Friday, December 23, 2022

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୭-୧୮

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପଦ୍ୟାନୁବାଦ


ଇହ, ପର ଲୋକେ ପାପକାରୀ ଅନୁତପ୍ତ 
 "ମୁଁ ପାପ କରିଛି" ବୋଲି ହୁଏ ସେ ଦୁୂର୍ଗତ ।୧୭।

ଇହ, ପର ଲୋକେ ପୂଣ୍ୟକାରୀ ଆନନ୍ଦିତ 
 "ମୁଁ ପୁଣ୍ୟ କରିଛି" ବୋଲି ହୁଏ ସେ ସୁଗତ । ୧୮।


ମୂଳ ପାଲି ପଦ


ଇଧ ତପ୍ପତି ପେଚ୍ଚ ତପ୍ପତି ପାପକାରୀ ଉଭୟତ୍ଥ ତପ୍ପତି 
ପାପଂ ମେ କତନ୍ତି ତପ୍ପତି ଭୀୟ୍ୟୋ ତପ୍ପତି ଦୁଗ୍ଗତିଙ୍ଗତୋ ।୧୭।

ଇଧ ନନ୍ଦତି ପେଚ୍ଚ ନନ୍ଦତି କତପୁଞ୍ଯୋ ଉଭୟତ୍ଥ ନନ୍ଦତି  
ପୁଞ୍ଯ ମେ କତନ୍ତି ନନ୍ଦତି ଭୀୟ୍ୟୋ ନନ୍ଦତି ସୁଗ୍ଗତିଙ୍ଗତୋ ।୧୮।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 


Thursday, December 15, 2022

How to untether your soul

Sailen Routray



I read Michael Singer's 'The Surrender Experiment' first, on a friend's recommendation. And that book led me to the author's 'The untethered soul: the journey beyond yourself.' I like both the books; but 'The untethered soul' is something special.

It starts with something that is common to all of us - the voice inside our heads. For most of our lives, we identify ourselves with this voice. We think that this constant chatter of judgements, likes and dislikes is 'I'. But is that the case?

Singer gently leads us to an awareness of this voice as being an entity separate from ourselves. To do this, he employs a simple Vedantic razor - 'Yat drishtam, tat jadam' - 'whatever can be seen [or by extension, touched, smelt, heard, tasted and thought] is inert or non-consciousness.'

Since through my sense of self-awareness I know that 'I' am conscious - not only that, I know that I know that I am conscious -, therefore, I cannot be anything that can be seen, touched, smelt, tasted, thought, or heard.

I can hear my inner voice. Therefore, I am not the voice inside my head.

Singer says, when we gain this awareness, then we realize that what we in fact have inside our heads is an 'inner roommate' that is pesky and often obnoxious. Then the goal, and for some of us the overwhelming goal, of our lives becomes freedom from this voice.

Reading 'The untethered soul,' and reflecting upon its teachings, is a journey of learning how to become free through a continuous process of letting go, following a strategy a nonresistance to everything that comes one's way.

Singer teaches us some concrete techniques for doing this. One of these is opening our hearts, when we meet anything that produces a so-called 'negative' emotion.

Read 'The untethered soul' if you want to skillfully engage with your inner voice. Read it if you want to become more adept at watching your thoughts and emotions. Read this book, if you want to be free.

Bibliographic Details: Singer, M., 2007. The untethered soul: The journey beyond yourself. New Harbinger Publications.

Sunday, December 11, 2022

କଲେଜିଏଟ ସ୍କୁଲର ଇତିବୃତ୍ତ

ଶୈଲେନ ରାଉତରାୟ


ଫତୁରାନନ୍ଦ (ରାମଟନ୍ଦ୍ର ମିଶ୍ର): ୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫
Photo Credit: commons.wikimedia.org/Akiramuk 


ନାନା ଶାଠ ଶିଖି ଶିଖି ଶେଷକୁ ୧୯୨୬ ମସିହାରେ ରାମବାବୁ ମିଡିଲ ସ୍କୁଲରୁ ଉତ୍ତୀର୍ଣ୍ଣ ହେଲେ । ତାଙ୍କର ବାପା ଓ କକେଇ ମାନେ ପ୍ୟାରୀମୋହନ ଏକାଡ଼େମୀ (ଲୋକମୁଖରେ ପି.ଏମ୍. ଏକାଡ଼େମୀ ବୋଲି ଖ୍ୟାତ) ରେ ପାଠ ପଢ଼ି ଥିବାରୁ ପିଲାଏ ସେଠି ପଢ଼ିବା ପାଇଁ ସେମାନେ ଚାହୁଁ ଥିଲେ । 

