Tuesday, October 6, 2020

ବିନୋଦ କୁମାର ଶୁକ୍ଲାଙ୍କର କବିତା ‘ଦୁନିଆ ବ୍ରହ୍ମାଣ୍ଡ’


ଓଡ଼ିଆ ଅନୁସୃଜନ – ଶୈଲେନ ରାଉତରାୟ


ଚିତ୍ର - 'ଦି ୱେଲ୍ ଇନ୍ ଦି ରିଉ ମନ୍ତାଲ୍‌ଭିଲ୍, ଓରୁଇ' (୧୮୬୬ ମସିହାରେ ଅଙ୍କିତ)
ଚିତ୍ରକର - ଆଦଲ୍‌ଫ୍ ଫିଲିକ୍ସ୍ କାଲ୍ (୧୮୧୦-୧୮୮୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଦୁନିଆ ବ୍ରହ୍ମାଣ୍ଡ,
ବ୍ରହ୍ମାଣ୍ଡ କୂଅର ।
ଯାହା ଉପରେ କେମିତି କେଜାଣି
ଜଣା ନାହିଁ, ଚଢ଼ିଗଲା,
ଗୋଟିଏ କୁନି ପିଲା ।

ମୁଁ ତାକୁ ଡାକିଲିନି
କାଳେ ଚମକିକି
କୂଅ ଭିତରେ ପଡ଼ିଯାଇଥା’ନ୍ତା ।

ଚୁପଚାପ ଧିରେ ଧିରେ ଚାଲି
ମୁଁ ତାକୁ ହାଉଲେକିନା କୋଳକୁ ଟେକିନେଲି ।
ଖାଲି ଏତିକି, ମୁଁ ଚୁପ ରହିଲି
ଏତିକି, ଧିରେ ଚାଲିଲି,
ବହୁତ ଚୁପ, ବହୁତ ଧିରେ ଚାଲିଲି ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ୱାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟ ଓ କବିତା ଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ  । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....