ବାଳ ବର୍ଗ ୧୫
ପାଲି ଧର୍ମପଦର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଶ୍ରୀଲଙ୍କାର ଅନୁରାଧାପୁର ସ୍ଥିତ ଅଭୟଗିରି ବିହାର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଓଡ଼ିଆ ପଦ୍ୟାନୁବାଦ
ଗୃହୀ ତଥା ପ୍ରବ୍ରଜିତ ଏହି ଦୁଇ ଜଣ
ଉଭୟ ମାନନ୍ତୁ ଯାହା ମୋର କୃତ କର୍ମ ।
କୃତ୍ୟ ବା ଅକୃତ୍ୟ ହେଉ ଯେ କୌଣସିଥିରେ
ରୁହନ୍ତୁ ଉଭୟ ଜନ ମୋହରି ବଶରେ ।
ଏପରି ଭାବରେ ମୂର୍ଖ ସଙ୍କଳ୍ପ କରଇ
ଇଚ୍ଛା, ଅଭିମାନ ତା'ର ଏଭଳି ବଢ଼ଇ ।୧୫।
ମୂଳ ପାଲି ପଦ
ମମେବ କତମ୍ମଞ୍ଞନ୍ତୁ ଗିହୀ ପବ୍ୱଜିତା ଉଭୋ ।
ମମେବାତିବସା ଅସ୍ସୁ କିଚ୍ଚାକିଚ୍ଚେସୁ କିସ୍ମିଚି ।
ଇତି ବାଳସ୍ସ ସଙ୍କପ୍ପୋ ଇଚ୍ଛାମାନୋ ଚ ବଡ୍ଡତି ।୧୫।
ମମୈବ କୃତଂ ମନ୍ୟନ୍ତାଂ ଗୃହୀ ପ୍ରବ୍ରଜିତା ଉଭୟେ ।
ମମୈବାତିବଶାଃ ସ୍ୟୁଃ କୃତ୍ୟାକୃତ୍ୟେଷୁ କସ୍ମିଂଶ୍ଚିତ୍ ।
ଇତି ବାଳସ୍ୟ ସଂକଳ୍ପଃ ଇଚ୍ଛା ମାନଶ୍ଚ ବର୍ଦ୍ଧତେ ।୧୫।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:
Post a Comment