Friday, April 7, 2023

ଫ୍ଲାଏଓଭର୍

ଶୈଲେନ ରାଉତରାୟ


ଆକାଶରୁ ରାତିରେ ଭୁବେନେଶ୍ୱରର ଦୃଶ୍ୟ (୨୦୧୯ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁମ ବିନା ମୋତେ ଏଇ ମାଉସୀମା ମନ୍ଦିର ଫ୍ଲାଏଓଭର ଶୂନଶାନ ଲାଗିବ । 
ତମେ ତ ଏମିତି କହୁଚ ଯେମିତି ଆମେ ଏଠି ଘର କରି ରହିଥିଲେ ।
ଘର ନ କଲେ କଅଣ ହେଲା, ଆମ ସ୍ମୃତି ତ ଏଠି ବସା ବାନ୍ଧିଚି ।
ତମ ଭଳିଆ ଛତରାର ତ କେତେ ଫ୍ଲାଏଓଭର ଉପରେ କାହା କାହା ସହ ବସା ।
ହଉ ।
କଅଣ ଖରାପ ଲାଗିଲା ! ତମର ତ ନାକ ଅଗରେ ରାଗ ।
ତୁମର ଏଠି ଫ୍ଲାଏଓଭର ତିଆରି ହେବା ପୂର୍ବର ଚେକ୍ ଗେଟ୍ ରାସ୍ତା କଥା ମନେ ଅଛି ?
ନା । ତମର ?
ହଁ । ତୁମ ମୁଣ୍ଡ ପଛରେ ସୂର୍ଯ୍ୟ ଟାହିଆ ଭଳି ଦିଶୁଚି । ଏଇ ରଙ୍ଗର ଟିକିଲି ନାଇଲେ ତମକୁ ମାନନ୍ତା ।
ଟିକିଲି ପିନ୍ଧା ମୁହଁ ଦରକାର, ତ ଯାଅ କେଉଁ ଟୋକିକୁ ପଟାଅ ।
ସତେ ନା କଅଣ ! ତମେ ଦିଲ୍ଲୀ ଗଲା ପରେ କିଏ ଜାଣେ ।
ଏବେ ଜାଣ ସତ କହିଲ ।
ହଉ । ହେଲେ ତମେ ଗଲା ପରେ ମତେ ରବିବାରର ମାର୍କେଟ ବିଲ୍ଡିଂ ବି ଖାଁଖାଁ ଗୋଡ଼େଇବ ।

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....