Tuesday, August 15, 2023

ମାନଚିତ୍ର

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ଦିଏତ୍ମାର ରାବିକ୍ 

ଦୁଇ ନମ୍ବର ଖଟିରେ ଦିଲୁ ଭାଇ କବିତା ପଢ଼ୁଥିଲେ । ତୁମେ ତାଙ୍କ ପଛକୁ କଡ଼େଇକି ଠିଆ ହେଇଥିଲ । ଦୀନା, ମଣ୍ଟୁ ଭାଇ ଆଉ ସିପୁ ତମରି ଆଡ଼କୁ ଗାଣ୍ଡିକରି ଠିଆ ହୋଇଥିଲେ ଅର୍ଦ୍ଧଚନ୍ଦ୍ରାକାରରେ ।

ଦିଲୁ ଭାଇ ଭାବୁଥିଲେ ମୁଁ ତାଙ୍କ କବିତାକୁ ପିଇଯାଉଚି ବୋଲି । ହେଲେ ତମେ ଠିକ୍ ଜାଣିଥିଲ ମୁଁ କାହାକୁ ଚାହିଁଚି । ସେଇ ଗୋଷ୍ଠୀର ଅନ୍ୟ କିଏ ଜାଣ‌ିବାର ଉପାୟ ନଥିଲା ।

ରାସ୍ତା କଡ଼ର ବତୀର ଆଲୁଅ ନିମ୍ବ ଗଛର ପତ୍ର ଫାଙ୍କ ଦେଇ ତୁମର ତିନିଦିନିର ଦାଢ଼ି ବୋଳା ଗାଲ ଉପରେ ଚେତେରେଇ ହେଇ ପଡ଼ିଥିଲା । ତୁମେ ମୁହଁ ଟିକେ ହଲେଇଦେଲେ ଲାଗୁଥିଲା ଦୁନିଆର ମାନଚିତ୍ର ବଦଳ‌ିଗଲା ଭଳି ।

ତୁମେ ନ ହଲିଲେ ବି ତୁମ ମୁହଁର ମାନଚିତ୍ର ଚହଲି ଯାଉଥିଲା, ପବନରେ ଡାଳଗୁଡ଼ିକର ଦୋଳନ ଯୋଗୁଁ । ତୁମର ଆଖି ଦିଲୁ ଭାଇଙ୍କ କବିତା ଡାଏରି ଉପରେ ଥିଲା । ହାତ ଥିଲା ତମଠୁଁ ସାଉଁଳା ଖାଉଥିବା ଷଣ୍ଢର ମୁଣ୍ଡ ଉପରେ, ଯାହାର ଗାଣ୍ଡିଟା ଥ‌ିଲା ମୋ’ ଆଡ଼କୁ ।

ମୁଁ ଯେତେବେଳେ ତା’ର ପଛ ଫଡ଼ିଆକୁ ଆଉଁସିବାକୁ ଆରମ୍ଭ କଲି, ମୁଁ ତା’ ଦେଇ ଛୁଇଁଲି, ତୁମକୁ ନୁହେଁ, ହେଲେ ତୁମ ମୁହଁର ମାନଚିତ୍ରକୁ ।

No comments:

Post a Comment

ବିଶ୍ୱ ଦରବାରରେ ଗୁଡ଼ାଖୁ ଶୈଲେନ ରାଉତରାୟ ଗୁଡ଼ାଖୁର ବିକ୍ରିବଟା ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/ଶୈଳେଶ ପଟ୍ଟନାୟକ ପରବର୍ତ୍ତି ସମୟର ପ୍ରସିଦ୍ଧ ଅମଲା ଓ ଲେଖକ ...