ହେଲେ ରମାନ୍ନା ଆଉ କାହ୍ନୁ କକେଇ ସେଠି ଗାର୍ଜନ ଭୂମିକା ଉଚିତ ଭାବରେ ତୁଲାଇ ପାରିବେନି ବୋଲି ତାଙ୍କର ନାମ ରେଭେନ୍ସା କଲେଜିଏଟ ସ୍କୁଲରେ ଲେଖାଇ ଦିଆ ଗଲା । ତହିଁର ଅନେକ ଶିକ୍ଷକ ବି ରାମଙ୍କର ବୁଢ଼ାବାପାଙ୍କଠୁ ଓଷଦ ଖାଉଥିଲେ । ଏହି ପୁରୁଣା ସମ୍ପର୍କ ଥିଲା ଆହୁରି ଏକ ଆକର୍ଷଣ । କଲେଜିଏଟେରେ ଅବଶ୍ୟ ଦରମା ସେବେ ଟିକେ ବେଶି ଥାଏ, ମାସକୁ ଅଢ଼େଇ ଟଙ୍କା ବା ତାହାଠୁ ବି ବେଶି ।

କଲେଜିଏଟ ସ୍କୁଲ ସେତେବେଳେ ଗୋଟିଏ ଟ୍ରେନିଂ କଲେଜର ସଂଲଗ୍ନ ଥିଲା; ମହାବିଦ୍ୟାଳୟଟିର ଅଧ୍ୟକ୍ଷ ସେତେବେଳେ ଥିଲେ ହୁଇଟ୍‌ମୋର୍ ସାହାବ । ଟ୍ରେନିଂ କଲେଜର ଅଧ୍ୟାପକମାନେ ତାଙ୍କର ଛାତ୍ରମାନଙ୍କୁ ଶିଖାଇବା ପାଇଁ କଲେଜିଏଟେର ପିଲାଙ୍କୁ ପାଠ ପଢ଼ାନ୍ତି । ଯେଉଁ ଶ୍ରେଣୀରେ ରାମ ସେଇ ଇସ୍କୁଲୁରେ ପଶିଲେ, ତହିଁରେ ଦଶରୁ ଅଧିକ ମାଇନର ବୃତ୍ତିଧାରୀ ପିଲା ଥାଆନ୍ତି । 

ମାତୃଭାଷା ଶିକ୍ଷା ପାଇଁ ଓଡ଼ିଆ, ବଙ୍ଗଳା ଓ ଉର୍ଦ୍ଦୁ, ଏହି ପରି ତିନୋଟି ଭାଷାର ବ୍ୟବସ୍ଥା ଥାଏ, ଭୂଗୋଳ ପାଠ ପାଇଁ ଥାଏ ଅଲଗା ହଲଟିଏ । ସବୁ ଶ୍ରେଣୀଗୃହମାନଙ୍କରେ ଖରା ଦିନେ ହାତଟଣା ପଙ୍ଖାର ବ୍ୟବସ୍ଥା ଥାଏ ।

ସ୍କୁଲ ପାଖରେ ପାଣି ପିଇବା ଘରଟିଏ; ସେଥିର ଦାୟିତ୍ୱ ଥାଏ ବାଞ୍ଛା ଗୁଡ଼ିଆଙ୍କର । ପିଲାମାନେ ପାଣି ପିଇବା ପାଇଁ ପହଞ୍ଚିବା କ୍ଷଣି ସେ ଗିଲାସଟିଏ ଧୋଇ ଜଳ ଗିଲାସେ ବଢ଼ାଇ ଦିଅନ୍ତି । ପାଣି ଯୋଗାଇବା ସହ ଗୁଡ଼ିଆ ବ୍ୟବସାୟ ମଧ୍ୟ ଚାଲେ । ଅନ୍ୟାନ୍ୟ ଜିନିଷ ସହ ସେ ଯୋଗାଉଥିବା କଞ୍ଚା ଗୋଲା ଓ ପେଡ଼ାର ନାଁଡାକ ଥିଲା । ଗୋଲାଟିକର ଦାମ ଥିଲା ଗୋଟାକ ଦୁଇ ପଇସା । 

ସେତେବେଳେ ଅନେକ ରାଜ ପରିବାର ଓ ଜମିଦାର ଙ୍କର ଦାୟାଦ କଲେଜିଏଟେରେ ପଢ଼ୁ ଥିଲେ । ସେମାନେ ପାଣି ପିଇବାକୁ ଗଲେ ଦଳେ ସାଙ୍ଗସାଥି ଧରି ଯାଆନ୍ତି । ବାଞ୍ଛାଙ୍କର ସେବେ ଭାରି  ବଢ଼ିଆ ବେପାର ହୁଏ ।

