Monday, August 8, 2022
Tuesday, July 19, 2022
The First Stone Involving a Few Non-Cryptic Clues
Sailen Routray
![]() |
| Jane M. Byrne Interchange at Chicago https://commons.wikimedia.org/Sea Cow |
Carrying Across
The Developmental State or The Nakhras of Bengaluru
Tuesday, July 12, 2022
ବାରିପଦାରେ ଇସ୍କୁଲୁ ଜୀବନ
ଶୈଲେନ ରାଉତରାୟ
![]() |
| ବାରିପଦାସ୍ଥ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ସୁଭାଶୀଷ ପାଣିଗ୍ରାହୀ |
ସୌରୀନ୍ଦ୍ର ବାବୁ ଯେବେ ୧୯୪୭ ମସିହାରେ ସପରିବାର ନିଜର ପିତା ଦଇତାରି ବାବୁଙ୍କ ସହ ବାରିପଦା ଆସିଲେ, ସେତେବେଳେ ଛାତ୍ରଙ୍କର ସଙ୍ଖ୍ୟା ଦୃଷ୍ଟିରୁ ବାରିପଦା ଉଚ୍ଚ ବିଦ୍ୟାଳୟ ବୋଧହୁଏ ଥିଲା ଓଡ଼ିଶାର ବୃହତ୍ତମ । ଚତୁର୍ଥ ଶ୍ରେଣୀରେ ଯୋଗ ଦେଇ ପ୍ରଥମ ଦିନ ହିଁ ତାଙ୍କର ବେଞ୍ଚ ଉପରେ ଠିଆ ହୋଇ କଟାଇବାର ଅନୁଭୂତି ହୁଏ – ପିତାଙ୍କର ନୁହଁ, ପୁତ୍ରମଣିଙ୍କର ।
ସେବେ ଇସ୍କୁଲୁରେ ପଢ଼ୁଥିଲେ ଆଠ ଶହରୁ ଅଧିକ ଛାତ୍ର । ଚତୁର୍ଥଠାରୁ ଏକାଦଶ, ପ୍ରତ୍ୟେକ ଶ୍ରେଣୀରେ ଥିଲା ତିନୋଟି ଲେଖାଏଁ ବିଭାଗ । ସେଇ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଅବସ୍ଥାରେ ହିଁ ଦେଶ ସ୍ୱାଧୀନ ହେଲା । ହେଲେ ମୟୁରଭଞ୍ଜ କିଛି କାଳ ଭାରତରେ ଯୋଗ ନଦେଇ ଅଲଗା ରହିଲା ।
ଦଇତାରି ବାବୁ ହେଡ଼ମାଷ୍ଟ୍ର ହୋଇ ଆସିଥା'ନ୍ତି । ମାଷ୍ଟ୍ରଙ୍କ ପୁଅ ବାରିପଦା ଇସ୍କୁଲୁରେ ନାମ ଲେଖାଇବା ପର୍ଯ୍ୟନ୍ତ ସିଲିଂ ପଙ୍ଖା ଦେଖି ନଥିଲେ । ସେତେବେଳେ ପ୍ରତି ଶ୍ରେଣୀରେ ଯୋଡ଼େ ଲେଖାଏଁ ଝୁଲା ପଙ୍ଖା, ଗୋଟାଏ ଲେଖେଁ ଶକତ, ବହି ଭରତି ଆଲମାରି, ବସିବା ପାଇଁ ବେଞ୍ଚର ବ୍ୟବସ୍ଥା - ପୁରାପୁରି ରାଜକୀୟ ଆୟୋଜନ ।
