Sunday, February 15, 2026
Sunday, February 8, 2026
ବାଳ ବର୍ଗ ୯
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଅଜନ୍ତାର ଚତୁର୍ଥ ଗୁମ୍ଫାରେ ବୋଧିସତ୍ତ୍ୱମାନଙ୍କ ଦ୍ୱାରା ପରିବେଷ୍ଟିତ ବୁଦ୍ଧ ମହାରାଷ୍ଟ୍ରର ଔରଙ୍ଗାବାଦ (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ନିଶ୍ଚିତ ଭାବରେ ତାହା କର୍ତ୍ତବ୍ୟ ଅଟଇ ।
ବିପାକ ଫଳକୁ ଯା' ପ୍ରସନ୍ନଚିତ୍ତ ହୋଇ
ଉତ୍ତମ ମନରେ ଭୋଗ କରିତେ ପଡ଼ଇ ।୯।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।
Sunday, February 1, 2026
That uncreated wind moves
Bhima Bhoi
Translated by Sailen Routray
![]() |
| The arched jali of Humayun's Tomb featuring a 6-fold Islamic geometric pattern Photo credit: https://commons.wikimedia.org/Hu741f4/ |
Thursday, January 22, 2026
ବିଂଶ ଶତାବ୍ଦୀର ତିରିଶ ଦଶକର ପୁରୀରେ ପଢ଼ାପଢ଼ି
ଶୈଲେନ ରାଉତରାୟ

ପୁରୀ ସହରର ଏକ ଜରାଜୀର୍ଣ୍ଣ କୋଠା
ଫଟୋ କ୍ରେଡ଼ିଟ୍ - ପିନାକ ପାଣି
୧୯୩୫ ମସିହାରେ ସର୍ବେଶ୍ୱର ଦାଶଙ୍କର ଡେପୁଟି ବାପାଙ୍କର ପୁରୀ ବଦଳି ହେଲା । ସେ ପୁରୀର ଟ୍ରେଜେରି ଅଫିସର ଭାବରେ ଜଏନ କଲେ । ସେତେବେଳେ ଜାନୁଆରୀ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେଉଥାଏ । ସର୍ବେଶ୍ୱର ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ଯୋଗ ଦେଲେ । ତାହା ସହ ରାମକୃଷ୍ଣ ପାଠାଗାରର ସଦସ୍ୟ ମଧ୍ୟ ବନିଲେ । ପିଲାବେଳଠୁଁ ସେ ଇଂରାଜୀରେ ଆଗ୍ରହୀ ଥିଲେ । ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।
ସପ୍ତମ ଶ୍ରେଣୀରେ ତାଙ୍କର ପାଖ-ସିଟ୍ ବସା ସାଙ୍ଗ ଥିଲେ, ରବୀନ୍ଦ୍ର କୁମାର ମିତ୍ର । ତାଙ୍କଠାରୁ ବଙ୍ଗଳା ଲେଖିପଢ଼ି ଶିଖିଲେ ଓ ବହୁତ ବଙ୍ଗଳା ବହି, ଯଥା, ‘ଯଖେର ଧନ’, ‘ଆବାର ଯଖେର ଧନ’ ପରି ରୋମାଞ୍ଚକର ପୁସ୍ତକ ତଥା ‘ମୌଚାକ’ ଆଦି ବଙ୍ଗଳା ପତ୍ରିକା ପଢ଼ା ଆରମ୍ଭ ହେଲା । ପୁରୀରେ ଦାଶଙ୍କ ନନା ‘ବ୍ରହ୍ମବିଦ୍ୟା’ ପତ୍ରିକାଟି ମଗାଉ ଥାଆନ୍ତି । ତାହା ମଧ୍ୟ ନିୟମିତ ପଢ଼ା ହୁଏ ।
ଅଷ୍ଟମ ଶ୍ରେଣୀର ଆରମ୍ଭରେ ଏହି ପତ୍ରିକାର ସମ୍ପାଦକ କୁଳଦାପ୍ରସାଦ ମଲ୍ଲିକ ପୁରୀ ଆସି ଜିଲ୍ଲା
ସ୍କୁଲ ହଲରେ କୁହୁକ ଲଣ୍ଠନ ସହିତ ‘ଯୁଗେ ଯୁଗେ ଭାରତ’ ଶୀର୍ଷକରେ ଗୋଟିଏ ବତ୍କୃତା
ଦେଲେ । ଏହି ହଲଟି ବର୍ତ୍ତମାନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କଲେଜ ହଲ ନାମରେ ନାମିତ ।