ସେଇ କଲେଜିଏଟେରେ ପଢ଼ିଲା ବେଳେ ରାମ ପ୍ରଥମେ ସିନେମା ଦେଖିବା ଆରମ୍ଭ କରନ୍ତି । ଡଗଲାସ୍ ଫେଆରବ୍ୟାଙ୍କ୍ ଓ ମାଷ୍ଟର ଭିଟଲ ଙ୍କର ବହି ଦେଖିବା ତାଙ୍କର (ଓ ସେ ସମୟରେ ଅନେକଙ୍କର) ପ୍ରିୟ ଥିଲା । ପରେ ପରେ ଟକିଜ୍ ଆସିଲା । 

ଚଳଚିତ୍ର ଛଡ଼ା ମୋହଲ ଗୋସେଇଁଙ୍କର ରାସ ଦଳ, ବଳଙ୍ଗା ଆର୍ଟ ଥିଏଟର, ଯାତ୍ରାଦଳ ଓ ସର୍କସ ଆସି କଟକରେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ସେହି ସମୟରେ ସେ ନିଜ ବିଲରେ ଗୋଟିଏ ଫୁଲ୍‌କା ତିଆରି ରୀତିମତ ବ୍ୟାୟାମ ମଧ୍ୟ ଆରମ୍ଭ କରନ୍ତି । ସ୍କୁଲ ମାଗାଜିନ ‘ଛାତ୍ରବନ୍ଧୁ’ରେ ମଧ୍ୟ ଲେଖାଲେଖିର ଶ୍ରୀଗଣେଶ ହୁଏ । 

ଏଇମିତି ସବୁ ଶାଠ ଭିତରେ ସ୍କୁଲ ପାଠ ମଧ୍ୟ ସରିଲା । ମେଟ୍ରିକ ପରୀକ୍ଷାରେ ସେତେ ଭଲ କରି ନ ଥାଆନ୍ତି ରାମ; ପରୀକ୍ଷା ସେତେବେଳେ ପାଟନା ବିଶ୍ୱବିଦ୍ୟାଳୟଙ୍କର କର୍ତ୍ତୃକରେ ହେଉ ଥାଏ । ଇତିହାସ, ଭୂଗୋଳ ଭଲ ହେଉ ନ ଥିବାରୁ ମନରେ ଦକା ମଧ୍ୟ ଥାଏ । 

ଶେଷକୁ ପରୀକ୍ଷା ଫଳ ‘ସର୍ଚ୍ଚ ଲାଇଟ’ କାଗଜରେ ବାହାରିଲା । ଦ୍ୱିତୀୟ ଶ୍ରେଣୀରେ ସେ ପାଶ କରି ଥାଆନ୍ତି । ଯଦିଓ ରେଭେନ୍ସା କଲେଜରେ ପାଠ ପଢ଼ିବାର ଇଚ୍ଛା ଥିଲା, ଘର ଲୋକେ ମତ ଦେଲେ ଡାକ୍ତରି ପଢ଼ିବା ପାଇଁ । ବଇଦ ଘର ପିଲା ତ !

ବି.ଦ୍ର.: ଏହି ଲେଖାଟିର ଉପାଦାନ ରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ) ଙ୍କର ଆତ୍ମଜୀବନୀ ‘ମୋ ଫୁଟା ଡଙ୍ଗାର କାହାଣୀ’ର ୨୦୦୮ ମସିହାରେ କଟକର ସୁଧାଂଶୁ ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ‘ଇଷ୍ଟର୍ଣ୍ଣ ମିଡିଆ’ ପ୍ରକାଶନ ସଂସ୍ଥାଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । 

Thursday, December 1, 2022

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୫-୧୬

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପଦ୍ୟାନୁବାଦ

ପାପକାରୀ ଶୋକ କରେ ଇହ ପରେ ଲୋକେ 
ନିଜ କଲା କର୍ମ ଦେଖି ବିହରଇ ଶୋକେ । ୧୫।

ପୂଣ୍ୟକାରୀ ମୋଦ କରେ ଇହ ପରେ ଲୋକେ
ନିଜ କଲା କର୍ମ ଦେଖି ବିହରଇ ସୁଖେ । ୧୬।

ମୂଳ ପାଲି ପଦ

ଇଧ ସୋଚତି ପେଚ୍ଚ ସୋଚତି ପାପକାରୀ ଉଭୟତ୍ଥ ସୋଚତି ।
ସୋ ସୋଚତି ସୋ ବିହଞ଼୍ଯତି ଦିସ୍ୱା କମ୍ମ କିଳିଟ୍ଠମତ୍ତନୋ ।୧୫।

ଇଧ ମୋଦତି ପେଚ୍ଚ ମୋଦତି କତପୁଞ୍ଯୋ ଉଭୟତ୍ଥ ମୋଦତି 
ସୋ ମୋଦତି ସୋ ପମୋଦତି ଦିସ୍ୱା କମ୍ମବିଶୁଦ୍ଧିମତ୍ତନୋ ।୧୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Monday, November 28, 2022

Living a Life as if God Mattered

Sailen Routray


For many of us, a life of work and a life of spiritual/religious seeking do not go together. We see an adhyatmic life as dealing with esoteric matters. And our work life is supposed to consist of matters eminently practical. However, this just might be a confusion of terms.

