Wednesday, June 24, 2020

ରାଜନୀତିର ବିଚାର ଓ ବିଚାରର ରାଜନୀତି

ଶୈଲେନ ରାଉତରାୟ


"ଯେଉଁଠାରେ ବୁଦ୍ଧିଜୀବୀର ଆତ୍ମ ଗୌରବ ନାହିଁ, ସେ ଛୋଟଲୋକ । ତେଣୁ ଜନମାନସ ଉପରେ ତାର ପ୍ରଭାବ ନ ପଡ଼ିବା ସ୍ୱାଭାବିକ ।" -  କିଶନ ପଟ୍ଟନାୟକ, 'ଭାରତୀୟ ବୁଦ୍ଧିଜୀବୀର ସଙ୍କଟ' ।

କିଶନବାବୁଙ୍କୁ ପ୍ରାୟତଃ ସମସ୍ତେ ଜଣେ ସମାଜବାଦୀ ନେତା ଭାବରେ ଜାଣିଥିଲେ । ସେ ତାଙ୍କର ସମକାଳୀନ ରାଜନୈତିକ ଓ ସାମାଜିକ ସମସ୍ୟାଗୁଡ଼ିକ ବିଷୟରେ ହିଁ ଲେଖୁଥିଲେ । ତାଙ୍କ ଲେଖାର ଏକ ବଡ଼ ଭାଗ ସେ ହିନ୍ଦୀ ଭାଷାରେ ଲେଖିଯାଇଛନ୍ତି । ଯଦିଓ ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ପ୍ରବନ୍ଧ ଅଛି ଯାହାକି ସଙ୍କଳିତ ହୋଇ ପ୍ରକାଶ ମଧ୍ୟ ହୋଇଛି । 

୨୦୦୧ ମସିହାରେ ଭୁବନେଶ୍ୱରର ସୁବର୍ଣ୍ଣରେଖା ପ୍ରକାଶନ ସଂସ୍ଥା ‘ଭାରତୀୟ ବୁଦ୍ଧିଜୀବୀର ସଙ୍କଟ ଓ ଅନ୍ୟାନ୍ୟ ପ୍ରବନ୍ଧ’ ଶୀର୍ଷକରେ  କିଶନ ବାବୁ଼ଙ୍କର ସାତୋଟି ପ୍ରବନ୍ଧର ଏକ ସଙ୍କଳନ ପ୍ରକାଶିତ କରିଥିଲେ । ୨୦୦୪ ମସିହାରେ ବରଗଡ଼ର ବିକଳ୍ପ ପ୍ରକାଶନ ‘ବିଚାରର ଟିପାଖାତା’ ଶୀର୍ଷକରେ ଲେଖକଙ୍କର ଅଠରଟି ପ୍ରବନ୍ଧ ଏକତ୍ର ଛପାଇଥିଲେ । କିଶନ ପଟ୍ଟନାୟକଙ୍କର ଏଗାରଟି ପ୍ରବନ୍ଧକୁ ଯୋଡ଼ି ୧୯୯୫ ମସିହାର ମଇ ମାସରେ ଦଲ୍ଲୀର ପ୍ରକାଶନ ସଂସ୍ଥା “ସମତା ପ୍ରକାଶନ”  “ଭାରତ୍ ଶୂଦ୍ରୋଙ୍କା ହୋଗା” ଶୀର୍ଷକରେ ଏକ ହିନ୍ଦୀ ପ୍ରବନ୍ଧ ସଙ୍କଳନ ପ୍ରକାଶିତ କରିଥିଲେ । ଏହାର ଓଡ଼ିଆ ଅନୁବାଦ ଶ୍ରୀ ସୁରେନ୍ଦ୍ର ପାତ୍ର କରିଥିଲେ । ଶ୍ରୀ ମାନସ ଜେନା ଏହାକୁ ଛପାଇଥିଲେ । ଓଡ଼ିଆ ପ୍ରକାଶନର ଶୀର୍ଷକ ହେଲା, “ଭାରତ ଶୂଦ୍ରଙ୍କର ହେବ : ଦୁଇଟି ରାଷ୍ଟ୍ରୀୟ ସଙ୍କଟ ଓ ଶୂଦ୍ରଶକ୍ତିର ଅଭ୍ୟୁତ୍ଥାନ” । ଓଡ଼ିଆ ଅନୁବାଦର ପ୍ରକାଶନର କାଳ, ୨୦୦୫ ମସିହାର ସେପ୍ଟେମ୍ବର ମାସ । ଓଡ଼ିଆ ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଓଡ଼ିଆ ଅନୁବାଦର ମୁଖବନ୍ଧ ଲେଖିଥିବା ଲିଙ୍ଗରାଜଙ୍କ ଅନୁସାରେ ଏହି ପୁସ୍ତକରେ ସ୍ଥାନିତ ପ୍ରବନ୍ଧଗୁଡ଼ିକ ୧୯୯୧ ରୁ ୧୯୯୩ ମଝିରେ କିଶନ ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ହିନ୍ଦୀ ମାସିକ "ସାମୟିକ ବାର୍ତ୍ତା"ର ସମ୍ପାଦକୀୟ ରୂପରେ ତଥା କିଛି ହିନ୍ଦୀ ଖବରକାଗଜମାନଙ୍କରେ ପ୍ରକାଶିତ ହୋଇଥିଲା । ଅବଶ୍ୟ ଏଗୁଡ଼ିକ ମୌଳିକ ଓଡ଼ିଆ ପ୍ରବନ୍ଧ ନୁହନ୍ତି । ଓଡ଼ିଆ ପତ୍ରିକା "ବିକଳ୍ପ ବିଚାର"ରେ କିଶନବାବୁ ଲେଖିଥିବା ସମ୍ପାଦକୀୟ ଓ ପ୍ରବନ୍ଧ ଗୁଡ଼ିକରୁ ଅନେକ ଅସଙ୍କଳିତ ହୋଇ ରହିଯାଇଥିଲା । ଏ ସବୁଗୁଡ଼ିକୁ ଏକତ୍ରିତ କରି ବିକଳ୍ପ ପ୍ରକାଶନ ବରଗଡ଼ ଓ ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ୱର ଦୁଇଟି ଖଣ୍ଡରେ ୨୦୧୫ ଓ ୨୦୧୬ ମସିହାରେ ଛାପିଛନ୍ତି ।

