Odia film in the National Film Awards for the same year.
Thursday, February 16, 2023
କିଛି ଜୀବନ ଅନେକ ମୃତ୍ୟୁ: ଗଣେଶ୍ୱର ବାବୁଙ୍କର ଜନହାନି
ଶୈଲେନ ରାଉତରାୟ
ଜେମ୍ସ୍ ଏମ୍ ଆଲ୍ଡେନ୍ କୃତ ତୈଳଟିତ୍ର 'ୱିଣ୍ଡ୍ ମାଉଣ୍ଟେନ୍' |
ଗଣେଶ୍ୱର ମିଶ୍ର ୧୦ ଅଗଷ୍ଟ ୨୦୧୫ ମସିହାରେ କର୍କଟ ରୋଗଗ୍ରସ୍ତ ହୋଇ ଚାଲିଗଲେ । ଓଡ଼ିଶାର ସାଧାରଣ ଜୀବନରେ ତାଙ୍କୁ ଜାଣିନଥିବା ଲୋକଙ୍କର ସଂଖ୍ୟା ବହୁତ କମ । ଇଂରାଜି ଭାଷା ସାହିତ୍ୟରେ ପ୍ରଶିକ୍ଷିତ ହୋଇ ବିଶ୍ୱବିଦ୍ୟାଳୟର ବେତନଭୋଗୀ ଶିକ୍ଷକ-କର୍ମଚାରୀ ହୋଇଥିଲେ ହେଁ, ଗଣେଶ୍ୱର ବାବୁ ଇଂରାଜୀ ସାହିତ୍ୟ ଚର୍ଚ୍ଚା ବା ଅଧ୍ୟାପନା ପାଇଁ ଯେତିକି ଜଣାଶୁଣା ନଥିଲେ (ଯଦିଓ, ତାଙ୍କର ଇଂରାଜୀରେ କିଛି ଲେଖା ଓ ବହି ଥିଲା) ତାହାଠାରୁ ସେ ବେଶି ପ୍ରସିଦ୍ଧ ଥିଲେ ଓଡ଼ିଆ ସାହିତ୍ୟ ପ୍ରତି ନିଜର ଅବଦାନ ନିମନ୍ତେ । ଗପ, ଉପନ୍ୟାସ, ଭ୍ରମଣ କାହାଣୀଠାରୁ ନେଇ ଫିଚର ଲେଖନ, ଶିଶୁ ସାହିତ୍ୟ, ଅନୁବାଦ ଓ ସମ୍ପାଦନା ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ ।
ଗଣେଶ୍ୱର ବାବୁଙ୍କର ଜନ୍ମ ୧୯୪୨ ମସିହାରେ । ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁର ଗାଁରେ । ସେଇଟା ଗଣେଶ୍ୱର ବାବୁଙ୍କର ମାମୁଁ ଘର ଗାଁ । ନିଜ ଘର ପୁରୀ ସହରରେ । ପଥୁରିଆ ସାହିରେ । ପରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଭଳି ପ୍ରସିଦ୍ଧ ଅନୁଷ୍ଠାନରେ ପଢ଼ିଲେ ।
ମାତ୍ର ତାଙ୍କର ବିଦ୍ୟାରମ୍ଭ ହୁଏ ପୁରୀରେ, ଘର ପାଖରେ । ଦୟିତାପଡ଼ାସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ସେହି ଇସ୍କୁଲୁରେ ୧୯୪୯ ମସିହାରେ ତାଙ୍କର ଶିଶୁଶ୍ରେଣୀରେ ନାମଲେଖା ହୋଇଥିଲା ।
