Wednesday, November 8, 2023

ଜଗନ୍ନାଥ ନାମ ସୁଖଦାୟୀ

ଶୈଲେନ ରାଉତରାୟ


ପଶ୍ଚିମ ବଙ୍ଗର କାଲ୍‌ନା ସ୍ଥିତ ଜଗନ୍ନାଥ ମନ୍ଦିର
ଫୋଟ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ରଙ୍ଗନ ଦତ୍ତ

ଭଜରେ ମନ ଜଗନ୍ନାଥ ନାମ ସୁଖଦାୟୀ
ଭଜି ନ ପାରିଲେ ଧନ ତିନି ପୁରେ ଠାବ ତୋ'ର ନାହିଁ ।୦।

ଧନ ଦାରା ସୁତେ ମଜ୍ଜି ବେଳ ଗଲା ସରି ।
ଶମନ ପାଶରୁ ତୁହି ଯିବୁ କି ଉବୁରି ?
ରଖିଲେ ରଖିବେ ରମାସାଇଁ ।୧।

ନୀଳାଚଳେ ଅଛି ସେ କି କହ ବଡ଼ଦାଣ୍ଡେ ?
ଖୋଜିଲେ ପାଇବୁ ତା'କୁ ନିଜର ଏ' ପିଣ୍ଡେ ।
ବିକଳେ ହେଜିଲେ ଯାଇ ପାଇ ।୨।

ଚକା ପାରି ବସ ତୁହି ଦେହ କରି ଥିର ।
କଟିକୁ ସଳଖ କର, ନ ଖୋଲ ତୁ ଗିର ।
ନାସାମୂଳେ ଦେଖ ସେ ଦିଶଇ ।୩।

ମନରେ ରଟିବୁ ସାଙ୍ଗ ନ ଧରିବୁ ମୁଖେ ।
ଦନ୍ତ ଓଷ୍ଠ ନ ହଲାଇ ଜପିବୁ ସଳଖେ ।
ମଉନରେ ସିନା ତା'କୁ ଧ୍ୟାଇ ।୪।

ଭଜି ଭଜି ଯେବେ ବନ୍ଧୁ ମନ ଲୟ ହେବ ।
ସେବେ ଯାଇ ତୋ' କରମ ବିପାକ ସରିବ ।
ଶୁଦ୍ର ସିଲୁ ରାଉତ ଭଣଇ ।୫।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....