Sunday, July 4, 2021

ଭଜନ - 'ରଥ ଯାତରା'

ଭଜନକାର - ଶୈଲେନ ରାଉତରାୟ


ଗୋରଖତ୍ରିର ଯୋଗୀମାନଙ୍କ ପାଖକୁ ବାବରଙ୍କର ୧୫୧୯ ମସିହାରେ ଯାତ୍ରା
ଚିତ୍ରକର - କେସୁ ଖୁର୍ଦ୍ଦ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଜଗା ଜଗା ବୋଲି ଯାହାକୁ ଖୋଜୁଚୁ ଦାରୁରେ ମିଳିବେ କାହିଁ ।
ଚେତନ ବସ୍ତୁକୁ ଜଡ଼ରେ ଖୋଜିଲେ ପାଇବୁ କି ମୁଢ଼ ତହିଁ ।୦।

ଦେହ ତୋ'ର ଅଟେ ନନ୍ଦିଘୋଷ ରଥ, ପଞ୍ଚେନ୍ଦ୍ରିୟ ତା'ର ଘୋଡ଼ା ।
ବୁଦ୍ଧି ତୋ' ସାରଥୀ, କଉଶଳ କରି, ମନର ଲଗାମ ଚଢ଼ା ।୧।

ନିଜେ ରଥସ୍ୱାମୀ, ଅସାଧନା ମାର୍ଗ ଅଟଇ ତୋ' ବଡ଼ଦାଣ୍ଡ ।
ନିରତେ ଭଜିଲେ ଦରଶନ ହେବ ପିଣ୍ଡ ଭିତରେ ବ୍ରହ୍ମାଣ୍ଡ ।୨।

ତୁହି ରଥ ତୁହି ପଥ, ତୁହି ନଦୀ ନଉକା ବି ଅଟୁ ତୁହି ।
ଏତିକି ଜାଣିଲେ ସଂସାରୁ ତରିବୁ, ସିଲୁ ରାଉତ ଯେ କହି ।୩।

6 comments:

  1. Replies
    1. ଧନ୍ୟବାଦ ଭାଇ । ପ୍ରଣାମ ।

      Delete
  2. ବହୁତ ସୁନ୍ଦର ।

    ReplyDelete
    Replies
    1. ପଢ଼ିବା ପାଇଁ ଆଉ ଆପଣଙ୍କର ଉତ୍ସାହବର୍ଦ୍ଧକ ମତାମତ ପାଇଁ ଧନ୍ୟବାଦ । ନମସ୍କାର ।

      Delete
  3. Right. Kou pathara murti god ki godess nuhanti nija karmare hni Sabu achhi.

    ReplyDelete
    Replies
    1. ଆପଣଙ୍କର ମତାମତ ପାଇଁ ଧନ୍ୟବାଦ । କିନ୍ତୁ ଈଶ୍ୱର ଯଦି ସବୁଠାରେ ଅଛନ୍ତି, ତାହାହେଲେ କାଠପଥରରେ ବି ଅଛନ୍ତି । ପ୍ରଣାମ ।

      Delete

ତେଲ , ଅଫିମ ତଥା ଔପନିବେଶବାଦ:  ଏକ ଭିନ୍ନ ପଠନ ଶୈଲେନ ରାଉତରାୟ ଏହି ପ୍ରବନ୍ଧଟି ଦୁଇଟି ବହିର ଆଲୋଚନା ଉପରେ ପର୍ଯ୍ୟବେଶିତ । ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ନନ୍-ଫି...