Saturday, June 22, 2024

ଗରିବୀର ମୂଳମଞ୍ଜି

ଶୈଲେନ ରାଉତରାୟ



ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳ, ଯାହାକି ବର୍ତ୍ତମାନ କେବିକେ କ୍ଷେତ୍ର ଭାବରେ ପ୍ରସିଦ୍ଧ, ଅଧୁନା ବିକାଶର ତୀର୍ଥକ୍ଷେତ୍ର ଭାବରେ ଲୋକପ୍ରିୟତା ହାସଲ କରିଛି । ସମାଜଶାସ୍ତ୍ରର ଗବେଷକ ଭାବରେ ହାତ ସଳଖ କରିବା ପାଇଁ ହେଉ କିମ୍ବା ଡେଭେଲପ୍‌ମେଣ୍ଟ୍ ଜର୍ନାଲିଜିମ୍ କ୍ଷେତ୍ରରେ ନିଜର ପତାକା ପୋତିବା ପାଇଁ ହେଉ, ଏସବୁ ନିମନ୍ତେ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳ, ବିଶେଷତଃ ଅବିଭକ୍ତ କଳାହାଣ୍ଡି ଜିଲ୍ଲା, ଏକ ପ୍ରଶସ୍ତ ଭୂମି । 

ବିଶେଷତଃ ଇଂରାଜୀ ଭାଷାରେ ହେଉଥିବା ସାମ୍ବାଦିକତା ଓ ଗବେଷଣାତ୍ମକ ଲେଖାରେ କଳାହାଣ୍ଡିର ପରିଚିତି ହେଲା ଭୋକ ଓ ଅନାହାରର ଭୂମି ଭାବରେ । ଏହି ପ୍ରକାରର ଅଧିକାଂଶ ଲେଖାଲେଖି କଳାହାଣ୍ଡି ଓ କେବିକେ କ୍ଷେତ୍ରରେ ଜନଜୀବନ ଓ ଜନସଂସ୍କୃତିର ବିବିଧତା ଓ ବୈଚିତ୍ର୍ୟକୁ ଏଡେ଼ଇ ଯାଆନ୍ତି । ବର୍ତ୍ତମାନର ଅଣ-ବିକାଶର ଚେର ଖୋଜିଯାଇ ଏହି ଆଲୋଚନାମାନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାର ବିଫଳତା ପାଖରେ ହିଁ ଅଟକି ଯାଆନ୍ତି ।

ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଫଣିନ୍ଦମ୍ ଦେଓଙ୍କର ବହି ‘ରୁଟସ୍ ଅଫ୍ ପଭର୍ଟି’ ଏକ ଉପାଦେୟ ଅବଦାନ । ଲେଖକ କଳାହାଣ୍ଡି ଓ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳର ବର୍ତ୍ତମାନର ସାମାଜିକ ଅବସ୍ଥା ଓ ବ୍ୟବସ୍ଥାକୁ ଏକ ସାମାଜିକ ପରିପ୍ରେକ୍ଷୀରେ ଦେଖିବାକୁ ଚେଷ୍ଟା କରନ୍ତି । ଓଡ଼ିଶାର ଏହି ଅଞ୍ଚଳର ଜିଲ୍ଲାଗୁଡ଼ିକ ଆଦିବାସୀ ବହୁଳ । ତେଣୁକରି ସେ ଏହି ଅଞ୍ଚଳର ସାମାଜିକ ସୂତ୍ରରେ ଆଦିବାସୀ ସମାଜର ବାହ୍ୟ ସମାଜ ସହିତ ସମ୍ପର୍କ, ବାହ୍ୟ ସମାଜ ବ୍ୟବସ୍ଥାର ଆଦିବାସୀ ସମାଜ ମଧ୍ୟରେ ଅନୁପ୍ରବେଶ ତଥା ବିଭିନ୍ନ ଆଦିବାସୀ ଗୋଷ୍ଠୀର ଏହି ଅନୁପ୍ରବେଶ ପ୍ରତି ଭିନ୍ନ ଭିନ୍ନ ପ୍ରକ୍ରିୟାର ପ୍ରତିକ୍ରିୟାରେ ଦେଖନ୍ତି ଏବଂ ଏହି ଜଟିଳ ପ୍ରକ୍ରିୟାର ଏକ ମାନଚିତ୍ର ଆମ ପାଇଁ ଆଙ୍କନ୍ତି ।

