Thursday, May 22, 2025

ବିସିନାଥପୁରୁରେ ପିଲାଦିନ ଓ ପଢ଼ାପଢ଼ି

ଶୈଲେନ ରାଉତରାୟ

ପୁରୀ ପାଖରେ ଗାଆଁରେ ଧାନରୁଆର ଦୃଶ୍ୟ (୨୦୦୬ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ତିଏରେକ୍

କାଗଜପତ୍ରରେ କାଳିଆର ଜନ୍ମ ୧୯୦୧ ମସିହାର ଜୁଲାଇ ଦୁଇ ତାରିଖରେ, ଶପନେଶ୍ୱର ପାଣିଗ୍ରାହୀଙ୍କର ପତ୍ନୀଙ୍କର ଦଶମ ସନ୍ତାନ ଭାବରେ । ହେଲେ ଜାତକରେ ଥିବା ତଥ୍ୟ ଅନୁସାରେ ଓ ଓଡ଼ିଆ ପାଞ୍ଜି ହିସାବରେ ଦେଖିଲେ, ପିଲାଟିର ଜନମ ୧୩୦୮ ସାଲର ଶ୍ରାବଣ ମାସର ପ୍ରଥମ ରାତିରେ, କୃଷ୍ଣ ପ୍ରତିପଦା ତିଥିରେ, ମଙ୍ଗଳବାର ଦିନ । 

ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଁରେ । ଗ୍ରାମ୍ୟଭାଷାରେ ତାହାର ନା ବିସିନାଥପୁରୁ । ମାମୁଁ ଘର ବି ସେଇ ଗାଁରେ ହିଁ । ବାପା ଥିଲେ ମୁକ୍ତାର - ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।

କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ ସ୍କୁଲକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବମ୍ହା, ବିଷ୍ଟୁଁ, ମଏସର ଲେଖି ଦେଲେ । 

କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ । ଆଗେ ବାରିକ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତା’ ପରେ କାନ ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶଙ୍କ ମନ୍ତ୍ର ପାଠ ସହ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା । 

ଏଇ ଚୁଡ଼ାକର୍ମ ପରେ କାଳିଆର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା ଓ ବଡ଼ ଭାଇ ତ ଯାଇଁ ପୁରୀରେ ।

କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠାରୁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ସେ ଶିଖାଉଥିଲେ । 

ହେଲେ ଯାହା ତାଙ୍କର ଅସଲ ଦାୟିତ୍ୱ ଥିଲା, ଅର୍ଥାତ୍ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା, ତାହା ସେ କେତେ ତୁଲାଉ ଥିଲେ, ତାହା ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେ ଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ ଟୋକାଙ୍କ ସହ ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।

ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରେ ଇସ୍କୁଲୁ ଘରଟି ସେତେବେଳେ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ । 

ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି । ସେ କାଳିଆର ନିକଟ ସମ୍ପର୍କୀୟ ଭିଣୋଇ । ହେଲେ ସେ ଥିଲେ ଜଣେ ନିଷ୍ଟୁର ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତ ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ, କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।

ହେଲେ କାଳିଆର ଥାଏ ପାଠପଢ଼ା ଛଡ଼ା ଆହୁରି ଅନେକ କାମ । କାଠଘର ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ବି ହୁଏ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । 

ଯେତେ ଦୁଷ୍ଟ ହେଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ସଂସ୍କୃତି ଶିକ୍ଷା ଅବଲୀଳା କ୍ରମେ ହୁଏ । ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ତାଙ୍କର ଆଉ ଜଣେ କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନ ଥିଲେ ବି ବଇଠକି ଗାଆଣ ଢାଞ୍ଚାରେ ଥିଲେ ଜଣେ ଭଲ ଗାୟକ । 

ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାର ପଡ଼ାର ସଦେଇବାବୁ । ତା'ଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା, ଅମର କୁମର, ଅଚ୍ୟୁତାନନ୍ଦ ଦାସଙ୍କର ଶୂନ୍ୟତସଂହିତା, ନନ୍ଦ ଦାସଙ୍କର ଅଣାକାରସଂହିତା ଆଦି କେତେ ନା କେତେ ଶାସ୍ତ୍ର ଆଲୋଚନା ହୁଏ ।

ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ସେ ଠିକ୍‌ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ । 

ଏସବୁ ଭିତରେ କାଳିଆର ଲେଖାଲେଖି ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ କହି । 

ପରେ ବିସିନାଥପୁରୁର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ ଲେଖେ ‘ମାଟିର ମଣିଷ’ ।

ବି.ଦ୍ର.: ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ରୁ ସଂଗୃହିତ । ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ । ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କ୍ଷୁଦ୍ର ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍ ୨୦୧୬ ସଙ୍ଖ୍ୟାରେ ଛପିଥିଲା ।

Thursday, May 15, 2025

Guest

Ramakanta Samantaray

Translated by Sailen Routray

Waterdrops on Echeveria (Mysuru, Karnataka, India)
Photo credit: commons.wikimedia.org/Timothy A. Gonsalves

Why had he come
at such an odd hour?
I really do not know.

Does anyone ever come to our home 
after checking the dates,
that he would have written us
a letter before arriving?

But your job was
to just open the door.
After you would have given 
a glass of cool water and some tea
then he would have talked
about his home, village,
health, happiness, sorrows,
and unwritten poems
or his state of affairs
or some good news.

You could not know.
Or did you stay silent, 
despite knowing?
That I could not know.
He went back from the door.
It did not open.

Where he did go
after returning from here,
I do not know.
I wasn't home.

Was I really
not at home that day?
Perhaps I was there.
Perhaps I was knocking on the door
after having become the noon, the loo.
Perhaps despite knowing everything,
I had not opened the door,
having become darkness, 
and rooted in ignorance.

Perhaps... 

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Thursday, May 8, 2025

ପୁଷ୍ପ ବର୍ଗ ୧୫-୧୬

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ

କୋରିଆ ହାଇନ୍ସା ବୌଦ୍ଧ ମନ୍ଦିର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଯେପରି ମଳରେ ଯାହା ମହାପଥେ କ୍ଷିପ୍ତ 
ମନୋରମ ସୁଗନ୍ଧିତ ତଥା ଶୁଚିଯୁକ୍ତ ।। 

ପୁଣ୍ଡରୀକର ଜନ୍ମ ଯେ ହୁଅଇ ଯେପରି 
ଅନ୍ଧଭୂତ ସାଧାରଣ ଜନରେ ସେପରି ।।

ପୃଥକ ଲୋକେ ସମ୍ୟକ ସମ୍ବୁଦ୍ଧ ଶ୍ରାବକ
ମାନଙ୍କର ପ୍ରଜ୍ଞା ଦ୍ୱାରା ଲଭନ୍ତି ଆଲୋକ ।।

ମୂଳ ପାଲି ପଦ

ଯଥା ସଙ୍କାରଧାନସ୍ମିଂଉଜ୍ଝିତସ୍ମିଂ ମହାପଥେ ।
ପଦୁମଂ ତତ୍ଥ ଜାୟେଥ ସୁଚିଗନ୍ଧଂ ମନୋରମଂ ।୧୫।

ଏବଂ ସଙ୍କାରଭୂତେଷୁ ଅନ୍ଧଭୂତେ ପୁଥୂଜ୍ଜନେ
ଅତିରୋଚତି ପଞ୍ଞାୟ ସମ୍ମାସମ୍ବୁଦ୍ଧସାବକୋ ।୧୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Thursday, May 1, 2025

Snake

Ramakanta Samantaray

Translated by Sailen Routray

Three Old Ladies (1916) by Jēkabs Kazaks  (1895 - 1920)
Photo credit - commons.wikimedia.org

A snake.

Seeing a snake,
I took a couple of steps back.

You said, "Shoo!
Where is the snake?
It's a rope!"

You swept the rope away
with your legs
and moved ahead.
Now the snake hisses.
The rope has turned into a snake.

You are calling me
with a lot of affection,
that I know.
Try and understand my state though.

It is not possible to move ahead.
There is a snake on the road.
The snake has raised its hood
and lies astride the path.

