Sunday, September 19, 2021

ଜୟ ଜୟ ଜଗନ୍ନାଥ କରୁଣା ସାଗର


ଭଜନକାର - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଜୟ ଜୟ ଜଗନ୍ନାଥ କରୁଣା ସାଗର ।
ଜୟ ନୀଳଗିରିନାଥ କମଳାର ବର । ୦।

ପତିତପାବନ ବାନା ଅଧିକାରୀ ସେହି ।
ଯେହୁ ନେତ ଦରଶନେ ପାପ ଯାଏ ଦହି । ୧।

ଆଦିଗନ୍ତ ଚରାଚର ମାନଚିତ୍ର ଯା'ର ।
ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨

ନ ଯିବି ଶିରିଡ଼ି, ନ ଗମିବି ତିରୁପତି ।
ଏକା ଶିରିକ୍ଷେତ୍ର ଅ଼଼ଟେ ଅଗତିର ଗତି । ୩।

ସେହି ଦୁର୍ଗା, ହର, ଗଣପତି, ଦିବାକର ।
ତା'କୁ ଅରପିଲେ ପୂଜା ପା'ନ୍ତି ସର୍ବ ସୁର । ୪।

ମାଗଇ ସିଲୁ ରାଉତ ବେନି କର ଯୋଡ଼ି ।
ନିଖିଳ ବିଶ୍ୱର ସବୁ କ୍ଲେଶ ଯାଉ ଛିଡ଼ି । ୫। 

8 comments:

  1. ସୁନ୍ଦର ହେଇଛି, ଜଗନ୍ନାଥଙ୍କ ଆଶର୍ବାଦ ସବୁବେଳେ ଥାଉ।

    ReplyDelete
    Replies
    1. ଧନ୍ୟବାଦ । ଜଗା ଆପଣଙ୍କୁ ଘଣ୍ଟ ଘୋଡ଼ାଇ ଚକ୍ର ଆଢ଼ୁଆଳରେ ରଖୁ ।

      Delete
  2. Wow.. this was a fantastic rendition.. spontaneous .. lively..

    ReplyDelete
    Replies
    1. ଭାଇ, ଆପଣଙ୍କୁ ଭଲ ଲାଗିଲା ଜାଣି ଧନ୍ୟ ହେଲି । ପ୍ରଣାମ ।

      Delete
  3. ବହୁତ ସୁନ୍ଦର ଅନ୍ତର ର ସ୍ଵର

    ReplyDelete
    Replies
    1. ଧନ୍ୟବାଦ ଆଜ୍ଞା । ପ୍ରଣାମ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....