ଦୟିତାପଡ଼ା ସାହିରୁ ପଞ୍ଚମ ଶ୍ରେଣୀ ପାସ କରି ସେ ୧୯୫୪ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାଁ ଲେଖେଇଲେ । ସେତେବେଳେ ଏହି ଉଚ୍ଚ ବିଦ୍ୟାଳୟରେ ନାମଲେଖାଇବା ଏକ ଗୌରବର ବିଷୟ ଥିଲା ।
ସେଠି ଗଣେଶ୍ୱରଙ୍କର ଅନେକ ନୂଆ ସାଙ୍ଗ ଯୁଟିଲେ । ତାଙ୍କ ଭିତରେ ଗୋଟିଏ ବଡ଼ ବନ୍ଧୁ ହେଲେ ପ୍ରଫୁଲ୍ଲ ମହାନ୍ତି । ନୂଆ ସାହିର ପିଲା । ଗଣେଶ୍ୱର ବାବୁଙ୍କର ଇଂରାଜୀ ଭଲ ହେଉଥାଏ । ତାଙ୍କର ଇଂରେଜୀ ଜ୍ଞାନ ହିଁ ବୋଧେହୁଏ ପ୍ରଫୁଲ୍ଲ ପାଇଁ ଥିଲା ମୂଖ୍ୟ ଆକର୍ଷଣ । ଦୁଇ ଜଣ ଖଣ୍ଡି ଇଂରାଜୀରେ କଥା ହୁଅନ୍ତି । ପରସ୍ପରର ବନ୍ଧୁବାନ୍ଧବଙ୍କ ଘର ବୁଲନ୍ତି ।
ଥରେ ପ୍ରଫୁଲ୍ଲଙ୍କୁ ଟାଇଫଏଡ଼ ହେଲା । ଗଣେଶ୍ୱର ଦେଖି ଗଲେ । ପ୍ରଫୁଲ୍ଲର ଦେହ ଭଲ ହୋଇଆସୁଥାଏ । ହେଲେ ଶରୀର ଦୁର୍ବଳ ଥାଏ । ଜଳ ପାନ କଲେ ପାଟିରେ ଆସୁଥାଏ ଏକ ପ୍ରକାରର ତିକ୍ତ ସ୍ୱାଦ । ଏହି ଦେଖାର ଅଳପ ଦିନ ପରେ ଗଣେଶ୍ୱର ବାବୁ ଖବର ପାଇଲେ । ସାଙ୍ଗମାନଙ୍କ ସହ ମିଶି ଡାକତରଖାନା ଦଉଡ଼ା ହେଲା ।
ମଧ୍ୟାହ୍ନ । ହାସପାତାଳର ଖଟିଆ ଉପରେ ପ୍ରଫୁଲ୍ଲର ଦେହ ଦୁଶୁଥାଏ ଶେତବରନ ଓ ଶେତାଳିଆ । ନିଥର । ନିର୍ଜୀବ । ପ୍ରିୟ ବନ୍ଧୁକୁ ହରାଇବାର ପ୍ରଥମ ଅନୁଭୂତି ।
ପୁରସ୍ତମପୁରୁ ଗାଁରେ ଥିଲେ ଜଣେ ଲୋକ – ମଧୁ ମିଶ୍ରେ । ମଜାଳିଆ ଲୋକ । କଥାକଥାକେ ଦୋଅକ୍ଷରୀ । କର୍ଣ୍ଣ ଓ ବକ୍ଷ ଦେଶରେ ପୁରୁଷସୁଲଭ ଅନେକ ଲୋମାବଳୀ । ଗୌର ବର୍ଣ୍ଣ । କ୍ଷୀଣାଙ୍ଗ । ରୂପରେ ଅନେକଟା ଗଣେଶ୍ୱର ବାବୁଙ୍କର ପିତାଙ୍କ ଭଳି । ବାପା ପୁଅ ମିଶିକରି ପୁଅଙ୍କର ମାମୁଁ ଘର ଗାଁକୁ ଗଲେ, ମିଶ୍ରେ ଆପଣେ ଥଟ୍ଟା ଟାହୁଲି କରନ୍ତି ନନାଙ୍କ ସହ । ମଧୁର ସମ୍ପର୍କ ଥିଲା ବୋଧହୁଏ ।
