Sunday, June 8, 2025

ବାଳ ବର୍ଗ ୧

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ



ଓଡ଼ିଆ ପଦ୍ୟାନୁବାଦ

ଦୀର୍ଘ ହୁଏ ରାତି ଉଜାଗର ଲୋକଙ୍କର 
ଲମ୍ବ ହୁଏ ବାଟ ଶ୍ରାନ୍ତ ବ୍ୟକ୍ତିମାନଙ୍କର ।।
ଯେଉଁ ମୂର୍ଖମାନଙ୍କର ସଦ୍ଧର୍ମ ଅଜ୍ଞାତ
ଲମ୍ବେ ନିଶ୍ଚେ ତାଙ୍କ ପାଇଁ ସଂସାରର ପଥ ।୧।

ମୂଳ ପାଲି ପଦ

ଦୀଘା ଜାଗରଣୋ ରତ୍ତି ଦୀଘଂ ସନ୍ତସ୍ସ ଯୋଜନଂ 
ଦାଘୋ ବାଳାନଂ ସଂସାରୋ ସଦ୍ଧମ‌ଂ ଅବିଜାନାତଂ ।୧।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...