Saturday, May 1, 2021

ଗାର

ଲେଖକ - ତାରିକ ଛତାରି

ଅନୁବାଦକ – ଶୈଲେନ ରାଉତରାୟ


ମହାଭାରତର ମୋଗଲକାଳୀନ ଫାର୍ସୀ ଅନୁବାଦ 'ରଜ୍ମନାମା'ର ପ୍ରତିର ଏକ ଫର୍ଦ୍ଦ
ସମୟକାଳ - ୧୬୧୬ ମସିହା: କଳାକାର ଅଜ୍ଞାତ
ମୂଳ ଅନୁବାଦର ସମୟ - ୧୫୮୨ ମସିହା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଅସ୍ତ ହେବାର ଟିକିଏ ପୂର୍ବରୁ ମେଘଘୋଡ଼ା ଆକାଶରେ ସୂର୍ଯ୍ୟ ବିଚିତ୍ର ଝାଲରଟିମାନ ଟାଙ୍ଗିବାକୁ ଆରମ୍ଭ କରିଥିଲା ଏଇ ପତାକାଗୁଡ଼ିକ ଥିଲା ରକ୍ତ ପୀତ ବର୍ଣ୍ଣର ଗଗନ ଏଇ ଦ୍ୱିରଙ୍ଗୀୟ ଡୋରି ଭିତରେ ବିଭକ୍ତ ହେବା ପରି ଜଣା ପଡ଼ୁଥିଲା ଦୁଇଟି ରଙ୍ଗର ଭେଟିବା ଯାଗାରେ ଗୋଟିଏ ଗାଢ଼ ଗାର ଦୃଶ୍ୟମାନ ଥିଲା ନିରିଖେଇକରି ଦେଖିଲେ, ତୁମେ ପାଖରେ ଛକିକରି ବସିଥିବା କିଛି ଶ୍ୱେତ ଛାୟାମାନଙ୍କୁ ମଧ୍ୟ ଦେଖିପାରିଥାଆନ୍ତ ସେହି ଶ୍ୱେତ ଛାୟାଗୁଡ଼ିକର ସାମାନ୍ୟତମ କମ୍ପନରେ ମଧ୍ୟ ପୀତ ଲୋହିତ ରଙ୍ଗ ଗାଢ଼ ହେଲା ପରି ଜଣା ପଡ଼ୁଥିଲା, ଆଉ ଗୋଟିଏ ଆଦିମ ଭୟ ପରିବେଶରେ ସ୍ରାବି ହୋଇଆସୁଥିଲା ବସତିଟିର ଉପରେ ଝୁଲୁଥିବା ଅମ୍ବରଟିରେ ଏହା ପୂର୍ବରୁ କେବେ ଏପରି ଧଳା ବାରିଦ ଦେଖାଦେଇନଥିଲେ କିମ୍ବା ସେମାନେ ଆକାଶକୁ ଏପରି ନିଖୁଣ ଭାବରେ ଲାଲ ହଳଦିଆ ପଟରେ ଭାଗ କରିଦେଇ ପାରିନଥିଲେ ହେଲେ ଆଜି...

ଏଇ ଭୟାନକ ସନ୍ଧ୍ୟାର ସକାଳଟି କିନ୍ତୁ ଅମଙ୍ଗଳସୂଚକ ନଥିଲା ଯଦିଓ ଆକାଶ ଆରମ୍ଭରୁ ହିଁ ମେଘରେ ଢାଙ୍କି ହୋଇଥିଲା, ବାଦଲର ରଙ୍ଗ ଏପରି କଳା ଥିଲା ଦିନ ବିତି ଚାଲିବା ସଙ୍ଗେସଙ୍ଗେ ପଶ୍ଚିମ ଦିଗରୁ ଗୋଟିଏ ବଡ଼ ଧଳା ବାଦଲ ଭାସି ଆସିଲା ଆଉ ଆକାଶ ସାରା ଛାଇଗଲା ଯଦିଓ ଉପରେ ଏହା ଥିଲା ଶ୍ୱେତ ବର୍ଣ୍ଣର, ହେଲେ ଏହାର ବକ୍ଷରେ ଲୁଚିଥିଲା ଏକ ମସୀପୂର୍ଣ୍ଣ କାଳିମା ସେ ପର୍ଯ୍ୟନ୍ତ କୁନିକୁନି ବାଦଲର ଗୁଚ୍ଛଗୁଡ଼ିକ କୌତୁକରେ ମାତିଥିଲେ, ଠିକ ବସତିର ହିନ୍ଦୁ ମୁସଲମାନମାନଙ୍କ ପରି, ଯେଉଁମାନେ ଧାର୍ମିକ ବିଭେଦର ସୀମାରେଖା ଡେଇଁ ପରସ୍ପର ସହିତ ମିଶି ଖେଳୁଥିଲେ ଜୀଉଁଥିଲେ  

ଦିନଟି ଥିଲା ଭୋଦୁଅର ଶୁକ୍ଳ ପକ୍ଷ ସପ୍ତମୀ ମନ୍ଦିରଟିକୁ ତାହାର ପର ଦିନ, ଅର୍ଥାତ, କୃଷ୍ଣ ଜନ୍ମାଷ୍ଟମୀ ପାଇଁ ସଜ୍ଜିତ କରାଯାଉଥିଲା ମନ୍ଦିରର ତଳେ ଥିବା ଛୋଟ ବଖରାଟିରେ ଠାକୁରଙ୍କର ମୂର୍ତ୍ତିଟିକୁ ଆଭରଣ ସହିତ ବେଶକରି ଉଲ୍ଲାସମୟ ରଙ୍ଗ ତୋରଣ ମାଲ୍ୟରେ ସଜ୍ଜିତ ପାଲଣାରେ ସ୍ଥାପିତ କରାଯାଇଥିଲା ସମସ୍ତେ, ମୁସଲମାନ ହିନ୍ଦୁ, ଏକଥା ଜାଣିଥିଲେ ଯେ, ଭଗବାନ ଜନ୍ମ ନେବେ ଠିକ ମଧ୍ୟରାତ୍ରରେ

