ବାଳ ବର୍ଗ ୮
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଇଣ୍ଡୋନେସିଆର ଯବ ଦ୍ୱୀପର ପ୍ରଜ୍ଞାପାରମିତାଙ୍କର ପ୍ରତିମୂର୍ତ୍ତି ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଓଡ଼ିଆ ପଦ୍ୟାନୁବାଦ
ଯେଉଁ କାମ କରି ଜଣେ ହୁଏ ଅନୁତପ୍ତ
ନିଶ୍ଚିତ ଭାବରେ ତାହା ନୁହଇଁ କର୍ତ୍ତବ୍ୟ ।
ବିପାକ ଫଳକୁ ଯା'ର ଅଶ୍ରୁମୁଖ ହୋଇ
ରୋଦନ କରିଣ ଭୋଗ କରିତେ ପଡ଼ଇ ।୮।
ମୂଳ ପାଲି ପଦ
ନ ତଂ କମ୍ମ କତଂ ସାଧୁ ଯଂ କତ୍ୱା ଅନୁତପ୍ପତି ।
ଯସ ଅସ୍ୱୁମୁଖୋ ରୋଦଂ ବିପାକଂ ପଟିବେସତି ।।
ନ ତତ୍ କର୍ମ୍ମ କୃତଂ ସାଧୁ ୟତ୍ କୃତ୍ୱା ଅନୁତପ୍ୟତେ ।
ୟସ୍ୟ ଅଶ୍ରୁମୁଖୋ ରୁଦନ୍ ବିପାକଂ ପ୍ରତିସେବତେ ।୮।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।
.jpg)
No comments:
Post a Comment