Mrinalini Mata (1931-2017), fourth president and spiritual head of Yogoda Satsanga Society of India/Self Realization Fellowship, in her pocket sized book, 'Manifesting Divine Consciousness in Daily Life,' shows us why seeking God is the most practical of things that we can do, why our work lives make sense only in the context of this larger seeking, and what we can do to lead an integrated life.

According to Mrinalini Mata, religion is not about scriptural erudition, nor is it about blind belief. Religion, to be truly universal, is essentially a method of ending the miseries that we experience in our minds, bodies and souls, permanently. Surely then, this is the most practical of all endeavors. What are we all seeking if not the ending of sorrow and the gaining of permanent joy?

Why are we all unhappy then? We are sorrowful because we think that we are ego-bound entities, separate from God. The path and the goal of sadhana is to realize our oneness with the omnipresence of God, so that we know unfailingly, all the time, that the joy we seek is within us, that the Kingdom of God is truly within our hearts.

This belief that we are conditioned beings causes us sorrow by breeding attachment and ignorance. One way in which we can free ourselves is by trying continuously to go beyond the preferences of the ego. Another path to do this is by building up one's will. Cultivating evenmindedness when faced with pain and suffering also helps in transcending one's identification with the ego; so does rising above one's moods.

But the moot question is how does one cultivate these virtues, which also help us in being more effective at the service we provide at our work spaces? The book discusses regular daily meditation as one key way in which we can experience God's presence in our daily lives.

In the second part of the book, the author discusses one particular tradition of meditation, that of Kriya Yoga. In this section of the booklet Mrinalini Mata shares her understanding of the appropriateness of Kriya Yoga to the modern era, and how it can potentially help in being 'anchored in God while active in the world.'

This tiny book is a crisp and concise introduction to a key spiritual tradition of our times. For those of us who want to reduce the distance between our work lives and our journeys as spirits, it answers some important queries and opens up spaces for exploring some additional, relevant questions.

Mrinalini Mata. 2018 (First Indian Paperback Edition in 2013). 'Manifesting Divine Consciousness in Daily Life'. Kolkata: Yogoda Satsanga Society of India. 108 pages + viii. Rs. 45.

Saturday, November 26, 2022

ଛାତ୍ର ବନ୍ଧୁ ଗୟାଧର ରାଉତ

ଶୈଲେନ ରାଉତରାୟ


ଯାଜପୁର ଜିଲ୍ଲାର ହଳଦିଡିହଠାରେ ଏକ ପୋଲ (ୱିକିମିଡିଆ କମନ୍ସ୍/ଦୀପକ ଦାସ)


କୁଷ୍ଟଁ ତ୍ରିପାଠିଏ ବାଣପୁରର ମଣିଷ । ୧୯୧୧ ମସିହାରେ ଜନମ । ଅର୍ଥାତ, ଗୋପୀନାଥ ମହାନ୍ତିଙ୍କ (୧୯୧୪ ମସିହାରେ ଜନ୍ମ) ପ୍ରଜନ୍ମର ଲୋକ । ହେଲେ ଗୋପୀ ବାବୁଙ୍କ ଠାରୁ ବୟସର ବଡ଼ । ବୃତ୍ତି ଓ ପ୍ରବୃତ୍ତିରେ ଶିକ୍ଷକ । ଚିତ୍ତରେ କବି: ମାୟାଧର ମାନସିଂହ ଓ ରାଧାନାଥ ଗଡ଼ନାୟକ ଇତ୍ୟାଦିଙ୍କ ପରି ଛନ୍ଦବଦ୍ଧ କବିତାମନସ୍କ ଲୋକ । ୧୯୩୯-୪୦ ମସିହାରେ ତ୍ରିପାଠୀଏ ଆଠମଲ୍ଲିକରେ ମାଷ୍ଟ୍ରିଆ ପାଇଟି ଛାଡ଼ି ଯାଜପୁର ଗଲେ ।  ବିରଜାକ୍ଷେତ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହେଡ଼େ ପଣ୍ଡିତଗିରି କରିବା ପାଇଁ । 