ଲେଖକଙ୍କ ମତ ଅନୁସାରେ ଏହି ଅଞ୍ଚଳ, ବ୍ରିଟିଶ ଔପନିବେଶବାଦର ଅନୁପ୍ରବେଶ ପର୍ଯ୍ୟନ୍ତ ଆଦିବାସୀ ବହୁଳ ଥିଲା । ଏହି ଆଦିବାସୀ ସମାଜମାନଙ୍କର ସମାଜବ୍ୟବସ୍ଥା ସାଧାରଣଭାବରେ ଦେଖିବାକୁ ଗଲେ ଲୋକଧର୍ମୀ ଥିଲା । ମାତ୍ର ଖ୍ରୀଷ୍ଟାବ୍ଦ ଏକାଦଶ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ରାଷ୍ଟ୍ର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଆଞ୍ଚଳିକ ସ୍ତରରେ ଭଞ୍ଜ, ନାଗ, ଚୋଡ଼, କାଳଚୁରୀ, ସୋମବଂଶୀ ଇତ୍ୟାଦି ବଂଶର ରାଜାମାନେ ଶାସନ କରୁଥିଲେ ହେଁ ସ୍ଥାନୀୟ ସ୍ତରରେ ଆଦିବାସୀ ବର୍ଚ୍ଚସ୍ୱ ଅକ୍ଷୁର୍ଣ୍ଣ ଥିଲା । ଉପକୂଳବର୍ତ୍ତୀ ଓଡ଼ିଶା ଆଫଗାନ୍ ଶାସନାଧିନ ହେବାଠାରୁ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ସ୍ଥାନୀୟ ଶାସକମାନେ ସ୍ୱାଧୀନ ହେବାର ଚେଷ୍ଟା କରିବାକୁ ଲାଗିଲେ ଏବଂ କେତେକାଂଶରେ ସଫଳ ମଧ୍ୟ ହେଲେ । 

ନାନା ପ୍ରକାରର ବଂଶାବଳୀ ତଥା ଅନ୍ୟ ପ୍ରକାରର ପୋଥିମାନଙ୍କରୁ ଆହୂତ ତଥ୍ୟର ଭିତ୍ତିରେ ଶ୍ରୀ ଦେଓ ଯୁକ୍ତି କରନ୍ତି ଯେ ଏହି ରାଜବଂଶମାନେ ନିଜକୁ ଚୌହାନ ଓ ନାଗବଂଶଜ ଇତ୍ୟାଦି ଦାବୀ କରୁଥିଲେ ମଧ୍ୟ ଏମାନଙ୍କର ଉତ୍ପତ୍ତି ମୂଳତଃ ସ୍ଥାନୀୟ । ମାତ୍ର ସପ୍ତଦଶ ଶତାବ୍ଦୀରେ ଯେତେବେଳେ ଏହି ରାଜ ପରିବାରମାନେ ନିଜର କ୍ଷମତାବୃଦ୍ଧି ପାଇଁ ଯୋଡ଼ତୋଡ଼ ଆରମ୍ଭ କଲେ, ସେତେବେଳେ ସେମାନେ ନିଜର ଶାସନକୁ ତତ୍କାଳୀନ ବ୍ୟବସ୍ଥା ଅନୁସାରେ ନ୍ୟାୟସଙ୍ଗତ କରିବା ପାଇଁ ବ୍ରାହ୍ମଣ ଆବାହନ ଓ ବ୍ରାହ୍ମଣ ପୋଷଣର କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହା ସହିତ ଶାସନ କାର୍ଯ୍ୟରେ ସହଯୋଗ କରିବାପାଇଁ କରଣ ଜାତିର ଲୋକେ, ପୁଲିସ ପ୍ରଶାସନର ସାହାଯ୍ୟ କରିବା ପାଇଁ ମୁସଲମାନ, ଉନ୍ନତ ଚାଷ କରିବାପାଇଁ କୁଲଥା ଇତ୍ୟାଦି ଜାତିର ଲୋକମାନଙ୍କର ଆମଦାନୀ ମଧ୍ୟ ରାଜାମାନେ କରିବାକୁ ଲାଗିଲେ । 

