Saturday, October 31, 2020
Friday, October 30, 2020
Day
Sailen Routray
The khhichdi that I made this afternoon,
has the flavour of rainbows on acid.
The tears you shed this morning continue to grumble
like the innards of a well-cooked story.
The sky, tastes sour, this evening.
Wednesday, October 28, 2020
ତୁମର ପଳାୟନର ଦିନ
ଶୈଲେନ ରାଉତରାୟ
Monday, October 26, 2020
Thinking about the Land as if People Mattered
Sailen Routray
Friday, October 23, 2020
ସିଂହପୁରରେ ପାଠପଢ଼ା
ଶୈଲେନ ରାଉତରାୟ
ଗଜପତି ଜିଲ୍ଲାର ଏକ ଗ୍ରାମ (୨୦୧୯ ମସିହାରେ ଉତ୍ତୋଳିତ ଚିତ୍ର) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା ନିମନ୍ତେ ବଡ଼ ଭାଇ (ଦିଜବର ଦାସ) ନିଜର ମଝିଆଁ ଭାଇ (ଭାସ୍କର ଦାସ) ଓ ସାନ ନିଶାକରଙ୍କୁ ଜଣେ ଅବଧାନଙ୍କ ପାଖକୁ ପଠାଇଲେ । ବଡ଼ ନିଜେ ଦାଦାମାନଙ୍କ ଦ୍ୱାରା ଅକ୍ଷର ଜ୍ଞାନ ପ୍ରାପ୍ତ ହୋଇଥିଲେ ଓ କେବଳ ପୋଥି ଓ ଭାଗବତ ଇତ୍ୟାଦି ପଢ଼ିପାରୁଥିଲେ । ମଝିଆଁ ଓ ସାନ ପାଠ ପଢ଼ିଲେ ଅବଧାନଙ୍କ ପାଖରେ । ଅକ୍ଷର ଶିଖିବା ପାଇଁ ନିର୍ଘାତ ମୋଟା ମାଟି ଖଡ଼ିରେ ଭୂଇଁ ଉପରେ ବର୍ଣ୍ଣମାଳାର ଅଭ୍ୟାସ କରିବାକୁ ପଡ଼ୁଥିଲା । ପରେ ଭାଇ ଦୁଇ ଜଣ ଗାଁର ଇସ୍କୁଲରେ ପଢ଼ିବାକୁ ଗଲେ । ସେ ପର୍ଯ୍ୟନ୍ତ ପାଣ କଣ୍ଡରା ସାହିର ପିଲାମାନେ ସାଧାରଣତଃ ବିଦ୍ୟାଧ୍ୟୟନ କରୁ ନଥିଲେ ।
Friday, October 16, 2020
'Winter' by Bhanuji Rao
Translated from the Odia original by Sailen Routray
Copyright of the English translation rests with the translator.
Wednesday, October 14, 2020
ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ
ଶୈଲେନ ରାଉତରାୟ
Friday, October 9, 2020
What an Odia Widow Can Eat
Sailen Routray
Photo Credit - Wikimedia Commons |
Tuesday, October 6, 2020
ବିନୋଦ କୁମାର ଶୁକ୍ଲାଙ୍କର କବିତା ‘ଦୁନିଆ ବ୍ରହ୍ମାଣ୍ଡ’
ଓଡ଼ିଆ ଅନୁସୃଜନ – ଶୈଲେନ ରାଉତରାୟ
ଚିତ୍ର - 'ଦି ୱେଲ୍ ଇନ୍ ଦି ରିଉ ମନ୍ତାଲ୍ଭିଲ୍, ଓରୁଇ' (୧୮୬୬ ମସିହାରେ ଅଙ୍କିତ) ଚିତ୍ରକର - ଆଦଲ୍ଫ୍ ଫିଲିକ୍ସ୍ କାଲ୍ (୧୮୧୦-୧୮୮୦) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
Sunday, October 4, 2020
Thus Spake Sarala, the Shudra
Sailen Routray
'The Birth of Ganga on Earth' From an edition of Ramcharit Manas by Tej Kumar Book Depot Photo Credit - Wikimedia Commons |
In Sarala Das’s Odia version of the Mahabharata, which is the first complete rendition of the epic by a single author in any language other than Sanskrit, Ganga is a wild and tempestuous woman. Born in the world of the mortals, she is a dutiful daughter who pines for Shiva as her consort. She ends up marrying Shantanu, king of the Kurus, who is a devotee of the lord. Because Shantanu was not her husband by choice, she finds inventive ways of hurting and humiliating him. She keeps him starved, by cooking tasteless food for him once in three days, beats him violently at will, tears off his clothes and destroys his scriptures. Further, she denies him physical pleasure when he seeks it from her, and forces him to make love on auspicious days when it is forbidden. Later, she kills six of their children; the seventh one, Bhishma, is saved by the father, and, thus, Ganga is freed from her marriage. Half woman, half river, her wildness is as inexplicable as a human, as is her gentility as a daughter, before her marriage.