ଏହାଥିଲା ବାବୁଙ୍କର ତୃତୀୟ ମାଷ୍ଟ୍ରିଆ ଚାକିରୀ । ପ୍ରଥମେ ବଉଦରେ । ତାହା ପରେ ଆଠମଲ୍ଲିକରେ । ଆଉ ତୁରୁତିୟରେ ବିରଜାଇଙ୍କ କ୍ଷେତ୍ର ଯାଜପୁରରେ । ସେତେବେଳେ କବିଙ୍କୁ ମାତର ୨୮-୨୯ ବର୍ଷ ବୟସ । ବିରଜା ମ.ଇ. ବିଦ୍ୟାଳୟରେ ପ୍ରାୟ ଦୁଇ ବରଷ ଶିକ୍ଷକତା କଲେ । ସେହି ଦୁଇ ବର୍ଷ ଭିତରେ ଜଣେ ଛାତ୍ର ଗୟାଧରଙ୍କର ସ୍ନେହର ବନ୍ଧନରେ କବି ବାନ୍ଧି ହୋଇଗଲେ । 

ଗୃହତ୍ୟାଗୀ ଶିକ୍ଷକ ସେତେବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲର ହିଁ ଗୋଟିଏ ବଖରାରେ ବସା କରି କାଳାତିପାତ କରୁଥାଆନ୍ତି । ବୋର୍ଡ଼ିଙ୍ଗଟିର ଚାରିପଟେ ଦେବଦାରୁ, ଆମ୍ର, ଶ୍ରୀଫଳ ଇତ୍ୟାଦି ବୃକ୍ଷର ବନ ।  ସେହି ବୋର୍ଡ଼ିଙ୍ଗରେ ରହିବା ଭିତରେ ହିଁ କୁଷ୍ଟଁବାବୁଙ୍କର ଗୟାଧରଙ୍କ ସହିତ ପରିଟିତି ହେଲା । ଅତ୍ୟନ୍ତ ପ୍ରତିଭାବାନ ସପ୍ତମ ଶ୍ରେଣୀର ଛାତ୍ର ।  ବୟସ ମାତର ତେର ଚଉଦ ବରଷ । 

ଛାତ୍ରଙ୍କର ପ୍ରତିଭା ହିଁ ଗୁରୁଙ୍କୁ ଆକୃଷ୍ଟ କଲା ।  ଗୟାଧରଙ୍କର ଗ୍ରାମର ନାମ ଲାଲବାଗ । ବଇତରଣୀ ନଈର ଅନ୍ୟ କୂଳରେ । ଯାଜପୁର ନଗରଠାରୁ ଲାଲବାଗଠାରେ ସ୍ଥିତ ତାଙ୍କର ଘର ତିନି କିଲୋମିଟର ଖଣ୍ଡେ ବାଟ ହବ । ନଈ ସେପାରି ଘର ହୋଇଥିବାରୁ ବୋର୍ଡ଼ିଙ୍ଗରେ ରହୁଥାଆନ୍ତି । ଗୟା ମାତୃହୀନ । ସାବତ ମା । 

ବିମାତା ସେପରି କିଛି ବିଶେଷ ସ୍ନେହୀ ମହିଳା ନଥିଲେ । ବ୍ୟବସାୟ ଉଦ୍ଦେଶ୍ୟରେ ପିତା କଲିକତାରେ ରହୁଥାଆନ୍ତି । ବାପାଙ୍କର ଶିକ୍ଷା ଦୀଷା କିଛି ନ ଥାଏ । ହେଲେ ଘରେ ପ୍ରତିଭାର ବିକାଶ ପାଇଁ ସେପରି କିଛି ସୁହାଇଲା ଭଳି ପରିବେଶ ନଥିଲେ ମଧ୍ୟ, ଚରିତ୍ର, ସୌଜନ୍ୟ, ଗୁଣ ଓ ମମତ୍ୱ ଦୃଷ୍ଟିରୁ ଅସାଧାରଣ  ପିଲାଟିଏ ଗୟାଧର ।   

ଧିରେ ଧିରେ ଦୁହିଁଙ୍କ ଭିତରେ ସ୍ନେହମମତାର ବନ୍ଧନ ଗଭୀର ହୋଇଆସିଲା । ଛାତ୍ରରୁ ଗୟାଧର ବନିଲେ ସାଥି  ଓ ବନ୍ଧୁ, ପ୍ରାଣଠାରୁ ପ୍ରିୟ । ଶ୍ରେଣୀର କୋଠରୀରେ, ଖେଳ ପଡ଼ିଆରେ, ଦୋକାନବଜାରରେ, ସଭାରେ, ଉତ୍ସବ ଅନୁଷ୍ଠାନରେ, ଏସବୁ ଯାଗାରେ ନିଜର ପ୍ରିୟ ଛାତ୍ର ବନ୍ଧୁଙ୍କ ସହିତ ଶିକ୍ଷକ ଜଣକ ଥାଆନ୍ତି । 

