ବାଳ ବର୍ଗ ୧୩
ପାଲି ଧର୍ମପଦର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ବଜ୍ରଯୋଗିନୀ କେନ୍ଦ୍ରରେ ଥିବା ନରୋପା ପରମ୍ପରାର ବଉଧ ମଣ୍ଡଳ (୧୯ଶ ଶତାବ୍ଦୀ) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଓଡ଼ିଆ ପଦ୍ୟାନୁବାଦ
ଅପଗଣ୍ଡଟିର ଅଛି ଯାବତୀୟ ଜ୍ଞାନ ଅନର୍ଥର ପାଇଁ ଅଟେ ସେସବୁ ଜନମ । ଏସବୁ ଜ୍ଞାନ ତାହାର କରି ଶିରପାତସମସ୍ତ ଶୁଭ କର୍ମକୁ କରଇ ନିପାତ ।୧୩।
ମୂଳ ପାଲି ପଦ
ୟାବଦେବ ଅନର୍ଥାୟ ଜ୍ଞପ୍ତଂ ବାଳସ୍ୟ ଜାୟତେ ।ହନ୍ତି ବାଳସ୍ୟ ସୂତ୍କର୍ଷଂ ମୂର୍ଦ୍ଧାନମସ୍ୟ ବିପାତୟତ୍ ।୧୩।ଯାବଦେବ ଅନତ୍ଥାୟାଞତ୍ତଂ ବାଳସ୍ସ ଜାୟତି ।ହନ୍ତି ବାଳସ୍ୱ ସୁକ୍କଂସଂ ମୁଦ୍ଧମସ୍ୱ ବିପାତୟଂ ।୧୩।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:
Post a Comment