Painting - 'Shantanu and Satyavati' Artist - Raja Ravi Verma (1848-1906) Photo Credit - Wikimedia Commons |
Friday, October 2, 2020
ନିଜକୁ ରମାକାନ୍ତ ସାମନ୍ତରାୟ ମନେ କରି
ବା ଅନ୍ଧାର ଦିଅ ଆଲୁଅ ନିଅ
ଶୈଲେନ ରାଉତରାୟ
ରମାକାନ୍ତ ସାମନ୍ତରାୟଙ୍କ ବହି 'ଶୂନ'ର ମଲାଟ |
ଲାରେ
ଲାପା ଲାରେ ଲାପା ଡାକେ କୋଇଲି ।
କୋଇଲିର
ଡାକ ଶୁଣି ବୁଲି ପଇଲି ।
ଦେଖିଲି
ସେ ପିକ ନୁହେଁ ଅଟେ ମୟୂର ।
ମୟୂରର
ଶୋଭା ଦେଖ କି ମନୋହର ।
ମୟୂର ପାଖରେ ଦେଖିଲା ବେଳକୁ ବୁଲୁଚି ରଜା । ରଜା ମାନେ କଳିଙ୍ଗର ରଜା ନୁହେଁ, ବଙ୍ଗାଧୀଶ ନୁହେଁ, ଅଙ୍ଗଦେଶର ସମ୍ରାଟ ବି ନୁହେଁ, ପୁରା ଜମ୍ବୁଦ୍ୱୀପର ଅଧୀଶ୍ୱର । ହେଲେ ଅବଧୂତ ଭଳିଆ ଲଙ୍ଗଳା । ମୁଁ ମୟୂରକୁ ପଚାରିଲି, କିରେ, ଏ ରଜାଟାକୁ ଲାଙ୍ଗୁଡ଼ରେ ଯାକି ବୁଲଉଚୁ, ତା’ର ଜାମା କାଇଁ ? ସିଏ କହିଲା, ଏ ଚଷା ଟୋକା, କଅଣ ବଢ଼ିବଢ଼ି କଥା କହୁଚୁ । ସୂରୁଜକୁ ବଇଠା ଦେଖଉଚୁ ? ତୋ’ ଆଖି କଅଣ ଫୁଟିଯାଇଚି ? ରଜା ପିନ୍ଧିଚି ରୋମ୍ର ପ୍ରଚକ୍ଷୁ, ଚୀନର ରେଶମ ପାଜାମା, କାଶ୍ମୀରର କୁରୁତା । ତୁ ଅଳପେଇସା କଅଣ କହୁଚୁ ନା ଲଙ୍ଗଳା । ଯା, ଫୁଟ୍ । ସତକୁ ସତ ତାକୁ ଥରେ ଆଖି ମିଟିକା ମାରି ଫିଟେଇଲା ବେଳକୁ, ଆଉ ମୋତେ କିଛି ଦିଶିଲାନି । ଯାହା ହେଲେ ବି ରଜାର ମୟୂର ନା । ହେଲେ ଥରେ ମୋ ଆଖି ଫୁଟିଗଲା ପରେ, ମୋତେ ମୟୂରର ଡାକ ଆଉ କୋଇଲିର ରାବ ଭଳି ଶୁଭିଲାନି; ଠିକ ମୟୂରର ଖେଚେର୍ଖେଚ୍ ଭଳିଆ ହିଁ ଶୁଣାଗଲା । ସେଉଠୁ ମୁଁ ଏକା ଡିଆଁଟେ ମାରି ପହଞ୍ଚିଗଲି ରମା ଭାଇଙ୍କ ବସାରେ ।
ସେ
ମୋତେ,
କଂସା
ଗିଲାସରେ ପିଇବାକୁ ଦେଲେ ଗରୁଡ଼ ଗୋବିନ୍ଦ ପଣା ।
କାହାକୁ