ଊନବିଂଶ ଶତାବ୍ଦୀରେ ଏହି ରାଜାମାନେ ବ୍ରିଟିଶସାମ୍ରାଜ୍ୟର ସାର୍ବଭୌମତା ଅଧିନରେ ଆସିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବିଶେଷ ଜୋର ଧରିନଥିଲା । ମାତ୍ର ଏହି ରାଜାମାନଙ୍କ ଉପରେ ଥରେ ବ୍ରିଟିଶ ସାର୍ବଭୌମତ୍ୱ ପ୍ରତିଷ୍ଠା ହେଲା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା । ଏହି ସମୟ ପର୍ଯ୍ୟନ୍ତ ରାଜାମାନଙ୍କର ରାଜନୈତିକ କ୍ଷମତା ବହୁଳାଂଶରେ ସ୍ଥାନୀୟ ଆଦିବାସୀସମାଜର ରାଜନୈତିକ ଓ ସାମାଜିକ ଢାଞ୍ଚା ଉପରେ ଆଧାରିତ ଥିଲା । ତେଣୁ ଆଦିବାସୀମାନଙ୍କର ଅଧିକାର ଓ ଦାବୀ ପ୍ରତି ବୋଧହୁଏ ସ୍ଥାନୀୟ ରାଜାମାନଙ୍କୁ ଧ୍ୟାନ ଦେବାକୁ ପଡ଼ୁଥିଲା । 

ମାତ୍ର ଭାରତରେ ବ୍ରିଟିଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହେଲା ପରେ ରାଜାମାନଙ୍କୁ କ୍ଷମତାର ଆଉ ଏକ ଅସରନ୍ତି ଉତ୍ସ ମିଳିଗଲା, ତାହା ହେଲେ ବ୍ରିଟିଶ ବନ୍ଧୁକ ଓ ତୋପ । ତେଣୁକରି ରାଜାମାନଙ୍କର ସ୍ୱେଚ୍ଛାଚାର ଓ ଅଞ୍ଚଳ ବାହାରର ଜାତିମାନଙ୍କର ବହୁସଙ୍ଖ୍ୟାରେ ଆଗମନ ଓ ଆଦିବାସୀ ସମାଜ ଉପରେ ତାହାର ଚାପ ବଢ଼ିବାରେ ଲାଗିଲା । ୧୮୮୨ ମସିହାର କନ୍ଧ ମେଳିକୁ ଆମେ ଏହି ପ୍ରକ୍ରିୟା ବିରୁଦ୍ଧରେ ଏକ ପ୍ରତିକ୍ରିୟା ଭାବରେ ନେଇପାରିବା । କନ୍ଧମାନଙ୍କ ଛଡ଼ା ଗଣ୍ଡ ଓ ବିନ୍‌ଝାର ମାନେ ମଧ୍ୟ ଠାଆକୁ ଠାଆ ଏହି ସମୟରେ ମେଳି ବାନ୍ଧିଲେ । ମାତ୍ର ସଙ୍ଖ୍ୟାରେ କମ୍ ହୋଇଥିବାରୁ ଭୁଞ୍ଜିଆ ଓ ପହରିଆମାନେ ଧିରେ ଧିରେ ବାହ୍ୟ ସମାଜଠାରୁ ଦୂରେଇ ଯାଇ ନିଜର ସମାଜ ଓ ଜୀବନଶୈଳୀକୁ ରକ୍ଷା କରିବା ପାଇଁ ଚେଷ୍ଟା କଲେ । 