ଅର୍ଥାତ୍ କିଶନ ବାବୁଙ୍କର ଓଡ଼ିଆ ଭାଷାରେ ଲିଖିତ ମୌଳିକ ପ୍ରବନ୍ଧ ଓ ଓଡ଼ିଆ ଭାଷାକୁ ହିନ୍ଦୀରୁ ଅନୁଦିତ ଲେଖା (ଯାହାର ଓଡ଼ିଆ ବିଚାର ଜଗତ ପ୍ରତି ସମ୍ଭାବ୍ୟ ଅବଦାନ ରହିପାରେ) ଗୁଡ଼ିକର ସଙ୍ଖ୍ୟା ବହୁତ ନ ହେଲେ ମଧ୍ୟ ଅଳ୍ପ ନୁହେଁ । ଆମେ ଏଠାରେ ଏହା ଉପସ୍ଥାପନ କରିବାକୁ ଚାହିଁବୁ ଯେ, ଓଡ଼ିଆ ଭାଷାରେ ଜଣେ ପ୍ରାବନ୍ଧିକ ଭାବରେ ତାଙ୍କର କାମର ପୁନଃଆକଳନ କରିବାର ଆବଶ୍ୟକତା ରହିଛି । ଏହି ଲେଖାଟି ସେ ଦିଗରେ ଗୋଟିଏ ଛୋଟ ପଦକ୍ଷେପ ।  ଜଣେ ପ୍ରାବନ୍ଧିକ ଓ  ଓଡ଼ିଆ ବିଚାର ଜଗତର ଜଣେ ମୌଳିକ ଚିନ୍ତକ ଭାବରେ କିଶନବାବୁଙ୍କର ଏକ ସଦ୍ୟ ଆକଳନ କରିବା ପାଇଁ ଅନେକ କାରଣ ରହିଛି । ପ୍ରଥମ କାରଣ ହେଲା ଯେ, ପ୍ରବନ୍ଧ ଭାବରେ ଏହି ଲେଖାଗୁଡ଼ିକର ନିଜସ୍ୱ ମର୍ଯ୍ୟାଦା ରହିଛି । ନିଜର ଶୈଳୀଗତ ସୌନ୍ଦର୍ଯ୍ୟ ଓ ଭାବଗାମ୍ଭୀର୍ଯ୍ୟ ଯୋଗୁଁ କେବଳ ଓଡ଼ିଆ (ବା ହିନ୍ଦୀ) ନୁହେଁ, ଅନ୍ୟ ଭାରତୀୟ ଓ ଅଣଭାରତୀୟ ଭାଷାରେ ମଧ୍ୟ ସେଗୁଡ଼ିକ ଉପଲବ୍ଧ ହେବାର ଆବଶ୍ୟକତା ଅଛି ।


କିଶନ ପଟ୍ଟନାୟକ (୧୯୨୯ - ୨୦୦୪)

ଏଠାରେ ଆମେ କେବଳ ଗୋଟିଏ ପ୍ରବନ୍ଧର ଉଦାହରଣ ଦେବା । ପ୍ରବନ୍ଧଟିର ଶୀର୍ଷକ ହେଲା ‘ଭାରତୀୟ ବୁଦ୍ଧିଜୀବୀର ସଙ୍କଟ’ । ଲେଖାଟି ପ୍ରଥମେ ୧୯୬୦ ମସିହାର ମଇ ମାସରେ ତ୍ରୈମାସିକ ପତ୍ରିକା ‘ପ୍ରଜ୍ଞା’ର ପ୍ରଥମ ସଙ୍ଖ୍ୟାରେ ଛପାଯାଇଥିଲା । ଲେଖାଟି କିଶନ ବାବୁ ମାତ୍ର ଏକତିରିଶି ବର୍ଷ ବୟସରେ ଲେଖିଥିଲେ । ଲେଖାଟିରୁ କିଛି ଉଦ୍ଧୃତାଂଶ ଦେଖିବା ।

ମହାନ ଦର୍ଶନ, ସାହିତ୍ୟ କିମ୍ବା କଳା କେବଳ ନିବିଡ଼ ଅନୁଭୂତିରୁ ଜନ୍ମେ । ଯେତେଦିନ ପର୍ଯ୍ୟନ୍ତ ଆତ୍ମା, ମସ୍ତିଷ୍କ ଓ ହୃଦୟର ଲୀଳାସ୍ଥଳ ରକ୍ତ ମାଂସ ଅସ୍ଥିର କଳେବର ହୋଇଥିବ, ସେ ପର୍ଯ୍ୟନ୍ତ ମଣିଷର ନିବିଡ ଅନୁଭୂତି କେବଳ ନିଜର ସୀମିତ ପରିବେଶରେ ଥିବା ମଣିଷ, ଜନ୍ତୁ, କୀଟ, ଗଛଲତା, ଅଭାବ, ଇଚ୍ଛା, ପାପ ପୂଣ୍ୟ, ପାଣି ପବନରୁ ହିଁ ଆସିବ । କୌଣସି ଆରୋପିତ ଅନୁଭୂତି ଦ୍ୱାରା ମଣିଷର ମନ ବହୁତ ଉଚ୍ଚକୁ ବା ଗଭୀରତାକୁ ସ୍ପର୍ଶ କରିପାରେ ନାହିଁ । ବଡ଼ ବଡ଼ କଳା ଓ ସାହିତ୍ୟର ସୃଷ୍ଟି କେବଳ ଗଭୀର ସ୍ଥାନୀୟ ଅନୁଭୂତିରୁ ହିଁ ହୁଏ ।’  ବୌଦ୍ଧିକ କର୍ମର ଆବ୍ୟଶ୍ୟକୀୟ ଓ ନିର୍ଘାତ ସ୍ଥାନୀୟ ଚରିତ୍ର ବିଷୟରେ ଓଡ଼ିଆ ସାହିତ୍ୟରେ ଆପଣ ଏପରି ସିଧା, ସରଳ ଓ ସୁନ୍ଦର କଥା ଆଉ କେଉଠିଁ ପଢ଼ିଥିଲେ ?

ଏବେ ଆମେ ତାଙ୍କ ଶେଷ ଜୀବନର ଲେଖାରୁ ଗୋଟିଏ ଉଦାହରଣ ନେବା । ଲେଖାଟି ବିକଳ୍ପ ବିଚାରର ପଚିଶିତମ ସଙ୍ଖ୍ୟାରେ (ମଇ-ଅଗଷ୍ଟ) ସମ୍ପାଦକୀୟ ଭାବରେ ୨୦୦୪ ମସିହାରେ ପ୍ରକାଶ ପାଇଥିଲା । ସମ୍ଭବତଃ କିଶନ ବାବୁ ଓଡ଼ିଆ ଭାଷାରେ ଲେଖିଥିବା ଏହା ଅନ୍ତିମ ମୌଳିକ ଲେଖା ।