ହଠାତ ଦିନେ ମଧୁବାବୁଙ୍କ ଦାଣ୍ଡ ଘରେ ତାଙ୍କ ଶବ ଦେଖିଲେ ଶିଶୁ ଗଣେଶ୍ୱର । ଦେହ ଉପରେ ମଶିଣାଟା ଘୋଡ଼ାହୋଇଥାଏ । ଖାଲି ଉହୁଁକି ଦୁଶୁଥାଏ ପାଦହଳକ । ଚଡ଼କରେ ଚାଲିଯାଇଥାଆନ୍ତି ମିଶ୍ରେ । କିଏ ଜଣେ ଗୁଜବ ଉଡ଼େଇଥାଏ ଯେ, ଦୁତିଅ ଥର ଚଡ଼କ ପଡ଼ିଲେ ମଧୁ ମିଶ୍ରେ ଉଠି ବସିବେ ।
ଦ୍ୱିତୀୟ ଥର ଚଡ଼କ ପଡ଼ିଲା ନାହିଁ । ମଧୁ ମିଶ୍ରେ ବି ଉଠି ବସିଲେ ନାହିଁ ଆଉ । ଏହା ଥିଲା ଦୈବୀ ଦୁର୍ବିପାକରେ ଚିହ୍ନା ଲୋକ ମରିବାର ଗଣେଶ୍ୱର ବାବୁଙ୍କର ପ୍ରଥମ ଅନୁଭୂତି ।
ବି.ଦ୍ର. ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଏଥିର ବିଷୟ ଗଣେଶ୍ୱର ମିଶ୍ରଙ୍କ ସ୍ମୃତିଚାରଣ-ମୂଳକ ପୁସ୍ତକ ‘ନିଜ ଠିକଣା’ରୁ ସଙ୍ଗୃହିତ ।
Sunday, February 12, 2023
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅପ୍ରମାଦ ବର୍ଗ ୩ - ୪
ଅନୁବାଦକ - ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଓଡ଼ିଆ ପଦ୍ୟାନୁବାଦ
ଧୀର ଏବଂ ସଦାଦୃଢ଼ ପରାକ୍ରମଯୁକ୍ତ ।।
ଅନୁତ୍ତର ଯୋଗକ୍ଷେମ ଅଟେ ଯେ ନିର୍ବାଣ ।୩।
ମୂଳ ପାଲି ପଦ
ପୁଂସନ୍ତି ଧୀରା ନିବ୍ବାଣଂ ଯୋଗକ୍କେମଂ ଅନୁତ୍ତରଂ ।୩।
ସଞ୍ଯତସ୍ସ ଚ ଧମ୍ମଜୀବିନୋ ଅପ୍ପମତ୍ତସ୍ସ ଯସୋ ଭିବଡ୍ଡତି ।୪।
Wednesday, February 8, 2023
Are you ready to steal?
Sailen Routray
Although the superior kind of self-help (say, 'How Proust Can Change Your Life') and manual-like tomes (e.g., 'Bird by Bird') are a guilty pleasure for me, the bar that I have for such books is pretty high, despite the absolute rubbish that seems to be the norm in these genres.