ତେଣୁକରି ଶ୍ରୀ ଦେଓ ଏହି ଅଞ୍ଚଳର ଦାରିଦ୍ର୍ୟକୁ ଆଦିବାସୀ ସମାଜ, ସଂସ୍କୃତି ତଥା ରାଜନୈତିକ ବ୍ୟବସ୍ଥାର ବଞ୍ଚିତକରଣକୁ ହିଁ ଦାରିଦ୍ର୍ୟର ଚେର ବୋଲି ଦେଖନ୍ତି । ଶିକ୍ଷା, ଜଳସେଚନ ଇତ୍ୟାଦି କିଛି ମାତ୍ରାରେ ସାହାଯ୍ୟ କରିପାରେ, ମାତ୍ର ଏହି ବହିର ଲେଖକଙ୍କ ମତରେ ଏସବୁ ବ୍ୟାଣ୍ଡ୍ଏଡ଼୍ ମାତ୍ର । ସମସ୍ୟାର ଅସଲ ଓ ଢାଞ୍ଚାଗତ ଚେର ଯାଇ ଇତିହାସର ସାମାଜିକ ଓ ରାଜନୈତିକ ପ୍ରକ୍ରିୟାଗୁଡ଼ିକରେ ।  ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଦାରିଦ୍ର୍ୟ ଓ କ୍ଷୁଧାକୁ ନେଇ ହେଉଥିବା ଆଲୋଚନାରେ ଏହି ବହିଟି ଏକ ଆବଶ୍ୟକୀୟ ଐତିହାସିକ ଆଙ୍ଗିକ ଯୋଡ଼ିଦିଏ । ଏଥିଲାଗି ଶ୍ରୀଯୁକ୍ତ ଦେଓ ଆମର ଧନ୍ୟବାଦର ପାତ୍ର । 

ବହି ବିଷୟରେ ସୂଚନା: ଫଣିନ୍ଦମ ଦେଓ । ୨୦୦୯ । ରୁଟ୍ସ୍ ଅଫ୍ ପଭର୍ଟି: ଏ ସୋସିଆଲ୍ ହିଷ୍ଟ୍ରି । ଭୁବନେଶ୍ୱର: ଆମାଦିଉସ୍ ପ୍ରେସ୍ ।

ଟୀକା: ଏହି ସମୀକ୍ଷାଟି ପ୍ରଥମେ ଏକ ସାମାନ୍ୟ ଭ‌ିନ୍ନ ରୂପରେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।

Saturday, June 15, 2024

Jayanta Mahapatra 

A master litterateur who created a language uniquely his own

Sailen Routray


Jayanta Mahapatra (1928-2023)
https://commons.wikimedia.org/Suman Pokhrel

Poet Jayanta Mahapatra was cremated at the Khannagar crematorium of Cuttack, Odisha, on August 28. This in spite of him being a third-generation Christian, his grandfather having converted during the Orissa famine of 1866. The cremation was according to his own wishes, as recorded in his will, which also bequeathed a part of the ancestral property that he had inhabited for most of his adult life, to the family of Sarojini, his long-time caretaker.

Both these gestures are perhaps typical of the man who always occupied a tenuous space between the mainstream and the margins of literary circles in India and Odisha. Although a much-awarded poet, widespread recognition of his work came pretty late in his life. He was awarded the Padma Shri in 2009, when he was already 81 years old. Perhaps the most significant honour he received was in 2019 when he became a Fellow of the Sahitya Akademi. He was 91 then.

In his autobiography, Pahini Rati (The Night is Not Yet Over), Mahapatra mentions his studied marginalisation by the Odia literary establishment, where bureaucrats and professors of Odia and English literature have always found it easy to construct identities. Here he also discusses his experience of being a “mere teacher of physics” who starts writing poetry when posted in B.J.B. College in Bhubaneswar, apparently late, at the age of 38. 

He writes consistently from then on in terms of quality and quantity, managing to publish his poems in reputed literary periodicals across the world, such as The Times Literary Supplement, Critical Quarterly, Poetry—Chicago, and The Sewanee Review. He also publishes four volumes of poems within a decade of starting his writing practice.

Fleeting shadows

This was a late budding, but what an efflorescence it was. However, his poetic diction, which waywardly combines maps of his affective territories, personal snapshots of regional history, fleeting shadows of Odia language, and philosophical musings, was at odds with the canon of Indian English poetry that was being fashioned in Bombay in the first two decades after Independence.

