ମୁଣ୍ଡିଆ
ଶୈଲେନ ରାଉତରାୟ
ଚାରି ୠତୁରେ ଧାନଚାଷ (ଜାପାନ ୧୭୦୦-୧୭୨୫ ମସିହା) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଦୁଇଟା ଯାକ ବୁଢ଼ା ଆଙ୍ଗୁଠିରେ ହଳଦୀ ରଙ୍ଗର ନଖପାଲିସି । ନରମ ଖରାରେ ଖିଲିଖିଲି ହସୁଥିବା ସୋରିଷ ଫୁଲର ରଙ୍ଗ । ନିଶ୍ୱାସ ଛାଡ଼ିଲା ବେଳେ ପାଦ ସହିତ ମୋ’ ଆଡ଼କୁ । ନିଶ୍ୱାସ ନେଲା ବେଳକୁ ମୋ’ ଠାରୁ ଦୂରକୁ ।
ଆଙ୍କେଲ୍ ଷ୍ଟ୍ରେଚିଙ୍ଗ୍ । ଉପର, ତଳ । ଉପର, ତଳ । ଛଅ ଥର । ତା’ ପରେ ରୋଟେସନ୍ । ଆଗେ ଘଣ୍ଟା ଭଳିଆ । ତା’ ପରେ ଘଣ୍ଟା ଚାଲିର ଓଲଟା ।
ବାକି ଆଠଟି ଆଙ୍ଗୁଠିରେ ରଙ୍ଗ ନାହିଁ । ଧାପେନାକୁ ବି ନାଇଁ । ରଙ୍ଗ ନାହିଁ ବୋଲି ଆଉ କିଛି ଅଛି, ତାହା ବି ନୁହେଁ । ନଖରେ ଧୁଳି, ମଇଳା, କିଛି ନାହିଁ । ପୂରା ସଫା । ଚକଚକ । କୌଣସି ପୁଅ ପିଲାର ନଖ ଏପରି ସଫା ଆଉ ବାଗିଆ ମୁଁ କେବେ ଦେଖିନି ।
ମୋର ଇଚ୍ଛା ହେଉଛି, ନଖଗୁଡ଼ିକୁ ଗୋଟିଏ ଗୋଟିଏ କରି ଧରନ୍ତି । ଗେଲ କରନ୍ତି । ଖାଲି ବୁଢ଼ା ଆଙ୍ଗୁଠି ଦିଓଟିକୁ ଛାଡ଼ି । ସେ ଦିଓଟି କୌଣସି ଶାରୀରିକତାର ବାହାରେ ।
ଉପର ତଳ ହେଲା ବେଳେ ଦିଶୁଚନ୍ତି ‘ଭି’ ପରି । ନା । ଦିଶୁଚନ୍ତି, ମୋ’ ଝରକା ଫାଙ୍କରୁ ପିଲାବେଳେ ଦେଖାଯାଉଥିବା ଶିଖରଚଣ୍ଡୀର ଯୋଡ଼ି ମୁଣ୍ଡିଆ ଭଳି ।
No comments:
Post a Comment