Wednesday, November 22, 2023

ଜୟଦେବ ବିହାର 

ଶୈଲେନ ରାଉତରାୟ


ଜୟଦେବ ବିହାର ଛକ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ମତେ ରାତିରେ ଗାଡ଼ି ଧରି ବୁଲିବାକୁ ଭଲ ଲାଗେ । ପାଗ ଭଲ ଥିଲେ ଚାଲିଚାଲି ମଧ୍ୟ । ତମର ମୁଁ ଡେରିରେ ଘରକୁ ଫେରିଲେ ଡର । ତମେ ଏଠି ନଥିଲେ ବି । ବିଶେଷତଃ ତମେ ଏଠି ନଥାଇ ସେଠି ଥିଲେ । ହେଲେ ଭୁବନେଶର ବାକି ସବୁ ସହର ଭଳି ରାତିରେ ହିଁ ଭଲ ଲାଗେ ।

ଆମେ ରାତିରେ ବୁଲି ବାହାରିଚେ । ଖାଇ ପିଇ । କାମଦାମ ସବୁ ସାରି । ରାତି ଆଠଟା ପର ହେଲାଣି । ଜ୍ୟେଷ୍ଠ ମାସ । ହେଲେ ଆଜି ଗୁଳୁଗୁଳି ଆଉ ନାହିଁ । ଆମେ ଘରୁ ବାହାରି ଇନ୍‌ଫୋସିଟି ଛକ, ଡମଣା, ନାଲ୍‌କୋ ସ୍କୋୟାର୍, ଜୟଦେବ ବିହାର ଟ୍ରାଫିକରୁ ଡାହାଣକୁ ଯାଇ ଫ୍ଲାଏଓଭର ଧରିଲେ ।

ପାଞ୍ଚ କିଲୋମିଟର ଖଣ୍ଡେ ଝୁଲନ୍ତା ରାସ୍ତା । ବାଟ ଦୁଇ ପାଖରେ ଗଛ, ଆଲୁଅ । ଗାଡ଼ିସବୁ ଉପରୁ ଦିଶୁଚି ମିଟିମିଟି ଯେମିତି ଭବିଷ୍ୟତ ଆଖିମିଟିକା ମାରି ତମ ପାଖକୁ କୁତୁରିପିଆଙ୍କ ଭଳି ଆସି, ସାଏଁ କିନା ଅତୀତ ହେଇଯାଉଚି ।

ଆମେ ବେଶି ଜୋରରେ ଯାଉନେ । ହେଇ ହେଇ ଚାଳିଶ କି ପଚାଶ । ଦେହରେ ପବନ ବାଜୁଚି । ଥଣ୍ଡା ନହେଲେ ବି ଗରମ ନୁହେଁ, ଆରାମଦାୟକ । ପରପ୍ପରକୁ ସଲସଲ କଲା ଭଳି ।

ଆମେ ଏମ୍ସ୍ ପାଖ ସର୍ଭିସ୍ ରାସ୍ତାରେ ଫ୍ଲାଏଓଭର ତଳେ କଟି ୟୁଟର୍ଣ୍ଣ ନେଇ ଫେରି, ଖଣ୍ଡଗିରି ଛକରୁ ବାଁକୁ ଯାଉଚେ ଚନ୍ଦକା ଆଡ଼କୁ । ବେଶି ବାଟ ନୁହେଁ । ତମକୁ ଡର ।

ଏ ସବୁ ଏରିଆ ଏବେ ଯେମିତି ଲାଗୁଚି, କାନନ ବିହାର ମୋ ପିଲାବେଳେ ସେମିତି ଥିଲା

ଦିଶୁଚି ନିଛାଟିଆ, ଶୁନ୍‌ଶାନ୍, ହେଲେ ଘରୁଆ । ଛୋଟ ସହରଟିଏ ବହୁତ କଷ୍ଟ କରି ବଡ଼ ହେବା ପାଇଁ ନିଜ ଚେଷ୍ଟାରେ ଫେଲ ମାରିଲା ପରି । ଯେମିତି ମୁଁ ଭଲ ସ୍ୱାମୀଟିଏ ହେବାକୁ ନାଗିନାଗି ବିଫଳ

ଫେରିଲା ବେଳକୁ ଜୟଦେବ ବିହାର ଛକ ଟପିଲା ପରେ ମୁଁ ତୁମକୁ କହୁଚି, ଦେଖୁଚ ଏତେ ରାତିରେ ବି କେତେ ଗହଳି?”

ସତେ ତ ଆମର ତ ସେପଟେ ଏବେ ରାସ୍ତାରେ କେହି ଜଣେ ବି ନଥିବେ

ହଉ ଏଥର ଆମେ ତମ ଘରକୁ ମିଶିକି ଗଲେ ଡେରି ରାତିରେ ବୁଲିବାଚାଲିଚାଲି ନା ତମ ସ୍କୁଟରରେ?”

ପାଗଳ କେଉଁଠିକାର । ଯାଃ 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....