କୁସୁମ ଚିତ୍କାର କରି କହି ଉଠିଲା, ‘ନା, ନା ହମିଦ...ଏତେ ଉଚ୍ଚା ନୁହେଁ ଆଉ ସାଙ୍ଗେ ସାଙ୍ଗ ହମିଦ ଦୋଳିଟିକୁ ତଳେଇଦେଲା କୁସୁମ ଥିଲା ପଣ୍ଡିତ ବ୍ରଜକିଶୋରଙ୍କର ଗେହ୍ଲି ନନ୍ଦିନୀ ସେ ନିମ ଗଛର ଡାଳରେ ଟଙ୍ଗା ଦଉଡ଼ିର ଦୋଳିରୁ ଓହ୍ଲାଇଲା କ୍ଷଣି, ହମିଦ ନିଜ କୁର୍ତ୍ତାର ପାକିଟିରୁ ମୁଠାଏ ପାଚିଲା ନିମ ଫଳ ବାହାର କରି ତା'କୁ ଧରାଇଦେଲା ହମିଦକୁ ବଂଶୀ ବଜାଇବାକୁ ଯେତିକି ଭଲ ଲାଗୁଥିଲା, କୁସୁମର ସେଇ ସୁସ୍ୱାଦୁ ଫଳ ଖାଇବା ସେତିକି ପ୍ରିୟ ଥିଲା ହମିଦର ବଂଶୀର ପ୍ରଥମ କେଇଟି ସ୍ୱର ତାଙ୍କର କର୍ଣ୍ଣଗୋଚର ହେଲା କ୍ଷଣି ପଣ୍ଡିତ ବ୍ରଜକିଶୋର ବୁଲି ପଡ଼ିଲେ କୁସୁମ ଗୋଟିଏ କଂସା ମାଠିଆରେ ପାଣି ଭରୁଥିଲା ଆଉ ହମିଦ କୁଅରେ ଏକ ପାର୍ଶ୍ୱରେ ବସି, ଚକ୍ଷୁ ନିମୀଳିତ କରି, କରୁଥିଲା ବଂଶୀବାଦନ ପଣ୍ଡିତଜୀ ହସି ଉଠିଲେ ଉଠିପଡ଼ି କୁଅ ପର୍ଯ୍ୟନ୍ତ ଚାଲିଗଲେ ହମିଦରେ ମୁଣ୍ଡ ଉପରେ ହାତ ରଖି ସେ କହିଲେ, ‘ସତରେ ତୁ ହିଁ ମୋର କାହ୍ନୁ ଥରକ ମୁଁ ତୋତେ ହିଁ କାହ୍ନା ବେଶରେ ସଜେଇବି ଆଉ ଜନ୍ମାଷ୍ଟମୀ ପଟୁଆରରେ ବସେଇବି

ହମିଦକୁ ଲାଗିଲା ସେ କୁଅ ପାଖରେ ବସିନଥିଲା ତା'କୁ ଲାଗିଲା ଯେ ସେ ଗୋଟିଏ ସୂବର୍ଣ୍ଣ ରଥରେ ବସି ବଂଶୀ ବାଦନ କରୁଛି ତା' ଚାରିପଟେ ଅଛନ୍ତି ବୃନ୍ଦାବନର ଗୋପୀକାମାନେ ସେ ଗହଳି ଭିତରେ କୁସୁମକୁ ଖୋଜିଲା ଆଉ ଥରେ ବୁଲି ଦେଖିଲା ବେଳକୁ ସେ ଦେଖିଲା ଯେ, ରେଶମୀ ଘାଗରା ଓଢ଼ଣି ପିନ୍ଧି ଦଳେ ସ୍ତ୍ରୀଲୋକ ମିଲାଦ ଗାୟନ କରୁଛନ୍ତି କୁସୁମ ତା’ର ଅମ୍ମଜାନ୍‌ଙ୍କ ପାଖରେ ବସିଥିଲା ଯେତେବେଳେ ସେଇ ମାଇପେ ପୁଣି ଗାଇବାକୁ ଆରମ୍ଭ କଲେ, କୁସୁମର ଓଠ ମଧ୍ୟ ସେହି ଗାୟନର ଛନ୍ଦରେ ନାଚିବାକୁ ଆରମ୍ଭ କଲେ ସେ ବି ବୋଧହୁଏ ଅନ୍ୟମାନଙ୍କ ସହିତ ମିଶି ଗାଇବାକୁ ଆରମ୍ଭ କରିଥିଲା  

ହେଲେ ପର୍ଯ୍ୟନ୍ତ ହମିଦର ଓଠରେ ବଂଶୀଟି ବିଶ୍ରାମ ନେଉଥିଲା ତା'କୁ ଯାହା ଶୁଣାଯାଉଥିଲା, ତା' ବଂଶୀର ସ୍ୱର, ନା ତାହା ଥିଲା ମାଇପମାନଙ୍କର ମିଲାପ ଗାଇବାର ଆୱାଜ ? ସେ ଜାଣି ପାରିଲାନି ତାହା ଛଡ଼ା, କୋଳାହଳ ବି ଥିଲା - ଉଭୟ ତା' ଭିତରେ ବାହାରେ ଇସ୍କୁଲିଆ ପିଲାଙ୍କର ଶବ୍ଦ ବୋଧେହୁଏ ସ୍କୁଲରେ ଛୁଟି ହୋଇଯାଇଥିଲା ପିଲାମାନେ ଘରକୁ ଧପାଲୁଥିଲେ ହମିଦର ହଠାତ ହୋସ ଆସିଲା ସେ ପଣ୍ଡିତ ବ୍ରଜକିଶୋରଙ୍କର ପଛେ ପଛେ ଚାଲିବାକୁ ଆରମ୍ଭ କଲା

ହମିଦ ଥିଲା ଫକିର ମହମ୍ମଦଙ୍କର ପୁଅ ସେ ମଦରସାରୁ ଦଉଡ଼ି ପଳାଇଯାଇ ପଣ୍ଡିତ ବ୍ରଜକିଶୋରଙ୍କର ଚାଟଶାଳୀରେ ବସିବା ଆରମ୍ଭ କରିଥିଲା ପଣ୍ଡିତଜୀ ତାକୁ ବହୁତ ଭଲ ପାଉଥିଲେ; ନିଜର ଅନ୍ୟ ସମସ୍ତ ଛାତ୍ରଙ୍କଠାରୁ ବେଶୀ   ଆଉ ତା'କୁ ଆଦରରେ କାହ୍ନୁ ବୋଲି ଡାକୁଥିଲେ ହମିଦ ଜନ୍ମାଷ୍ଟମୀ କୃଷ୍ଣଙ୍କ ବିଷୟରେ ସ୍ୱପ୍ନ ଦେଖିଲା ବାଳଗୋପାଳ ସଜ୍ଜିତ ପାଲଣାରେ ଝୁଲିଲା ଭଳି ନିଜର ଚିନ୍ତାଗୁଡ଼ିକୁ ଝୁଲାଇବାରେ ଲାଗିଲା

ପଣ୍ଡିତଜୀ ଗର୍ଭଗୃହରେ ଭଗବାନଙ୍କ ପ୍ରତିମା ଆଗରେ ଠିଆ ହୋଇଥିଲେ ହମିଦ ଦୁଆରମୁହଁରେ ଟିକେ ରହିଗଲା ଆଉ ଭଗବାନଙ୍କୁ ମନଯୋଗ ସହକାରେ ଦେଖିବାକୁ ଲାଗିଲା ପଣ୍ଡିତଜୀ ଦିଅଁଙ୍କ ପାଖରେ ପାଣି ଛଡ଼େଇ ଦୀପ ପ୍ରଜ୍ଜ୍ୱଳିତ କଲେ ଆଉ ପ୍ରାର୍ଥନା କରିବା ପାଇଁ ନିଜ ଆଖି ବନ୍ଦ କଲେ ହମିଦ ନିଜର ପ୍ରାର୍ଥନା ଆରମ୍ଭ କଲା, ‘ଅଲ୍ଲା ମିଆଁ ! ମୋ ଉପରେ ରହେମ କର ଅଷ୍ଟମୀ ଝଅଟି ଆସୁ ମୁଁ ମକୁଟ ପିନ୍ଧି କାହ୍ନୁ ବନିବି ଆଉ ବଇଁଶୀ ବଜେଇବି ସେ ନିଜର ଦକ୍ଷିଣ ପାଦକୁ ବାମ ପାଦ ଉପରେ ଛନ୍ଦି ଦେଲା ଆଉ ଆଙ୍ଗୁଠି ଉପରେ ଠିଆ ହେଲା ତା’ର ଇଚ୍ଛା ହେଲା ଯେ, ସେ ମନ୍ଦିରର ମୂର୍ତ୍ତିରୁ ବଇଁଶୀଟିକୁ ନେଇଯାଆନ୍ତା ଆଉ ନିଜର  ଅର୍ଦ୍ଧ ଉନ୍ମୀଳିତ ଓଷ୍ଠ ଆଗରେ ତାକୁ ଧରି ତୋଳନ୍ତା  