The “Bombay School” (comprising the reigning tastemakers of Indian English literature at that time) was not a great fan of Mahapatra’s work. Nissim Ezekiel, in particular, was not excited by the first two of his poetry volumes when they came out in 1971. Ezekiel had published one of Mahapatra’s early poems, “Girl by the window”, in The Illustrated Weekly of India, which Ezekiel edited along with others. However, he wrote a review in the Weekly of Mahapatra’s collections, Close the Sky, Ten by Ten (Dialogue Publications, Kolkata), and Svayamvara and Other Poems (Writers Workshop, Kolkata), that was critical and expressed bafflement.

However, the acceptance of Mahapatra’s work across the globe by established journals meant that he had no reason to look back. He continued to write and publish regularly, not only poems but also translations of poetical works from Odia. His careers as a poet and as a translator fed into each other. 

The number of his poetry collections in English (apart from selections and edited/collected volumes) is more or less the same as that of his translations of Odia poetry into English. He also translated the Bengali poems of Sakti Chattopadhyay (his original award-winning collection, Jete Pari, Kintu Keno Jabo) into English in a volume published by Sahitya Akademi titled I Can, But Why Should I Go.

Translation is indeed a key trope through which we can engage with Jayanta Mahapatra’s poetry. If there is one poet who always reminds me of Mahapatra, it is Agha Shahid Ali. When you read Shahid Ali and are stuck at a line or a stanza, you just have to translate it into Urdu/Hindustani in your mind for it to bloom into light. Similar is the case with Jayanta Mahapatra. When you are troubled by the movement of his lines or by some peculiar image, you render the lines into Odia and they make perfect sense.

Standing with the marginalised

So, for some time I used to think that Jayanta Mahapatra is that cliché, an Odia poet writing in English. But then I started engaging with his Odia poetry four years ago, before doing a longish interview with him, and my idea of Jayanta Mahapatra changed.

Although he is not a part of the Odia poetry canon and his contribution to Odia literature is yet to be seriously assessed (his autobiography Pahini Rati creates the texture of affective interiority in first-person narration in Odia for the first time, and reads more like a long prose poem), his Odia poems are remarkable. 

The forms of the lines are almost premodern, terse, and short. And yet the sensibility is high-modernist—socially engaged, politically conscious, resolutely standing with common people, the oppressed, the marginalised, long before it became fashionable in Odia poetry to do so. Here he is an English poet writing in Odia, English in tone, pitch, and the affective register, yet very Odia in the cadence and flow of the lines.

Perhaps this is the sign of a great poet, as opposed to a merely competent one? Jayanta Mahapatra wrote in English, he wrote in Odia, he also wrote from Odia into English through his translations. However, like all great poets, what he actually wrote in was perhaps a language completely of his own making (which sometimes sounded like Odia and sometimes like English), made up of the perceived absence of love from his mother, the ghosts of the trees that have disappeared from his beloved city of Cuttack, fragments of texts as diverse as Walden (by Henry David Thoreau), Rubaiyat (by Omar Khayyam) and Rudra Sudhanidhi (by Narayanananda Abadhuta Swami), and the play between darkness and light through which all of us who dabble with words, try to make sense.

That language, Jayanta Mahapatra’s language, will not die. 

Note: A slightly different version of this article was published in The Frontline magazine in 2023 as a tribute to the poet. 

Saturday, June 8, 2024

ଚିତ୍ତ ବର୍ଗ ୭-୮

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ବିବିରବିହୀନ ଅଟଇ ଯାହାର ଚିତ୍ତ
ହୁଅଇ ପୁଣି ତା' ଯଦି ଆସ୍ରବ ରହିତ ।।
ପାପ-ପୂଣ୍ୟ ତ୍ୟାଗ କରି ଜାଗରଣଶୀଳ
ତେବେ ନାହିଁ କଉଣସି ଆତଙ୍କ ତାହାର  ।୭।

