Saturday, March 1, 2025

ପୁଷ୍ପ ବର୍ଗ ୧୫-୧୬

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


କୋରିଆ ହାଇନ୍ସା ବୌଦ୍ଧ ମନ୍ଦିର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଯେପରି ମଳରେ ଯାହା ମହାପଥେ କ୍ଷିପ୍ତ 
ମନୋରମ ସୁଗନ୍ଧିତ ତଥା ଶୁଚିଯୁକ୍ତ ।

ପୁଣ୍ଡରୀକର ଜନ୍ମ ଯେ ହୁଅଇ ଯେପରି 
ଅନ୍ଧଭୂତ ସାଧାରଣ ଜନରେ ସେପରି ।

ପୃଥକ ଲୋକେ ସମ୍ୟକ ସମ୍ବୁଦ୍ଧ ଶ୍ରାବକ
ମାନଙ୍କର ପ୍ରଜ୍ଞା ଦ୍ୱାରା ଲଭନ୍ତି ଆଲୋକ ।।

ମୂଳ ପାଲି ପଦ

ଯଥା ସଙ୍କାରଧାନସ୍ମିଂଉଜ୍ଝିତସ୍ମିଂ ମହାପଥେ ।
ପଦୁମଂ ତତ୍ଥ ଜାୟେଥ ସୁଚିଗନ୍ଧଂ ମନୋରମଂ ।୧୫।

ଏବଂ ସଙ୍କାରଭୂତେଷୁ ଅନ୍ଧଭୂତେ ପୁଥୂଜ୍ଜନେ
ଅତିରୋଚତି ପଞ୍ଞାୟ ସମ୍ମାସମ୍ବୁଦ୍ଧସାବକୋ ।୧୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

ବିଶ୍ୱନାଥପୁରରେ ଭାଙ୍ଗ ପାଚକ ଶୈଲେନ ରାଉତରାୟ ଧଉଳି ପାହାଡ଼ରୁ ଦୟାନଦୀର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ଚୀନି କବି, ଔପନ୍ୟାସିକ ଓ ନାଟ୍ୟକାର, ପଦ୍ମଭୂଷଣ...