Sunday, March 8, 2026

ବାଳ ବର୍ଗ ୧୦

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ସ୍ୱର୍ଗରୁ ଅବରତଣ କରୁଥିବା ପଞ୍ଚବିଂଶ ବୋଧିସତ୍ତ୍ୱ
କାମାକୁରା କାଳ (୧୩୦୦ ମସିହା)ର ଜାପାନୀ ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଯେପର୍ଯ୍ୟନ୍ତ ପାପ ପାଚି ଫଳ ଦିଏ ନାହିଁ ।
ମୂରୁଖକୁ ତାହା ମଧୁ ପରି ଲାଗିଥାଇ ।

ଯେତେବେଳେ ପାପ ପକ୍ୱ ହୋଇ ଫଳ ଦିଏ ।
ତେତେ ବେଳେ ଅପଗଣ୍ଡ ଦୁଃଖ ପାଇଥାଏ।୧୦। 

ମୂଳ ପାଲି ପଦ

ମଧୁ ଇବ ମନ୍ୟତେ ବାଳଃ ୟାବତ୍ ପାାପଂ ନ ପଚ୍ୟତେ ।
ୟଦା ଚ ପଚ୍ୟତେ ପାପଂ ବାଳୋ ଦୁଖଂ ନିଗଚ୍ଛତି । ୧୦।

ମଧୁଂ ବ ମଞ୍ଜତି ବାଳୋ ଯାବ ପାପଂ ନ ପଚ୍ଚତି ।
ଯଦା ଚ ପଚ୍ଚତି ପାପଂ ଅଥ ବାଳୋ ଦୁକ୍ଖଂ ନିଗଚ୍ଛତି ।୧୦।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

ବାଳ ବର୍ଗ ୧୦ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ସ୍ୱର୍ଗରୁ ଅବରତଣ କରୁଥିବା ପଞ୍ଚବିଂଶ ବୋଧିସତ୍ତ୍ୱ କାମାକୁରା କାଳ (୧୩୦୦ ମସ...