Thursday, August 8, 2024

ପୁଷ୍ପ ବର୍ଗ ୧-୨

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଓଡ଼ିଆ ପଦ୍ୟାନୁବାଦ

ଇହଲୋକେ, ଦେବଲୋକେ, ଯମଲୋକେ ପୁଣ
ଯେଉଁ କୁଶଳ ମାନବ ଅଟଇ ଉତ୍ତମ 
ଧର୍ମପଦେ ପୁଷ୍ପ ସମ କରିବ ଚୟନ ।୧।  

ଶିକ୍ଷାର୍ଥୀ କରିବ ଧରା, ଦେବଲୋକ ଜୟ
ଯମଲୋକକୁ ପୁଣ ସେ କରିବ ବିଜୟ
ଧର୍ମପଦେ ପୁଷ୍ପ ସମ କରିବ ଆଶ୍ରୟ ।୨।  

ମୂଳ ପାଲି ପଦ

ଇ ଇମଂ ପଠବିଂ ବିଜେସ୍ସତି ଯମଲୋକଞ୍ଚ ଇମଂ ସଦେବକଂ
କୋ ଧମ୍ମପଦଂ ସୁଦେସିତଂ କୁସଳୋ ପୁପ୍ଫମିବ ପଚେସ୍ୱତି ।୧।

ସେଖୋ ପଠବିଂ ବିଜେସ୍ୱତି ଯମଲୋକଞ୍ଚ ଇମଂ ସଦେବକଂ 
ସେଖୋ ଧମ୍ମପଦଂ ସୁଦେସିତଂ କୁସଳୋ ପୁପ୍ଫମିବ ପଚେସ୍ସତି ।୨।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...