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Tuesday, April 22, 2025

ଶୀର୍ଷାରେ ମାଇନର ପାଠ

ଶୈଲେନ ରାଉତରାୟ

୧୯୦୧ ମସିହାରେ ପ୍ରକାଶିତ ବ୍ରିଟିଶ ଗ୍ୟାଜେଟିଅରରେ ମୟୁରଭଞ୍ଜର ମାନଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନିଜ ଗାଁ ପାନ୍ଧଡ଼ାର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ସରିଲା; ‘ଭୋଳା ଶତପଥିଙ୍କର ପୁଅ ବସନ୍ତ ବାବୁ (ପରେ ସାହିତ୍ୟିକ ଭାବରେ ପ୍ରଖ୍ୟାତ ବସନ୍ତ ଶତପଥୀ) ୟୁ.ପି. ପରୀକ୍ଷାରେ ମୟୂରଭଞ୍ଜ ରାଜ୍ୟରେ ପ୍ରଥମ ହୋଇ ମାସକୁ ପାଞ୍ଚ ଟଙ୍କାର ବୃତ୍ତି ପାଇଲେ । ବିଂଶ ଶତାବ୍ଦୀର ତୃତୀୟ ଦଶକରେ, ରାଜୁଡ଼ା ସମୟରେ ପାଞ୍ଚ ଟଙ୍କା କିଛି କମ୍ ନଥିଲା; ମାତ୍ର ପାଠପଢ଼ା ଥିଲା ଭାରି ମହରଗିଆ । 

ଘରେ ବିଚାର ପଡ଼ିଲା ଯେ ମାଇନର ପଢ଼ିବା ପାଇଁ ପୁତ୍ରମଣି ଯିବେ କୁଆଡେ଼ - ଶୀର୍ଷା ନା ବାରିପଦା । ଶୀର୍ଷାରେ ଖର୍ଚ୍ଚ ହେବ ଟଙ୍କା ସାତଟି; ବାରିପଦାର ଇସ୍କୁଲ ଟାଣିବ ଦଶ ଟଙ୍କା ମାସକୁ । ଘରର ଆର୍ଥିକ ପରିସ୍ଥିତିକୁ ଚାହିଁ ସ୍ଥିର ହେଲା ଯେ ସେ ଯିବେ ଶୀର୍ଷା: ଇଆଡେ଼ ବଡ଼ମାନେ ନିଷ୍ପତ୍ତି ନେଲେ ଓ ସିଆଡ଼େ ବୃତ୍ତିଧାରୀ ବୋବାଳି ଛାଡ଼ିବା ଆରମ୍ଭ କଲେ । 

ଏକେ ତ ଶୀର୍ଷାରେ କେହି ଚିହ୍ନାଜଣା ନଥିଲେ; ବାରିପଦାରେ ଥିଲେ ପାନ୍ଥଡ଼ାର ହରି, ଶିରୀଷ, ନାରଣ ଓ ପଦୁ ଇତ୍ୟାଦି । ଶୀର୍ଷାର ହେଡ଼୍ ମାଷ୍ଟର ରଘୁନାଥ ରଣାଙ୍କୁ କୁଆଡ଼େ ଗରଭିଣୀ ଗାଈ ବାଟ ଛାଡ଼ିଦିଏ । ମାଡ଼ ମାରିବାରେ ସେ ଓସ୍ତାଦ ଥିଲେ; ‘ରଣା’ଏ ସେତେବେଳକୁ ଗୋଟାଏ ପିଲାର ମୁଣ୍ଡରେ ସିଲଟ ଭାଙ୍ଗି ଛାତ୍ରବଧ ପୂଣ୍ୟ ଅର୍ଜନ କରିସାରିଥାଆନ୍ତି । 

ବସନ୍ତ ବାବୁଙ୍କର ଭେମ୍ବାରଡ଼ିର ଏହାଥିଲା ପ୍ରେକ୍ଷାପଟ । ଶେଷକୁ ପାନ୍ଥଡ଼ାର ହେଡ଼୍ମାଷ୍ଟରଙ୍କୁ ପଚରାଗଲା । ସେ ମଧ୍ୟ ଶୀର୍ଷା ସପକ୍ଷରେ ମତ ଦେଲେ ।