କୁମ୍ଭ ସମ କାୟକୁ ନଶ୍ୱର କରି ଜ୍ଞାନ 
ଚିତ୍ତକୁ ନଗର ପରି କରିଣ ସ୍ଥାପନ ।।
ପ୍ରଜ୍ଞାର ଆୟୁଧେ କରି ମାର ସଙ୍ଗେ ଯୁଦ୍ଧ
ଜିତିବ, ରକ୍ଷା କରିବ, ହୋଇ ଅନାସକ୍ତ  ।୮।

ମୂଳ ପାଲି ପଦ

ଅନବସ୍ସୂୂତଚିତ୍ତସ ଅନନ୍ୱାହତଚେତସୋ
ପୁଞ୍ଣପାପପହୀନସ୍ୱ ନତ୍-ଥି ଜାଗରତୋ ଭୟଂ ।୭।

କୁମ୍ଭୂପମଂ କାୟମିମଂ ବିଦିତ୍ୱା ନଗରୂପମଂ ଚିତ୍ତମିଦଂ ଠପେତ୍ୱା ।
ଯୋଧେଥ ମାରଂ ପଞ୍ଣାବୁଧେନ ଜିତଂ ଚ ରକ୍ଖେ ଅନିବେସନୋ ସିୟା ।୮।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Saturday, June 1, 2024

Smell and the city: Bhubaneswar

Sailen Routray


"Sense of Smell" (1635; oil on panel)
Painted by Adriaen van Ostade (1610–1685)
Photo credit: commons.wikimedia.org/Hermitage Museum 

What is the sound of one hand clapping?
A fart.

Farts produced by overeating fermented rice
have a de-hangovering smell,
like that of stale mint leaves.

The sound of a suppressed fart
borne by eating moong dal khichdi late in the night
has the consistency of claps induced by ghazals sung by Iqbal Bano.

Those brought into existence by eating lahmacun
have the flavour of tender onion shoots
marinated in wild honey for three days and four nights
during the waning gibbous moon.

When my childhood floated on the appliqué works of Pipili,
ghosts of farts populated the evening conversation.
Now Baba wants me to say ‘Excuse me’ when I fart.

Excuse me. There is someone clapping.

—Letter III, Room Number 5, Student’s Hostel, NIAS, Bangalore

~

Baba died in the room he shared at home with Ma in Bhubaneswar in 2014, when the year’s January had already shed its pretensions of coolness. The room in which he lay smelled slightly of bed sores, the water bed and the weight of words that he could no longer speak because of the malignant growth pressing against his vocal cords, the windows of the room shutting out the smell of areca nut blossoms flowering just behind, shutting out the world and giving the room a strong artificial smell—the stench of death.

When I try and remember Baba now, seven years after his death, I recall two smells immediately. One, of egg bhurji, of which he was an undisputed master in our extended family, and when he took to the kitchen for cooking it, the house smelled of complex, mixed odours of curry leaves, onions, mustard oil, a myriad ground spices and beaten eggs. And, two, of him dry roasting and then sautéing dried shrimps for his signature chingudi suhkhua chura. Both these dishes I do not eat now, although I was once addicted to them, having turned into a vegetarian culinary apostate in my traditionally non-vegetarian family.

But this is strange. I do not have a strong sense of smell. I suffered from tonsillitis grievously as a child, and it must have affected my nasal cavities. I also suffered from asthma in my childhood, and it came back with a bang in 2011 after beating a retreat in 1997. Any exposure to a strong smell is enough to start at least a minor attack; not having a good enough smelling apparatus offers no protection. Such is life.

But it is not as if all strong smells affect me equally. I am especially susceptible to room fresheners and strong deodorants and perfumes. Spending extended afternoons in the early 1990s bunking school and collecting jamuns in Janpath in Bhubaneswar did not affect me, despite the strong turpentine smell of the jamun blossoms, nor did the night-flowering jasmine peeking into the balcony at home.

Smell is often discussed as the sense organ par excellence, as it reputedly brings forth memories buried deep inside the psyche. Having a bad sense of smell has meant having a memory like a sieve with large holes, which keeps back nothing apart from the biggest recollections, and often loses even them. The most bizarre manifestation of this process is when I can consciously remember something visually and know that there is some smell associated with that ocular memory, but for the life of me cannot recall the exact smell.

