Wednesday, July 22, 2026

ବାଳ ବର୍ଗ ୧୩

ପାଲି ଧର୍ମପଦର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ବଜ୍ରଯୋଗିନୀ କେନ୍ଦ୍ରରେ ଥିବା ନରୋପା ପରମ୍ପରାର ବଉଧ ମଣ୍ଡଳ (୧୯ଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଅପଗଣ୍ଡଟିର ଅଛି ଯାବତୀୟ ଜ୍ଞାନ 
ଅନର୍ଥର ପାଇଁ ଅଟେ ସେସବୁ ଜନମ । 
ଏସବୁ ଜ୍ଞାନ ତାହାର କରି ଶିରପାତ
ସମସ୍ତ ଶୁଭ କର୍ମକୁ କରଇ ନିପାତ ।୧୩। 

ମୂଳ ପାଲି ପଦ

ୟାବଦେବ ଅନର୍ଥାୟ ଜ୍ଞପ୍ତଂ ବାଳସ୍ୟ ଜାୟତେ ।
ହନ୍ତି ବାଳସ୍ୟ ସୂତ୍କର୍ଷଂ ମୂର୍ଦ୍ଧାନମସ୍ୟ ବିପାତୟତ୍ ।୧୩।
ଯାବଦେବ ଅନତ୍ଥାୟାଞତ୍ତଂ ବାଳସ୍ସ ଜାୟତି ।
ହନ୍ତି ବାଳସ୍ୱ ସୁକ୍କଂସଂ ମୁଦ୍ଧମସ୍ୱ ବିପାତୟଂ ।୧୩।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Wednesday, July 15, 2026

For my third love 

Sailen Routray


Solitary tree in the Westrup Heath, Germany (2025)
Photo credit: commons.wikimedia.org/Dietmar Rabich

The fragrance of your hair
is smoother than the razor’s edge;
What shall I do with it?
Scrub it on my body,
or sell it to the highest bidder? 

Your body tastes better 
than the last tears of love;
what shall I do with the taste?
brush it on my lips
or seal it inside the failures of my heart?

The groove of your words is 
more treacherous than
November rains;
what shall I do with that groove?
Put it on my eyes?
Or spread it across the
deep crevices of your pains? 

Wednesday, July 8, 2026

ମାର୍କସ ଅରିଲସଙ୍କର 'ବିଚାରମାଳା'

ଦ୍ୱିତୀୟ କାଣ୍ଡ: ପଞ୍ଚମ ଓ ଷଷ୍ଠ ଅଧ୍ୟାୟ

ଅନୁବାଦକ - ଶୈଲେନ ରାଉତରାୟ


ରୋମୀୟ ସ୍ଟୟିକ ଦାର୍ଶନିକ ସେନେକା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପଞ୍ଚମ ଅଧ୍ୟାୟ

ପ୍ରହର ପରେ ପ୍ରହର ଏହା ତୁମର ଧ୍ୟେୟ ହୋଇ ରହୁ - ଜଣେ ରୋମୀୟ ଭାବରେ ତଥା ଜଣେ ମନୁଷ୍ୟ ଭାବେ, ଯାହା ଉପସ୍ଥିତ ତାହାକୁ ମାନବିକ, ନ୍ୟାୟସଙ୍ଗତ ତଥା ସ୍ୱାଧୀନ ଭାବରେ ଉଚିତ ତଥା ପ୍ରାକୃତିକ ମର୍ଯ୍ୟାଦାର ସହ ସମ୍ପାଦିତ କରିବା । ଅନ୍ୟ କୌଣସି ବ୍ୟାପାରରୁ ନିଜର ମନକୁ ମୁକ୍ତ ରଖ । ଏହା ତୁମ୍ଭେ କରିବା ନିଶ୍ଚିତ ସମ୍ଭବ, ଯଦି ତୁମ୍ଭେ ନିଜର ସମସ୍ତ କାର୍ଯ୍ୟକୁ, ନିଜ ମନରୁ ସମସ୍ତ ବାଟବଣା ଚିନ୍ତା, ତର୍କର ନିର୍ଦ୍ଦେଶରୁ ଭାବନା-ଭିତ୍ତିକ ପଳାୟନ, ପ୍ରଦର୍ଶନର କାମନା, ଆତ୍ମ ପ୍ରଶସ୍ତି ତଥା ନିଜର ସ୍ଥିତାବସ୍ଥା ସହ ଅସନ୍ତୋଷ, ଆଦିକୁ, ଦୂରେଇ ଦେଇ, ଏପରି ଭାବରେ କରିପାରିବ, ଯେପରି ସେହି କାମଟି ତୁମ୍ଭର ଜୀବନର ଅନ୍ତିମ କାର୍ଯ୍ୟ । ଦେଖ, ମନୁଷ୍ୟକୁ କେତେ କମ ଜିନିଷ ଉପରେ ପ୍ରଭୁତ୍ୱ ବଜାୟ ରଖିବା ଆବଶ୍ୟକ, ଯାହା ଫଳରେ କି ତାହାର ଜୀବନ ହୋଇପାରିବ ନୀରବ ଓ ଦିବ୍ୟ: ତାହାକୁ କେବଳ ଏହି କେତୋଟି ଉପଦେଶକୁ ଆଚରଣରେ କରିବାକୁ ପଡ଼ିବ, ଏବଂ ଦେବତାମାନେ ତାହାଠାରୁ ଆଉ କିଛି ଅଧିକର ଅପେକ୍ଷା ରଖନ୍ତି ନାହିଁ ।