Wednesday, February 1, 2023
ଗଡ଼ଜାତିଆ ବଲାଙ୍ଗୀରରେ ମଧ୍ୟଇଂରାଜୀ ପାଠ
ଶୈଲେନ ରାଉତରାୟ
ବଲାଙ୍ଗୀରର ଶୈଳଶ୍ରୀ ଉଆସ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ସତ୍ୟଜିତ ନାୟକ) |
କନିଟ୍କର୍ ୧୮୯୮ ମସିହାର ମାର୍ଚ୍ଚ ମାସରେ ଆଗଲପୁର ଆସି ଭାରତ ବାବୁଙ୍କ ବାପାଙ୍କୁ ପିଲାଟିକୁ ବଲାଙ୍ଗୀରରେ ପାଠ ପଢ଼ିବାକୁ ପଠାଇବା ପାଇଁ ରାଜି କରିବାକୁ ଚେଷ୍ଟା କରନ୍ତି । ଯେତେବେଳେ ନାୟକ ବାବୁ ନାସ୍ତିବାଣୀ ଶୁଣାଇଲେ, କନିଟ୍କର୍ କହିଲେ ଯେ, ପିଲାଟି ଖାଲି ବଲାଙ୍ଗୀରରେ ପହଞ୍ଚି ଯିବା ଦରକାର । ତାହା ପରେ ଖର୍ଚ୍ଚ ଉଠାଇବାର ଦାୟିତ୍ୱ ତାଙ୍କର ।
ଏହି ସବୁ ଶୁଣି ବାପା ରାଜି ହୁଅନ୍ତୁ ନ ହୁଅନ୍ତୁ, ବର୍ଷେ କାଳ ପାଠ ନ ପଢ଼ି ଘରେ ବସି ଥିବା ଭାରତ ଶୂନ୍ୟ ହସ୍ତରେ ଆଗଲପୁରରୁ ବଲାଙ୍ଗୀର ଚାଲି ଗଲେ । ସେଠି ପହଞ୍ଚି ଦେଖିଲେ ଯେ, କନିଟ୍କର୍ ଗସ୍ତରେ ଯାଇ ଥିଲେ । ସେବେ ବଲାଙ୍ଗୀରର ମଧ୍ୟଇଂରାଜୀ ସ୍କୁଲରେ ପଢ଼ୁ ଥିଲେ ଆଗଲପୁର ଗ୍ରାମର ମହାଦେବ ଗୁରୁ । ସେ ଭାରତଚନ୍ଦ୍ରଙ୍କୁ ନେଇ ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ମିଶ୍ରଙ୍କ ସହ ଭେଟାଇ ଦେଲେ ।
ହେଡ଼ମାଷ୍ଟର ଜଣକ ପାତ୍ରଙ୍କୁ ପରୀକ୍ଷା କରି ଉପଯୁକ୍ତ ପାଇବାରୁ ଦେଢ଼ ଟଙ୍କା ଲେଖାଏଁ ସାହାଯ୍ୟର ବ୍ୟବସ୍ଥା କରି ଦେଲେ । ସେତକ ଭାରତଙ୍କ ପାଇଁ ଥିଲା ପର୍ଯ୍ୟାପ୍ତ ; ଶସ୍ତା କାଳ ସେବେ, ଦେଢ଼ ଟଙ୍କାରେ ମିଳୁ ଥିଲା ଦେଢ଼ ମହଣ ଚାଉଳ । ଅନ୍ନ ଚିନ୍ତା ଦୂର ହେଲାରୁ, ସେ ସ୍କୁଲୁରେ ନାଁ ଲେଖାଇ ପାଠପଢ଼ା ଆରମ୍ଭ କଲେ ।
ସେତେବେଳେ ମଧ୍ୟଇଂରାଜୀ ସ୍କୁଲମାନଙ୍କରେ ଚାରୋଟି ଶ୍ରେଣୀ ଥିଲା । ତାହା ପରେ ହାଇ ସ୍କୁଲକୁ ଯାଇ ଆଉ ଦୁଇଟି ଶ୍ରେଣୀରେ ପଢ଼ି ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେବାର ଯୋଗ୍ୟତା ପିଲାଏ ଅର୍ଜନ କରୁ ଥିଲେ । ମଧ୍ୟଇଂରାଜୀର ପ୍ରଥମ ଶ୍ରେଣୀରେ ପଢ଼ା ହେଉ ଥିଲା ଗୋଟିଏ ଇଂରାଜୀ ପ୍ରାଇମର୍; ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଗୋଟିଏ ଇଂରେଜୀ ରିଡର୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ ପଢ଼ା ହେଉ ଥିଲା ।
