ବାଳ ବର୍ଗ ୧୪
ପାଲି ଧର୍ମପଦର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଫାରସୀ ଶୈଳୀର ଚିତ୍ରରେ ବିଷ୍ଣୁଙ୍କର ଅବତାର ଭାବରେ ବୁଦ୍ଧ (ସପ୍ତଦଶ ଶତାବ୍ବୀ) ଫଟୋ କ୍ରେଡ଼ିଟ୍ - କିମିଡିଆ କମନ୍ସ୍ |
ଓଡ଼ିଆ ପଦ୍ୟାନୁବାଦ
ନିଜ ଠାରେ ଯେଉଁ ପରି ସମ୍ଭାବନା ନାହିଁ
ମୂର୍ଖ ସେହି ଭାବନାର କାମନା କରଇ ।
ଭିକ୍ଷୁକମାନଙ୍କ ମଧ୍ୟେ ଇଚ୍ଛେ ଅଗ୍ରସ୍ଥାନ
ପରକୂଳେ ଚାହେଁ ପୂଜା, ଆବାସରେ ଧନ ।୧୪।
ମୂଳ ପାଲି ପଦ
ଅସତ୍ ଭାବନମିଚ୍ଛେତ୍ ପୁରସ୍କାରଂ ଚ ଭିକ୍ଷୂଷୁ ।
ଆବାସେଷୁ ଚ ଐଶ୍ୱର୍ଯ୍ୟଂ ପୂଜାଃ ପରକୁଳେଷୁ ଚ ।୧୪।
ଅସତଂ ଭାବନମିଚ୍ଛେୟ୍ୟ ପୁରେକ୍କାରଞ୍ଚ ଭିକ୍ଖୁସୁ ।
ଆବାସେସୁ ଚ ଇସ୍ସରିୟଂ ପୁଜା ପରକୁଳେସୁ ଚ ।୧୪।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:
Post a Comment