ଷଷ୍ଠ ଅଧ୍ୟାୟ

ଯାଅ, ଯାଅ, ହେ ମୋର ଆତ୍ମନ୍ ! ନିଜକୁ ତିରଷ୍କୃତ ଓ ଅପମାନିତ କରିବା ନିମନ୍ତେ ! ହେଲେ ଆହୁରି ଅଳ୍ପ ସମୟ ମଧ୍ୟରେ ହିଁ ନିଜର ମହତ ରଖିବା ନିମନ୍ତେ ସମୟ ଅତିବାହିତ ହୋଇଯିବ । ମନୁଷ୍ୟର ଏକ ହିଁ ଜୀବନ, ତୁମର ଅନ୍ତ ଅତି ନିକଟରେ, ହେଲେ ତେବେ ମଧ୍ୟ ନିଜର ମହତ ପାଇଁ ତୁମ୍ଭେ ଲୋଚନ ଫେଡ଼ ନାହିଁ, କିନ୍ତୁ ନିଜର ଆନନ୍ଦକୁ ଅନ୍ୟମାନଙ୍କର ମନ ଓ ମତ ଉପରେ ନିର୍ଭରଶୀଳ କରି ରଖ । 

ଅନୁବାଦକୀୟ ଟୀକା: ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି ।

Wednesday, July 1, 2026

There are no places to get lost in anymore

Sailen Routray


Photographic art based on pastel chalks
Photo credit: Wikimedia Commons/Dietmar Rabich


After getting drenched 
in the thin drizzle of your memories
there are no places to get lost in anymore.
In all the rooms,  
there are throngs of the ghosts of orchards.
On the streets
newly born desires 
are making a ruckus. 
The roofs are packed
with the carcasses of stars. 

What do I do?
Today I really want to get lost.
If I don't get lost 
it seems as if the Kuakhai 
would turn in its course 
and start flowing back,
vehicles would stop running
on the wrong side
on Bhubaneswar's streets, 
and 
you would get reminded of me.
Therefore, today, I have to get lost. 
But there are no places to get lost in anymore.

After I couldn't find you anymore
I too have tried hard to get lost.
I have been grating memories
on the evening's sharp edges
and pouring myself
into the thin hole of the night. 
I have been making myself up with the colours 
wrung from the skies of cities' dreams.
But all this has been without any use.

There is the desire to get lost,
so is the effort and the time.
But after you were lost,
there are no places to get lost in anymore.

Monday, June 22, 2026

ସ୍ୱାଧୀନତା ପୂର୍ବର କେନ୍ଦୁଝରଗଡ଼ରେ ହାଇସ୍କୁଲ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝରଗଡ଼ ରାଜବାଟି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଜଗନ୍ନାଥ ମହାପ୍ରଭୁ ୨୦୦୬


ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଗଙ୍ଗାଧର ବଳଙ୍କର ହାଇସ୍କୁଲ ପାଠ ପଢ଼ା ଆରମ୍ଭ ହୁଏ କେନ୍ଦୁଝରର ଗିବ୍‌ସନ୍ ହାଇସ୍କୁଲରେ, ୧୯୪୨ ମସିହାର ଜାନୁଆରୀ ମାସରେ । ଏବେ ଅବଶ୍ୟ ଏହି ଉଚ୍ଚ ବିଦ୍ୟାଳୟଟି ଗଡ଼ର ଭୁତପୂର୍ବ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ନାମାନୁସାରେ ନାମିତ । 