ଏହା ଛଡ଼ା ପ୍ରତି ଶ୍ରେଣୀରେ ଗଣିତ ଓ ଓଡ଼ିଆ ସାହିତ୍ୟ ଶିକ୍ଷା ଦିଆ ଯାଉ ଥିଲା । ଓଡ଼ିଆ ପାଠଗୁଡ଼ିକର ମାନ ବହୁତ ଉଚ୍ଚ ଥିଲା । ତୃତୀୟ ଶ୍ରେଣୀରେ ମଧୁସୂଦନ ରାଓଙ୍କର ‘ପ୍ରବନ୍ଧମାଳା’ ତଥା ଚତୁର୍ଥ ଶ୍ରେଣୀରେ ବିଚ୍ଛନ୍ଦ ପଟ୍ଟନାୟକଙ୍କର ‘ରଘୁବଂଶ’ ଓ ମିମାଇବଲ୍ଲଭ ଭଟ୍ଟାଚାର୍ଯ୍ୟଙ୍କର ‘ସର୍ବସାର ବ୍ୟାକରଣ’ ପାଠ୍ୟପୁସ୍ତକ ଭାବେ ବ୍ୟବହୃତ ହେଉ ଥିଲା ।
ତୃତୀୟ ଶ୍ରେଣୀରେ ବୀଜଗଣିତ ଓ ଜ୍ୟାମିତି ଆରମ୍ଭ ହେଉ ଥିଲା । ଚତୁର୍ଥ ଶ୍ରେଣୀରେ ଇଂରାଜୀ ବ୍ୟାକରଣ, ଭୂଗୋଳ ଓ ପ୍ରାଥମିକ ବିଜ୍ଞାନ ମଧ୍ୟ ପଢ଼ା ହେଉ ଥିଲା । ଓଡ଼ିଆ ଛଡ଼ା ବାକି ସବୁ ବିଷୟର ଶିକ୍ଷାର ମାଧ୍ୟମ ଥିଲା ଇଂରାଜୀ ।
ବଲାଙ୍ଗୀର ସ୍କୁଲଟିରେ ଦରମା ଥିଲା ନାମକୁ ମାତ୍ର । ଗରୀବ ଛାତ୍ରମାନେ ମାସକୁ ଅଣାଏ ଓ ସଙ୍ଗତି ଥିବା ଛାତ୍ରମାନେ ଦୁଇ ଅଣା ଲେଖାଏଁ ଦରମା ଦେଉ ଥିଲେ । ଅନେକ ପିଲାଏ ନିଃଶୁଳ୍କ ପଢ଼ୁ ଥିଲେ । ପ୍ରଥମ ଶ୍ରେଣୀରେ ଭଲ ଅକ୍ଷର ଉପରେ ଗୁରୁତ୍ୱ ଦିଆ ଯାଉ ଥିଲା । ପ୍ରତ୍ୟେକ ବିଷୟରେ ପିଲାଙ୍କର ମୌଖିକ ପରୀକ୍ଷା ଶିକ୍ଷକମାନେ ନେଉ ଥିଲେ ।
ପାଠ୍ୟପୁସ୍ତକର ସଙ୍ଖ୍ୟା ବେଶି ନ ଥିଲା । ବହିଗୁଡ଼ିକ ଘନଘନ ବଦଳୁ ମଧ୍ୟ ନ ଥିଲା । ଏଣୁ ଅନେକ ଛାତ୍ର ପୁରୁଣା ବହି ପଢ଼ି ଚଳି ଯାଉ ଥିଲେ । ଖାତାପତ୍ରର ବ୍ୟବହାର ମଧ୍ୟ ସେତେ ଅଧିକ ନ ଥିଲା । ଘରୋଇ ଶିକ୍ଷକଙ୍କର ପ୍ରଶ୍ନ ଉଠୁ ନ ଥିଲା ।
ପିଲାଏ ସୁବ୍ୟବସ୍ଥିତ ଛାତ୍ରାବାସରେ ରହି ପଢ଼ୁ ଥିଲେ । ରୋଷେଇବାସ, ବାସନଧୁଆ ଇତ୍ୟାଦି ସବୁ କାମ ଛାତ୍ରମାନେ ନିଜେ କରୁ ଥିଲେ; ଖାଲି ଜଣେ ଗଉଡ଼ ଜାତିର ମହିଳା ଆସି ପାଣି ଯୋଗାଇ ଯାଆନ୍ତି । ଏଣୁ ଛାତ୍ରାବାସର ଖର୍ଚ୍ଚ ସମେତ ପାଠପଢ଼ା ସେତେ ବେଶି ବ୍ୟୟବହୁଳ ନ ଥିଲା ।
ଅବଶ୍ୟ ଭାରତ ହଷ୍ଟେଲରେ ମାତ୍ର ଦୁଇ ବର୍ଷ ରହି ଥିଲେ । ବଲାଙ୍ଗୀରରେ ପାଠପଢ଼ାର ଶେଷ ଦୁଇ ବର୍ଷ ଯାକ ପ୍ରଧାନ ଶିକ୍ଷକ ମିଶ୍ର ବାବୁ ତାଙ୍କୁ ଆଦର କରି ନିଜ ଘରେ ରଖିଲେ । ଏହି ପରି ବଲାଙ୍ଗୀର ଇସ୍କୁଲୁରେ ପାଠ ପଢ଼ି, ୧୯୦୨ ମସିହାରେ ଭାରତ ବାବୁ ମଧ୍ୟପ୍ରଦେଶର ଶିକ୍ଷା ବିଭାଗ ଚଳାଉ ଥିବା ମଧ୍ୟଇଂରାଜୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ।
