Tuesday, August 1, 2023

ଲିଙ୍କ୍ ରୋଡ଼୍

ଶୈଲେନ ରାଉତରାୟ


ବାଦାମବାଡ଼ି ବସଷ୍ଟାଣ୍ଡର ଆଖପାଖ ଅଞ୍ଚଳ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ (କମଳାକାନ୍ତ୭୭୭)

କୋଉଠି ହେଲଣି ?

ଲିଙ୍ଗ ରୋଡ଼ ଟପିଲା ବସ୍ ।

ଶିଘ୍ର ପହଞ୍ଚିଯାଇଥିଲା ତ ବାଦାମବାଡ଼ିରେ ।

ସେଇଥି ପାଇଁ ଡେରିରେ ଛାଡ଼ିଲା ।

ତମ ବସ୍‌କୁ ଧନ୍ୟ କହିବ ।

ହଁ । ବାପା ମୋ ପାଇଁ ବସ୍‌ଟା କିଣିଦେଇଚନ୍ତି ତ !

ହଉ । ଫୁଲନଖରା ଟପିଲେ ମୋତେ କଲ କର ।

ଥାଉ । ମୁଁ ଅଟୋରେ ଆସିବି ।

ଏ ଅଧମ ଆଉ କଅଣ ଭୁଲ ପୁଣି କଲା ଆଜି ? 

ତୁମର କଅଣ ଭ‌ୁଲ । ସବୁ ଭ‌ୁଲ ସବୁ ବେଳେ ମୋ’ର ।

ହଉ । ଭୁଲ ଯାହାର ହେଉ । ତମେ ନଖରାରୁ କଲ କର । ଆଚାର୍ଯ୍ୟ ବିହାର ପାଣିଠାଙ୍କିଠେଇଁ ଓହ୍ଲେଇଯାଅ । ଆଉ ମୁଁ ସେ ପର୍ଯ୍ୟନ୍ତ ନ ପହଞ୍ଚିଥିଲେ ମୋ ପାଇଁ ଅପେକ୍ଷା କରିଥିବ ।

କହୁଚି ପରା ମୁଁ ଅଟୋରେ ଆସିବି ।

କଅଣ ଆଣିଚ କି ?

...

ଓହୋ! କହୁନ କାହିଁକି ?

ଲଡ଼ୁ । ରାଶ‌ି ଲଡ଼ୁ ।

ଆଉ ?

ଉଖୁଡ଼ା ।

ଆଉ?

ଖୁଙ୍କୁ ।

କିଏ ଖାଇବ ?

ମାଧିଆ ।

ଆଉ କିଏ ବାଣ୍ଟିବ?

ସେଇ ମାଧିଆ ।

ହଉ ମାଧିଆ ଯଦି ତୁମେ ଓହ୍ଲେଇଲା ବେଳକୁ ପହଞ୍ଚି ନ ଥିବ, ଦୟାକରି ଅପେକ୍ଷା କରିବ । ହଁ । ଆଉ ତୁମେ ନିଜେ ଲଡ଼ୁ, ଉଖ‌ୁଡ଼ା, ଖ‌ୁଙ୍କୁ ସବୁତକ ଖାଇ ନ ସାରିଲା ପର୍ଯ୍ୟନ୍ତ ମାଧିଆ ଏଥର ଆଉ ତୁମକୁ ଘରକୁ ଛାଡ଼ୁନି । 

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....