ସଉତୁଣୀ
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ ଷ୍ଟିଭ୍ ବ୍ରାଉନ୍ ଓ ଜନ୍ ଭର୍କଲେୟର୍ |
କଅଣ?
ଆରେ ଦେଖୁନ ।
କଅଣ ଏଇଟା ?
ଦିଶୁନି କି ! ଆଖି ନା କାଚ ଗୁଲି ?
ଦେଖିଲି । କେଉଁଠି ଅଛ ?
ଯେଉଁଠି ଥାଏ । କେମିତି ଲାଗୁଚି ?
ଚୋପାଟା ଭଳି ଲାଗୁଚି । କେଉଁଠି ଅଛ ?
ଆଦିଶାରେ ।
ହଉ ।
ଚୋପାଟାକୁ ନେଇ ଆସୁଚି ତା’ହେଲେ । ଭଲ
କୋଟପାଡ଼ କାମ ।
ନା । କେତେ ଟଙ୍କା ?
ଦଶ ହଜାର ଚାରିଶହ ପଚାଶ, ରିହାତି ପରେ ।
ମୋତେ ଯଦି ଭଲ ପାଉଥାଅ ତେବେ ମୋଟେ ଆଣିବନି କହିଦେଉଚି । ନହେଲେ ମୋତେ ଦେଖିବ ।
ଦେଖେଇଲେ ତ ଭଲ । ମୋତେ କଅଣ ଆଉ ଦେଖଉଚ କି ତମେ ? ଯାହା ତ ଖାଲି ଅନ୍ଧାରରେ ।
ବଜାରି । ତମର ଭଲ ଗତି ଅଛି ତ ମୋଟେ ଆଣିବନି କହିଦଉଚି ।
ହଉ । ହେଲା ।
ସତରେ ଆଣିବନି । ତିନିଟା ବେଳେ ନଅ ନମ୍ବରରେ କଅଣ କରୁଚ ?
ତମ ସଉତୁଣୀକୁ ଭେଟିବାକୁ ଆସିଥିଲି ।
ସେ ଆସିଗଲାଣି କି ?
ହଁ ।
କେବେଠୁ ?
କାଲି ସନ୍ଧ୍ୟାରେ ।
ହଉ, ଭଲ । ତା’ ସହିତ ବୁଲ ।
ସେ ତମ ପାଇଁ ଗୋଟେ ଜିନିଷ ଧରିଚି ।
କଅଣ ?
ଦେଖିଲେ ଜାଣିବନି ।
ହଉ । ଜଲଦି ଘରକୁ ଫେରି ଖାଇଦିଅ ।
ଫୋନ ରଖିଲେ ସିନା ଦୋକାନରୁ ବାହାରି ଘରକୁ ଯାଇ ଖାଇବି !
ହଉ । ଲଭ୍ ୟୁ ।
ଲଭ୍ ୟୁ ଠୁ । ହେଲେ ଆଜି ଜାଣିପାରିଲିନି, ମୋ ଭଲ ପାଇବାର ଦାମ ଦଶହଜାର ଚାରିଶ ପଚାଶ
ଟଙ୍କାରୁ ବେଶି ନା କମ୍ ।
ରଖୁଚି । ଦୁଷ୍ଟ !
ବାହାରେ। ବେସ୍। ବଢିଆ ହୋଇଛି ସୈଲେନ୍।
ReplyDeleteଆପଣଙ୍କୁ ବଢ଼ିଆ ଲାଗିଲା ଜାଣି, ମୁଁ ବହୁତ ଖୁସି ।
Deleteବହୁତ ଭଲ ଲାଗିଲା
ReplyDeleteଆପଣଙ୍କ ଆନନ୍ଦରେ ହିଁ ମିନିଗପଟିର ସାର୍ଥକତା ।
Delete