Friday, December 1, 2023

ଚିତ୍ତ ବର୍ଗ ୧-୨

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଓଡ଼ିଆ ପଦ୍ୟାନୁବାଦ


ଚିତ୍ତ ଅଟଇ ସ୍ପନ୍ଦନଶୀଳ ଓ ଚପଳ 
ଚିତ୍ତର ରକ୍ଷା ଓ ନିବାରଣ ଯେ ଦୁଷ୍କର ।।
ମେଧାବୀ ଜନ ଏହାକୁ ସଳଖ କରନ୍ତି
ଇଷୁକାର ଯେମନ୍ତେ ନାରାଚ ନିର୍ମାଣନ୍ତି ।୧।

ଜଳପିପ୍ପିକା ଉଦକଗୃହୁ ଆକର୍ଷିତ 
ହୋଇ ଯେପରି ସ୍ଥଳରେ  ହୁଅଇ ନିକ୍ଷିପ୍ତ ।।
ସେହିପରି ଭାବରେ ଯେ ପୁଣ ଏହି ଚିତ୍ତ 
ମାରର ରାଜ୍ୟତ୍ୟାଗକୁ ହୁଅଇ ବ୍ୟଥିତ ।୨।

ମୂଳ ପାଲି ପଦ


ଫନ୍ଦନଂ ଚପଳଂ ଚିତ୍ତଂ ଦୁରକ୍ଖଂ ଦୁନ୍ନିବାରୟଂ ।
ଉଜୁଂ କରୋତି ମେଧାବୀ ଉସୁକାରୋ'ବ ତେଜନଂ ।୧।

ବାରିଜୋ'ବ ଥଳେ ଖିତ୍ତୋ ଓକମୋକତ ଭବ୍ଭତୋ ।
ପରିଫନ୍ଦତି'ଦଂ ଚିତ୍ତଂ ମାରଧେୟ୍ୟଂ ପହାତବେ ।୨। 

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

That effulgent radiance Bhima Bhoi Translated by Sailen Routray Photo credit: commons.wikimedia.org/Mayooranathan  That effulgent radiance d...