Wednesday, October 28, 2020

ତୁମର ପଳାୟନର ଦିନ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁମର ପଳାୟନର ଦିନ ଆକାଶରେ ପଦ୍ମ ଫୁଟେ 
ଓ ମୁଁ ପୁଣି ଆଉଥରେ ଚାଲିପାରେ,  
ମୋ ଦୁଃଖର ପତଳା ପାରଦ  ଉପରେ ।

ତୁମର ପଳାୟନର ଦିନ 
ମୋ ବଗିଚାର ସୂର୍ଯ୍ୟମୁଖୀମାନେ
ଠୋ ଠୋ ହୋଇ ହସନ୍ତି,
ଯେପରି ଦଳେ ବେଶ୍ୟା ନିର୍ଲଜ ନିର୍ମମ ।
ଏବଂ ସେମାନଙ୍କର କଣ୍ଠସ୍ୱର ଶୁଭେ, 
ତୁମ ନିରବତାର ବିଷ୍ଫୋରଣର ପ୍ରତିଧ୍ୱନି ସମ । 

ତୁମର ପଳାୟନର ଦିନ, 
ତୁମ ସ୍ମୃତିର ବାରୁଦ, ଅଦିନିଆ ବର୍ଷା ପରି
ଝରିପଡ଼େ, ଝରିଝରିପଡ଼େ ।
ଆଉ ମୋ' ଦେହର ପ୍ରତିଟି ଲୋମକୂପେ ପଶି,
ନିରବ, ଅସହ୍ୟ ଯେତେ ଅତ୍ୟାଚାର କରେ ।  

ଲେଖକୀୟ ଟୀକା: ଏହି କବିତାଟି ପ୍ରଥମେ ଓଡ଼ିଆରେ ଲେଖାଯାଇଥିଲା । ମାତ୍ର ଏହା ଆଗେ  ଇଂରାଜୀ ଓ ହିନ୍ଦୀ ଭାଷାରେ ବାହାରୁଥିବା ଦ୍ୱିଭାଷୀ ସାହିତ୍ୟ ପତ୍ରିକା ପ୍ରତିଲିପି ର  ୨୦୧୧ ମସିହାର ନଭେମ୍ବର ଅଙ୍କରେ କବିଙ୍କ ଦ୍ୱାରା ଇଂରାଜୀକୁ ସ୍ୱ-ଅନୁଦିତ ହୋଇ ପ୍ରକାଶିତ ହୋଇଥିଲା ।  

2 comments:

  1. Ohh what an expression of escapade from that whose vanishing act brings in life to the inner space.. Sailen you have a marvellous grip on the void between exit and entry..

    ReplyDelete
    Replies
    1. ଭାଇ ପ୍ରଣାମ । ଅନେକ ସମୟରେ ତ ପ୍ରବେଶ କରୁକରୁ କି ତାହା ପୂର୍ବରୁ ପ୍ରସ୍ଥାନ ଘଟୁଚି ! କଅଣ ଆଉ କରିବା ? ତାହା ହିଁ ଜୀବନ ବୋଧହୁଏ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....