କେମିତି ତୋଷିବାକୁ ହୁଏ ତାଙ୍କୁ ହିଁ କେବଳ ଜଣା ।
ରୂପା
ତାଟିଆରେ ପରସିଲେ ମୋତେ କାଳିଆ ଗାଇର ସର ।
ସୁନା ଥାଳିଆରେ
ବାଢ଼ିଦେଲେ ପୁଣି ଖେଚେଡ଼ି, ଖଣ୍ଡ, ଶାକର ।
ଯେତିକି ଖାଇଲି ତ ଖାଇଲି । ଗାମୁଛାରେ ଝିଅ, ମାଇକିନା ଓ ବୋଉ ପାଇଁ ବି ବାନ୍ଧିଲି । ବାନ୍ଧି ସାରିଲା ପରେ ଯାଇ ମନେ ପଡ଼ିଲା ମୟୂର କଥା ଆଉ ମୋ ଆଖି କଥା । ମୁଁ ନୂଆ ଅନ୍ଧ ପ୍ରାୟ ହୋଇଥିବାରୁ ବାହୁନିଲି ।
ସେ କହିଲେ, ଏଇ
କଥାକୁ ନାଆଁ ଠେସି ଦେଲି ବାରଣାସୀକୁ । ରହି ଯା । ହାଜ୍ମାକୁ ଦୋରସ୍ତ କରିବା ପାଇଁ ଜୁଆଣି
ଟିପେ ଦେଲେ ଆଉ କହିଲେ, ‘କାଉ ଯୋଉଦିନ ଶୁଆ ସାଙ୍ଗରେ ସଙ୍ଗାତ ବସିଲା, ସେଇ ଦିନରୁ ଚଢ଼େଇମାନଙ୍କ ନୂଆ ବର୍ଷ ଆରମ୍ଭ ହେଲା’ । ଗୋଟିଏ ଗପର ଲାଞ୍ଜକୁ ଆହୁରି ଗୋଟିଏ । ଏମିତି
ଗପ ଶୁଣୁ ଶୁଣୁ ମୁଁ ଗାମୁଛା ଫିଟେଇ ଚିଜତକ ସାରି ଦେଲି । ପେଟରେ ଖାଇବା ହଜମ ହେଲା ବେଳକୁ
ଜ୍ଞାନାଞ୍ଜନ କର୍ଣ୍ଣଗହ୍ୱର ପଟେ ପଶି ଆଖି ପଟେ ବାହାରି ତା’କୁ ସଫା କରିବାକୁ ଆରମ୍ଭ କଲା । ସେ ଯେଉଁ
କାନ୍ଦ । ମୋ ବୋପା ମଲା ଦିନ ବି ମୁଁ ସେମିତି ବାହୁନି ନଥିଲି ।
ଆଖି ଆଗର କଳା ପରଦା ସିନା ହଟିଯାଇଥିଲା । ହେଲେ ଗୋଟିଏ
ଦୁଇ-ମୁଣ୍ଡିଆ ଛେଳିର ଲାଞ୍ଜରୁ ଝୁଲୁ ଥିବାର ମୁଁ ଦେଖିଲି ଏଇ ପ୍ରଶ୍ନଟି, ଗପଟି
ତା’ର ପୂର୍ବ ଚିତ୍ରର
ନା ପରର । ଚିତ୍ର ଟି ତା’ ପର
ଲେଖାର, ନା ପୂର୍ବର ନା ଅନ୍ୟ କୌଣସି ପୃଷ୍ଠାର । ନବଗୁଞ୍ଜରର ରକ୍ତର ନଈରେ ଭାସିଯାଉଥିବାର
ଦେଖିଲି ଏଇ ପ୍ରଶ୍ନଟି, ଗଛଗୁଡ଼ିକ ହାତଙ୍କୁ ଧରିଚନ୍ତି ନା ହାତଗୁଡ଼ିକ ଗଛଙ୍କୁ । ଆକାଶରେ ମେଳି
ବାନ୍ଧି ଉଡ଼ୁଥିବା ଟିପ ଚିହ୍ନରେ ଲେଖା ଦୁଶିଲା ଆଉ ଗୋଟାଏ, ଆଗ ଟିପ ଚିହ୍ନ ଆସିଲା, ନା ଟିପ ଆଗ