ପ୍ରତି କିଲାସରେ ଗୋଟାଏ ଲେଖାଏଁ ଶ୍ରେଣୀ ପାଠାଗାର – ଆଲମାରିଟା ହିଁ ଲାଇବ୍ରେରି । ପ୍ରତି ଶ୍ରେଣୀରେ ଜଣେ ଶିକ୍ଷକ ପାଠାଗାର ଦାୟିତ୍ୱରେ ଥାଆନ୍ତି । ଯେବେ ସୌରୀନ୍ଦ୍ର ବାବୁଙ୍କର ବାରିପଦା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ହେଲା, ତାଙ୍କ ଶ୍ରେଣୀ ପାଇଁ ଗ୍ରନ୍ଥାଗାର ଦାୟିତ୍ୱରେ ଥାଆନ୍ତି ଶ୍ୟାମସୁନ୍ଦର ଷଡ଼ଙ୍ଗୀ ।
ତାଙ୍କ ଠାରୁ ଯେଉଁ ପ୍ରଥମ ପୁସ୍ତକଟି ବାବୁ ପାଇଲେ, ତାହା ଥିଲା ‘ଫୁଲଚାଙ୍ଗୁଡ଼ି’ ବୋଲି କୁନି ବହିଟିଏ । ତାହା ହିଁ ତାଙ୍କ ମନରେ ପାଠକୀୟ ନିଶା ଜଗାଇଲା । ସେ ଅନ୍ୟ ବହି ସବୁ ମଧ୍ୟ ଆଣି ପଢ଼ିବାକୁ ଲାଗିଲେ । କଲିକତାର ‘ଦେବସାହିତ୍ୟ କୁଟୀର’ରୁ ବହି ମଗାଇ ପଠନ ଆରମ୍ଭ ହେଲା । ତାହା ସହ ଓଡ଼ିଆ ଓ ବଙ୍ଗଳା ରହସ୍ୟ ଉପନ୍ୟାସ ପଢ଼ାର ନିଶା ମଧ୍ୟ ଚଢ଼ିଲା । ବହି ପଢ଼ିବାରେ ତାଙ୍କର ସାଥି ଥିଲେ ଜୟକୃଷ୍ଣ ମହାପାତ୍ର ଓ ସନ୍ତୋଷ ଦାଶ ।
ସେତିକି ବେଳେ ବାରିପଦାରୁ ‘ଚନ୍ଦ୍ରିକା’ ବୋଲି ଗୋଟିଏ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରକାଶ ପାଇବାକୁ ଆରମ୍ଭ କଲା । ସମ୍ପାଦକ ଥିଲେ ମହେଶ ମହାପାତ୍ର । ଥରେ ଗୋଟିଏ ଗପ ଲେଖି ସାରି ମହେଶ ବାବୁଙ୍କ ସ୍ତ୍ରୀଙ୍କୁ ଗପଟି ଦେଇ ସୌରୀନ୍ଦ୍ର ବାବୁ ପଳାଇ ଆସିଲେ । ତାହା ବୋଧେ ତାଙ୍କର ସିରିଅସ ଲେଖକ ଜୀବନର ଆଦ୍ୟ ଉନ୍ମେଷ । ଗପଟି ତ ପ୍ରକାଶ ହେଲାନି । ହେଲେ ସମ୍ପାଦକ ଓ ନିଜ ପିତା ଭାଷା ଶୁଦ୍ଧ କରିବା ପାଇଁ ତାଙ୍କୁ ଅନୁବାଦ କରିବା ନିମନ୍ତେ ଉପଦେଶ ଦେଲେ। ସେଇଥିରୁ ସୌରୀନ୍ଦ୍ର ବାବୁଙ୍କର ଭାଷା ସହ ଅସଲ କସରତ ଆରମ୍ଭ ହୁଏ ।
ପାଠ ପଢ଼ା ଛଡ଼ା ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସୌରୀନ୍ଦ୍ର ଅଂଶଗ୍ରହଣ କରିବାକୁ ଲାଗିଲେ । ଅଷ୍ଟମ ଶ୍ରେଣୀରେ ଇସ୍କୁଲୁର ପ୍ରବନ୍ଧ ପ୍ରତିଯୋଗିତାରେ ଚତୁର୍ଥ ହେଲେ । ମନଟା ଖଟା ହୋଇଗଲା । ପରିଶ୍ରମ କରି ଦଶମ ଶ୍ରେଣୀରେ ହେଲେ ପ୍ରଥମ – ପୁରସ୍କାର ମିଳିଲା ‘ଗଙ୍ଗାଧର ଗ୍ରନ୍ଥାବଳୀ’ । ସେତେବେଳର ତାଙ୍କ ସ୍କୁଲର ଶିକ୍ଷକମାନଙ୍କୁ ନେଇ ଗୋଟିଏ ଟାହୁଲିଗୀତର ପ୍ରଚଳନ ଥିଲା -
ମାୟାଧର ବାବୁ କାନଫୋଡ଼ିରେ,
ସନ୍ତୋଷ ବାବୁଙ୍କ ଟେରି.