ଅତଏବ୍, ବସନ୍ତ ବାବୁ ଉଣେଇଶି ପଚିଶି ସାଲ୍‌ର ମାର୍ଚ୍ଚ ଦୁଇ ତାରିଖ ଦିନ ଭିଡ଼ା ହୋଇଗଲେ ଶୀର୍ଷା । ଏହି ଦିନ ଯୁକ୍ତରାଜ୍ୟ ଆମେରିକାର ହାଇୱେ ବ୍ୟବସ୍ଥାର ଆନୁଷ୍ଠାନିକ ଉଦ୍‌ଘାଟନ ହେଲା । ଯଦିଓ ବସନ୍ତ ବାବୁ, କିମ୍ବା ତାଙ୍କର ବାପା ଭୋଳା ଶତପସ୍ତିକିମ୍ବା 'ରଣା', କେହି ମଧ୍ୟ ଏ ବିଷୟରେ ଜାଣିଥିବାର ସମ୍ଭାବନା କମ୍ । 

ଯାତ୍ରା ନିମନ୍ତେ ସଜିଲ୍ ହୋଇଥିଲା ବାଉଁଶର ପେଡ଼ି । ପେଡ଼ିରେ ରହିଲା ମୁଢ଼ି, ଚୁଡ଼ା, ଚେନି, ଉଇଲ୍ ପିଆଜ ଆଉ ବିଡ଼ାଏ ଶାଳ ଦାନ୍ତକାଠି । ସାଥିରେ ଗଲା କନ୍ଥାଟିଏ, ଝୋଟବୁଣା ସତରଞ୍ଜି ଗୋଟିଏ, କଂସା ଥାଳି, ପିତ୍ତଳ ବେଲା, ଗୋଟିଏ ଧୋତି ଆଉ ଦାନୁଆ ଗାମୁଛାଟିଏ । 

ଯାତ୍ରା ପାଇଁ ବାବୁ ପିନ୍ଧିଥିଲେ, ତିନି ପିସ୍ତଲ୍ ମାର୍କା ବାଇଗଣୀ ଧଡ଼ିବାଲା ଛଅ-ଗଜିଆ ଧୋତି ଆଉ ତାହା ସହିତ ବେକ-ବନ୍ଦ୍ ହାଟୁଆ କୋଟ୍; ଗେଞ୍ଜି ନାହିଁ କି ସାର୍ଟ ନାହିଁ ହାତରେ ରୂପାର ବଳା । କାନରେ ନୀଳ ରଙ୍ଗର କାଚଜଡ଼ିତ ସୁନାର ଫୁଲ । ଆଙ୍ଗୁଠିରେ ରୂପାର ମୁଦି । ପାଦ ଲଙ୍ଗଳା ।

ସ୍କୁଲ୍‌ରେ ପହଞ୍ଚି ନାଁ ଲେଖାଇ ସାରିଲା ପରେ ବାପା, ଭାଇ ଘର ଛାଡ଼ିଗଲା ବେଳକୁ ବସନ୍ତ ବାବୁଙ୍କର ଭେମ୍ବାରଡ଼ି । ସେଦିନ ରାତିର ଭୋଜନ ହେଲା ବାରପ୍ରକାରର ମିଶାମିଶି ଚାଉଳରେ ରନ୍ଧା ଭାତ, ମଶୁରି ଡ଼ାଲି ଆଉ ମଟର ଝୋଳ । 

ତାହା ପରଦିନ ସକାଳୁ ଉଠି ଶଉଚ ପାଇଁ ଯିବାକୁ ପଡ଼ିଲା ପାଖର ସୁବର୍ଣ୍ଣରେଖା ନଈକୁ । ପାଣି ଯାଇଁ ଶହେ ହାତ ତଳେ ଗାଧୁଆ, ଶୌଚ ଓ ବଗିଚା କାମର ପାଣି ପାଇଁ ଏଠାକୁ ଯିବାକୁ ପଡ଼ୁଥିଲା । 