ହାଇସ୍କୁଲଟି ସାନ୍ତରାପୁର ଶାସନର ଦକ୍ଷିଣକୁ ବଡ଼ଦାଣ୍ଡ ସହ ଯୋଡ଼ୁଥିବା ମୂଖ୍ୟ ରାସ୍ତାର ପାଖରେ । ସ୍କୁଲର ପଶ୍ଚିମ ଦିଗରେ ଗଡ଼ର ଡାକ୍ତରଖାନା ଓ ତହିଁର ଚିକିତ୍ସକମାନଙ୍କର ଆବାସଗୁଡ଼ିକ । ଇସ୍କୁଲୁଟି ଗୋଟିଏ ବଡ଼ ଖୋଲାମେଲା ଜେଗାରେ ତିଆରି ହୋଇଥିଲା । ସ୍କୁଲ ପରିସର ଭିତରେ ଥିଲା ଗୋଟିଏ ସୁନ୍ଦର ଫୁଲ ବଗିଚା । ଉଦ୍ୟାମ ମଧ୍ୟରେ ଭ୍ରମଣ କରିବା ପାଇଁ ସିମେଣ୍ଟର ରାସ୍ତାଟିଏ ବି ନିର୍ମିତ ଥିଲା । 

ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିଲା । ବିଦ୍ୟାଳୟଟିରେ ଦୁଇଟି ଛାତ୍ରାବାସ ଥିଲା, ଯାହା ସେବେ ‘ନ୍ୟୁ ହଷ୍ଟେଲ’ ଓ ‘ଓଲ୍‌ଡ଼୍ ହଷ୍ଟେଲ୍ ଭାବରେ’ ପରିଚିତ ଥିଲେ । ଗଙ୍ଗାଧର ଆସି ନ୍ୟୁ ହଷ୍ଟେଲରେ ରହିଲେ । 

ସେତେବେଳେ ସମୁଦାୟ କେନ୍ଦୁଝର ଗଡ଼ରେ ଗୋଟିଏ ବୋଲି ହାଇସ୍କୁଲ ଭାବରେ ବିଦ୍ୟାଳୟଟିର ନାଁଡାକ ଥାଏ ।  ଆନନ୍ଦପୁରରେ ଥାଏ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ । ତାହା ସହ ଦେଓଗାଁ ଓ ଚମ୍ପୁଆଠାରେ ଥାଏ ଦୋ'ଟି ମଧ୍ୟ-ଭର୍ଣ୍ଣାକୁଲାର ଇସ୍କୁଲ । ଏହା ଛଡ଼ା କେନ୍ଦୁଝର ରାଜ୍ୟ ସାରା ସେବେ ଥାଏ ହାତଗଣତି କେତୋଟି ନିମ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଟିମାନ ।  

ଯେଉଁ ଛାତ୍ରମାନେ ମଧ୍ୟ-ଭର୍ଣ୍ଣକୁଲାର ସ୍କୁଲରୁ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ, ସେମାନେ ସିଧାସଳଖ ଅଷ୍ଟମ ଶ୍ରେଣୀରେ ଯୋଗ ଦେଇପାରୁ ନଥିଲେ । ସେମାନଙ୍କୁ ଆବଶ୍ୟକୀୟ ଇଂରାଜୀ ଶିଖିବା ପାଇଁ ଆଉ ଥରେ ସପ୍ତମ ଶ୍ରେଣୀରେ ବରଷେ କଟାଇବାକୁ ପଡ଼ୁଥିଲା । ଇଂରାଜୀରେ ଦକ୍ଷତା ଦେଖାଇଲେ ଯାଇ ସେମାନେ ଅଷ୍ଟମ ଶ୍ରେଣୀକୁ ଉଠୁଥିଲେ । 

କାରଣ ସେବେ ହାଇସ୍କୁଲରେ କେବଳ ସଂସ୍କୃତ ଭଳି ଭାଷାକୁ ଛାଡ଼ି ଦେଲେ ଗଣିତ, ଇତିହାସ ଆଦି ବାକି ସବୁ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଅଷ୍ଟମ ଓ ନବମ ଶ୍ରେଣୀରେ ସଂସ୍କୃତ ପଢ଼ା ହେଉଥିଲା । ପ୍ରାୟ ପ୍ରତି ବର୍ଷ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହେଉଥିଲା । 