ଶାମବାବୁର ବାଳ ଠିଆ,
ଲମ୍ବୋଦର ବାବୁ ଡେଙ୍ଗା ପେଟାରେ ଘଡ଼େଇ
ମାୟାଧର ବାବୁ କାନଫୋଡ଼ି ।”
ଏହି ଗୀତ ଶୁଣି ମାୟାଧର ବାବୁ ଚିଡ଼ିଯାଆନ୍ତି ଆଉ ପିଲାମାନେ ତାଙ୍କୁ ‘ନାକ୍ଟିଙ୍ଗେଲ୍’ ବୋଲି ଡାକନ୍ତି ।
ସ୍କୁଲର ସବୁଠାରୁ ପ୍ରସିଦ୍ଧ ମାଷ୍ଟ୍ର ଥିଲେ ଖେଳଶିକ୍ଷକ ବ୍ରଜ ବାବୁ । ତାଙ୍କ ଯୋଗୁଁ ବାରିପଦାରେ ଫୁଟବଲ ଖେଳ ଲୋକପ୍ରିୟ ହୋଇପାରିଥିଲା ଓ ରାଜ୍ୟର ଏକ ଶକ୍ତିଶାଳୀ ଦଳ ଭାବରେ ଗଢ଼ି ହୋଇପାରିଥିଲା । ସେ ପିଲାଙ୍କୁ ନିୟମିତ ଖେଳ ଶିଖାନ୍ତି, ସେମାନଙ୍କୁ ନେଇ ଡ୍ରିଲ କରାନ୍ତି । ଆଉ ସ୍କୁଲ ବେଳେ ପିଲାଙ୍କଠୁଁ ରହସ୍ୟ ଉପନ୍ୟାସ ସଙ୍ଗ୍ରହ କରିନେଇ ବସି ପଢ଼ନ୍ତି । ସବୁବେଳେ ପିଲାଙ୍କୁ ଶିଖାନ୍ତି ଫାଉଲ ଖେଳ ନଖେଳିବା ପାଇଁ । ପିଲାଏ ଖେଳିବାକୁ ଗଲେ ଶିକ୍ଷକଙ୍କର ପଦରଜ ସଙ୍ଗ୍ରହ କରିନେଇ ଯାଆନ୍ତି ।
ସ୍କୁଲର ଅଫିସ ଆଗରେ ଥିଲା ଗୋଟାଏ ଅତିକାୟ ନାଗେଶ୍ୱର ଗଛ । ହତା ଭିତରେ ହେଡ଼ମାଷ୍ଟ୍ରଙ୍କର ରହିବା ନିମନ୍ତେ ବସାର ବ୍ୟବସ୍ଥା ହୋଇଥାଏ । ବସା ଭିତରେ ଗୋଟିଏ ଅଗଣା । ଅଗଣା ଭିତରେ ଯାଉଁଳି ଆମ୍ବ-ବେଲ ଗଛ । ସେହି ଆମ୍ବର ଛାଇରେ ଖରାଦିନେ ମଶାରି ପାରି ଶୋଇବାର ବ୍ୟବସ୍ଥା ହୁଏ ।
ସହକାର ଛାଇ ତଳର ଜୀବନ ବେଶୀ ଦିନ ତିଷ୍ଠି ରହିଲା ନାହିଁ । ସେଠି ରହୁଥିଲା ବେଳେ ନାନାଦି ଆମୋଦ ସହ ସୌରୀନ୍ଦ୍ର ବାବୁଙ୍କର ବନ୍ଧୁହାନି ମଧ୍ୟ ହେଲା । ଶେଷକୁ ବାରିପଦା ହାଇସ୍କୁଲୁରୁ ମାଟ୍ରିକ ପାସ କରି ଏମ୍. ପି. ସି. କଲେଜରେ ନାମ ଲେଖାଇଲେ । ହେଲେ ତାହା ଅନ୍ୟ ଏକ କାହାଣୀ ।
ବି.ଦ୍ର. ଏହି ଲେଖାଟି ସୌରୀନ୍ଦ୍ର ବାରିକଙ୍କର ଆତ୍ମଜୀବନୀ ‘ବାଟ ଚାଲୁ ଚାଲୁ’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ଶ୍ରୀ ବାରିକଙ୍କର ଅବର୍ତ୍ତମାନରେ ୨୩ ଫେବୃଆରୀ ୨୦୧୮ରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ସୃଜନଙ୍କ ଦ୍ୱାରା ପ୍ରକାଶିତ ।
Tuesday, July 5, 2022
Ayodhya
Bharat Majhi
Translated by Sailen Routray
![]() | |
| Aragonite Crystal - Los Molinillos, Cuenca, Spain (Size 4×3.6×3.5 cm, weight 100 g) https://commons.wikimedia.org/JJ Harrison |
a house of worship being destroyed.