ଏକବିଂଶ ଶତାବ୍ଦୀରେ ଧନତନ୍ତ୍ରକୁ ସୀମିତ କରିବାର କୌଣସି ଆଖିଦୃଷ୍ଟିଆ ଚେଷ୍ଟା, ନା ରାଜନୀତିରେ ନା ବିଚାରରେ କ୍ଷେତ୍ରରେ, ପ୍ରଭାବ ପକାଇ ପାରିଛି । ତେଣୁ ପ୍ରଜାତନ୍ତ୍ର ଧନତନ୍ତ୍ର ଦ୍ୱାରା କବଳିତ ହୋଇ ପଛକୁ ଫେରିଯାଇଛି । ଦୁନିଆର ସବୁଠାରୁ ବେଶୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଜାତନ୍ତ୍ର ଭାବେ ବ୍ରିଟେନ୍ ଓ ଯୁକ୍ତରାଜ୍ୟ ଆମେରିକାକୁ ଗଣାଯାଏ । ଏହି ଦେଶମାନଙ୍କରେ ମଧ୍ୟ ମୁଖ୍ୟ ରାଜନୈତିକ ଦଳମାନେ ପୁଞ୍ଜିପତିମାନଙ୍କର ଟଙ୍କା ଉପରେ ଆଶ୍ରିତ ହୋଇ ସେମାନଙ୍କର ହାତବାରିସି ହୋଇଛନ୍ତି । ଇଟାଲୀର ପ୍ରଜାତାନ୍ତ୍ରିକ ପ୍ରଧାନମନ୍ତ୍ରୀ ନିଜେ ଜଣେ ବିରାଟ  ପୁଞ୍ଜିପତି ।’ ରାଜନୈତିକ ଦଲିଲ୍ ଭାବରେ ଏପରି ପ୍ରାଞ୍ଜଳ, ଓ ଶୈଳୀଗତ ଦୃଷ୍ଟିରୁ ଏଭଳି ନିର୍ଭୁଲ ଉଚ୍ଚାରଣ, ଆପଣ ଗୋପବାବୁଙ୍କ ପରେ ଆଉ କାହା ଲେଖାରେ ଦେଖିବାକୁ ପାଇଥିଲେ କି ? ବୋଧେହୁଏ ନୁହେଁ ।

ଆଉ କିଛି କାରଣ ଥାଉ ବା ନ ଥାଉ, କିଶନବାବୁଙ୍କର ପ୍ରବନ୍ଧଗୁଡ଼ିକ ନିଜର ସ୍ପଷ୍ଟ ଉଚ୍ଚାରଣ ଓ ତଥା ମୌଳିକ ସୌନ୍ଦର୍ଯ୍ୟ ପାଇଁ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ । ଏଥିରେ ଦ୍ୱିମତର ଅବକାଶ ନାହିଁ । ଏଠାରେ କେହିକେହି କହିପାରନ୍ତି ଯେ କେବଳ ରାଜନୀତି ଓ ସମାଜଚର୍ଚ୍ଚା କରୁଥିବା ଜଣେ ଲେଖକଙ୍କୁ କିପରି ଆମେ ସାହିତ୍ୟିକ ପ୍ରବନ୍ଧ ଲେଖକର ମାନ୍ୟତା ଦେଇ ପାରିବା ? ଏଥିର ସବୁଠାରୁ ଭଲ ଉତ୍ତର ବୋଧେହୁଏ ଆମେ କିଶନ ବାବୁଙ୍କ ଲିଖିତ, ବିକଳ୍ପ ବିଚାର (ପ୍ରଥମ ସଙ୍ଖ୍ୟା) ପତ୍ରିକାର ପ୍ରସ୍ତାବନା ଭାବରେ  ୧୯୯୨ ମସିହାରେ ପ୍ରକାଶିତ, ‘ନୂଆ ଅର୍ଥନୀତି ଓ ଓଡ଼ିଆ ଭାଷା’ ଶୀର୍ଷକର ସମ୍ପାଦକୀୟରେ  ହିଁ ପାଇବା ।

ତେଣୁ ଗୋଟିଏ ଭାଷାର ଜୀବନର ସାନ୍ଧ୍ରତାକୁ ପରୀକ୍ଷା କରିବାର ମାପକାଠି ହେଉଛି - ସାମ୍ପ୍ରତିକ ଜଗତର ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ଓ ସଙ୍କଟମାନଙ୍କ ସାଙ୍ଗରେ ସଂଳାପ କରିବାର କ୍ଷମତା ତାହାର ରହିଛି କି ନାହିଁ ? … କବିତା, ଗଳ୍ପ ଓ ଧର୍ମପୁସ୍ତକ ପ୍ରକାଶିତ ହୋଇଗଲେ ଗୋଟିଏ ଭାଷା ସମୃଦ୍ଧ ହୁଏନାହିଁ । ଜାଗତିକ ଘଟଣାବଳୀ ସାଙ୍ଗରେ ଯେଉଁ ଭାଷାର ସଂଳାପ ନାହିଁ, ତାହାକୁ ଏକ ସକ୍ଷମ ଆଧୁନିକ ଭାଷା ବୋଲି କହିହେବ ନାହିଁ । ଏପରି ଏକ ଭାଷା କହୁଥିବା ଲୋକେ ସାମୂହିକ ଉନ୍ନତି କରିପାରିବେ ନାହିଁ । ତାଙ୍କ ଭିତରୁ ମୁଷ୍ଟିମେୟ ବ୍ୟକ୍ତି ଅନ୍ୟ ଭାଷାରେ ପ୍ରବୀଣ ହୋଇ ନିଜ ନିଜର ଗୁଡ଼ାଏ ଉନ୍ନତି କରିପାରନ୍ତି । କିନ୍ତୁ, ତାଙ୍କର ସମାଜ ଇତିହାସର  ମୂଖ୍ୟଧାରାକୁ ଆସିପାରିବ ନାହିଁ ।’


କିଶନ ପଟ୍ଟନାୟକଙ୍କର ଓଡ଼ିଆ ପ୍ରବନ୍ଧ ସଙ୍କଳନର ପ୍ରଥମ ଖଣ୍ଡ

ମାତ୍ର କିଶନବାବୁଙ୍କର ମୌଳିକତା ଖାଲି ଏଥି ପାଇଁ ନୁହେଁ ଯେ ସେ ଓଡ଼ିଆ ଭାଷାରେ ଶୈଳୀଗତ ଦୃଷ୍ଟିରୁ ସୁନ୍ଦର ଗଦ୍ୟ ରଚନା କରିଛନ୍ତି, କିମ୍ବା ଓଡ଼ିଆରେ ସମାଜ ଚର୍ଚ୍ଚା ବା ରାଜନୀତି ଚର୍ଚ୍ଚା କରି ଓଡ଼ିଆ ଭାଷା ସାହିତ୍ୟର ପରିଧି ବଢ଼ାଇଛନ୍ତି । ଯେ କୌଣସି ଭାଷାରେ କଲମଚାଳନା କରିଥିଲେ ମଧ୍ୟ ତାଙ୍କର ଲେଖାର ଗୁରୁତ୍ତ୍ୱ ରହିଥାଆନ୍ତା ଓ ବ୍ୟାପକ ବିତରଣ, ଅଧ୍ୟୟନ, ସମୀକ୍ଷା ତଥା ଚର୍ଚ୍ଚା ଦାବୀ କରିଥାଆନ୍ତା ।