ବିଦ୍ୟାଳୟରେ ନାମ ଲେଖାଇବାର କିଛି ସପ୍ତାହ ଭିତରେ ତ୍ରୈମାସିକ ପରୀକ୍ଷାରେ ପ୍ରଥମ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଦରମା ଛାଡ଼ କରିଦେଲେ । ମାସିକିଆ ତିନି ଟଙ୍କାର ବୃତ୍ତିର ବ୍ୟବସ୍ଥା ମଧ୍ୟ ତାଙ୍କ ପାଇଁ ହେଲା । ଗଙ୍ଗାଧର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ଓ ଜଣେ ଶୃଙ୍ଖଳିତ ଚାଟ ଭାବରେ ନାଁ କରିଥିବାରୁ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭାଗୁଡ଼ିକରେ ନାନା ପୁରସ୍କାର ଲାଭ କରୁଥିଲେ । ତାଙ୍କୁ ଏଥି ପାଇଁ ଭଲଭଲ ବହିସବୁ ପୁରସ୍କାର ଆକାରରେ ମିଳୁଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଚନ୍ଦ୍ରଶେଖର ମହାପାତ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ଛାତ୍ର ସହଚର’ ବହି ଦିଓଟି ଗଙ୍ଗାଧରଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇଲା ବୋଲି ସେ ନିଜ ଆତ୍ମଜୀବନୀରେ କୁହନ୍ତି ।

ଜଣେ ଭଲ ଛାତ୍ର ଭାବରେ ତାଙ୍କୁ ଦଶମ ପରଠାରୁ ନିଜ ତଳ ଶ୍ରେଣୀର ଛାତ୍ରମାନଙ୍କୁ ପଢ଼ାଇବାର ସୁଯୋଗ ମିଳିଲା । ସେବେ ଟିଉସନର ପ୍ରଚଳନ ସେତେ ବେଶି ନ ଥିଲା । ବିଦ୍ୟାଳୟର ଶିକ୍ଷକମାନେ ଗୃହଶିକ୍ଷକ ଭାବରେ କାମ କରିବାକୁ ଅସମ୍ମାନଜନକ ବୋଲି ମଣୁଥିଲେ । ପିଲାମାନେ ପାଠପଢ଼ାରେ କିଛି ଅସୁବିଧା ନେଇ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଲେ ସେମାନେ ସ୍ନେହଭରେ ସେସବୁ ଦିଗରେ ସାହାଯ୍ୟ କରୁଥିଲେ । ସେଥି ପାଇଁ କିଛି ପାଉଣା ଦେବାକୁ ହେଉ ନଥିଲା । କେହି କେହି ଗରିବ ପିଲା କଦବା କ୍ୱଚିତ ଚିଉସନ କରୁଥିଲେ । 

ଏକାଦଶ ଶ୍ରେଣୀରେ ପଢ଼ିଲା ବେଳେ ଗଙ୍ଗାଧରଙ୍କର ଅଜା ଚାଲିଗଲେ । ତାହାର କିଛି ବର୍ଷ ପୂର୍ବରୁ ଆଈ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାମୁଁ ଘରେ ରହି ପାଠପଢ଼ୁଥିବା ମାତୃହୀନ ଗଙ୍ଗାଧରଙ୍କର ପାଇଁ ଅଜାଙ୍କର ବିୟୋଗ ଥିଲା ଏକ ବଡ଼ ଧକ୍କା । ହେଲେ ଆଗକୁ ପଢ଼ିବାକୁ ହେଲେ ମେଟ୍ରିକ୍ ପରୀକ୍ଷାର ଘାଟି ଯେ ଟପିବାକୁ ପଡ଼ିବ, ସେ କଥା ଭାବି ସେ ନିଜ ଛାତିକୁ ପଥର କରି କଠିନ ପରିଶ୍ରମ କରିବାକୁ ଲାଗିଲେ ।ସେତେବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ହାଇସ୍କୁଲମାନ ତାହା ସହିତ ଅନୁବନ୍ଧିତ ହୋଇସାରି ଥାଆନ୍ତି । 