କୁହୁକ ଲଣ୍ଠନ (ମାଜିକ୍ ଲାଣ୍ଟର୍ନ) ବୋଇଲେ, ସେହି ଯନ୍ତ୍ରଟି
ଭିତରେ ଚିତ୍ରଟିଏ ରଖି ଭିତର ଦୀପଟି ଜାଳିବାକୁ ପଡ଼େ
। ତାହା ପରେ ଆଗରେ ରଖା ହୋଇଥିବା ପରଦାଟି ଉପରେ ସେହି ଚିତ୍ରଟି ବଡ଼ ଆକାରରେ ଦେଖାଯାଏ
।
‘ଯୁଗେ ଯୁଗେ ଭାରତ’ ବତ୍କୃତାଟିରେ ମଲ୍ଲିକ ବାବୁ ଭାରତୀୟ ସନ୍ଥ ପରମ୍ପରା ବିଷୟରେ ବିଷଦ ଆଲୋଚନା କଲେ । ଏହା ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ଏହା ପରେ ସେ ରାମକୃଷ୍ଣ ମିଶନ ପ୍ରତି ଆକର୍ଷଣ ଅନୁଭବ କରି ତାହାର ପୁରୀରେ ଥିବା ଗ୍ରନ୍ଥାଗାରର ସଦସ୍ୟ ବନିଲେ । ସେଠି ଥିବା ଧର୍ମ ଓ ଆଧ୍ୟାତ୍ମିକତା ବିଷୟର ବହିମାନ, ଯଥା ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଜୀବନୀ ଇତ୍ୟାଦି ପଢ଼ିବାକୁ ଲାଗିଲେ । ଏହା ସହ ଲାଇବ୍ରେରିକୁ ଆସୁଥିବା ‘ମଡର୍ଣ୍ଣ ରିଭ୍ୟୁ’ ଆଉ ‘ଇଣ୍ଡିଆନ ରିଭ୍ୟୁ’ ପରି ପତ୍ରିକା ମଧ୍ୟ ପଢ଼ିବା ଆରମ୍ଭ ହେଲା ।
ଘରେ ବେଦ, ଉପନିଷଦ, ଗୀତା ଓ ଭାଗବତ ଇତ୍ୟାଦି ଥାଏ । ମୂଳ ଉପନିଷଦ ସହିତ ସଂସ୍କୃତ ଓ ବଙ୍ଗଳା ଟୀକା ଓ ଅନୁବାଦ ମଧ୍ୟ ଥାଏ । କିଛି ବୁଝା ପଡ଼େ । କିଛି ପଡ଼େନି । ହେଲେ ପଢ଼ା ଜାରି ରହେ । ଘରେ ଅନେକ ସମୟରେ ଓଡ଼ିଆ ଭାଗବତର ପାରାୟଣ ଶୁଣିବାକୁ ମିଳେ । ସର୍ବେଶ୍ୱର ବାବୁଙ୍କ ନନା ତ ଘରକୁ ‘ଷ୍ଟେଟ୍ସ୍ମ୍ୟାନ୍’ ଖବରକାଗଜ ମଗାଉଥିଲେ । ୧୯୩୬ ମସିହାର ଡିସେମ୍ବର ମାସରୁ ତାହା ମଧ୍ୟ ପଢ଼ିବାକୁ ଛାତ୍ର ସର୍ବେଶ୍ୱର ଆରମ୍ଭ କଲେ । ଏହା ଛଡ଼ା ଘରେ ଥିବା ‘ବୋଉ’, ‘ଗୋବର ଗୋଟେଇ’ ଓ ‘ମଲା ଜହ୍ନ’ ପରି ଓଡ଼ିଆ ଉପନ୍ୟାସ ତଥା କେତେକ ସଂସ୍କୃତ ନାଟକ ଯଥା ‘ବିକ୍ରମୋର୍ବଶୀୟମ’ର ଓଡ଼ିଆ ଅନୁବାଦ, ରାଧାନାଥ ଓ ମଧୁସୂଦନ ଗ୍ରନ୍ଥାବଳୀ ତଥା ଗଙ୍ଗାଧର ମେହେରଙ୍କର ଲେଖା ମଧ୍ୟ ସେ ପଢ଼ିଲେ ।
ଘର ପାଖରେ ରହୁଥାଆନ୍ତି ପୁରୀ ଜିଲ୍ଲା ସ୍କୁଲର ଯୁବ ଇଂରାଜୀ ଶିକ୍ଷକ ପିତାମ୍ବର କର । ଇଂରାଜୀ ସାହିତ୍ୟ ପଠନ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ଆଗ୍ରହ ଥିଲା । ତାଙ୍କଠାରୁ ଆଣି ଐତିହାସିକ ନାଟକ ଲେଖୁଥିବା ବଙ୍ଗାଳୀ ନାଟ୍ୟକାର ଦ୍ୱିଜେନ୍ଦ୍ର ଲାଲ ରାୟଙ୍କର ଗ୍ରନ୍ଥାବଳୀ, ଗିରିଷ ଘୋଷଙ୍କର ନାଟକମାନ ପଢ଼ିଲେ । ଏହା ସହ ନାନୀ ପଦ୍ମାବତୀ ଦେବୀଙ୍କ ଠାରୁ ଆଣି ବଙ୍କିମଚନ୍ଦ୍ର ଗ୍ରନ୍ଥାବଳୀ, ନିରୂପମା ଦେବୀ ଓ ଅନୁରୂପା ଦେବୀଙ୍କ ଲେଖା, ଇଶ୍ୱରଚନ୍ଦ୍ରଙ୍କ ଜୀବନୀ ତଥା ଶରତଚନ୍ଦ୍ରଙ୍କ ଉପନ୍ୟାସମାଳା ବି ପଢ଼ା ହେଲା ।