ମାତ୍ର ତାର ହୃଦୟ ଥିଲା ଆନ୍ଦୋଳିତ ସେତେବେଳେ ଦୂରରୁ ଶୁଭିବାକୁ ଆରମ୍ଭ କରିଥିଲା ମେଘଗର୍ଜନ ମୁଣ୍ଡ ଟେକି ଚାହିଁଲାରୁ ତା'କୁ ଆକାଶରେ ଗର୍ଜୁଥିବା କୃଷ୍ଣବର୍ଣ୍ଣର ମେଘରାଶି ଦୃଶ୍ୟମାନ ହେଲେ   ବହୁତ ଶୀଘ୍ର ବର୍ଷା ହେବ ଅବଶ୍ୟ ବର୍ଷା ହେବା ଉଚିତ ମଧ୍ୟ ଥିଲା କୃଷ୍ଣ ଏପରି ଏକ ଅନ୍ଧାର, ବର୍ଷଣମୁଖର ରାତ୍ରିରେ ଜନ୍ମ ହୋଇନଥିଲେ କି ଅତି ଶୀଘ୍ର ପଡ଼ାର ମାଇପେ ବିଧିମତେ ଗୋପାଳଙ୍କର ଏନ୍ତୁଡ଼ିଶାଳର କନା ଧୋଇବାକୁ ଯିବେ

ଶେଷକୁ ରାତି ଆସିଲା ତା' ପାଇଁ ସେ କେତେ ଯେ ଅପେକ୍ଷା କରିଥିଲା ! କାଲି ଜନ୍ମାଷ୍ଟମୀ ତା'କୁ ଅସାଡ଼ୁଆ ଲାଗିଲା ନାହିଁ  ଆଉ ହାଲୁକା ଖୁସିବାସିଆ ଲାଗିବାକୁ ଆରମ୍ଭ କଲା  ହମିଦର ଆଖିର ନିଦ କିମିଆରେ କୃଷ୍ଣଙ୍କର ବଂଶୀର ଲଳିତ ସ୍ୱରରେ ରୂପାନ୍ତରିତ ହେବାକୁ ଲାଗିଲା ରାତ୍ରି ସାରା ସେଇ ବଂଶୀର ସ୍ୱର ଆନ୍ଦୋଳିତ ହେଲା ଆଉ ହମିଦ ଯମୁନା ନଈର କ୍ରୀଡ଼ାରତ ଉର୍ମିମାଳା ପରି ମନ୍ଦିରର ପ୍ରାଙ୍ଗଣରେ ନାଚିଚାଲିଲା ହତା ଭିତରେ ଥିଲା ମନ୍ଦିରଟି, ଗୋଟିଏ ଅଗଣା ଆଉ ଉଚ୍ଚା ଛାତବାଲା ବାରଣ୍ଡାଟିଏ ଗୋଟିଏ କଣରେ କଂସାଛାଉଣୀ ହୋଇଥିବା ରଥଟିଏ ଉପରେ ଚଢ଼ାଯାଇଥିବା ସୁନ୍ଦର ଅଳଙ୍କରଣରେ ସଜ୍ଜିତ ପାଲିଙ୍କିଟିଏ  ଥୁଆହୋଇଥିଲା  

ହମିଦ ନାଚିନାଚି ଯାଇ ପାଲିଙ୍କି ପାଖରେ ଠିଆହେଲା ବସି ପଡିଲା, ଆଉ ତାକୁ ଲାଗିଲା, ଯେ ଯୁଗ ପରେ ଯୁଗ ଚାଲିଗଲାଣି ତାକୁ ଲାଗିଲା ଯେ ତା’ର ଆକାର, ଉଚ୍ଚତା ବଳ ଅନେକ ଗୁଣ ବଢ଼ିଯାଇଛି ଆଉ ତା ଗୋଟିଏ ଆଙ୍ଗୁଳିରେ ତୀବ୍ର ବେଗରେ ବୁଲୁଛି ଗୋଟିଏ ଚକ୍ର ହମିଦକୁ ଲାଗିଲା ଯେ ତାହାର ନିଜ ସତ୍ତା ଦ୍ରବିଭୂତ ହୋଇ ବ୍ରହ୍ଣାଣ୍ଡର ପ୍ରତିଟି ଅଣୁ ପରମାଣୁ ସହ ନିମଜ୍ଜିତ ହେଉଛି ତା ଆଖି ଖୋଲା ଥିଲା ତାକୁ ଦୃଶ୍ୟମାନ ଥିଲା ଦୁନିଆର ସବୁକିଛି - ସୂର୍ଯ୍ୟଙ୍କର ଉଜ୍ଜଳ ରଶ୍ମି ତାହା ସହିତ ରାତ୍ରିର ନିଘଞ୍ଚ ଅନ୍ଧକାରର କାଳିମା ଧିରେ ଧିରେ ରାତି ତା ଆଖିକୁ ବତୁରିଆସିଲା ଯେତେବେଳେ ଗାଈଗୁଡ଼ିକ ନିଜ ବେକର ଘଣ୍ଟି ସହିତ ପଡ଼ିଆକୁ ନିଜର ରାସ୍ତା ଖୋଜି ଚାଲିବାକୁ ଆରମ୍ଭ କଲେ, ମସଜିଦ ଉପରେ ସକାଳର ପ୍ରଥମ ଅଜାନ ଶୁଣାଗଲା, ଆଉ ମନ୍ଦିରରେ ସକାଳର ଘଣ୍ଟ ଧ୍ୱନି ପ୍ରଭାତର ଆଗମନ ଘୋଷଣା କରିବାକୁ ଲାଗିଲା, ସେତେବେଳେ ହମିଦ ପଣ୍ଡିତ ବ୍ରଜକିଶୋରଙ୍କର କୋଳର ଆଶ୍ରୟ ଖୋଜି ଶୋଇପଡ଼ିଲା

ସକାଳେ ପଡ଼ାର ଅନେକ ଲୋକେ ମନ୍ଦିରର ପ୍ରାଙ୍ଗଣରେ ଏକାଠି ହେଲେ । ଜଣେ ସ୍ଥାନୀୟ ମାମଲତକାର ବକ୍ସିଜୀ ପଣ୍ଡିତଜୀଙ୍କୁ ପଚାରିଲେ, ‘ତାହେଲେ ତୁମେ ଏଥର କାହାକୁ ଗୋପାଳ କରୁଛ ?’

