ବାଳ ବର୍ଗ ୧୨
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ପ୍ରଜ୍ଞା ପାରମିତା କେନ୍ଦ୍ରରେ ଥାଇ ବୌଦ୍ଧ ମଣ୍ଡଳ (୧୯ଶ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଓଡ଼ିଆ ପଦ୍ୟାନୁବାଦ
ପାପ କର୍ମ କୃତ ମାତ୍ରେ ସଦ୍ୟ କ୍ଷୀର ପରି
ନିଜର ସ୍ୱଭାବକୁ କେବେ ହେଁ ନ ଛାଡ଼ଇ ।
ମୂର୍ଖକୁ ଜଳାଇ କରଇ ଅନୁସରଣ
ଭସ୍ମରେ ଆଚ୍ଛନ୍ନ ଯେପରି ହବ୍ୟବାହନ ।୧୨।
ମୂଳ ପାଲି ପଦ
ନହି ପାପଂ କୃତଂ କର୍ମ୍ମ ସଦ୍ୟଃ କ୍ଷୀରମିବ ମୁଞ୍ଚତି ।
ଦହତ୍ ତତ୍ ବାଳମନ୍ୱେତି ଭସ୍ମଚ୍ଛନ୍ନଃ ଇବ ପାବକଃ ।୧୨।
ନହି ପାପଂ କତଂ କମ୍ମଂ ସଜ୍ଜୁ ଖୀରଂ ବ ମୁଚ୍ଚତି ।
ଡହନ୍ତଂ ବାଳମନ୍ୱେତି ଭସ୍ମଚ୍ଛନ୍ନୋ ବ ପାବକୋ ।୧୨।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:
Post a Comment