ବସନ୍ତ ବାବୁଙ୍କର ସୌଭାଗ୍ୟକୁ ହନ୍ତସନ୍ତ ହେବାକୁ ପଡ଼ିଲା ନାହିଁ । ପିଲାଙ୍କର ଦେହ ଖରାପ ହେଲେ ହେଡ଼୍ ପଣ୍ଡିତ ବୈକୁଣ୍ଠନାଥ ମିଶ୍ର ବାପା ମାଙ୍କଠାରୁ ବଳି ସେବା ଶୁଶ୍ରୁସା କରନ୍ତି । 

ଶୀର୍ଷାରେ ଭଲ ପଢ଼ୁଥିଲେ ସୁଦ୍ଧା ତଥା ସହପାଠୀ ଓ ଶିକ୍ଷକମାନେ ଭଲ ପାଉଥିଲେ ମଧ୍ୟ ଥରେ ପାନ୍ଧଡ଼ା ଆସିଲେ ଶତପଥୀଏ ଆଉ ଶୀର୍ଷାକୁ ନ ଗଡ଼ନ୍ତି । ଗଲାବେଳକୁ ବାଲିଙ୍ଗି ଦେଖେଇଲେ ବାପାଙ୍କର ଧମକାଣ ଖାଇ ଶେଷକୁ ବିଦାୟ ନିଅନ୍ତି ।

ଶୀର୍ଷାରେ ପଢ଼ୁଥିଲାବେଳେ ବସନ୍ତ ବାବୁ ପ୍ରଥମ ଥର ପାଇଁ ନାଟକ ଦେଖିଲେ । ଦେଖିଥିବା ପ୍ରଥମ ନାଟକ ଦୁଇଟି ହେଲା କୋଣାର୍କପର୍ଶୁରାମ ମାତୃହତ୍ୟାକଳଗାଉଣା ବି ପ୍ରଥମ ଥର ପାଇଁ ସେଇଠେଇଁ ଶୁଣିଲେ । 

ହେଲେ ସେଠି ଖାଇବା ପିଇବାରେ ଭାରି ଅସୁବିଧା । ପନିପରିବା କିଛି ମିଳେ ନାହିଁ । ଖାଲି କୁନ୍ଦୁରି, ବାଇଗଣ ଓ ଆଳୁ । ସକାଳ ଜଳଖିଆ ହେଲା ନିରୋଳା ମୁଢ଼ି । ତାହା ପୁଣି ବାସି, ସେମେଟା, ଗନ୍ଧିଆ, ଯାହାକୁ ବିନା ଦୁଧ କି ଦହିରେ ଖାଇବାକୁ ପଡେ଼ । 

ସ୍କୁଲ୍ ଛୁଟି ହେଲାବେଳକୁ ଭୋକ । ହେଲେ ବାଘ ଭଳି ଭୋକ ସହିତ ଡାଲିପାଣି ଆଉ କୁନ୍ଦୁରି ସିଝା ନଗେଇ ବଗଡ଼ା ଭାତ ଖାଇବାକୁ ମନ ଡାକେ ନାହିଁ । ଅନେକ ସମୟରେ କିଣି ଲଙ୍କା ମରିଚ ସହ ମୁଢ଼ି ଆଉ ସୋଲାଭଜା ଖିଆଯାଏ । 

ଶନିବାରେ ଓ ମଙ୍ଗଳବାରେ ଦିନ ପରମା ଓ ରାଜୁ ଗୁଡ଼ିଆ ମିଠେଇ ପସରା ଧରି ଆସନ୍ତି । ସେଦିନ ଖାଇବାଟା ଟିକେ ଜମେ । ଦୁଇ ପଇସାରେ ଯୋଡ଼ିଏ ବଡ଼ ବଡ଼ ଜିଲାପି ଜଳଖିଆ ଭାବରେ ଖାଇଦେଲେ ଭାତ ଖାଇଲା ବେଳ ଯାଏଁ ଟାଣି ହୋଇଯାଏ