। ମୋ ଆଈର କେଉଁ କାଳୁ ଭାଙ୍ଗିଯାଇଥିବା ପଣସ କାଠର ସିନ୍ଦୁକର କଡ଼ରେ ଦେଖିଲି ଡେଉଁଚି ଏଇ
ପ୍ରଶ୍ନଟି, ଯେଉଁ ହାତଟି କାତି ଧରିନି, ସେଇଟି କେଉଁଠି । ମୋ କାନ ପାଖରେ କିଏ ଗୋଟାଏ
ସିରିସିରେଇ ଉଠିଲା, ଆପଣଙ୍କ ହାତରେ କେଉଁ ଠିକିରି - କଳା, ପାଉଁଶିଆ, ଆକାଶିଆ ନା ଧଳା । ମୋ
ହାତ ଉପରେ କିଏ ଲେଖି ଦେଲା ଭଳି ଲାଗିଲା, ମାଛମାନେ ଜାଲ ଭିତରେ ପଡ଼ନ୍ତି, ନା ଜାଲ ପଡ଼େ
ମାଛମାନଙ୍କ ଉପରେ ।
ଏ କାଣ୍ଡ
କାରଖାନା ଦେଖି ମୁଁ କହିଲି, ‘ଭାଇ,
ତେମେ ତ ଏଲୋପାଥି ଓଷଦ । ଜର କମେଇ ଦେଇ ମୋତେ ଡାଇରିଆ କରେଇ ଦେଲ ।‘ ସେଉଠୁ ସେ ଗୋଟାଏ ଖନ୍ଦ ଚିତ୍ର ଆଣିଲେ ।
ମୋତେ ଥରେ ଲେଖାଏ ଦେଖେଇ ସାରି ତା’କୁ
ନାଲି ରଙ୍ଗର ମହମବତୀରେ ପୋଡ଼ି ମୋ ଦିହମୁଣ୍ଡରେ ବୋଳି ଦେଲେ । ସବୁ ପ୍ରଶ୍ନ, ଆୱାଜ୍, ଶିହରଣ
ଉଭେଇଗଲା । ଆଖିକୁ ଠିକଠିକ ଦୁଶିଲା । ବାକି ରହିଗଲା ଖାଲି ମୁଣ୍ଡବିନ୍ଧା । ଆଉ ଗୋଟେ ପଲ ମୟୂର
ଘଣ୍ଟାଏ କାଳ ରଡ଼ି ଛାଡ଼ି ତୁନି ପଡ଼ି ଥିବା ଭଳି ସାତକୋଶିଆ-ସମ ଗଭୀର ନୀରବତା ।
ମୋ କଥାଟି ସରିଲା । ଫୁଲ ଗଛଟି ମରିଲା ।
ହଇରେ ଫୁଲ ଗଛ ତୁ କାହିଁକି ମଲୁ । କାହିଁକି ନା ମୋ ପତରସବୁକୁ ପୋକ ଚରିଗଲେ ।
ହଇରେ ପୋକ, ତୁ ଫୁଲ ଗଛକୁ ପୁରା କାଇଁ ଚରିଗଲୁ । କାହିଁକା ନା, ବାରିର ଆଉ ସବୁ ଗଛକୁ ପଧାନ ଘର କସରା ଗାଈ ଖାଇଗଲା ।
ହଇରେ ପଧାନ ଘର ଗାଈ, ତୁ ମୋ ବାଡ଼ିର ଗଛ କାଇଁ ଖାଇଲୁ । ସେ କଇଲା, ପଧାନ ଘର ବୋଉ ମୋତେ ପେଜ ଦେଲାନି ।
କିଲୋ ପଧାନ ଘର ବୋଉ, ତୁ କସରା ଗାଈକୁ ପେଜ କିଆଁ ଦେଲୁନି । ସେ କହିଲା, ମୋ ପୁଅ କାନ୍ଦିଲା ଯେ କାନ୍ଦିଲା ଯେ କାନ୍ଦିଲା ।