ପଣ୍ଡିତ ବ୍ରଜକିଶୋରଙ୍କର ଚକ୍ଷୁ ଆଗରେ ହମିଦର ନୀରିହ ମୁଖ ଓ ସରଳ ଦୁଷ୍ଟାମୀ ଭାଷିଉଠିଲା । ସେ କହିଲେ, ‘ହମିଦ ବନିବ କୃଷ୍ଣ ।’ ଲୋକେ ପରସ୍ପରକୁ ଅନାଇଲେ । ବୈଦଜୀ ଥଙ୍ଗେଇକି କହିଲେ, ‘କିଏ ? କାହ୍ନୁ ?’

ପଣ୍ଡିତଜୀ ଟିକେ ହଲିଉଠି କହିଲେ, ‘ମୁଁ ହମିଦ କଥା କହୁଥିଲି ।’

ହମିଦ!’ ସାଙ୍ଗେ ସାଙ୍ଗେ ଅନେକ ଲୋକେ ଆପତ୍ତି କରି ପାଟି ଖୋଲିଲେ । ଆଉ ତା ପରେ ନୀରବତା ଓହ୍ଲେଇଆସିଲା । କିଏ ଜଣେ ନୀରବତାକୁ ଭଗ୍ନ କରି କହିଲା, ‘କିନ୍ତୁ ଗୋପାଳ ତ ହିନ୍ଦୁ ଛୁଆଟିଏ ବନିବା କଥା !’

ପଣ୍ଡିତଜୀ କିଛି ଉତ୍ତର ଦେଇପାରିବା ଆଗରୁ, ବକ୍ସିଜୀ ଡେଇଁପଡ଼ିଲେ, ‘ଇମିତିଆ କଥା ତ କାନ ଉଠିଲା ଦିନୁଁ ଶୁଣା ନ ଥିଲା ହୋ । ଆପଣ ଅଷ୍ଟମୀ ଭଳି ତିଥିରେ ମୁସଲମାନ ପିଲାଟାକୁ କୃଷ୍ଣବେଶରେ କେମିତି ସଜେଇବେ ?’

ସେଠ ଡୁଙ୍ଗର ମଲ ନିଜର କଣ୍ଠ ସଫା କଲେ ଓ କହିଲେ ‘ଏ ସବୁ ଠିକ ଅଛି ଯେ ପଣ୍ଡିତଜୀ, ଆମେ ଜାତି ଧର୍ମର ବିଭେଦ ନମାନିବା କଥା । ହେଲେ...’

ଅନେକ ବାଦବିବାଦ ପରେ ଶେଷକୁ ମାମଲାର ଫଇସଲା ହେଲା । ହମିଦକୁ ହିଁ ବଛା ହେଲା । ହେଲେ କିଛି ଲୋକ ଗୁମାନ କରି ମନ୍ଦିରର ଅଗଣା ଛାଡ଼ି ଚାଲିଗଲେ ।

ପ୍ରସ୍ତୁତି ମଧ୍ୟାହ୍ନରେ ଆରମ୍ଭ ହେଲା । ପଣ୍ଡିତଜୀ ହମିଦକୁ ଗାଧୋଇଦେଲେ । ତା' ପରେ ତା'କୁ ଜାମାପଟା ପିନ୍ଧାଇ ବେଶ କରିବାର ଉପଚାର ଆରମ୍ଭ ହେଲା । ପ୍ରଥମେ ନୀଳରୁ ତିଆରି ରଙ୍ଗ ତା' ଦେହ ସାରା ବୋଳା ହେଲା । ହାଲକା ଗୋଲାପି ରଙ୍ଗର ଆଭାଯୁକ୍ତ ଗୋଟିଏ ଦସ୍ତାଭିତ୍ତିକ ବର୍ଣ୍ଣକୁ ପାଣିରେ ବତୁରାଇ, ଘୋରି, ତାହାର ବଟାକୁ ଚନ୍ଦନ ଭଳି ହମିଦର ମୁହଁରେ ବୋଳା ହେଲା । ଲେହଟି ଶୁଖିଲା ବେଳକୁ ହାଲକା ନୀଳ ଓ ଗୋଲାପି ରଙ୍ଗର ପାଉଡର ତା' ଉପରେ ଝାଡ଼ି ଦିଆଗଲା । ଅଣ୍ଟାରେ ପିନ୍ଧାଇଦିଆଗଲା ଏକ ଉଜ୍ଜ୍ୱଳ କମରବନ୍ଦ । ତା’ର ଗଳାରେ ଦୀପ୍ତି ବିତରଣ କରୁଥିଲା ଗୋଟିଏ ହାର । ମଥାରେ ଜକମକ କରୁଥିଲା ରେଶମର ମକୁଟ । ତା’ର ହାତରେ ବଇଁଶୀଟିଏ ବି ଥିଲା, ଆଉ ଏକ ବହୁବର୍ଣ୍ଣୀ ଚୁନରି ତା’ର ବାମ କାନ୍ଧରୁ କଟୀଦେଶ ପର୍ଯ୍ୟନ୍ତ ଝୁଲୁଥିଲା ।

ପଣ୍ଡିତ ବ୍ରଜକିଶୋର ତାଙ୍କର କାହ୍ନୁକୁ ପୂରା କୃଷ୍ଣ ଭଗବାନରେ ରୂପାନ୍ତରିତ କରିସାରିଥିଲେ । ହାତ ଯୋଡ଼ି ସେ ନିଜର ଇଷ୍ଟଙ୍କ ଆଗରେ ଅବନତ ହେଲେ ପ୍ରଣାମ କରିବା ପାଇଁ ।

ଆଉ ସେବେ ରଥର ଚକ ଆଗକୁ ଗଡ଼ିବା ଆରମ୍ଭ କଲା । ସମାରୋହର ଅଗ୍ରଭାଗରେ ଥିଲେ ଛଅଟି ଗାୟନ ମଣ୍ଡଳି । ପାଲିଙ୍କିର କଡ଼ରେ ପଣ୍ଡିତଜୀ ଭୋଗରାଗର ଥାଳିଟିଏ ଧରି ଚାଲୁଥିଲେ । ଭକ୍ତମାନେ ଫୁଲ ଓ ଭୋଗରାଗ ସହିତ ଦଳଦଳ ହୋଇ ଆସିଲେ, ଭଗବାନଙ୍କର ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ପାଇବା ପାଇଁ । ପତଳା ରାସ୍ତା ଓ ଗଳି ଦେଇ ବୁଲିବୁଲି ମସଜିଦ ପାଖରେ ଶୋଭାଯାତ୍ରଟି ପହଞ୍ଚିଲା ବେଳକୁ ସୂର୍ଯ୍ୟ ଆକାଶରେ ନିଜର ଯାତ୍ରା ସାରିବାକୁ ବସିଥାଏ । ମୁଜେଇନି ସନ୍ଧ୍ୟା ପ୍ରାର୍ଥନା ପାଇଁ ଅଜାନର ଡାକ ଛାଡ଼ିବା ପାଇଁ ଅପେକ୍ଷା କରି ବସିଥାଆନ୍ତି । ଶୋଭାଯାତ୍ରା ସେ ବାଟ ଦେଇ ଚାଲିଗଲେ, ସେ ନିଜର କାମ କରିବେ । 