ଯଦିଓ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାକୁ ଥିଲା, ଗଙ୍ଗାଧର କିନ୍ତୁ  ଇଂରାଜୀ ଭାଷାରେ ଲିଖିତ ହଲ୍ ଆଣ୍ଡ୍ ନାଇଟ୍‌ସ୍, କେ.ପି ବସୁ ଓ ଜେ.ସି. ଚକ୍ରବର୍ତ୍ତୀ ଆଦିଙ୍କର ଗଣିତ ବହି ତଥା ଡଡ୍‌ଲି ଷ୍ଟାମ୍ପ୍‌ଙ୍କର ଭୂଗୋଳ ବହି ଆଦି ପଢ଼ି ମେଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ୧୯୪୫ ସାଲର ମାର୍ଚ୍ଚ ମାସରେ ପରୀକ୍ଷା ହେଲା । କଟକ ଟ୍ରେନିଂ ମହାବିଦ୍ୟାଳୟର ମହେଶଚନ୍ଦ୍ର ପ୍ରଧାନ ପରୀକ୍ଷା କେନ୍ଦ୍ରର ତତ୍ତ୍ୱାବଧାରକ ହୋଇ ଆସିଥିଲେ ସେହି ବରଷ । କିଛି ମାସ ପରେ ସମାଜ ଖବରକାଗଜର ପୃଷ୍ଠାରେ ଫଳ ବାହାରିଲା । ଗଙ୍ଗାଧର ହୋଇଥିଲେ କେନ୍ଦୁଝର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ।  

ବି.ଦ୍ର.: ଏହି ଲେଖାଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ  ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ । ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।

Monday, June 15, 2026

No, I have not arrived

Sailen Routray


 'The arrival of the leave train' (1918)
Oil painting by Bernard Meninsky (1891–1950)
Photo credit: Wikimedia Commons

The other day, in passing, perhaps in good faith, you mentioned to another in front me, that "He has arrived." Or were you perhaps being sarcastic? 

But, no. I have not arrived. 

I am still in the train. The train rattles, shakes, but moves, albeit slowly. It is built of the teachings of my master. Rather of whatever I make of his teachings. For his teachings are correct, beneficial and robust, like that of any other master. So, I am abroad, on this train, which is made up of my master's words. 

My master is a robber. He has robbed me of vain curiousity, the need to know how the world works so that I can change the world. He has snatched away the veils I used to hide my true desires from myself. I now must look within and see what is there. And there is so much to change within. Everything that needs to be changed, accepted, lived with, and transcended, is within.

My master is a magician. He has revealed the tricks of the world and how it fools me to keep me entangled with it. How it promises pleasure but delivers pain. How it really has nothing up its sleeves.
 
My master is also a doctor. He heals souls, he heals bodies, he heals minds. He heals men, he heals women, he heals the poor, he heals the rich, he heals the whites, he heals the browns. He heals wounds, he heals vanities, he heals delusions. 

My master has also pulled into the train other folk like me, people with sorrow,  people with pain, people with delusions. Now they give me company, even when they are silent, especially so when they are silent. 

My journey, our journey, has a destination, for now. I have not chosen the terminus of this railway line. My master has. And when I reach there I may have to leave on another journey in another train built with his words.  

On this journey, I also see other people passing in other trains built with the teachings of other masters. On seeing them my heart gladdens, that they are also safe, that they are also protected. That one day their sorrow will end.

But, no. I have not arrived. 

I will perhaps never arrive. But I am glad where I am going. I am glad to be on this train. I am glad to be on this journey. And I am glad about this point of my journey. 

For each point of this journey is an arrival. 

But, no. I have not arrived. 

I am arriving, each moment, at a new station. And at each station I meet a new me. And when I meet this new me, I can only hug him and cry. Not with pain. But with love.   

Monday, June 8, 2026

ମାର୍କସ ଅରିଲସଙ୍କର 'ବିଚାରମାଳା'

ଦ୍ୱିତୀୟ କାଣ୍ଡ: ତୃତୀୟ ଓ ଚତୁର୍ଥ ଅଧ୍ୟାୟ

ଅନୁବାଦକ - ଶୈଲେନ ରାଉତରାୟ


ଷ୍ଟଇକ ଦାର୍ଶନିକ ଜିନୋଙ୍କର ମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତୃତୀୟ ଅଧ୍ୟାୟ