ପାଞ୍ଚ ଟଙ୍କା ବୃତ୍ତି । ସେଥିରୁ ଦୁଇ ଟଙ୍କା ମେସ୍ ଖର୍ଚ୍ଚ । ଟଙ୍କାଏ ଟିଉସନ ପାଇଁ । ଆଉ ଟଙ୍କାକର ଜିଲାପି । ମିଠା ଖାଇ ଖାଇ ଶୀର୍ଷା ଛାଡ଼ିଲା ବେଳକୁ ଦେହସାରା କାଛୁ । 

ମାଇନର ସରିଲା ଓ ତା'ପରେ ଶତପଥୀଏ ଯାଆନ୍ତି ବାରିପଦା ହାଇସ୍କୁଲ ପଢ଼ା ପାଇଁ । ହେଲେ ତାହା ଆଉ ଏକ ଉପାଖ୍ୟାନ ।

ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟିର ଉପାଦାନ ୨୦୦୮ ମସିହାରେ ପ୍ରକାଶିତ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ 'ମନେପଡ଼େ' ରୁ ସ‌ଙ୍ଗୃହିତ । ବହିଟିର ସମ୍ପାଦକ ହେଲେ ସୁମନ୍ୟୁ ଶତପଥୀ ଓ ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ଛାପିଥିଲେ । 

Tuesday, April 15, 2025

Tell the truth 

Ramakanta Samantaray

Translated by Sailen Routray

Sun setting behind a wild mute swan at Lake Geneva
Photo credit: commons.wikimedia.org/Giles Laurent

The flower had bloomed.
The flower, after blooming, had withered.
True.

The flower had bloomed,
was lost after withering and falling off.
So, even its smell has disappeared from the garden,
that's untrue. 

Do not tell me lies.

The front door is closed.
The window on the wall is shut.
Darkness fills the house.
True.

That inside the arrested darkness
held by by the closed door and the shut window
light is not sitting with its legs crossed,
that's untrue.

Do not tell me lies.

The friend who had come 
into the house 
went back following the same path.
True. 

The man who had come
into the house
is exactly the same one who went out,
that's untrue.

Do not tell me lies.

Now tell me, who is that man?
You or I?
Only this once, please tell the truth.

Do not tell lies.

Note: The Odia original of this translated poem is sourced from the poetry collection 'Asaranti rekhachitra', published in 2022 by Bhubaneswar-based publication house Barsha Publication. The poet Ramakanta Samantaray, born in 1972, has studied painting at the Bibhuti Kanungo College of Art and Craft (Bhubaneswar), and Odia Literature and Language at the Utkal University (Bhubaneswar). His doctoral work was a meditation on contemporary theatre in Odia. With this combination of literature, language, and the visual arts, he has been constantly working to create hybrid narratives. Apart from being a painter, he has also published fifteen books, including collections of poems and short stories, and novels. He has written and published articles on art, artists, and monographs in Odia. He presently lives and works in Bhubaneswar. 

Tuesday, April 8, 2025

ପୁଷ୍ପ ବର୍ଗ ୧୪

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ

ଶାକ୍ୟମୁନି ବୁଦ୍ଧ (ଜାପାନୀ ଚିତ୍ରକଳା) 
ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ୍, ନ୍ୟୁ ୟର୍କ୍
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଏଚ୍‌. ଓ. ହାୱେମେୟର୍ ସଙ୍ଗ୍ରହ

ଓଡ଼ିଆ ପଦ୍ୟାନୁବାଦ

ସେହିପରି ଯେଉଁ ବ୍ୟକ୍ତି ଶୀଳଯୁକ୍ତ ହୋଇ
ପରମାଦ ଶୂନ୍ୟ ହୋଇ ବିହାର କରଇ । ।

ସମ୍ୟକଜ୍ଞାନକୁ ପ୍ରାପ୍ତ ବିମୁକ୍ତ ସେ ଜନେ
ନ ଲଭଇ ମାର ଜାଣ ହେଳେ କଦାଚନେ ।।

ମୂଳ ପାଲି ପଦ

ତେସଂ ସମ୍ପନ୍ନସୀଳାନଂ ଅପ୍ପମାଦବିହାରିନଂ
ସମ୍ମଦଞ୍ଞାବିମୁତ୍ତାନଂ ମାରୋ ମଗ୍ଗଂ ନ ବିନ୍ଦତି ।।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...