Wednesday, January 20, 2021

କବିତା - 'କେବଳ, ନଈର ଏଇ କୂଳରେ'

କବି - ବିନୋଦ କୁମାର ଶୁକ୍ଲା

ଅନୁବାଦକ - ଶୈଲେନ ରାଉତରାୟ


ସୁଇଜରଲାଣ୍ଡ ଦେଶର ଗୁଆର୍ଦାରେ ଏକ ଘରର କବାଟ (ୱିକିମିଡିଆ କମନ୍ସ୍)

କେବଳ, ନଈର ଏଇ କୂଳରେ
ବା, କେବଳ ସେଇ କୂଳରେ
ବା, ମଝିନଈରେ ହିଁ ପୂରା ସେ
ପ୍ରେମରେ ନଈକୁ ବୁଝି ହୁଏନା 
ନଈରେ ଭିଜିଲେ
ଲାଗେ
ବରଷାରେ ଭିଜିଲି
ବିନା ଛତାରେ
ଯେବେ କେବେ ଟହଲିବାକୁ ବାହାରିଲି
ବଢ଼ିରେ ବୁଡ଼ିଯାଇଥିବା ଓଲଟ ନଉକାର
ଛାତ ତଳେ
ଆମର ବସା ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

4 comments:

  1. Binod shukla ji prose poem ke liye kafi famous he, apne unke kabita anubad karke Sarahniya kaam kiye. Dhanyabad

    ReplyDelete
    Replies
    1. ବିନୋଦ ଶୁକ୍ଲାଙ୍କୁ ଏଇ କିଛି ଦିନ ହେଲା ହିଁ ମୁଁ ପଢ଼ୁଚି । ଯେତେ ପଢ଼ୁଚି, ସେତେ ବେଶି ସେ ଭଲ ଲାଗୁଚନ୍ତି - ଆମ କୋଳାହଳମୟ ଜୀବନର ବିଷକୁ କାଟୁକରୁଥିବା ବିଶଲ୍ୟକରଣୀ ପରି । ଜଣେ ସହପାଠକଙ୍କୁ ପାଇ ଖୁସି ଲାଗିଲା ।

      Delete

That uncreated wind moves Bhima Bhoi Translated by Sailen Routray The arched jali of Humayun's Tomb featuring a 6-fold Islamic geometric...