ଶୋଭାଯାତ୍ରାଟି ମସଜିଦ ସାମ୍ନାରେ ଅଟକି ଗଲା । କୀର୍ତ୍ତନ ଗାୟକମାନେ ଉତ୍ସାହର ସହ ଗାଇବାକୁ ଲାଗିଲେ । ପଣ୍ଡିତଜୀ ସମସ୍ତ ଶକ୍ତିର ସହ ଶଙ୍ଖ ଫୁଙ୍କିଲେ । ଶଙ୍ଖର ଶବଦ ସହ ଢୋଲ ବଜାଉଥିବା ଲୋକେ ତାଳକୁ ବଢ଼ାଇଦେଲେ । ଏହି ସମୟରେ ଗୋଟିଏ ଭୟାନକ ଚିତ୍କାର ଶୁଣାଗଲା । ମସଜିଦ ଆଡ଼ୁ ଗୋଟିଏ ପଥର ଛୁଟି ଆସି କାହ୍ନୁର କପାଳରେ ସିଧା ବାଜିଲା ଓ ସେଥିରେ ରକ୍ତର ଗୋଟିଏ ଗାର ଆଙ୍କିଦେଲା । କୃଷ୍ଣ ଭଗବାନଙ୍କର ମୁଣ୍ଡରୁ ରକତ ପିଚିକି ଉଠି ଦୀପଟିକୁ  ଲିଭାଇଦେଲା । ପଥରଟି ଉଦ୍ଦିଷ୍ଟ ଥିଲା କୃଷ୍ଣଙ୍କ ପାଇଁ । ହେଲେ ତା' ଆଘାତ ଦେଲା ହମିଦକୁ । ନିଷ୍ପାପ କୃଷ୍ଣଙ୍କର ରକ୍ତ ପୂଜାର ଦୀପକୁ ଲିଭାଇଦେଲା ।

ସାଙ୍ଗେସାଙ୍ଗେ ଅରାଜକତା ବ୍ୟାପିଗଲା । ରକ୍ତପିପାସୁ, ଉନ୍ମାଦଭରା, ଚିତ୍କାର କରୁଥିବା ଲୋକେ ମୁସଲମାନମାନଙ୍କର ଘରକୁ ଘେରିଗଲେ । କିଛି ଲୋକ ମସଜିଦ ଆଡ଼କୁ ସୁଅ ଭଳି ମାଡ଼ିଗଲେ । ପଣ୍ଡିତ ବ୍ରଜକିଶୋର ଭୀଡ଼ ଭିତରକୁ ଡେଇଁପଡ଼ି ଦେଖିଲେ, କିଏ ଜଣେ ଟୋକା ମସଜିଦର କବାଟକୁ ଟାଙ୍ଗିଆ ଧରି ହାଣିଚାଲିଚି । ସେ ଟାଙ୍ଗିଆଟିକୁ ଟାଣି ନେଇଗଲେ । ‘ନାରା--ତକବିର୍’ ଓ ‘ଆଲ୍ଲା-ହୁ-ଆକବର’ ଭଳି ସ୍ଲୋଗାନରେ ବାତାବରଣ ଭର୍ତ୍ତି ହୋଇଗଲା । ସେ ଏଇ ଆୱାଜ ଆଡ଼କୁ ଧାଇଁଗଲେ ଆଉ ଦେଖିଲେ ଯେ, ସେଠ ଡୁଙ୍ଗରମଲ ଓ ରାମାନନ୍ଦ ଭୀଡ଼କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ‘ଭାଇ, ଏ କଅଣ ଚାଲିଛି । ଆମେ କଣ ଭାଇଭାଇ ନୁହେଁ । ଆମେ ଏଇ ମାଟିରେ ଜନ୍ମ ନେଇଚୁ ଆଉ ଏଇ...।’

ଆଉ ଆମେ ଏଇ ମାଟିରେ ମରିବା’ ବୋଲି କେହି ଚିତ୍କାର କଲା । ପାଶକିବ କ୍ରୋଧ ଓ ଆତଙ୍କ ବର୍ତ୍ତମାନ ପରିସ୍ଥିତିକୁ ମାଡ଼ି ବସିଲା । ସେଠ ଡୁଙ୍ଗରମଲ ଓ ରାମାନନ୍ଦ ଙ୍କୁ କେହି ଲୋକେ ମାରିଦେଲେ । ଆଉ ତାହା ପରେ ଭୀଡ଼କୁ ରୋକିବା ସମ୍ଭବ ନଥିଲା । ଆଗକୁ କଅଣ ଯେ ହେବ, ତାହା କାହାକୁ ଜଣା ନ ଥିଲା । ବନ୍ଦା ଖାନ୍‌ଙ୍କ ଘର ଆଡ଼ୁ ‘ଜୟ ବଜରଙ୍ଗବାଲୀ’ର ଚିତ୍କାର ଶୁଣିବାକୁ ମିଳିଲା । ପଣ୍ଡିତଜୀ ସେଇଆଡ଼େ ମାଡ଼ିଗଲେ । 

ବନ୍ଦା ଖାନ୍‌ଙ୍କର ଦରଜା ଜଳୁଥିଲା । କବାଟ ପଛରେ ନିଆଁର କାନ୍ଥରେ ବନ୍ଦୀ ସ୍ତ୍ରୀ ଲୋକ ଓ ପିଲାଙ୍କର କରୁଣ କ୍ରନ୍ଦନ ଶୁଣାଯାଉଥିଲା । ପଣ୍ଡିତଜୀ ଭୀଡ଼ ଆଡ଼କୁ ଅନେଇଲେ । ଭୀଡ଼ର ଆଖିରେ ଥିଲା ଭୟ ଓ ଘୃଣା । ସେମାନେ ପଚାରିଲା ଭଳି ଲାଗୁଥିଲା, ‘ଏ ସବୁ କଅଣ ହେଉଚି ? ଏହା ହେବା କଥା ନୁହେଁ ।’ କିନ୍ତୁ ଏସବୁ ଘଟି ଚାଲିଥିଲା । ଯେମିତି ସେମାନଙ୍କ ଆଖି ସାମନାରେ ହିଁ କିଛି ଘଟି ଚାଲିଥିଲା, ଯାହା ସେମାନଙ୍କର ଆଦୌ ଇପ୍ସିତ ନଥିଲା । କିନ୍ତୁ କେମିତି ଓ କାହିଁକି ? ଏହା ଏପରି କଅଣ ଶକ୍ତି ଯାହା ଅଦୃଶ୍ୟ ରହି ମଧ୍ୟ ଏ ସବୁ କରାଉଥିଲା ?

