Monday, March 1, 2021

ସେ ମୋତେ ବାବା କହିଲା

ବିନୋଦ କୁମାର ଶୁକ୍ଲା

ଅନୁୁବାଦକ - ଶୈଲେନ ରାଉତରାୟ


ବ୍ରାଜିଲର ଲାପିନ୍‌ହା ଗୁମ୍ଫାର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଘରବାଡ଼ି ଛାଡ଼ି ସନ୍ୟାସ ନେବିନାଇଁ
ନିଜର ସନ୍ୟାସରେ
ମୁଁ ଆହୁରି ଘରୁଆ ହେଇ ରହିବି
ଘରୁଆ, ଘରେ,
ଆଉ ପାଖପଡ଼ିଶାରେ ବି
 
ଗୋଟେ ଅଜଣା ପଡ଼ାରେ
ଗୋଟେ ଛୁଆ ମୋତେ ଦେଖିକରି ବାବା କହିଲା
ସେ ନିଜ ମାର କୋଳରେ ଥିଲା
ତା ମାର ଆଖିରେ
ଥିଲା ଖୁସିର ଚମକ
କାହିଁକି ନା’, ସେ ମୋତେ ବାବା କହିଲା
ଜଣେ ଅଜଣା, ନିଜର
ନିରୁତା ଆପଣାର

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

2 comments:

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...