ଆମେ ଯଦି ଭାରତୀୟ ମାନବ ବିଜ୍ଞାନର ବୃହତ୍ତର କ୍ଷେତ୍ର ପ୍ରତି  ଦୃଷ୍ଟି ଦେବା, ତାହା ହେଲେ ଦେଖିବା ଯେ, କେତୋଟି ପ୍ରଶ୍ନର ଭୂତ ଏହି କ୍ଷେତ୍ରକୁ ଆକ୍ରାନ୍ତ କରିଛନ୍ତି । କିନ୍ତୁ ଅନେକ ସମୟରେ ସମାଜ ଶାସ୍ତ୍ରୀମାନେ ଏହି ଭୂତଗୁଡ଼ିକ ପ୍ରତି ସିଧାସଳଖ ଭାବରେ ସଚେତନ ନୁହନ୍ତି । ଅଳ୍ପ କେତେକ ସମାଜବିଦ୍ ହିଁ ଏହି ପ୍ରଶ୍ନଗୁଡ଼ିକ ଓ ସେଥିର ଭୂତମାନଙ୍କ ପ୍ରତି ସଚେତନ । ସେହି ପ୍ରଶ୍ନଗୁଡ଼ିକ ହେଲା - ପ୍ରଥମତଃ ଭାରତରେ ଔପନିବେଶବାଦର ସ୍ଥାପନ ଫଳରେ କଅଣ ହେଲା, ଅର୍ଥାତ ଇଂରେଜମାନଙ୍କ ଦ୍ୱାରା ଭାରତୀୟ  ସମାଜ ବ୍ୟବସ୍ଥା ଛାରଖାର ହେବା ପୂର୍ବରୁ ତାହାର ସଂରଚନାର ଗୁଣସୂତ୍ର ତଥା ଢାଞ୍ଚାର ରୂପରେଖ କିପରି ଥିଲା ? ଦ୍ୱିତୀୟତଃ, ଉପନିବେଶବାଦ କେଉଁ ପରି ଭାବରେ ଏହି ସଂରଚନାକୁ ଧ୍ୱଂସ କରି ନିଜକୁ ସୁହାଇଲା ଭଳି ପ୍ରାରୂପଟି ତିଆରିଲା ? ତୃତୀୟତଃ, ରାଜନୈତିକ ଦୃଷ୍ଟିରୁ ସ୍ଥୁଳ ଉପନିବେଶବାଦର ୧୯୪୭ରେ ଅନ୍ତ ଘଟିସାରିଲା ପରେ ଯଦି ଏ ପର୍ଯ୍ୟନ୍ତ ଆମ ସମାଜ ଓ ରାଜନୀତିକୁ ଉପନିବେଶବାଦର ଭୂତ ଘାରି ରହିଅଛି, ତାହାହେଲେ ଭୂତ ଛଡ଼ାଇବା ପାଇଁ କିଭଳି ପଦକ୍ଷେପ ଉଠାଇବାକୁ ପଡ଼ିବ ?  ଏହି ପ୍ରଶ୍ନଗୁଡ଼ିକ ବିଷୟରେ (ଅନ୍ୟମାନଙ୍କ ସହିତ) ତତ୍ତ୍ୱବିଦ ବିବେକ ଧାରେଶ୍ୱର ୨୦୧୦ ମସିହାରେ ଗାନ୍ଧୀଙ୍କର ହିନ୍ଦ୍ ସ୍ୱରାଜ ବହି ଉପରେ ଲିଖିତ "ଇକନମିକ୍ ଆଣ୍ଡ୍ ପଲିଟିକାଲ୍ ୱିକ୍ଲି"ର ୪୫ତମ ଭାଗର ୧୨ତମ ସଙ୍ଖ୍ୟାରେ ପ୍ରକାଶିତ ‘ପଲିଟିକ୍ସ୍, ଏକ୍ସପିରିଏନ୍ସ୍ ଆଣ୍ଡ୍ କଗ୍ନିଟିଭ୍ ଏନସ୍ଲେଭମେଣ୍ଟ୍’ ଶୀର୍ଷକ ପ୍ରବନ୍ଧରେ ଆମକୁ ସଚେତନ କରାନ୍ତି ।

କିଶନବାବୁ ନିଜର ଅନେକ ପ୍ରବନ୍ଧରେ ଏହି ପ୍ରସ୍ତାବ ଦିଅନ୍ତି ଯେ, ଇଂରେଜମାନେ ଭାରତ ଅଧିକାର କରିବା ପୂର୍ବରୁ ଭାରତରେ ଦୁଇ ପ୍ରକାରର ଅଞ୍ଚଳ ଥିଲା । ପ୍ରଥମ ଅଞ୍ଚଳ ଯେଉଁଥିରେ  ବ୍ରାହ୍ମଣ ଓ କରଣ ଆଦି ତଥାକଥିତ ଉଚ୍ଚ ଜାତିମାନଙ୍କର ବର୍ଚ୍ଚସ୍ୱ ଥିଲା । ଏହା ଜଣାଶୁଣା ଯେ, ଭାରତର ଏହି ଜାତିମାନେ ନାରୀମାନଙ୍କ ସ୍ୱାଧିନତା ଉପରେ ନାନା କଟକଣା, ଯଥା, ବିଧବା ବିବାହରେ ବାରଣ, ଘର ବାହାରେ କାମ କରିବା ଉପରେ ନିଷେଧାଦେଶ, ଇତ୍ୟାଦି, ପାରମ୍ପରିକ ଭାବରେ ଜାରି କରିଥିଲେ । ଏହି ସବୁ କଟକଣା ତଥାକଥିତ ନିଚ୍ଚ ଜାତିମାନଙ୍କ ଭିତରେ ନ ଥିଲା । ବ୍ରାହ୍ମଣ ଓ କରଣ ଆଦି ଜାତିମାନଙ୍କର ପ୍ରଭାବ ଅଧିକ ଥିବା ଅଞ୍ଚଳମାନଙ୍କରେ କେବଳ ଯେ ନାରୀମାନଙ୍କର ଅବସ୍ଥା ଖରାପ ଥିଲା ସେକଥା ନୁହେଁ । ଅନ୍ୟ ତଥାକଥିତ ନିଚ୍ଚ ଜାତିମାନଙ୍କୁ ମଧ୍ୟ ନାନା ଅସୁବିଧାଜନକ କଟକଣାମାନ ସହିବାକୁ ପଡ଼ୁଥିଲା । ଅର୍ଥାତ, ଏହି ପ୍ରଥମ ପ୍ରକାରର ଅଞ୍ଚଳଗୁଡ଼ିକ ପ୍ରାୟ ଏକ ଅସମତା ଭିତ୍ତିକ ସାମାଜିକ ସଂରଚନାର ନିର୍ମାଣ କରିଥିଲେ । ଏବଂ, ହିନ୍ଦୁଧର୍ମର ଏକ ବୈଷମ୍ୟ-ମୂଳକ, ରକ୍ଷଣଶୀଳ ଦିଗକୁ କାର୍ଯ୍ୟକାରୀ କରାଇଥିଲେ । 

ଦ୍ୱିତୀୟ ଅଞ୍ଚଳଟିରେ ବ୍ରାହ୍ମଣ ଓ କରଣ ଆଦି ଉଚ୍ଚ ଜାତିମାନଙ୍କର ଅବସ୍ଥିତି ପ୍ରାୟ ନ ଥିଲା କହିଲେ ଚଳେ । ଏହି ସବୁ ଅଞ୍ଚଳରେ  ଆଦିବାସୀ, ମୂଳନିବାସୀ, ଦଳିତ ଓ ବହୁଜନ ଜାତିମାନଙ୍କର ନିବାସ ଥିଲା । ଏହି ଅଞ୍ଚଳଗୁଡ଼ିକରେ ଅଣ-ବ୍ରାହ୍ମଣବାଦୀ ହିନ୍ଦୁ ପରମ୍ପରାଗୁଡ଼ିକର ପ୍ରଚଳନ ଥିଲା ତଥା ସ୍ତ୍ରୀ ଓ ଶୂଦ୍ର ମାନଙ୍କ ପାଖରେ ସ୍ୱାଧିନ ଜୀବନଯାପନ କରିବାର ଅଧିକ ଉପାଦାନ ଓ ସମ୍ଭାବନା ଥିଲା ।

ଇଂରେଜମାନେ ଭାରତ ଅଧିକାର କରିସାରିଲା ପରେ, ନିଜର ପ୍ରଶାସନିକ ସୁବିଧା ପାଇଁ ଏହି ଦ୍ୱିତୀୟ ଅଞ୍ଚଳରେ ମଧ୍ୟ ବ୍ରାହ୍ମଣ କରଣ ମାନଙ୍କୁ ନେଇ ତଲାଟି, ତହସିଲଦାର, ଅମିନ ଇତ୍ୟାଦି ପଦବୀରେ ରଖାଇଲେ । ଭାରତୀୟ ବ୍ରିଟିଶ ସାମ୍ରାଜ୍ୟର ଶକ୍ତି ବୃଦ୍ଧି ସହିତ ଏହି ଦ୍ୱିତୀୟ ଶ୍ରେଣୀର ଭାରତୀୟ ଶାସକ ମାନଙ୍କର ମଧ୍ୟ କ୍ଷମତା ବଢ଼ିଲା । ଯେଉଁ ଅଞ୍ଚଳରେ ସେମାନଙ୍କର ସତ୍ତା ମଧ୍ୟ ନଥିଲା, ସେଠାରେ ସେମାନେ ଆସ୍ଥାନ ଜମାଇ ନିଜର ପ୍ରଭୂତ୍ତ୍ୱ ବିସ୍ତାର କଲେ । ଅର୍ଥାତ, ଇଂରେଜ ଶାସନ ବଳରେ ଭାରତରେ ଦ୍ୱିତୀୟ ପ୍ରକାରର ଅଞ୍ଚଳର ଆକାର ଛିଡ଼ିବାରେ ଲାଗିଲା । ବ୍ରାହ୍ମଣବାଦୀ ଓ ରକ୍ଷଣଶୀଳ ହିନ୍ଦୁ ପରମ୍ପରାଗୁଡ଼ିକର ପ୍ରସାର ଓ ପ୍ରଚାର ଘଟିଲା । ଦ୍ୱିତୀୟ ଶ୍ରେଣୀର ଶାସକ ଭାବରେ ବ୍ରାହ୍ମଣ ଓ କରଣ ଆଦି ଜାତିମାନଙ୍କର ଶକ୍ତି ବୃଦ୍ଧି ଘଟିଲା । ସମତା-ମୂଳକ ସମାଜ ସଂରଚନା ଥିବା ଅଞ୍ଚଳଗୁଡ଼ିକ ବ୍ରାହ୍ମଣବାଦୀ ହେବାକୁ ଲାଗିଲେ । କିଶନ ବାବୁଙ୍କ ମତରେ ଇଂରେଜ ଶାସନ ଭାରତୀୟ ସମାଜ ତଥା ସଂସ୍କୃତି ପାଇଁ ଏକ ବିରାଟ ବଡ଼, ଅମିଶ୍ରିତ ବିପର୍ଯ୍ୟୟ ଥିଲା । ଆଉ ଆମେ ଏ ପର୍ଯ୍ୟନ୍ତ ଉପନିବେଶବାଦର ସେହି ଢ଼ାଞ୍ଚା ଭିତରେ ବଞ୍ଚିଆସିଛୁ । ଏଥିରୁ ବାହାରିବା କେମିତି

କିଶନ ବାବୁ ଏହି ନବ୍ୟ-ଉପନିବେଶବାଦର ଦୁଇଟି ଆଙ୍ଗିକ ଦେଖନ୍ତି । ପ୍ରଥମଟି ହେଲା ଆର୍ଥିକ । ଦ୍ୱିତୀୟଟି ହେଲା ଧାର୍ମିକ ଓ ସାମାଜିକ । ୧୯୮୦ ଦଶକରେ ଆରମ୍ଭ ହୋଇଥିବା ତଥାକଥିତ ଉଦାରିକରଣ ଓ ଜଗତିକରଣ ଫଳରେ ଦେଶ ଧିରେ ଧିରେ ଆର୍ଥିକ ଦୃଷ୍ଟିରୁ ପରାଧିନ ହୋଇଚାଲିଛି । ଗରୀବ ବେଶୀ ଗରୀବ ହେଉଛି । ଅର୍ବୁଦପତିମାନଙ୍କର ସଙ୍ଖ୍ୟା ମଧ୍ୟ ଗୋଦରାର ଗୋଡ଼ ବଢ଼ିଲା ଭଳି ବଢ଼ିଚାଲିଛି । ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର, ତଥା ପ୍ରାଥମିକ ଶିକ୍ଷାର ସାର୍ବଜନୀନକରଣ ଆଦି ଅନେକ ବିଷୟରେ ଭାରତର ଏଇ ତିନି ଦଶନ୍ଧିର ଅନୁଭୂତି, ବାଂଲାଦେଶ ଓ ଉପ-ସାହାରା ଅଞ୍ଛଳର ଆଫ୍ରିକୀୟ ଗରୀବ ଦେଶମାନଙ୍କ ସହିତ ତୁଳନୀୟ ବା ତାଙ୍କଠାରୁ ଅଧିକ ଖରାପ । ରୋଜଗାରର କୌଣସି ନୂଆ ଉତ୍ସ ତିଆରି ହେଉନାହିଁ କହିଲେ ଚଳେ । ଗତ କେଇ ଦଶନ୍ଧିରେ ଭାରତର ବହୁଜନଙ୍କର ସାମାଜିକ ଓ ଆର୍ଥିକ ଜୀବନ ଦୁର୍ବିସହ ହୋଇଛି । ତେଲିଆ ମୁଣ୍ଡରେ ସରକାର ହାତୀ ଶୁଣ୍ଢ ପ୍ରମାଣରେ ତେଲ ଢାଳି ଚାଲିଛନ୍ତି ।