ଛାତ୍ରଙ୍କର ପ୍ରତିଭା ହିଁ ବନ୍ଧୁତାର ଆଦ୍ୟ ସ୍ଫୁରଣ କରିଥିବାରୁ ଗୁରୁଙ୍କର ସବୁବେଳେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥାଏ କି ଗୟାଧରଙ୍କର ପ୍ରତିଭାର କିପରି ଉନ୍ମେଷ ଘଟିବ । ଆଶା ଥିଲା ସେ ବୟଃପ୍ରାପ୍ତ ହୋଇ ଗୟା କବି ବନିବେ, ଦେଶର ନତୃତ୍ତ୍ୱ ନେବେ, ଲେଖକ ହେବେ । 

ତ୍ରିପାଠୀ ଆଜ୍ଞା ନିଜର ପ୍ରିୟ  ଲେଖକଗଣ, ଯଥା, ଗୋପବନ୍ଧୁ ଦାଶ, ଗୋଦାବରୀଶ ମିଶ୍ର, ମାୟାଧର ମାନସିଂହ, କୁନ୍ତଳାକୁମାରୀ ସାବତ, ଶଶୀଭୂଷଣ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି ଆଦିଙ୍କର ଗପ, କବିତା, ଉପନ୍ୟାସ ଓ ଅନ୍ୟାନ୍ୟ ଲେଖାଗୁଡ଼ିକୁ ନିଜର ପ୍ରାଣପ୍ରିୟ ଶିଷ୍ୟଙ୍କର ହାତରେ ତୋଳିଦେଉଥିଲେ । 

ତାଙ୍କର ଆଶା ଥିଲା  ଛାତ୍ରଜଣଙ୍କ ଏହି ଲେଖକମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବେ । ନିଜେ ଲେଖି, ବହୁସ୍ରାବୀ କଲମ ଉତ୍ତୋଳନ କରି, ଜାତୀୟ ସାହିତ୍ୟର ମହାସ୍ରୋତକୁ ଉତଫୁଲ୍ଲିତ କରିବେ । ଗୁରୁଙ୍କ ସାହଚର୍ଯ୍ୟରେ ଆସି ଗୟା କବିତା ଲେଖନ୍ତି । ଗପ ମଧ୍ୟ । ଗପ ଓ କବିତାର ଭାଷା ପ୍ରାଣୋତ୍ସଳ ଭରା । 

ଦିନକର କଥା । କାର୍ତ୍ତିକ ପୂର୍ଣ୍ଣିମା । ବଇତରଣୀର ନଈବାଲି ଉପରେ ଲୋକ ସାଲୁବାଲୁ । ମେଳା ପଡ଼ିଛି । ଦୋକାନ ବଜାର ମାଳମାଳ । କିଣାବିକାର ଗହଳି । ଲୋକଙ୍କର କୁହାଟ । ଛାତ୍ର ଓ ଶିକ୍ଷକ, ଜଣା ଓ ଅଜଣା - ସବୁ ଲୋକେ ନେତ୍ରସ୍ଥ ହେଲେ । ହେଲେ ଦୁଶିଲେ ନାହିଁ ଜଣେ, ଯିଏ ଦୁଶିବାର ନିହାତି ଆବଶ୍ୟକ ଥିଲା - ପ୍ରିୟ ଛାତ୍ର ଗୟାଧର । 

ଶିକ୍ଷକ ଶୁଣିଲେ ଗୟା ଘରେ, ନଈ ସେପାରିରେ, ଜ୍ୱରଗ୍ରସ୍ତ । ବିମାତା ଯତ୍ନ ନେଉନାହାନ୍ତି । ନିଃସଙ୍ଗ ହୋଇ ଚାରିଦିନ ହେଲାଣି ଜରରେ ଖାଲି ପେଟରେ ସିଝୁଛନ୍ତି । କୁଷ୍ଟଁବାବୁ ଶୁଣି ସମ୍ଭାଳି ହୋଇ ରହିପାରିଲେ ନାହିଁ । ତତକ୍ଷଣାତ ଯାଜପୁରର ବଜାରରୁ କିଛି କମଳା, ଦ୍ରାକ୍ଷାଫଳ, ଲେମ୍ବୁ, ସେଉ ଇତ୍ୟାଦି ଫଳ ଧରି, ସାଇକେଲଟିରେ ଛୁଟିଗଲେ ନଈ ସେପାରି ଲାଲବାଗ ଗାଁକୁ ।

ଗୟାଧର ଦାଣ୍ଡ ଘରେ ଚାଦର ଘୋଡ଼ି ହୋଇ ଶୋଇଥାଆନ୍ତି । ପାଖରେ କେହି ନଥାନ୍ତି । ଦେହରେ, କପାଳରେ ତାତି । କମଳା ଚୋପା ଛଡ଼ାଇ କୁଷ୍ଟଁବାବୁ ଗୟାଧରଙ୍କୁ ଖୋଇଦେଲେ । ଅଙ୍ଗୁର କୋଳି ନିଜ ଜ୍ୱରଗ୍ରସ୍ତ ହାତରେ ସିଏ ଖାଇଲେ । ପରୀକ୍ଷା ଦେଇ ନ ପାରିବାର ଚିନ୍ତାରେ ତାଙ୍କର ଆଖିରୁ ଲୁହ ଗଡ଼ିଗଲା । 

ଗୁରୁ ସାନ୍ତ୍ୱନା ଦେଲେ । ଉତ୍ସାହ ଦେଲେ । ସପ୍ତାହକ ପରେ ସାଷ୍ଟାମ ହୋଇ ଗୟାଧର ଇସ୍କୁଲୁ ଫେରିଲେ । ଗୟାଧର ନାମଟି ଗୁରୁଙ୍କ ମନରେ ରୋମାଞ୍ଚ ସୃଷ୍ଟି କରିଛି । ଦଶନ୍ଧି ଦଶନ୍ଧିର ବ୍ୟବଧାନ ପରେ ମଧ୍ୟ କବିଙ୍କର ମାନସପଟଳରେ ସେଇ ନାମ ନାଚିଯାଇଛି । ସେଇ ନାମର ରୂପ, ସେଇ ରୂପର ଗୁଣ ଓ ପ୍ରତିଭା ପୁଲକ ସୃଷ୍ଟି କରିଛି । 

ପ୍ରତିଭା ଛଡ଼ା ଗୟାଙ୍କର ଗୁରୁସେବା ତ୍ରିପାଠୀବାବୁଙ୍କୁ ନିଜର କରିଥିଲା । ବିରଜା ମଧ୍ୟ ଇଂରାଜୀ ଛାତ୍ରାବାସରେ ଥରେ କୃଷ୍ଣବାବୁ ମେଲେରିଆ ଜର ଭୋଗୁଥାଆନ୍ତି । ଦିନେଦୁଇଦିନ ନୁହେଁ । ତିନି ସପ୍ତାହ ଧରି ପାଳିଜର ଆକ୍ରାନ୍ତ କରି ରଖିଥାଏ ଦେହକୁ, ମନକୁ, ଆତ୍ମାକୁ । 

ତାଙ୍କ ଦେହରେ ଅନେକ ତାତି । ଓଦା ଚାଉଳ ଛାଟି ଦେଲେ ଚମ ଉପରେ ମୁଢ଼ି ଫୁଟିଯିବ । ବାନ୍ତି, କମ୍ପ, ଜରରେ ଅବସ୍ଥା ନାହିଁ ନ ଥିବା । ଜିଭ ଶୁଖି ଓଠ ମୁଦି ହୋଇଯାଉଥାଏ । ପଦାକୁ ଯାଇ ମଳମୂତ୍ର ତ୍ୟାଗ କରିବା ପାଇଁ ମଧ୍ୟ ବଳ ନଥାଏ । ଛାତ୍ରମାନେ ଆସନ୍ତି । ସମବେଦନା ଜ୍ଞାପନ କରନ୍ତି । ଚାଲିଯାଆନ୍ତି । 

ମୁଣ୍ଡ ପାଖରେ ବସିରହିଥାଆନ୍ତି ଖାଲି ଗୟାଧର ରାଉତ । କପାଳରେ ଓଦାକନା ଦିଅନ୍ତି । ବାନ୍ତି, ଛେପ ଓ ଖଙ୍କାର ସଫା କରନ୍ତି । ଧରିଧରି ପଦାକୁ ନେଇ ଝାଡ଼ା ପରିସ୍ରା କରାଇବାର ବ୍ୟବସ୍ଥା କରାନ୍ତି । ଯାଜପୁରନଗରରୁ  ବ୍ରଜବାବୁ ଡାକତରଙ୍କୁ ଡାକି ଆଣନ୍ତି । ଓଷପାଣିର ବେବସ୍ତା କରନ୍ତି । 

