Permission
Basudev Sunani
Translated by Sailen Routray
![]() |
Photo Credit: commons.wikimedoa.org/Raamleaks |
![]() |
Photo Credit: commons.wikimedoa.org/Raamleaks |
![]() |
ଜୟଦେବ ବିହାର ଛକ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) |
ଆମେ ରାତିରେ ବୁଲି
ବାହାରିଚେ । ଖାଇ ପିଇ । କାମଦାମ ସବୁ ସାରି । ରାତି ଆଠଟା ପର ହେଲାଣି । ଜ୍ୟେଷ୍ଠ ମାସ । ହେଲେ
ଆଜି ଗୁଳୁଗୁଳି ଆଉ ନାହିଁ । ଆମେ ଘରୁ ବାହାରି ଇନ୍ଫୋସିଟି ଛକ, ଡମଣା, ନାଲ୍କୋ ସ୍କୋୟାର୍,
ଜୟଦେବ ବିହାର ଟ୍ରାଫିକରୁ ଡାହାଣକୁ ଯାଇ ଫ୍ଲାଏଓଭର ଧରିଲେ ।
ପାଞ୍ଚ କିଲୋମିଟର ଖଣ୍ଡେ
ଝୁଲନ୍ତା ରାସ୍ତା । ବାଟ ଦୁଇ ପାଖରେ ଗଛ, ଆଲୁଅ । ଗାଡ଼ିସବୁ ଉପରୁ ଦିଶୁଚି ମିଟିମିଟି । ଯେମିତି ଭବିଷ୍ୟତ
ଆଖିମିଟିକା ମାରି ତମ ପାଖକୁ କୁତୁରିପିଆଙ୍କ ଭଳି ଆସି, ସାଏଁ କିନା ଅତୀତ ହେଇଯାଉଚି ।
ଆମେ ବେଶି ଜୋରରେ ଯାଉନେ ।
ହେଇ ହେଇ ଚାଳିଶ କି ପଚାଶ । ଦେହରେ ପବନ ବାଜୁଚି । ଥଣ୍ଡା ନହେଲେ ବି ଗରମ ନୁହେଁ, ଆରାମଦାୟକ ।
ପରପ୍ପରକୁ ସଲସଲ କଲା ଭଳି ।
ଆମେ ଏମ୍ସ୍ ପାଖ ସର୍ଭିସ୍
ରାସ୍ତାରେ ଫ୍ଲାଏଓଭର ତଳେ କଟି ୟୁଟର୍ଣ୍ଣ ନେଇ ଫେରି, ଖଣ୍ଡଗିରି ଛକରୁ ବାଁକୁ ଯାଉଚେ ଚନ୍ଦକା
ଆଡ଼କୁ । ବେଶି ବାଟ ନୁହେଁ । ତମକୁ ଡର ।
“ଏ ସବୁ ଏରିଆ ଏବେ ଯେମିତି ଲାଗୁଚି, କାନନ ବିହାର ମୋ’ ପିଲାବେଳେ ସେମିତି ଥିଲା” ।
ଦିଶୁଚି ନିଛାଟିଆ, ଶୁନ୍ଶାନ୍,
ହେଲେ ଘରୁଆ । ଛୋଟ ସହରଟିଏ ବହୁତ କଷ୍ଟ କରି ବଡ଼ ହେବା ପାଇଁ ନିଜ ଚେଷ୍ଟାରେ ଫେଲ ମାରିଲା ପରି
। ଯେମିତି ମୁଁ ଭଲ ସ୍ୱାମୀଟିଏ ହେବାକୁ ନାଗିନାଗି ବିଫଳ ।
ଫେରିଲା ବେଳକୁ ଜୟଦେବ
ବିହାର ଛକ ଟପିଲା ପରେ ମୁଁ ତୁମକୁ କହୁଚି, “ଦେଖୁଚ ଏତେ ରାତିରେ ବି
କେତେ ଗହଳି?”
“ସତେ ତ” । “ଆମର ତ ସେପଟେ ଏବେ ରାସ୍ତାରେ କେହି ଜଣେ ବି ନଥିବେ” ।
“ହଉ ଏଥର ଆମେ ତମ ଘରକୁ ମିଶିକି ଗଲେ ଡେରି ରାତିରେ ବୁଲିବା । ଚାଲିଚାଲି ନା
ତମ ସ୍କୁଟରରେ?”
“ପାଗଳ କେଉଁଠିକାର । ଯାଃ” ।
Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004.
![]() |
ପଶ୍ଚିମ ବଙ୍ଗର କାଲ୍ନା ସ୍ଥିତ ଜଗନ୍ନାଥ ମନ୍ଦିର ଫୋଟ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ରଙ୍ଗନ ଦତ୍ତ |
![]() |
Residence of the erstwhile rulers of the princely state of Kalahandi Photo Credit: commons.wikimedia.org/ Siddhant Naik |
ପୁଷ୍ପ ବର୍ଗ ୧୪ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଶାକ୍ୟମୁନି ବୁଦ୍ଧ (ଜାପାନୀ ଚିତ୍ରକଳା) ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍...