Sunday, June 8, 2025

ବାଳ ବର୍ଗ ୪

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ

ସାରନାଥର ବୁଦ୍ଧ ଧର୍ମଚକ୍ର ପ୍ରବର୍ତ୍ତନ କରିଥିବା ସ୍ଥାନରେ ସ୍ଥାପିତ ବୌଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଓଡ଼ିଆ ପଦ୍ୟାନୁବାଦ

ମୂର୍ଖ ହୋଇ ବୁଝେ ଯିଏ ନିଜ ବାଲ୍ୟଭାବ
ପଣ୍ଡିତ ଭାବେ ସେତିକି ତାହାକୁ ବୁଝିବ ।
ଯେଉଁ ମୂର୍ଖ ନିଜକୁ ପଣ୍ଡିତ ମଣିଥାଇ
ପ୍ରକୃତରେ ଅପଗଣ୍ଡ ତାହାକୁ ବୋଲାଇ ।୪। 

ମୂଳ ପାଲି ପଦ

ଯୋ ବାଳ ମଞ୍ଞତୀ ବାଲ୍ୟଂ ପଣ୍ଡିତୋ ବାପି ତେନ ସୋ ।
ବାଳୋ ଚ ପଣ୍ଡିତମାନୀ ସ ବେ ବାଳୋ'ତି ବୁଦ୍ଦତି ।।
ୟୋ ବାଳ ମନ୍ୟତେ ବାଲ୍ୟଂ ପଣ୍ଡିତୋ ବାପି ତେନ ସଃ ।
ବାଳଶ୍ଚ ପଣ୍ଡିତମାନୀ ସ ବୈ ବାଳଃ ଇତି ଉଚ୍ୟତେ ।୪।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

ବାଳ ବର୍ଗ ୬ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ସାଞ୍ଚିର ବୌଦ୍ଧ ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ ଓଡ଼ିଆ ପଦ୍ୟାନ...