ସେ ସମୟରେ ବଲାଙ୍ଗୀରରେ ଉଚ୍ଚ ବିଦ୍ୟାଳୟ ନ ଥିଲା । ପାଟଣା ରାଜ୍ୟରେ ହାଇ ସ୍କୁଲ ପ୍ରଥମେ ସ୍ଥାପିତ ହେଲା ଯାଇଁ ୧୯୧୭ ମସିହାରେ । ସେତେବେଳେ ପାଖ ଉଚ୍ଚ ବିଦ୍ୟାଳୟ ଥିଲା ସମ୍ବଲପୁରରେ । ଏଣୁ ବାପା ମାଆଙ୍କୁ ବୁଝାଇ ସୁଝାଇ ଉଚ୍ଚତର ଶିକ୍ଷା ପାଇଁ ଭାରତ ଗସ୍ତ କରନ୍ତି ସମ୍ବଲପୁର । ମାତ୍ର ତାହା ଆଉ ଏକ କାହାଣୀ ।
ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଲେଖାଟିର ଉପାଦାନ ଭାରତଚନ୍ଦ୍ର ନାୟକଙ୍କର ଆତ୍ମଜୀବନୀର ୨୦୧୪ରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି; ‘ମୋର ପୂର୍ବସ୍ମୃତି କଥା’ ଶୀର୍ଷକର ଏହି ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା ‘ଅଗ୍ରଦୂତ’ । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ଛପାଯାଇଥିଲା; ଅଗ୍ରଦୂତ ଛାପିଥିବା ଦ୍ୱିତୀୟ ସଂସ୍କରଣର କପିରାଇଟ ପୃଷ୍ଠାରୁ ବହିର ପ୍ରଥମ ସଂସ୍କରଣ ବିଷୟରେ ବାକି କିଛି ପ୍ରକାଶକୀୟ ବିବରଣୀ ମିଳେନାହିଁ । ବହିରେ ଲେଖକ ଦେଇଥିବା ସୂଚନାରୁ ଜଣାପଡ଼େ ଯେ, ଏହାର ବହୁଳାଂଶ ପ୍ରଥମେ ମାସିକ ପତ୍ରିକା ‘ନବଜୀବନ’ରେ ପ୍ରାୟ ପାଞ୍ଚ ବର୍ଷ କାଳ ଧରି ଧାରାବାହିକ ଭାବରେ ସ୍ଥାନିତ ହୋଇଥିଲା ।
The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...
-
ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ଚିତ୍ର 'ମୁଗ୍ଧା' ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ଦ୍ୱାରା ଅଙ୍କିତ ଏହି ଚିତ୍ରଟି ପ୍ରଥମେ ମାସ...
-
Auto-graphy Sailen Routray Sunday's street life in the temple district near the Lingaraja Temple in Bhubaneswar Photo credit: commons.wi...
-
Many cities, many voices A review of 'Masani Sahara Dilli' Sailen Routray Mashani Sahara Dilli is an important book for many reasons...