ଏସବୁ ଭିତରେ ପଣ୍ଡିତଜୀ ଦେଖିଲେ ଯେ, କିଛି ଲୋକ ଆକାଶକୁ ଅନାଇଥିଲେ । ତାଙ୍କୁ ଛତ୍ରଛାୟା ଦେଉଥିବା ଆକାଶରେ ଆଜି ବିଚିତ୍ର ରଙ୍ଗ ସବୁ ଲାଗିଥିଲା । ପୀତ ଓ ଲୋହିତ ରଙ୍ଗରେ ସେବେ ଗଗନ ରଞ୍ଜିତ ଥିଲା । ଦୁଇଟି ରଙ୍ଗର ଭେଟିବା ଯାଗାରେ ଗୋଟିଏ ଗାଢ଼ ଗାରଟିଏ ଥିଲା ଦୃଶ୍ୟମାନ । ନିରିଖେଇକରି ଦେଖିଲେ, ତୁମେ ପାଖରେ ଛକିକରି ବସିଥିବା କିଛି ଶ୍ୱେତ ଛାୟାମାନଙ୍କୁ ମଧ୍ୟ ଦେଖିପାରିଥାଆନ୍ତ । ସେହି ଶ୍ୱେତ ଛାୟାଗୁଡ଼ିକର ସାମାନ୍ୟତମ କମ୍ପନରେ ମଧ୍ୟ ପୀତ ଓ ଲୋହିତ ରଙ୍ଗ ଗାଢ଼ ହେଲା ପରି ଜଣା ପଡ଼ୁଥିଲା, ଆଉ ଗୋଟିଏ ଆଦିମ ଭୟ ପରିବେଶରେ ସ୍ରାବି ହୋଇଆସୁଥିଲା । ବସତିଟିର ଉପରେ ଝୁଲୁଥିବା ଅମ୍ବରଟିରେ ଏହା ପୂର୍ବରୁ କେବେ ଏପରି ଧଳା ବାରିଦ ଦେଖାଦେଇନଥିଲେ । କିମ୍ବା ସେମାନେ ଆକାଶକୁ ଏପରି ନିଖୁଣ ଭାବରେ ଲାଲ ଓ ହଳଦିଆ ପଟରେ ଭାଗ କରିଦେଇ ପାରିନଥିଲେ । ହେଲେ ଆଜି...

ପଣ୍ଡିତ ବ୍ରଜକିଶୋର ପାଲିଙ୍କି ଆଡ଼କୁ ଗଲେ । କୃଷ୍ଣ ଭଗବାନଙ୍କ ପାଖରେ ପଡ଼ିଥିବା ଟାଙ୍ଗିଆଟିକୁ ଉଠାଇ ଜଣେ ଧରିଥିଲା । ଟାଙ୍ଗିଆଟି ଥିଲା କୃଷ୍ଣଙ୍କର, ଦୁଷ୍ଠସଂହାର ପାଇଁ । ଲୋକଟି ଟାଙ୍ଗିଆଟିକୁ ଧରି ଭୟଭୀତ କାହ୍ନୁ ଆଗରେ ହଲାଉଥିଲା । ପ୍ରତି ବର୍ଷ ଏଇ ଧାରୁଆ ଟାଙ୍ଗିଆଟିକୁ ପାଲିଙ୍କିରେ ରଖାଯାଉଥିଲା । ଆଉ ଜନ୍ମାଷ୍ଟମୀ ଶୋଭାଯାତ୍ରାର ଶେଷରେ ପାପ ଉପରେ ପୁଣ୍ୟର ବିଜୟର ଚିହ୍ନ ଭାବରେ କୃଷ୍ଣ ଭଗବାନ ଦୁଷ୍ଟ କଂସକୁ ସେଥିରେ ସଂହାର କରୁଥିଲେ ।

ପଣ୍ଡିତଜୀଙ୍କର କଣ୍ଠରୁ ଗୋଟିଏ ଅର୍ଦ୍ଧଉଚ୍ଚାରିତ ଚିତ୍କାର ବାହାରିଗଲା, ‘ଏ କଅଣ...ଏ ପରା କୃଷ୍ଣ ଭଗବାନ...ଆମର କାହ୍ନୁ ।’

ହର ପ୍ରସାଦ, ଯିଏ ଅଳ୍ପ କିଛି ସମୟ ଆଗରୁ ଆରତି ଗାଇବା ବନ୍ଦ କରିଥିଲା, କହିଲା, ‘ନା । ଏଇଟା ହମିଦ । ଫକୀର ମୁହମ୍ମଦର ପୁଅ ।’

ଅନେକ ଲୋକେ ସାଙ୍ଗେ ସାଙ୍ଗେ କହିବାକୁ ଆରମ୍ଭ କଲେ ‘ହଁ ହଁ । ଏଇଟି ହମିଦ । ମୁସଲମାନର ପିଲା । ସେମାନେ ଆମର କୃଷ୍ଣ ଭଗବାନଙ୍କର ଅପମାନ କରିଚନ୍ତି । ପାଲିଙ୍କି ଉପରକୁ ଟେକା ଫିଙ୍ଗିଚନ୍ତି । ଭଗବାନଙ୍କୁ ଆକ୍ରମଣ କରିଚନ୍ତି । କପାଳରୁ ଝରୁଥିବା ରକତକୁ ଦେଖ । ଆଉ ଏବେ ଛେରେକୁରାଗୁଡ଼ାକ ଘର ଭିତରେ ଲୁଚିଚନ୍ତି ।’

ଟାଙ୍ଗିଆ ଧରିଥିବା ଲୋକଟା ସେଇଟାକୁ ହଲେଇକି ଚିଲ୍ଲେଇଲା, ‘ଆମେ ଏଇ ଅତ୍ୟାଚାରର ପ୍ରତିଶୋଧ ନେବୁ । ଆଜି ଆମେ...’

ପଣ୍ଡିତଜୀ ‘ନା...’ ବୋଲି ଚିଲ୍ଲାଇ ଟାଙ୍ଗିଆଆଡ଼କୁ ଠେଲିହୋଇଗଲେ । ସେ ଲୋକଟା ତାଙ୍କୁ ପାଲିଙ୍କିରୁ ତଳକୁ ଫିଙ୍ଗିଦେଲା ଆଉ ହମିଦକୁ ଦେଲା ଟାଙ୍ଗିଆରେ ଶକତ ଚୋଟେ ।

ନିଜର ବେଶରେ ଝଲମଲ କୃଷ୍ଣ ଭଗବାନ ତଳେ ଲୋଟିଗଲେ…  ଚକମକ ମକୁଟ ଓ ହାର, ଉଜ୍ଜଳ କମରବନ୍ଦ, ସବୁ ବିଛାଡ଼ି ହୋଇପଡ଼ିଲା । ଭୂଇଁରେ ଗୋଟିଏ ପାତଳା ଲାଲ ଗାର ଆଙ୍କି ହୋଇଗଲା । କିଛି ଲୋକ ଗାରର ଏପଟେ ରହିଲେ, ଆଉ କିଛି ସେପଟେ । ଦୁଇପଟେ ଥିଲା କୋଳାହଳ । ଏହା କହିବା କଷ୍ଟକର ଥିଲା କି ଗୋଳ କେଉଁପଟେ ବେଶି ଥିଲା । ଏପଟେ, ନା ସେପଟେ । 