Senses are supposed to be our windows to the world, but they often also have shutters, especially the sense of smell. One of my most persistent olfactory memories is about an absent one. I remember walking as a child on an evening in a narrow lane in Bhubaneswar’s Old Town. It was not summer, that much I am sure about, as it was cool. There was a roadside food stall frying stuff, under a huge peepul tree. I passed it. After a few seconds, a strange, strong smell hit my nostrils. It smelled like something fried in sesame oil. But as far as I know, there are no popular Odia snacks that are fried in this particular oil. I could have gone back to check. I did not. That smell still haunts me. I do not know till now what the smell was.

What is it about the olfactory sense that seems to hint at absences as much as presences? Why does one recollect so many peripheral details about ‘that particular smell’ but not quite the odour itself? Perhaps smell forms the base, the foundation, for our sensory memories, sending out tentacles into visions, hearings, giving them nourishment, yet ultimately laying hidden, subterranean. It is only when, for some reason, one does not use a particular sense organ that one gains faculties related to the others. This seems especially true for the sense of smell.

~

Shabdādibhih panchabhireva pancha
panchatvamāpuh svagunena badhdhāh |

kurangamātangapatangameena
bhringā narah panchabhiranchitah kim ||

The deer, the elephant, the moth, the fish and the black bee—these five have died, being entangled with one or other of the five senses. What then of humans who are attached to all the five?

—Verse 76, Vivekachudamani, Shankaracharya

Can the sense of smell be a source of knowledge? This question begs a larger one: can sensory perception provide us with valid knowledge? A large part of Western philosophical traditions constitutes various ways of answering this question. Certain Eastern traditions suggest that such a way of thinking about sense perception might be erroneous. According to Advaita Vedanta, for example, the path of knowledge for cognizing absolute reality lies through a mastery of the senses and turning them inwards.

What does such a view of the world and its relationship with the sensory apparatus tell us about the city that is not only seen but also heard, tasted, touched and smelled? What is the association of a specific sense of smell with a place, for instance, a street? When we prepare a map of a street or take its photograph, we are aware of the individual ocular elements that strike us. But at the same time, we also have a sense of how the street looks like a street, as different from being merely the sum of its elements. But of the same streetscape, if we were to recreate the olfactory experiences that it produces for us in its entirety, how do we go about doing it? How does the street as a whole smell when specific parts and nooks of it give out very different odours?

Even in a tradition like Vedanta, based on some idea of ‘total cognition’, why are sensory metaphors used to describe the errors of our perception, such as ‘seeing’ snakes in ropes? Why are these mistakes, as well as  their correction—to cognize the individual human soul as a reflection of the ultimate reality, in the manner of the moon being reflected in a multitude of water pots simultaneously—so overwhelmingly visual in nature?         

~

As a child, one of the strongest smells that I remember was a stink. A few years after a brief, ill-fated fling with schooling as a child, I rejoined the third standard of an Odia-medium municipality school when my family shifted to Bhubaneswar. The school was located near the southern walls of the Lingaraj Temple complex in Old Town. On many a summer day in March and April, we would have to close our windows in the classroom to avoid the stink that was blown from Bindu Sagar, a sacred tank located near the northern walls of the temple complex.

The terrain around the Lingaraj Temple complex has changed. Bindu Sagar itself is almost unrecognizable—it has smooth laterite stone banks now, with steps going in till the water, and a picture postcard garden of medicinal plants flanking its western side. From the locals to the tourists, many seem to like the demolitions that have happened around the Lingaraj Temple complex, especially on its northern side, that have been premised upon clearing a view of the spire of Lingaraj from the northern banks of Bindu Sagar.

Even when some of us nostalgia-minded folk remember the good old times and rue the wanton destruction of many heritage structures around the temple complex, including an eighteenth-century Maratha-era police outpost, what is missing in these accounts (mostly oral) is any mention of how the place actually smelled.

And the smell around the temple complex was not just about the stink from Bindu Sagar. What I miss from the malodourous past of Old Town also includes the smells of rotting vegetables in and around the Lingaraj haat; the rotting flowers and bel leaves near the temple, left behind by the pandas and the devotees; and the smell of mosquito fogging carried out by the then municipality (the city has a corporation now). Old Town had a distinct character in the way it smelled.