ଯାହା ଦିବ୍ୟ, ତାହା ବିଧିନିର୍ଦ୍ଦିଷ୍ଟ । ପ୍ରକୃତିରେ, ଅର୍ଥାତ ଦଇବର ଅଧ୍ୟାଦେଶର ଗୂଢ଼ ବୁଣାଟରେ, ନିର୍ଘାତ ସଞ୍ଜୋଗଗୁଡ଼ିକର ମଧ୍ୟ ସ୍ଥାନ ଅଛି । ଦଇବ ହିଁ ସମସ୍ତ ପଦାର୍ଥର ପ୍ରବାହର ଉତ୍ସ । ଏହା ସହିତ ଆବଶ୍ୟକତା ତଥା ବ୍ରହାଣ୍ଡର ମଙ୍ଗଳ ଜଡ଼ିତ । ତୁମ୍ଭେ ନିଜେ ଏହି ଅଖିଳ ବିଶ୍ୱର ଅଂଶ । ଯାହା ସମଷ୍ଟିର ଧର୍ମ ଓ ଯାହା ତାହାକୁ ରକ୍ଷା କରେ, ତାହା ସମସ୍ତ ପ୍ରକାରର ବ୍ୟଷ୍ଟି ପାଇଁ ମଧ୍ୟ ମଙ୍ଗଳଦାୟକ । ସମସ୍ତ ବ୍ରହ୍ମାଣ୍ଡ ପରିବର୍ତ୍ତନ ଦ୍ୱାରା ହିଁ ରକ୍ଷିତ, ସେହି ବଦଳ ମୂଳଭୁତ ପଦାର୍ଥରେ ହେଉ, କିମ୍ବା ସେମାନେ ଗଢ଼ୁଥିବା ବୃହତ୍ତର ସଂରଚନାରେ ହେଉ । ଏହି ଅବଧାରଣାକୁ ତୁମ୍ଭେ ଦୃଢ଼ତାର ସହ ଧରି ରଖ, ଏହା ହିଁ ତୁମ୍ଭର ସିଦ୍ଧାନ୍ତ ହେଉ । ଗ୍ରନ୍ଥମାନଙ୍କ ପାଇଁ ନିଜର ତୃଷ୍ଣା ତୁମ୍ଭେ ପରିହାର କର । ତାହା ହେଲେ ତୁମ୍ଭର ମୃତ୍ୟ ସମୟରେ କୌଣସି ତିକ୍ତତା ଅବଶେଷ ରହିବ ନାହିଁ । ଓ ତୁମ୍ଭେ ମରଣକୁ ହୃଦୟରେ ଦେବତାମାନଙ୍କ ପାଇଁ ନିରୁତା କୃତଜ୍ଞତାର ସହ ସୁଶୋଭନ ଭାବରେ ଭେଟି ପାରିବ । 

ଚତୁର୍ଥ ଅଧ୍ୟାୟ

ନିଜର ଦୀର୍ଘସୂତ୍ରିତାର ନାନାଦି ବର୍ଷ, ତଥା ଦେବତାମାନେ କିପରି ତୁମ୍ଭ ଉପରେ ଯୁଗ ପରେ ଯୁଗ କୃପା କରିଚାଲିଛନ୍ତି, ଯାହାର ତୁମ୍ଭେ କେବେ ବିନିଯୋଗ କରିନାହଁ, ତାହାର  ସ୍ମରଣ କର । ବର୍ତ୍ତମାନ ଏହି ସମୟ ଉପସ୍ଥିତ ଯେ ତୁମ୍ଭେ ଯେଉଁ ବ୍ରହ୍ମାଣ୍ଡର ଅଂଶ, ସେହି ବିଶ୍ୱର ସତ୍ତ୍ୱ ଓ ତୁମେ ଯେଉଁ ନିୟନ୍ତ୍ରଣକାରୀ ଶକ୍ତିର ସନ୍ତାନ, ତାହାଙ୍କୁ ଅନୁଭବ କର । ଏକଥା ମଧ୍ୟ ଅନୁଭର କର ଯେ, ତୁମ୍ଭର ସମୟ ସୀମିତ । ଏହାକୁ, ଏଣୁ, ନିଜର ମୁକ୍ତି ପାଇଁ ବ୍ୟବହାର ନ କଲେ ଏହି କାଳ ଅତିବାହିତ ହେବ, କେବେ ଲେଉଟିବ ନାହିଁ ।

ଅନୁବାଦକୀୟ ଟୀକା: ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି ।

ମାର୍କସ ଅରିଲସଙ୍କର 'ବିଚାରମାଳା' ଦ୍ୱିତୀୟ କାଣ୍ଡ:  ସପ୍ତମ ଓ ଅଷ୍ଟମ ଅଧ୍ୟାୟ ଅନୁବାଦକ - ଶୈଲେନ ରାଉତରାୟ ଗ୍ରୀକ ଦାର୍ଶନିକ ଏପିକ୍ଟେଟସ (୫୦-୧୩୫ ଖ୍ରୀଷ୍ଟାବ...