ଅନୁବାଦକୀୟ ଟୀକା: ଗଳ୍ପଟିର ଏହି ଓଡ଼ିଆ ଅନୁବାଦଟି ପ୍ରଥମେ 'ଅକ୍ଷର' ପତ୍ରିକାର ୨୦୧୭ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । ମୂଳ ଉର୍ଦ୍ଦୁ ଗପଟିର ଲେଖକ ତାରିକ ଛତାରି (ମୁହମ୍ମଦ ତାରିକ) ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ଉର୍ଦ୍ଦୁ ବିଭାଗରେ ଅଧ୍ୟାପନା କରନ୍ତି । ଏହା ପୂର୍ବରୁ ସେ ଅଲ୍ ଇଣ୍ଡିଆ ରେଡ଼ିଓ ସହ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାମ କରିଛନ୍ତି । ସେ ମୂଳତଃ ଜଣେ ଫିକ୍ସନ୍ ଓ ସମାଲୋଚନା ଲେଖକ ଭାବରେ ଜଣାଶୁଣା ତଥା ଉତ୍ତର ପ୍ରଦେଶ ଉର୍ଦ୍ଦୁ ଅକାଦମୀ ଦ୍ୱାରା ନିଜର ସାହିତ୍ୟ କର୍ମ ପାଇଁ ସମ୍ମାନିତ ।  

Wednesday, April 28, 2021

What happens when you don't love your neighbour

Sailen Routray


Katherine Boo (August 12, 1964 - Present)
Photo Credit - Wikimedia Commons

At the centre of the non-fictional account of the book Behind the beautiful forevers (from now on BTBF) lie an event, a trial, and a question. The event is the self-immolation by Fatima, a resident of the Annawadi slum in the Mumbai suburb of Andheri, nestling on the edges of a sewage lake near the city airport. 

The trial involves Karam Husain, his right-minded son Abdul Hakim Husain, and his dutiful daughter Kehkashan, and concerns Fatima’s false accusations against the Husain family. 

And the question is this – in the relentless pursuit of neoliberal development where does the quest for justice stand, and what effects does an unjust society have upon ethical imagination of its members?

In many ways BTBF is the story of vicissitudes in the lives of two families that are for all practical purposes headed by two women; Asha and Zehrunisa (the wife of Karam Husain). Asha’s family belongs to the kunbi caste, and has migrated from the Vidarbha region of Maharashtra. Zehrunisa’s family is from Uttar Pradesh, and comes from poor, conservative Muslim stock. 

Asha’s husband is a hopeless drunkard, and Asha manages to raise the family fortunes by a mix of guile, petty corruption and politicking. She is also an active member of the local sakha of the Shiv Sena. Zehrunisa’s family, at the beginning of the narrative, stands poised on the brink of a rise. 

Propelled by international demand for scrap, high rates of economic growth in India, and the skills of her son Abdul in sorting and dealing with garbage, the family has a flourishing trade in scrap and garbage, and has managed to put the deposit on a piece of land in a development scheme in a distant Mumbai suburb.

Then the fortune of the Hassan family turns. Their one-legged neighbor Fatima, insanely jealous with their schemes of home-improvement, tries to frame them by burning herself a little and accusing them of the deed. But this goes completely out of hand and she burns herself grievously. 

Karam, Abdul and Kehkashan get arrested because of her accusations, and a large part of the narrative is about the family’s travails with the criminal justice system. The book shows with mind numbing clarity (with the goings on in the Sahar Police Station as a case) the marketplace that the Indian criminal justice system has become.

But this is also a story of childhood and innocence; of Sonu who never steals, wakes up at the crack of dawn, and studies in the night after a day’s hard labour as a garbage picker; of Abdul who wants to be the 'good ice' and not the 'fetid water' that he sees all around him in Mumbai; of Noori (Fatima’s eight-year-old daughter) who does not lie about the details surrounding her mother’s death. 

But such innocence does not seem to travel well into adulthood, and life in this Mumbai ‘undercity’ seems all about competition, envy and private hopes and griefs. The neoliberal remaking of the city seems to have made the poor into classic economic agents where neighbour’s envy is owner’s pride, and the miseries of one’s fellow human beings seem to provide the gloss for the shine of one’s fortune.

What is lost in the process is a sense of public good, of an ethical space in which collective griefs and hopes can be articulated without being subsumed within narratives of hurt and offence.

This book does not ‘soar above’ the lives of its protagonists. With meticulous research and documentation it occupies the crevices between the hopes, fears and desires of the people of Annawadi, and gives us understanding and insight that are to be gained by observing intimately a small social space with passion, commitment, and empathy.

Bibliographic Details: Katherine Boo. Behind the beautiful forevers: life, death and hope in a Mumbai undercity. New Delhi: Hamish Hamilton. 254 pages + xxii (Hardcover). Rs. 499.

Note: A different version of this review essay was first published in the newsmagazine 'Hard News' in 2012. 

Tuesday, April 27, 2021

ସିଙ୍ଗିଡ଼ା ସମୋସା କି ?

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଶା ସାରା ସିଙ୍ଗିଡ଼ା ଏକ ଲୋକପ୍ରିୟ ଜଳଖିଆ । ଏହା ଉତ୍ତର ଭାରତୀୟ ସମୋସାର ଏକ ପ୍ରକାର ଭାବରେ ଧରାଯାଏ, ଯଦିଓ ଏଥିରେ ଦ୍ୱିମତର ସମ୍ଭାବନା ରହିଛି । ପୂର୍ବ ଭାରତ ଅର୍ଥାତ୍, ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ହେଲା ସିଙ୍ଗିଡ଼ାର କ୍ଷେତ୍ର । ସମୋସା ତୁଳନାରେ ସିଙ୍ଗିଡ଼ାର ଖୋଳ ଟିକେ ପତଳା,  ଓ ଏହା ଅଧିକ କଡ଼ା ଛଣାଯାଏ ।

ଓଡ଼ିଆ ସିଙ୍ଗିଡ଼ା ଗଢ଼ିବା ବେଳେ ମଇଦାକୁ ଦଳିଲାବେଳେ ଦଳାର ପାଗ ଖାସ୍ତା ଲୁଚିଠାରୁ ଯଥେଷ୍ଟ କଡ଼ା ଆଉ ନିମକି ଠାରୁ ଟିକେ ନେସେମାଏ ରଖିବାକୁ ପଡ଼େ । ବେଲିଲା ବେଳେ ତେଲର ବ୍ୟବହାର କରାଯାଏ । ଓଡ଼ିଆ ସିଙ୍ଗିଡ଼ାର ଖୋଳ ପତଳା । ତେଲକୁ ଥରେ ଫୁଟିବା ପର୍ଯ୍ୟନ୍ତ ଗରମ କରିଦେଇ, ଗଢ଼ା ସିଙ୍ଗିଡ଼ାଗୁଡ଼ିକ ଏଥିରେ ଛାଡ଼ି, ଧିମା ଆଞ୍ଚରେ ଏଗୁଡ଼ିକୁ ବହୁତ ସମୟ ପର୍ଯ୍ୟନ୍ତ କଡ଼ା ଛଣାଯାଏ । ଏହି ସବୁ ପଦ୍ଧତିଗତ ବାଗ ଯୋଗୁଁ ଓଡ଼ିଆ ସିଙ୍ଗିଡ଼ାର ଖୋଳ ଅନେକ ସମୟ ପର୍ଯ୍ୟନ୍ତ ଟାଣ ରହେ । 