We have just flown a few thousand miles
after cutting the wings of the birds
in lieu of certain needs.
After having offered a hundred thousand bel leaves,
we have passed all the examinations in the world.
We had a heritage like the lost finger of Ekalavya,
that was given away as an offering.
Now we have filled a jar with blood,
The shape of our happiness
dazzles the darkness.
We have finished building the hands
permanently joined in a salutation.
We are already staring at some loose scriptures.
Therefore dear sir,
we have not witnessed
a house of worship being destroyed.
Wednesday, June 29, 2022
ଥିବା ଓ ହେବା ଭିତରେ ତଫାତ୍
ସୁଜାତା ଭଟ୍ଟ
ଅନୁବାଦ - ଶୈଲେନ ରାଉତରାୟ
![]() |
| ୟୁକ୍ରେନ୍ ଦେଶର ବାଲି ଏଣ୍ଡୁଅ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/Сергій Мірошник |
Wednesday, June 22, 2022
Stitching Times, Making Histories
Sailen Routray
These range from detailed reconstructions of historical material regarding conversion, missionary activity, and the entanglements of colonial law and popular legalities; theoretical analysis of the various modes of writing history; and meta-theoretical reflections regarding tradition and modernity. According to Dube, central to such an enterprise are processes and procedures that interrogate two ‘forceful scandals,’ that of the West and the nation, and two powerful projects, that of a reified modern state, and a singular western modernity.
Crucial to the latter projects are notions of subjecthood and subjectivity that simultaneously condition and are conditioned by colonial structures of reading and deploying power and difference. Of all the theoretical moves in recent times that have tried to foreground such concerns, subaltern studies is arguably the most important, and the volume under discussion takes this project as its point of departure.
Tuesday, June 21, 2022
ବାଣପୁରରେ ପିଲାଦିନ ଓ ପାଠପଢ଼ା
ଶୈଲେନ ରାଉତରାୟ
![]() |
| ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ସୁଦୀପ ପ୍ରମାଣିକ |
ଅଠର ବର୍ଷ ବୟସରେ ଗୋଦାବରୀଶ ନିଜର ଜାତକକୁ ଚିରି ଫୋପାଡ଼ି ଦେଇଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ । ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନଥିଲା, ସେହିପରି ତାଙ୍କର ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ ।
୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା' ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ ।
ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା ।
ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ । ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।
ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣୁ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ ।
ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିର ଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।
ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନଥିଲେ । ଏଣୁ ଶିକ୍ଷକଙ୍କଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ ।
ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି ।
ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା ।
ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ ।
ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନଥିଲା ।
ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଛ ଚିଲିକା ମାଛ ।
ବି.ଦ୍ର. - ଏହି ଲେଖାଟି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରୁ ନିଆଯାଇଛି । ବ୍ୟବହୃତ ସଂସ୍କରଣଟି ହେଲା କଟକସ୍ଥ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିର ପ୍ରକାଶ କରିଥିବା ୨୦୦୧ ମସିହାର ପରିମାର୍ଜିତ ଦଶମ ସଂସ୍କରଣର ୨୦୧୪ ସାଲରେ ପୁନର୍ମୁଦ୍ରିତ ଏକ ପ୍ରତି । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।
There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...
-
ରେଭେନ୍ସାର ଖାନା ଶୈଲେନ ରାଉତରାୟ ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ଦିନ ଥିଲା, କଲେଜେ କହିଲେ ନୋକେ ...
-
Bou’s Saree Chirashree Indrasingh Translated by Sailen Routray The old Jewish cemetery near Heinsheim, Bad Rappenau , German Photo Credit ...
-
Why I am no longer ashamed of being called a blogger Sailen Routray Boy under waterfall in Phu Sang National Park, Thailand https://commons....






