ମାର୍କସ ଅରିଲସଙ୍କର 'ବିଚାରମାଳା'
ଦ୍ୱିତୀୟ କାଣ୍ଡ: ସପ୍ତମ ଓ ଅଷ୍ଟମ ଅଧ୍ୟାୟ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଗ୍ରୀକ ଦାର୍ଶନିକ ଏପିକ୍ଟେଟସ (୫୦-୧୩୫ ଖ୍ରୀଷ୍ଟାବ୍ଦ) ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ସପ୍ତମ ଅଧ୍ୟାୟ
ତୁମେ ବାହାରର ଘଟଣାବଳୀ ଦ୍ୱାରା ବିଚଳିତ କି ? ତାହା ହେଲେ ନିଜେ କିଛି ସମୟ ଶାନ୍ତ ଜାଗାରେ ବିଶ୍ରାମ କର । ଏହା ଫଳରେ ତୁମେ ସତ୍ ଜ୍ଞାନ ପାଇବ ତଥା ନିଜର ବ୍ୟଗ୍ରତାକୁ କମାଇବାର ଉପାୟ ମଧ୍ୟ । ଆହୁରି ଏକ ପ୍ରମାଦ ବିରୁଦ୍ଧରେ ସଚେତ ରୁହ - ଅତ୍ୟଧିକ ବ୍ୟବସାୟରେ ନିଜକୁ ନିଯୁକ୍ତ ରଖି ହାଲିଆ ହେଉଥିବା ଲୋକଙ୍କର ମୂର୍ଖାମୀ; ଯେଉଁମାନଙ୍କର ନିଜର ସମସ୍ତ ଉଦ୍ୟମ ଓ ଚିନ୍ତାକୁ କେନ୍ଦ୍ରିତ କରି ରଖିବା ପାଇଁ କୌଣସି ଲକ୍ଷ୍ୟ ବି ନଥାଏ ।
ଅଷ୍ଟମ ଅଧ୍ୟାୟ
ତୁମ୍ଭେ ସହଜରେ ଏପରି ଜଣେ ଲୋକଙ୍କର ଠିକଣା ପାଇବ ନାହିଁ, ଯେ କି ଅନ୍ୟମାନଙ୍କର ଆତ୍ମାର କାର୍ଯ୍ୟାବଳୀକୁ ନିରୀକ୍ଷଣ ନକରିପାରିଥିବାରୁ ଦୁଃଖପ୍ରାପ୍ତ ହୋଇଥିବେ । ମାତ୍ର ଯିଏ ନିଜର ଆତ୍ମା ଓ ଭାବନାର ଚଳନକୁ ଧ୍ୟାନ ସହକାରେ ଅବଲୋକନ କରନ୍ତି ନାହିଁ, ତାଙ୍କ ପାଇଁ ଦୁଃଖଭୋଗ ଅବ୍ୟଶମ୍ଭାବୀ ।
ଅନୁବାଦକୀୟ ଟୀକା: ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି ।
_frontispiece.jpg)
No comments:
Post a Comment