ଏ ପର୍ଯ୍ୟନ୍ତ ବି ପୁରୁଣାକାଳିଆ ଓଡ଼ିଆ ଜଳଖିଆ ଦୋକାନିମାନେ ଉପରବେଳା କାମ ଆରମ୍ଭକଲା ବେଳେ ହିଁ ସିଙ୍ଗିଡ଼ା ଛାଣନ୍ତି । ମାନେ ଓଳିକେ କେବଳ ଥରେ । ତାଙ୍କ ପାଖକୁ ଡେରିରେ ଗଲେ ସନ୍ଧ୍ୟାରେ ଆଉ ସିଙ୍ଗିଡ଼ା ମିଳେନାହିଁ । କାରଣ ତା'ପରେ କମ୍ ଆଞ୍ଚରେ ହାଉଲେ ହାଉଲେ ସିଙ୍ଗିଡ଼ା ଛାଣିବା ପାଇଁ କଡ଼େଇ ଆଉ ବହୁତ ସମୟ ଯାଏଁ ଖାଲି ପାଇବା ପ୍ରାୟତଃ ସମ୍ଭବ ହୁଏ ନାହିଁ । 

ଓଡିଆ ସିଙ୍ଗିଡ଼ାର ଆକାର ମଧ୍ୟ ଛୋଟ ହେବା କଥା । ଏହାକୁ ବଡ଼ବଡ଼ କଲେ ମୁସୁମୁସୁ ରହେ ନାହିଁ । ଛୋଟ ବୋଇଲେ ତିନି ଆଙ୍ଗୁଳିଠାରୁ ବଡ଼ ନୁହେଁ । ବଡ ଆକାରର ସିଙ୍ଗିଡା ସିଙ୍ଗିଡା ନୁହେଁ, ସିଙ୍ଗିଡ଼ା ଆଉ ସମୋସାର ବିଚିତ୍ର ନବଗୁଞ୍ଜର । 

ସାଧା ଓଡ଼ିଆ ସିଙ୍ଗିଡ଼ାର କଟକି ଓ ସମ୍ବଲପୁରୀ ଭେଦ ରହିଛି । କଟକି ସିଙ୍ଗିଡ଼ାରେ ପୁର ଭାବରେ ଚୁନାହୋଇ କଟା ହୋଇଥିବା ଆଳୁ, ଚିନାବାଦାମ, ଓ ମଟର ଜୀରାଲଙ୍କା ଗୁଣ୍ଡରେ ହାଲକା ଭଜା ହୋଇ ପଡିଥାଏ । ସମ୍ବଲପୁରୀ ସିଙ୍ଗିଡାର ପୁରର ସାମଗ୍ରୀ କଟକି ସିଙ୍ଗିଡାରୁ ଭିନ୍ନ ନୁହେଁ: ମାତ୍ର ଏଥିରେ ସିଝା ଆଳୁର ଚକଟା ପୁର ପଶେ, ଭଜା ହୋଇ ନୁହେଁ ।

ଏହି ଭିନ୍ନତାର କାରଣ ବୋଧେହୁଏ ଏହି ସିଙ୍ଗିଡା ତିଆରି ପରମ୍ପରା ଦୁଇଟିର ଭିନ୍ନ ଭିନ୍ନ ମୂଳ ଅଟେ । ଉପକୂଳବର୍ତ୍ତୀ ଓଡିଶାକୁ ସିଙ୍ଗିଡ଼ା ବୋଧହୁଏ ଆସିଛି ବଙ୍ଗଳାରୁ ଓ ପଶ୍ଟିମ ଓଡିଶାକୁ ଏହା ସମ୍ଭବତଃ ଆସିଛି ମଧ୍ୟଭାରତ ଦେଇ ହିନ୍ଦୁସ୍ତାନରୁ । ବଙ୍ଗଳାରେ ନିରାମିଷ ସିଙ୍ଗିଡାରେ ଭଜା ପୁର ପଶେ ଏବଂ ମଧ୍ୟ ଓ ଉତ୍ତର ଭାରତରେ ଏଥିରେ ଚକଟା ପୁର ପଶେ । ଏହା ବୋଧେହୁଏ କଟକି ଓ ସମ୍ବଲପୁରୀ ସିଙ୍ଗିଡା ଭିତରେ ଥିବା ପ୍ରଭେଦର କାରଣ ।

ଯଦିଓ ଆମିଷ ସିଙ୍ଗିଡ଼ା ଓଡିଶାରେ ଅଜଣା ନୁହେଁସିଙ୍ଗିଡ଼ା କହିଲେ ଓଡିଶାରେ ନିରାମିଷ ସିଙ୍ଗିଡ଼ାକୁ ହିଁ ବୁଝାଯାଏ । ଭାରତର ପ୍ରାୟତଃ ଏବେ ସମୋସାର ପୁର କହିଲେ ଆଳୁ ହିଁ ବ୍ୟବହାର ହେବାର ଦେଖାଯାଏ । ହେଲେ ଏହି ଠା'ଟିର ଭାରତରେ ଇତିହାସ ସାତଶହ ବର୍ଷରୁ ବେଶି ପୁରୁଣା, ଏବଂ ପ୍ରାଚୀନତମ ଉଲ୍ଲେଖରେ ଏହାର ପୁର ମାଂସ । ଆମେ ଏହାକୁ ଏକ ଭାରତୀୟ ଖାଦ୍ୟସାମଗ୍ରୀ ଭାବେ ଗ୍ରହଣ କରିନେଇଥିଲେ ହେଁ, ଏହି ମତ ନିର୍ବିବାଦୀୟ ନୁହେଁ । ଅନେକ ତତ୍ୱବିଦ୍ ଏହାକୁ କେନ୍ଦ୍ର ଏସିଆର ଆମଦାନୀ ବୋଲି ମତ ଦିଅନ୍ତି । ହେଲେ ସେ ବିଷୟରେ ଆଲୋଚନା ଆଉ କେବେ ।  

Saturday, April 24, 2021

The Sky is a Name 

Bharat Majhi

Translated by Sailen Routray

 

Painting - 'Green Peaks under Clear Sky: After Huang Gongwang'
Artist - Wang Yuanqui (1642-1715)
Photo Credit - Wikimedia Commons

Why would the sky know that
I lost my way in Habaspur
on that not so fateful day?
 
Why would the sky know that
the tree that my grandmother had planted
in the corner of our backyard
has grown to lean over
the house of her favourite enemy?
 
Why would the sky know
that much blood has flown
since this country tasted freedom.
 
Much has been written about the sky.
But I feel
that the sky is just another name
like Rupalekha, Sita, or Narottama.
 
I have not met the sky,
and, as such, I like very few of the folk 
that I end up meeting.
 
Now you’ll enter the realm 
of planets, stars, galaxies and the moon.
You’ll explain geographies and genealogies and show 
that the sky has a different character
in each season.
 
But you’ll conveniently forget
to enumerate the number of clothes
that a folk needs to count as a man.
 
Sir!
You are the kind 
that watches the sky.
And I am the type 
that gets lost in Habaspur
and, watches trees grow
and friends dragged 
to the slaughterhouse.
 
Why would I love
someone with a character
who will die a painful death 
sans the silly mysteries propping it up?

NoteThis translation was first published in issue number 287 of the magazine Indian Literature in May-June 2015. The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...