ମାନଚିତ୍ର
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ଦିଏତ୍ମାର ରାବିକ୍ |
ଦିଲୁ ଭାଇ ଭାବୁଥିଲେ ମୁଁ ତାଙ୍କ କବିତାକୁ ପିଇଯାଉଚି ବୋଲି ।
ହେଲେ ତମେ ଠିକ୍ ଜାଣିଥିଲ ମୁଁ କାହାକୁ ଚାହିଁଚି । ସେଇ ଗୋଷ୍ଠୀର ଅନ୍ୟ କିଏ ଜାଣିବାର ଉପାୟ
ନଥିଲା ।
ରାସ୍ତା କଡ଼ର ବତୀର ଆଲୁଅ ନିମ୍ବ ଗଛର ପତ୍ର ଫାଙ୍କ ଦେଇ ତୁମର
ତିନିଦିନିର ଦାଢ଼ି ବୋଳା ଗାଲ ଉପରେ ଚେତେରେଇ ହେଇ ପଡ଼ିଥିଲା । ତୁମେ ମୁହଁ ଟିକେ ହଲେଇଦେଲେ
ଲାଗୁଥିଲା ଦୁନିଆର ମାନଚିତ୍ର ବଦଳିଗଲା ଭଳି ।
ତୁମେ ନ ହଲିଲେ ବି ତୁମ ମୁହଁର ମାନଚିତ୍ର ଚହଲି ଯାଉଥିଲା, ପବନରେ
ଡାଳଗୁଡ଼ିକର ଦୋଳନ ଯୋଗୁଁ । ତୁମର ଆଖି ଦିଲୁ ଭାଇଙ୍କ କବିତା ଡାଏରି ଉପରେ ଥିଲା । ହାତ ଥିଲା
ତମଠୁଁ ସାଉଁଳା ଖାଉଥିବା ଷଣ୍ଢର ମୁଣ୍ଡ ଉପରେ, ଯାହାର ଗାଣ୍ଡିଟା ଥିଲା ମୋ’ ଆଡ଼କୁ ।
ମୁଁ ଯେତେବେଳେ ତା’ର ପଛ ଫଡ଼ିଆକୁ ଆଉଁସିବାକୁ ଆରମ୍ଭ କଲି, ମୁଁ ତା’ ଦେଇ ଛୁଇଁଲି, ତୁମକୁ
ନୁହେଁ, ହେଲେ ତୁମ ମୁହଁର ମାନଚିତ୍ରକୁ ।
No comments:
Post a Comment