ହଇରେ ପୁଅ ତୁ କାଇଁକି କାନ୍ଦିଲୁ ଯେ କାନ୍ଦିଲୁ ଯେ କାନ୍ଦିଲୁ ? ସେ କହିଲା, ମୁଁ ସ୍ୱପ୍ନ ଦେଖୁଥିଲି ଯେ, ରଜା ମୋତେ ଧରି ଗେଲ କରୁଚି । ସେତିକି ବେଳେ ତୁ ଘୋଡ଼ାମୁହାଁ ତା’ ମୟୂରକୁ ଜବାବ ଦେଲୁ ଯେ, ସେ ତୋତେ ଶାପ ଦେଇ ରଡ଼ିଟେ ମାଇଲା ଆଉ ତା’ ବଉଁଶଯାକ ପାଳି ଧରିଲେ । ତାଙ୍କ ପାଲାରେ ମୋ ମନରେ ଛନକା ପଶିଗଲା ।
ମୁଁ ମୟୂରର
ବଉଁଶକୁ ପଚାରିଲି ଯେ, ହଇହେ, ଗୋଟିଏ ରଡ଼ି ଛାଡ଼ିଲେ ଯଥେଷ୍ଟ ହୋଇ ନ ଥାଆନ୍ତା କି ? ସେମାନେ ମିଶି କରି ଏକା ସାଙ୍ଗରେ ବୋବାଳି
ଛାଡ଼ିଲେ – ଆମେ ରଜା ପାଖେ ପାଖେ ଥାଉ, ଯୋଉଠି ଦେଖୁଁ କଅଁଳ ସପନ ମିଳିମିଶି ପଶି ଯାଉ ।
ବି.ଦ୍ର. - ଏହି ଲେଖାଟି ଲେଖକ ଓ କଳାକାର ରମାକାନ୍ତ ସାମନ୍ତରାୟଙ୍କର ଅଣୁଗଳ୍ପ ଓ ଚିତ୍ର ସମ୍ବଳିତ ପରୀକ୍ଷାଧର୍ମୀ ବହି 'ଶୂନ'ର ମୁଖବନ୍ଧ ଅଟେ । ବହିଟି ଡବ୍ଲିନ୍, ଓହାଇଓ, ସ୍ଥିତ ସଂସ୍ଥା 'ବ୍ଲାକ୍ ଇଗଲ୍ ବୁକ୍ସ୍'ଙ୍କ ଦ୍ୱାରା ଅକ୍ଚୋବର ୨୦୨୦ରେ ପ୍ରକାଶିତ ହୋଇଅଛି ।
The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...
-
ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ଚିତ୍ର 'ମୁଗ୍ଧା' ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ଦ୍ୱାରା ଅଙ୍କିତ ଏହି ଚିତ୍ରଟି ପ୍ରଥମେ ମାସ...
-
Auto-graphy Sailen Routray Sunday's street life in the temple district near the Lingaraja Temple in Bhubaneswar Photo credit: commons.wi...
-
Many cities, many voices A review of 'Masani Sahara Dilli' Sailen Routray Mashani Sahara Dilli is an important book for many reasons...