ଏସବୁ ମାନବିକ ମୂଲ୍ୟବୋଧର ସୂକ୍ଷ୍ମ ଚେତନା ତାଙ୍କ ଭିତରେ ସୃଷ୍ଟି କଲା । ନବମ କି ଦଶମ ଶ୍ରେଣୀରେ ପଢ଼ା ଆରମ୍ଭ ହେଲା ରବି ଠାକୁରଙ୍କର କବିତା, ଯାହା ତାଙ୍କର କିଶୋର ପ୍ରାଣରେ ସୃଷ୍ଟି କଲା ଭାବର ପ୍ଲାବନ । ‘ଗୀତାଞ୍ଜଳି’ ଗୋଟିଏ ସନ୍ଧ୍ୟାରେ ସାରିଦେଲେ । ଠାକୁରଙ୍କ ପ୍ରଭାବରେ ଆରମ୍ଭ କଲେ ବଙ୍ଗାଳି ଭାଷାରେ କବିତା ଲେଖା । ନାନୀଙ୍କ ଘରେ ବଙ୍ଗାଳୀ ବହି ଛଡ଼ା ଅନେକ ଓଡ଼ିଆ ବହି, ଯଥା କାଳିନ୍ଦୀ ପାଣିଗ୍ରାହୀଙ୍କର ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’ ଆଦି ମଧ୍ୟ ଥିଲା । ସେଗୁଡ଼ିକ ବି ପଢ଼ା ହେଲା ।
ସେତେବେଳେ ମାୟାଧର ମାନସିଂହଙ୍କର ‘ଧୂପ’ ଚହଳ ସୃଷ୍ଟି କରିଥାଏ । ହେଲେ ରକ୍ଷଣଶୀଳମାନେ ବହିଟି ଉପରେ ନାକ ଟେକୁଥାଆନ୍ତି । ଏଣୁ ବହିଟି ପଢ଼ା ହେଲା ଘରର ଛାତ ଉପରେ, ଲୁଚିଲୁଚି । ଏମିତି ପଢ଼ିପଢ଼ି ଯେଉଁ ୠଚିଟି ତିଆରି ହେଲା, ତାହା ପରେ ନିର୍ମାଣ କଲା ବିଦଗ୍ଧ ସାହିତ୍ୟ ଶିକ୍ଷକ ସର୍ବେଶ୍ୱର ଦାଶଙ୍କୁ ।
ବି.ଦ୍ର.: ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ । ଏଇ କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।
Thursday, January 15, 2026
Beyond suffering and happiness
Sailen Routray
![]() |
Thursday, January 8, 2026
ବାଳ ବର୍ଗ ୮
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଇଣ୍ଡୋନେସିଆର ଯବ ଦ୍ୱୀପର ପ୍ରଜ୍ଞାପାରମିତାଙ୍କର ପ୍ରତିମୂର୍ତ୍ତି ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
Thursday, January 1, 2026
That effulgent radiance
Bhima Bhoi
Translated by Sailen Routray
![]() |
| Photo credit: commons.wikimedia.org/Mayooranathan |
Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics.
The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...
-
ରେଭେନ୍ସାର ଖାନା ଶୈଲେନ ରାଉତରାୟ ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ଦିନ ଥିଲା, କଲେଜେ କହିଲେ ନୋକେ ...
-
Bou’s Saree Chirashree Indrasingh Translated by Sailen Routray The old Jewish cemetery near Heinsheim, Bad Rappenau , German Photo Credit ...
-
Why I am no longer ashamed of being called a blogger Sailen Routray Boy under waterfall in Phu Sang National Park, Thailand https://commons....




.jpg)