ଶିଷ୍ୟଙ୍କର ସେବାରେ ଗୁରୁଙ୍କୁ ପୁନର୍ଜୀବନ ଲାଭ ହୁଏ । ଏଣୁ ସେ ତାଙ୍କୁ ସର୍ବଦା ମୁଗ୍ଧ ଦୃଷ୍ଟିରେ ଚାହାନ୍ତି । କାରଣ ତାଙ୍କୁ ବାଳକ ଗୟା ଭିତରେ ଭବିଷ୍ୟତର ପ୍ରତିଭାବନ ଜଣେ ଯୁବକ ଦିଶେ, ଯିଏ ନିଜର କଲମରେ, କଥାରେ ଓ କାମରେ ଦେଶର, ଜାତିର, ଭାଷାର ସେବା କରିଚାଲିଛି । ବିରଜା ବିଦ୍ୟାଳୟର କେହି କେହି ଶିକ୍ଷକ ଏହି ସମ୍ପର୍କକୁ ଭିନ୍ନଦୃଷ୍ଟିରେ ଦେଖୁଥିଲେ ହେଁ ସେଥିକୁ କବି ଖାତିର କରିନାହାନ୍ତି । 

୧୯୪୦ ମସିହାରେ ଗୟାଧର ମାଇନର ପରୀକ୍ଷା ଦେଇ ପାସ କଲେ । ୧୯୪୧ ମସିହାରେ ଯାଜପୁର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଲେ । ସେଇ ୧୯୪୧ରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ବିରଜା ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକତା ପରିତ୍ୟାଗ କଲେ । ବାଲେଶ୍ୱର ମିଶନ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷାଦାନ କରିବା ପାଇଁ ଚାଲିଗଲେ । ବାଲେଶ୍ୱର ଯିବା ପାଇଁ ଗାଡ଼ିରେ ବସିଥିବା ବେଳେ ଦେଖାହେଲା ଗୟା ସହିତ । 

ହାତ ଧରି ପ୍ରିୟ ଛାତ୍ରକୁ  ନିରନ୍ତର କଲମ ଚାଳନା କରିବା ପାଇଁ ଅନୁରୋଧ କରି ଯାଜପୁର ରୋଡ଼ ଟେସନକୁ ଚାଲିଗଲେ ବାଲେଶ୍ୱର ପାଇଁ ରେଳଗାଡ଼ି ଧରିବା ପାଇଁ । ଜାଣି ନଥିଲେ ପ୍ରିୟତମ ସହ ତାହା ହେବ ଶେଷ ଦେଖା । ପରେ ଗୟାଧରଙ୍କର ଜଣେ ସହପାଠୀ କ୍ଷେତ୍ରମୋହନ ପାଣିଗ୍ରାହୀଙ୍କ ଠାରୁ ତାଙ୍କ ବିଷୟରେ ଖବର ପାଇଲେ । 

ଯାଜପୁର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାରମ୍ଭ କରିବାର ମାତ୍ର ଦୁଇ ବରଷ ପରେ ଗୟା ପାଠପଢ଼ା ଛାଡ଼ି ଦେଲେ । ତାହା ପରେ ବିବାହ କଲେ । ବିବାହର ଫଳଶୃତି ହେଲା ଖୁବ ଶୀଘ୍ର ଗୋଟିଏ କନ୍ୟାସନ୍ତାନ ଲାଭ । ହେଲେ ତାହା ପରେ କୌଣସି ରୋଗରେ ଗୟା ପ୍ରାଣତ୍ୟାଗ ଗଲେ । 

ଟୀକା: ଲେଖାଟି ପାଇଁ ଉପାଦାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ ‘ନିରବଧି ନିରବ’ରୁ ନିଆଯାଇଛି । ଲେଖକ ଦ୍ୱାରା ବହିଟିର ବ୍ୟବହୃତ ସଂସ୍କରଣଟି ୨୦୧୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥ ପ୍ରକାଶକ ‘ସମନ୍ୱୟ’ଙ୍କ ଦ୍ୱାରା ପ୍ରକାଶିତ । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Wednesday, November 23, 2022

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୩-୧୪

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପଦ୍ୟାନୁବାଦ


ବୃଷ୍ଟି ପ୍ରବେଶିଲା ପରି ଛିଦ୍ରଯୁକ୍ତ ଘରେ 
ଅଭ୍ୟାସରହିତ ଚିତ୍ତେ ରାଗ ବିଦ୍ଧ କରେ । ୧୩।

ବୃଷ୍ଟି ନପଶେ ଯେପରି ଘର ସ୍ୱାଚ୍ଛାଦିତେ 
ରାଗ ବିଦ୍ଧ କରେ ନାହିଁ ସୁଭାବିତ ଚିତ୍ତେ  । ୧୪।

ମୂଳ ପାଲି ପଦ


ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ସମତିବିଜ୍ଝତି ।
ଏବଂ ଅଭାବିତଂ ଚିତ୍ତଂ ରାଗୋ ସମତିବିଜ୍ଝତି । ୧୩।

ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ନ ସମତିବିଜ୍ଝତି ।
ଏବଂ ସୁଭାବିତଂ ଚିତ୍ତଂ ରାଗୋ ନ ସମତି ବିଜ୍ଝତି । ୧୪।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...