ଏହା ସହିତ ସଙ୍ଘ ପରିବାରର ଶକ୍ତି ମଧ୍ୟ ବଢ଼ିବଢ଼ି ଚାଲିଛି । ତାହାର ଏହି ଶକ୍ତିବୃଦ୍ଧି ଫଳରେ ଦେଶରେ ଏକ ଅସହିଷ୍ଣୁତା ତଥା ସାମାଜିକ ଅସଂହତିର ବାତାବରଣ ବଢ଼ିଚାଲିଛି । କିଶନବାବୁ ଏହି ଦୁଇଟିକୁ ଭିନ୍ନଭିନ୍ନ, ହେଲେ ପରସ୍ପର ସହିତ ଜଡ଼ିତ, ପ୍ରକ୍ରିୟା ଭାବରେ ଦେଖନ୍ତି । ହେଲେ ତାଙ୍କ ପାଇଁ ମୂଳ ସମସ୍ୟାଟି ହେଲା ଦେଶର ଆର୍ଥିକ ସାର୍ବଭୌମ୍ୟତା ଉପରେ ଉଦାରବାଦୀ ଅର୍ଥନୈତିକ ନୀତି ଓ ପ୍ରକ୍ରିୟାଗୁଡ଼ିକର ଆକ୍ରମଣ ।

ଏହି ସବୁ ସହ ଲଢ଼ିବା ପାଇଁ ସେ ଦୁଇଟି ଉପାୟର ଆଲୋଚନା କରନ୍ତି । ପ୍ରଥମଟି ହେଲା ଆର୍ଥିକ ଜାତୀୟତାବାଦ । ତାଙ୍କ ମତରେ ବର୍ତ୍ତମାନର ଆର୍ଥିକ ବିପର୍ଯ୍ୟୟ ସହିତ ଲଢ଼ିବା ପାଇଁ ଆଉ କୌଣସି ଉପାୟ ନାହିଁ । ଦେଶ ଉପରେ ଚାଲିଥିବା ଆନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ୍ ତଥା ବିଶ୍ୱ ବାଣିଜ୍ୟ ଅନୁଷ୍ଠାନର ରାଜତ୍ତ୍ୱ ଶେଷ କରିବା ପାଇଁ ସେ ଏକ ଆନ୍ଦୋଳନାତ୍ମକ ରଣନୀତିର (ସାଙ୍ଗଠନିକ) ସମ୍ଭାବନା ଆମ ଆଗରେ ଧରି ତୋଳନ୍ତି । କିଶନବାବୁ ଯୁକ୍ତି ବାଢ଼ନ୍ତି ଯେ,  ଭାରତର ବହୁଜନଙ୍କର ଜୀବନ ଓ ସମସ୍ୟା ସହିତ ଜଡ଼ିତ ଏହି ପରି ଏକ ଆର୍ଥିକ ଜାତୀୟତାବାଦ ମୁଣ୍ଡ ଟେକିଲେ ଓ ଧିରେ ଧିରେ ଶକ୍ତି ସଞ୍ଚୟ କଲେ, ଦେଶର ଲୋକଙ୍କ ପାଇଁ ସଙ୍ଘ ପରିବାରର ନକଲି ଓ ସ୍ଲୋଗାନଧର୍ମୀ ଜାତୀୟତାବାଦ ଧିରେଧିରେ ଫିକା ପଡ଼ିଯିବ । ଏହା ସହିତ ସେ ଆମକୁ ଏଥି ପ୍ରତି ମଧ୍ୟ ସଚେତନ କରନ୍ତି ଯେ, ହିନ୍ଦୁ ଧର୍ମ ଭିତରେ ହିଁ ତାହାର ବୈପ୍ଲବିକ ସମ୍ଭାବନାଗୁଡ଼ିକୁ ଖୋଜିବାକୁ ପଡ଼ିବ । ହିନ୍ଦୁ ଧର୍ମର ଗୋଟିଏ ଅଣ-ବ୍ରାହ୍ମଣବାଦୀ ଧାରା ଅଛି । ଏହା ମୂଳତଃ ସମତାମୂଳକ । ଏହାରି ଭିତରେ ହିଁ ସଙ୍ଘ ପରିବାରର ବ୍ରାହ୍ମଣବାଦକୁ ଲଢ଼ିବା ପାଇଁ ଆମକୁ ସୂଚନା, ସମ୍ଭାବନା ଓ ଶକ୍ତି ମିଳିଯିବ ।

କିନ୍ତୁ ଆମେ ରୋଗର ଏପରି ମୂଲ୍ୟାୟନ ଓ ଚିକିତ୍ସା ରେ ରାଜି ହେବା କାହିଁକି । ଆମେ ଆଜି ୨୦୨୦ ମସିହାରେ ଯେତେବେଳେ ତାଙ୍କର ଲେଖା ସବୁ ପଢ଼ୁ, କେତେଗୁଡ଼ିଏ ଜିନିଷ ଆମ ଆଖି ଆଗରେ ଜଳଜଳ ହୋଇ ଦିଶେ । ପ୍ରଥମ କଥା ହେଲା କିଶନ ବାବୁଙ୍କର ଦୂରଦୃଷ୍ଟି ଓ ଭବିଷ୍ୟଦୃଷ୍ଟି । ୨୦୦୪ ମସିହାରେ ବିକଳ୍ପ ବିଚାରର ଏକ ସମ୍ପାଦକୀୟରେ, ଅଳ୍ପ ସମୟ ଆଗରୁ ସମ୍ପାଦିତ ଜାତୀୟ ସାଧାରଣ ନିର୍ବାଚନରେ, ଭା..ପା.ର ପରାଜୟ ବିଷୟରେ ସେ ଏତେ ବେଶୀ ଆଶାବାଦୀ ନଥିଲେ । ସେହି ଲେଖାରେ ସେ କହିଥିଲେ ଯେ ଯଦି ବାମପନ୍ଥୀମାନେ ଏକ ଆନ୍ଦୋଳତ୍ମାକ କ୍ରିୟାନ୍ୱୟନ ଦ୍ୱାରା ଉଦାରୀକରଣର ଅର୍ଥନୀତିକୁ ନରୋକନ୍ତି, ତାହାହେଲେ ସଙ୍ଘ ପରିବାର ଦୀର୍ଘମୀୟାଦି ରେ ଶକ୍ତି ସଞ୍ଚୟ କରି ପୁଣି ଭାଜପାକୁ କ୍ଷମତାକୁ ଲେଉଟାଇବ । ଗତ ଦୁଇଟି ମସିହାର ଜାତୀୟ ନିର୍ବାଚନର ଫଳାଫଳ କିଶନବାବୁଙ୍କର ଏହି ଆକଳନର ସତ୍ୟତା ପ୍ରମାଣିତ କରିଛି । ଭାତ ହାଣ୍ଡିରୁ ଏଇ ଗୋଟିଏ ଭାତ ଚିପିବା ହିଁ ଯଥେଷ୍ଟ । କିଶନବାବୁଙ୍କର ଲେଖାରେ ଆମେ ତାଙ୍କର ଭବିଷ୍ୟଦୃଷ୍ଟିର ଏହିପରି ଅନେକ ପ୍ରମାଣ ପାଇବା ।

