Sunday, October 16, 2022

ଜ୍ଞାନଭକ୍ତି ଭଜନ - 'ଆରେ ହାଟୁଆରେ'

ଭଜନକାର - ଶୈଲେନ ରାଉତରାୟ


ଆମେଥିଷ୍ଟ୍ ଡିସିଭର୍ ଛତୁ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଡୋମିନିକସ୍ ଜୋହାନ୍ନେସ୍ ବେର୍ଗ୍ସ୍‌ମା

ଆରେ ହାଟୁଆରେ ହାଟ ତୋ'ର ଗଲା ସରି
ଘରକୁ ଫେରିବା ପାଇଁ ପାଟ ହୁଅ ପାରିରେ ।୦।

ହାଟରେ ମାତିଣ ତୁହି ବେଳ କଲୁ ଯୁର
ଫେରିବା ବାଟରେ ଅଛି ଅନେକ ହୁନ୍ଦରରେ ।୧।

ପାଟରେ ଜଳ ବହୁତ ଥଳ ଦିଶୁ ନାହିଁ 
ଜଗନ୍ନାଥ ନାମ ଗୋଟି ଲାଠି କର ତୁହିରେ ।୨।

ଭୋଦୁଅ ବରଷା ଆସେ ଈଶାଣରୁ ମାଡ଼ି 
ଜ୍ଞାନର ପଖିଆ ତୁହି ପଛେ ଥାଆ ଭିଡ଼ିରେ ।୩।

ପଥ ବଡ଼ ଲମ୍ବ ତୋ'ର ପାଦ ଦୁଇ ଛୋଟ
ଗୁରୁବାଣୀ ହେଜ କଲେ ନ ରହିବ ମଠରେ ।୪।

ବାଟର ଜିନିଷ ଯଦି କାନ୍ଧେ ହୁଏ ଭାରି
ବିଲରେ ଫୋପାଡ଼ି କିଛି ଚିଜ ଯା' ବାହାରିରେ ।୫।

ଘରକୁ ଫେରିଲେ ସିନା ଯିବୁ ତୁହି ବଞ୍ଚି 
ରହିଚି କେ ଏ ମହୀରେ ହାଟୁଆଳି ସଞ୍ଚିରେ ।୬।

କହଇ ସିଲୁ ରାଉତ ହାଟ ସାରି ମୋର 
ଯିବି ଯିବି ନ ରହିବି ବସା କାହିଁ ଦୂରରେ ।୭।

2 comments:

  1. Replies
    1. ସାର୍, ନମସ୍କାର । ଆପଣଙ୍କୁ ଭଲ ଲାଗିଲା ଜାଣି କୃତାର୍ଥ ହେଲି ।

      Delete

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...