If someone were to restore the environs of Old Town to how it was in the late 1960s and early 1970s, there are visual references to aid in such an effort. A large number of them are ethnographic in nature, for example, the photographic documentation by the anthropologist James M. Freeman of the surroundings of the Kapileswar and Lingaraj temples. With the aid of photographs, one can perhaps attempt to undertake an act of ‘restoration’. But how would one recreate the smells of Old Town, especially those around its temples? What aids would we have for such an act of restoration? 

~

How do we recreate the visual? We paint, make a map, sketch, take a photograph or make a video. How do we recreate a soundscape? If it is musical in nature, then there is already a grammar of notes and their arrangements that helps in its recreation. If it is an ordinary human voice one wants to recreate, then one may try and capture it through mimicry or recording. How do we recreate a particular touch? We try and evoke a concoction of specific texture, temperature or adhesiveness by using material that mimics the desirable characteristics of the original surface. How do we reproduce certain tastes? By thinking about and finding out a specific set of ingredients that can then be made to react with each other through fixed chemical processes to produce that specific taste that we desire.

Experiences of sensory cognition through the sense of smell are perhaps not reproducible in the same way as objects of other senses are. But at the same time, scent artists like Sissel Tolaas are now using chemistry to explore and recreate specific smells through processes that are as much high science as the art of curating experiences. Smells can perhaps be recreated by putting together the things themselves, but the way things smell (or for that matter taste or feel) is always related to the immediate context of time, place and people.

~

Smell is the sense organ par excellence because it is the sense that is intimately tied to things in themselves and has a deep resistance to being reduced to a technological artefact. Because human sciences research primarily takes the shape of an explanation or a critique, perhaps it has found it difficult to deal with it as an object of study.

In anthropology, for example, the focus has largely been on the ‘visual’; therefore, the idea of ‘visual anthropology’ is a bit of misnomer, because as a discipline anthropology relies so much on ‘observing’. But this begs the question, does something akin to pure observation really exist? To ask in a similar vein, is there anything like ‘pure taste’ or ‘pure touch’ and, most dominantly, ‘pure vision’ possible that is unalloyed and uninfluenced by other senses such as that of smell?

~

After I shifted back to Bhubaneswar, soon after Baba’s death, I started working as a part of a collective of researchers and performers. As a part of our work, I started visiting a tribal hamlet of migrants from north Odisha in a village called Gadakana, which now forms part of the city. When I visited this basti for the first time, my first sensory impression of the place was the stench that pervaded everywhere. It came from a recently created garbage dump yard, one of the largest in the state. I found out later that this was a new feature of the geography of the place.

The people of the hamlet had fought hard to shift its location, after they had figured out the plans of the Bhubaneswar Municipal Corporation to have this garbage dump in their backyard. They lobbied hard, held protest marches and even ended up having a pitched battle with the police forces, but all to no avail. By the time I started visiting the basti, the dump was up and running for good. The stench from the yard was like a blanket that enveloped me while I would be there. I could not imagine living in the locality because of the smell, but of course people lived their lives there, despite the foul odour that seeped into their bodies, houses and dreams persistently.

The process of deodorization of Bhubaneswar’s Old Town started soon after Gadakana got its garbage dump. What we smell and whether we have a choice in the matter then is linked to who we are—whether we are first-generation Santhali migrants living in a marginal urban hillock or a third-generation Gujarati entrepreneur with a heritage property on the banks of Bindu Sagar. But is the interface between the city and smells and smelling completely reducible to one’s social position, or is it possible to fashion ways of knowing the city through smell that creatively link the personal and the social, and the sensory and the rational?  

Note: This piece was first published in the blog Chiragh Dilli with the title "Smell and the City III" on April 28, 2021.

ବାଳ ବର୍ଗ ୮ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଇଣ୍ଡୋନେସିଆର ଯବ ଦ୍ୱୀପର ପ୍ରଜ୍ଞାପାରମିତାଙ୍କର ପ୍ରତିମୂର୍ତ୍ତି ଫଟୋ କ୍ରେଡ଼...