ଅବଶ୍ୟ ଏକଥା କହିବା ନିଶ୍ଚତ ଭାବରେ ସତ୍ୟର ଅପଳାପ ହେବ ଯେ, ଭାରତର ବର୍ତ୍ତମାନ ନବ୍ୟ-ପରାଧିନତାରୁ ମୁକ୍ତି ପାଇଁ ସବୁ ଆବ୍ୟଶ୍ୟକୀୟ ବୈଚାରିକ କର୍ମ କିଶନବାବୁ କରିଯାଇଛନ୍ତି । କିଶନବାବୁ ମୂଳତଃ ଯେହେତୁ ଜଣେ ସାମାଜିକ କର୍ମୀ ଥିଲେ, ତାଙ୍କ ଲେଖାରେ କର୍ମପନ୍ଥା ନିର୍ମାଣର ପ୍ରାବଲ୍ୟ ଦେଖିବାକୁ ମିଳେ । ହେଲେ ଅନେକ ସମୟରେ ଆମର ସମସ୍ୟାଗୁଡ଼ିକ ତାତ୍ତ୍ୱିକ ଦୃଷ୍ଟିରୁ ମୌଳିକ । ସେଗୁଡ଼ିକର ସମାଧାନ କେତୋଟି ମୌଳିକ ପ୍ରଶ୍ନ ସଚ୍ଚୋଟତାର ସହିତ ପଚାରିଲେ, ତଥା ସେଗୁଡ଼ିକର ଉତ୍ତର ବ୍ୟଗ୍ରତାର ସହିତ ଅନ୍ୱେଷଣ କଲେ ହିଁ ମିଳିପାରିବ । ସେହି ପ୍ରଶ୍ନଗୁଡ଼ିକ ମଧ୍ୟରୁ କେତୋଟି ହେଲା - ହିନ୍ଦୁ ଧର୍ମ ବା ହିନ୍ଦୁ ଜୀବନଶୈଳୀ ବୋଲି କିଛି ଜିନିଷ ଭାରତରେ କେବେ ଥିଲା ବା ବର୍ତ୍ତମାନ ଅଛିକି ? ଭାରତରେ ସରକାର ଥାଇପାରେ, ମାତ୍ର ଆଧୁନିକ ଅର୍ଥରେ ଆମେ ରାଷ୍ଟ୍ର କହିଲେ ଯାହା ବୁଝୁ, ଭାରତରେ ସେହି ଜନ୍ତୁଟି ଦେଖିବାକୁ ମିଳେ କି ? ଭାରତରେ ସାମାଜିକ ବା ରାଜନୈତିକ କର୍ମର ନୈତିକ ପରିପ୍ରେକ୍ଷୀ ଛଡ଼ା ଏକ ନାନ୍ଦନିକ ଆଙ୍ଗିକ ରହିଛି କି ନାହିଁ ?

କିଶନବାବୁଙ୍କର ବୈଚାରିକ କର୍ମ ଯେହେତୁ ତାଙ୍କର କର୍ମୀଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲା, ସେ ଏପରି କିଛି ମୌଳିକ ପ୍ରଶ୍ନ ପଚାରିବା ଜରୁରୀ ମନେ କରିନାହାନ୍ତି । ମାତ୍ର ବର୍ତ୍ତମାନର ପରିସ୍ଥିତି ଯେଉଁଠାରେ ଭାରତର କ୍ୟାବିନେଟ ଆମେରିକାର ଦଲାଲ ପାଲଟିଛି, ପ୍ରଧାନମନ୍ତ୍ରୀଙ୍କର ମୂଳ କାମ ହୋଇଛି ଦେଶବିଦେଶରେ ଫଟୋ ଉଠାଇବା ଓ ଶାସନ ପ୍ରତି ଧ୍ୟାନ ନ ଦେଇ ନିଜ ଦଳ ପାଇଁ ଅହରହ ଘନଘନ ନିର୍ବାଚନ ପ୍ରଚାର କରିବା, ଅଧ୍ୟାପକ ଓ ପ୍ରାଧ୍ୟାପକମାନଙ୍କର ଜୀବନର ସବୁଠାରୁ ବଡ଼ କାମ ବନିଛି ବେତନ ଆୟୋଗର ବର୍ଦ୍ଧିତ ଦରମା ମିଳିଲା ପରେ ପୁରୁଣା ଦାମୀ ମଟରଗାଡ଼ି ବିକି ନୂଆ ଅଷ୍ଟମହରଗିଆ କାର୍ କିଣିବା, ଖବର ଚ୍ୟାନେଲ୍ ମାନଙ୍କର ଏକମାତ୍ର କାମ ପାଲଟିଛି ମିଥ୍ୟାର ପ୍ରଚାର ଓ କ୍ଷମତାସୀନଙ୍କର ସ୍ତୁତି, ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିକୁ ଯଥାର୍ଥ ଅର୍ଥରେ ବିକଳ୍ପ ବିଚାରର ନିର୍ମାଣ କରିବାକୁ ହିଁ ପଡ଼ିବ । ଯାହା ଫଳରେ ଏହି ଭୟଙ୍କର ପରିସ୍ଥିତିରୁ ଏବେ ନହେଲେ କିଛି ଦଶନ୍ଧି ପରେ ଆମେ ମୁକୁଳି ପାରିବା । ସେଥିପାଇଁ ଆବ୍ୟଶ୍ୟକୀୟ ବୈଚାରିକ କାମର ମୂଳୁଦୁଆ କିଶନବାବୁ ପକାଇଯାଇଛନ୍ତି । ଏବେ ଆବଶ୍ୟକ ହେଉଛି, ସେହି ମୂଳୁଦୁଆର ପ୍ରାରୂପ ସମ୍ପର୍କିତ କେତେକ ମୌଳିକ ପ୍ରଶ୍ନର ସମାଧାନ ତଥା ସାହସର ସହିତ ଫିଟିଥିବା ବାଟଗୁଡ଼ିକର କ୍ରିୟାନ୍ୱୟନ । ଆମେ ସେଥିପାଇଁ ପ୍ରସ୍ତୁତ କି ?

