Wednesday, November 8, 2023

ଜଗନ୍ନାଥ ନାମ ସୁଖଦାୟୀ

ଶୈଲେନ ରାଉତରାୟ


ପଶ୍ଚିମ ବଙ୍ଗର କାଲ୍‌ନା ସ୍ଥିତ ଜଗନ୍ନାଥ ମନ୍ଦିର
ଫୋଟ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ରଙ୍ଗନ ଦତ୍ତ

ଭଜରେ ମନ ଜଗନ୍ନାଥ ନାମ ସୁଖଦାୟୀ
ଭଜି ନ ପାରିଲେ ଧନ ତିନି ପୁରେ ଠାବ ତୋ'ର ନାହିଁ ।୦।

ଧନ ଦାରା ସୁତେ ମଜ୍ଜି ବେଳ ଗଲା ସରି ।
ଶମନ ପାଶରୁ ତୁହି ଯିବୁ କି ଉବୁରି ?
ରଖିଲେ ରଖିବେ ରମାସାଇଁ ।୧।

ନୀଳାଚଳେ ଅଛି ସେ କି କହ ବଡ଼ଦାଣ୍ଡେ ?
ଖୋଜିଲେ ପାଇବୁ ତା'କୁ ନିଜର ଏ' ପିଣ୍ଡେ ।
ବିକଳେ ହେଜିଲେ ଯାଇ ପାଇ ।୨।

ଚକା ପାରି ବସ ତୁହି ଦେହ କରି ଥିର ।
କଟିକୁ ସଳଖ କର, ନ ଖୋଲ ତୁ ଗିର ।
ନାସାମୂଳେ ଦେଖ ସେ ଦିଶଇ ।୩।

ମନରେ ରଟିବୁ ସାଙ୍ଗ ନ ଧରିବୁ ମୁଖେ ।
ଦନ୍ତ ଓଷ୍ଠ ନ ହଲାଇ ଜପିବୁ ସଳଖେ ।
ମଉନରେ ସିନା ତା'କୁ ଧ୍ୟାଇ ।୪।

ଭଜି ଭଜି ଯେବେ ବନ୍ଧୁ ମନ ଲୟ ହେବ ।
ସେବେ ଯାଇ ତୋ' କରମ ବିପାକ ସରିବ ।
ଶୁଦ୍ର ସିଲୁ ରାଉତ ଭଣଇ ।୫।

2 comments:

  1. Beautiful devotional lyric reminds
    one of the Bhakti tradition in poetry.
    Congrats for this delightful experiment!

    ReplyDelete
    Replies
    1. Thanks for reading. When we meet again, I plan to inflict this bhajan on you, by singing it for you.

      Delete

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...