Saturday, March 29, 2025

ବାଳ ବର୍ଗ ୧

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ



ଓଡ଼ିଆ ପଦ୍ୟାନୁବାଦ

ଦୀର୍ଘ ହୁଏ ରାତି ଉଜାଗର ଲୋକଙ୍କର 
ଲମ୍ବ ହୁଏ ବାଟ ଶ୍ରାନ୍ତ ବ୍ୟକ୍ତିମାନଙ୍କର ।

ଯେଉଁ ମୂର୍ଖମାନଙ୍କର ସଦ୍ଧର୍ମ ଅଜ୍ଞାତ
ଲମ୍ବେ ନିଶ୍ଚେ ତାଙ୍କ ପାଇଁ ସଂସାରର ପଥ ।୧।

ମୂଳ ପାଲି ପଦ

ଦୀଘା ଜାଗରଣୋ ରତ୍ତି ଦୀଘଂ ସନ୍ତସ୍ସ ଯୋଜନଂ 
ଦାଘୋ ବାଳାନଂ ସଂସାରୋ ସଦ୍ଧମ‌ଂ ଅବିଜାନାତଂ ।୧।

ଦୀର୍ଘୋ ଜାଗ୍ରତୋ ରାତ୍ରିଃ ଦୀର୍ଘଃ ଶ୍ରାନ୍ତସ୍ୟ ୟୋଜନମ୍ 
ଦୀର୍ଘୋ ବାଳାନାଂ ସଂସାରଃ ସଦ୍ଧର୍ମ୍ମମ୍ ଅବିଜାନାତମ୍ ।୧।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Saturday, March 22, 2025

The infinite game

Ramakanta Samantaray

Translated by Sailen Routray


Cape Town (ZA), Waterfront, Clock Tower, Detail
commons.wikimedia.org/Dietmar Rabich

Perhaps some other time
at some other place
we might meet again.
What would it have for us though?
The time would have been over. 

You will look at me
with a deeply unknowing glance.
I will avoid you
knowingly.
After so many years
the heart would have turned to stone.

Today mine own
tomorrow, someone else's
tomorrow someone else's
today mine own.
In this infinite game
tell honestly
who belongs to whom?

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Saturday, March 15, 2025

ବିସିନାଥପୁରୁରେ ପିଲାଦିନ ଓ ପଢ଼ାପଢ଼ି

ଶୈଲେନ ରାଉତରାୟ


ପୁରୀ ପାଖରେ ଗାଆଁରେ ଧାନରୁଆର ଦୃଶ୍ୟ (୨୦୦୬ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ତିଏରେକ୍

କାଗଜପତ୍ରରେ କାଳିଆର ଜନ୍ମ ୧୯୦୧ ମସିହାର ଜୁଲାଇ ଦୁଇ ତାରିଖରେ, ଶପନେଶ୍ୱର ପାଣିଗ୍ରାହୀଙ୍କର ପତ୍ନୀଙ୍କର ଦଶମ ସନ୍ତାନ ଭାବରେ । ହେଲେ ଜାତକରେ ଥିବା ତଥ୍ୟ ଅନୁସାରେ ଓ ଓଡ଼ିଆ ପାଞ୍ଜି ହିସାବରେ ଦେଖିଲେ, ପିଲାଟିର ଜନମ ୧୩୦୮ ସାଲର ଶ୍ରାବଣ ମାସର ପ୍ରଥମ ରାତିରେ, କୃଷ୍ଣ ପ୍ରତିପଦା ତିଥିରେ, ମଙ୍ଗଳବାର ଦିନ । 

ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଁରେ । ଗ୍ରାମ୍ୟଭାଷାରେ ତାହାର ନା ବିସିନାଥପୁରୁ । ମାମୁଁ ଘର ବି ସେଇ ଗାଁରେ ହିଁ । ବାପା ଥିଲେ ମୁକ୍ତାର - ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।

କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ ସ୍କୁଲକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବମ୍ହା, ବିଷ୍ଟୁଁ, ମଏସର ଲେଖି ଦେଲେ । 

କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ । ଆଗେ ବାରିକ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତା’ ପରେ କାନ ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶଙ୍କ ମନ୍ତ୍ର ପାଠ ସହ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା । 

ଏଇ ଚୁଡ଼ାକର୍ମ ପରେ କାଳିଆର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା ଓ ବଡ଼ ଭାଇ ତ ଯାଇଁ ପୁରୀରେ ।

କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠାରୁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ସେ ଶିଖାଉଥିଲେ । 

ହେଲେ ଯାହା ତାଙ୍କର ଅସଲ ଦାୟିତ୍ୱ ଥିଲା, ଅର୍ଥାତ୍ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା, ତାହା ସେ କେତେ ତୁଲାଉ ଥିଲେ, ତାହା ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେ ଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ ଟୋକାଙ୍କ ସହ ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।

ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରେ ଇସ୍କୁଲୁ ଘରଟି ସେତେବେଳେ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ । 

ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି । ସେ କାଳିଆର ନିକଟ ସମ୍ପର୍କୀୟ ଭିଣୋଇ । ହେଲେ ସେ ଥିଲେ ଜଣେ ନିଷ୍ଟୁର ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତ ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ, କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।

ହେଲେ କାଳିଆର ଥାଏ ପାଠପଢ଼ା ଛଡ଼ା ଆହୁରି ଅନେକ କାମ । କାଠଘର ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ବି ହୁଏ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । 

ଯେତେ ଦୁଷ୍ଟ ହେଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ସଂସ୍କୃତି ଶିକ୍ଷା ଅବଲୀଳା କ୍ରମେ ହୁଏ । ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ତାଙ୍କର ଆଉ ଜଣେ କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନ ଥିଲେ ବି ବଇଠକି ଗାଆଣ ଢାଞ୍ଚାରେ ଥିଲେ ଜଣେ ଭଲ ଗାୟକ । 

ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାର ପଡ଼ାର ସଦେଇବାବୁ । ତା'ଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା, ଅମର କୁମର, ଅଚ୍ୟୁତାନନ୍ଦ ଦାସଙ୍କର ଶୂନ୍ୟତସଂହିତା, ନନ୍ଦ ଦାସଙ୍କର ଅଣାକାରସଂହିତା ଆଦି କେତେ ନା କେତେ ଶାସ୍ତ୍ର ଆଲୋଚନା ହୁଏ ।

ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ସେ ଠିକ୍‌ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ । 

ଏସବୁ ଭିତରେ କାଳିଆର ଲେଖାଲେଖି ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ କହି । 

ପରେ ବିସିନାଥପୁରୁର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ ଲେଖେ ‘ମାଟିର ମଣିଷ’ ।

ବି.ଦ୍ର.: ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ରୁ ସଂଗୃହିତ । ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ । ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କ୍ଷୁଦ୍ର ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍ ୨୦୧୬ ସଙ୍ଖ୍ୟାରେ ଛପିଥିଲା ।

Saturday, March 8, 2025

Guest

Ramakanta Samantaray

Translated by Sailen Routray

Waterdrops on Echeveria (Mysuru, Karnataka, India)
Photo credit: commons.wikimedia.org/Timothy A. Gonsalves

Why had he come
at such an odd hour?
I really do not know.

Does anyone ever come to our home 
after checking the dates,
that he would have written us
a letter before arriving?

But your job was
to just open the door.
After you would have given 
a glass of cool water and some tea
then he would have talked
about his home, village,
health, happiness, sorrows,
and unwritten poems
or his state of affairs
or some good news.

You could not know.
Or did you stay silent, 
despite knowing?
That I could not know.
He went back from the door.
It did not open.

Where he did go
after returning from here,
I do not know.
I wasn't home.

Was I really
not at home that day?
Perhaps I was there.
Perhaps I was knocking on the door
after having become the noon, the loo.
Perhaps despite knowing everything,
I had not opened the door,
having become darkness, 
and rooted in ignorance.

Perhaps... 

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Saturday, March 1, 2025

ପୁଷ୍ପ ବର୍ଗ ୧୫-୧୬

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


କୋରିଆ ହାଇନ୍ସା ବୌଦ୍ଧ ମନ୍ଦିର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଯେପରି ମଳରେ ଯାହା ମହାପଥେ କ୍ଷିପ୍ତ 
ମନୋରମ ସୁଗନ୍ଧିତ ତଥା ଶୁଚିଯୁକ୍ତ ।

ପୁଣ୍ଡରୀକର ଜନ୍ମ ଯେ ହୁଅଇ ଯେପରି 
ଅନ୍ଧଭୂତ ସାଧାରଣ ଜନରେ ସେପରି ।

ପୃଥକ ଲୋକେ ସମ୍ୟକ ସମ୍ବୁଦ୍ଧ ଶ୍ରାବକ
ମାନଙ୍କର ପ୍ରଜ୍ଞା ଦ୍ୱାରା ଲଭନ୍ତି ଆଲୋକ ।।

ମୂଳ ପାଲି ପଦ

ଯଥା ସଙ୍କାରଧାନସ୍ମିଂଉଜ୍ଝିତସ୍ମିଂ ମହାପଥେ ।
ପଦୁମଂ ତତ୍ଥ ଜାୟେଥ ସୁଚିଗନ୍ଧଂ ମନୋରମଂ ।୧୫।

ଏବଂ ସଙ୍କାରଭୂତେଷୁ ଅନ୍ଧଭୂତେ ପୁଥୂଜ୍ଜନେ
ଅତିରୋଚତି ପଞ୍ଞାୟ ସମ୍ମାସମ୍ବୁଦ୍ଧସାବକୋ ।୧୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Questions and answers Ramakanta Samantaray Translated by Sailen Routray Palmas Gate, Badajoz, Spain (2020) Photo credit: commons.wikimedia.o...