ବି.ଦ୍ର. ଏହି ଲେଖାଟି ଏକ ଭିନ୍ନ ରୂପ ଓ ଶୀର୍ଷକରେ, ବିକଳ୍ପ ପ୍ରକାଶନ ବରଗଡ଼ ଓ ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ୱର, ୨୦୧୬ ମସିହାରେ ଛାପିଥିବା କିଶନ ପଟ୍ଟନାୟକଙ୍କର ପ୍ରବନ୍ଧ ସଙ୍କଳନର ଦ୍ୱିତୀୟ ଭାଗର ମୁଖବନ୍ଧ ଭାବରେ ପ୍ରକାଶିତ ହୋଇଛି । ଲେଖକଙ୍କ ପାଖରେ ଲେଖାଟିର ସର୍ବସତ୍ତ୍ୱ ସଂରକ୍ଷିତ ।

Tuesday, June 9, 2020

Mowgli of the Other-world

Sailen Routray


Cover of the first 'adult' edition of The Graveyard Book
Photo Credit - Wikimedia Commons 

Since the time an acquaintance lent me a copy of one of The Sandman books in 2005, I have always been a huge Gaiman fan. But because of the desultory nature of my reading practice, I never actually read through his corpus properly. I was in Bangalore then, an indifferent doctoral student in a nondescript research institute surviving on a small fellowship. One could afford fiction only if it was available in the form of cheap, second-hand paperbacks. Despite trawling through the heaving shelves of 'Blossoms' on Church Street in Bangalore (where I was based at the time - the city, not the bookshop, although some friends had doubts to the contrary), I could never find a resold copy of any of the works by Neil Gaiman. This perhaps tells you the love that his readers have for him and his books.

I espied a copy of his American Gods on the bookshelf of a quizzing friend, borrowed it and read the tome with wide-eyed fascination. Perhaps the only other texts this novel is comparable with, is the non-fictional oeuvre of Roberto Calasso that reworks myths from civilisations across the globe in volume after volume. From then on I was hooked. In fact, there is a strong mythical/mythological undertone to Gaiman's most other works as well.

Neil Gaiman in 2018 (Wikimedia Commons)

This is quite evident in The Graveyard Book. A toddler's family is murdered in an unnamed English town and he escapes into a nearby abandoned graveyard that sprawls across a hill; it has been re-designated as a nature reserve. Here he is adopted by a kindhearted ghost couple. But of course it takes the whole graveyard and multiple ghosts and other kinds of beings to raise this child.

He is named as Nobody Owens by his guardian and godfather Silas, and is called as 'Bod' by family and friends. The novel chronicles his adventures till he becomes an adolescent. Like most great works of fiction, it is also a story about many other things - the process of growing out of puppy love and parenting, to name only a couple.

The novel is also a fresh take on a classic theme - the bringing up of the heroic, sometimes semi-divine, foster-child. Gaiman starts the acknowledgement section of the book, by saying , 'First, foremost and for ever: I owe an enormous debt, conscious and, I have no doubt, unconscious, to Rudyard Kipling and the two volumes of his remarkable work The Jungle Book.' 


Illustration from the 1894 edition of 'The Jungle Book'
Photo Credit - Wikimedia Commons

Mowgli is an obvious inspiration behind the creation of Bod: the former is brought up by a wolf pack, the latter by a community of ghosts. The bear Baloo and the black panther Bagheera act as guardians in Kipling's stories; in Gaiman's novel the role is played by Silas and Miss Lupescu who are not exactly 'living' but aren't ghosts either.

The wolf-baby is himself reminiscent of a very popular mythological story set in northern India on the banks of River Yamuna - the foster-child Krishna being brought up in Gopa by Yashoda and Nanda as his parents. This divine child faces numerous attacks on himself till he overcomes the source of them all, the demon Kalanemi (whose name means, 'a portion of the wheel of time') reborn as Kamsa. Kalanemi was the son of Hiranyaksha and was killed by Vishnu in a battle.

The battle between Kalanemi and Vishnu in Bhagabata Purana
Artist - Manaku (drawn around 1740 AD)
Photo credit - Wikimedia Commons

Bod's birth has also been foretold; he foils many attempts on his life with his own ingenuity and not a little help from his guardians. Krishna straddles the world of gods and of men; Bod has a foot each in the spheres of the living and the dead. Loving folks such as these is shot with peril; Yashoda and Mrs Owens find this out soon enough.

The way The Graveyard Book is structured and where its story ends, leave enough scope for future action and many sequels. It is a pity that Gaiman has not followed up on the subsequent adventures of 'Bod' Owens.

Note: Copyright of this work rests with the author. 

Saturday, June 6, 2020

'The Source of the Sky' by Bhanuji Rao

Translated by Sailen Routray


 Chinese Painting - 'Green Peaks under Clear Sky: After Huang Gongwang
Artist - Wang Yuanqui (1642 - 1715)
Photo Credit - Wikimedia Commons

You stood here today. There is no horizon here. Only the dense darkness of the sky pitched like a tent. You loved the blue. I was standing then, in the dark. You had not cried yet. The dyke inside your heart, about to break, did not. Darkness laced in the sky like a swarm of witches. A strange longing in the depth of my blood. Like a huddle of excited flightless birds. 

My body stretched on a bed of cool grass. Memory rains like the light from a firefly. Can you strip my body of its shame? Can you open the cage of my ribs to release the pain so that it can wonder at will?

Note: This is a translation of the Odia poem 'Akasara Uschha' by Bhanuji Rao. Unlike the free verse of the original, the form used here in English is that of a prose poem. The Odia poem has been taken from the second edition of the volume titled 'Bisaada eka Rutu' - 'Dejection is a Season', published in 1995 in Cuttack by Kahani Prakashan. The first edition of the book was printed in 1973.  

Bhanuji Rao (1926 - 2001) was an Odia poet born in Cuttack. He worked as a journalist and teacher, working as a language instructor at LBS National Academy of Administration, Mussoorie, for seventeen years. His work as a poet (along with that of other pioneers such as Guruprasad Mohanty) was crucial in the transformation of Odia poetry in the post-independence period. He was quite belatedly honoured with the central Sahitya Akademi award for his collection 'Nai Aarapaari' - 'On the Other Shore' in 1989. He was the grandson of famous Odia poet Madhusudan Rao, and never married. 

Copyright of the English translation rests with the translator. 

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...