Friday, March 12, 2021

ତୁମକୁ ଯେ ପ୍ରେମ କରିବି

ଶୈଲେନ ରାଉତରାୟ


ଚୀନ ଦେଶର ମୱା‌ଂଦୁଇରେ ପ୍ରାପ୍ତ ରେଶମରେ ଅଙ୍କିତ ଚିତ୍ର
ସମୟ - ୨୦୦ ସାଲ ଖ୍ରୀଷ୍ଟପୂର୍ବ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମାନିଲି ଯେ କେବେ ନା କେବେ ଥରେ
ମରିବା ଦରକାର
ହେଲେ ସେଥିପାଇଁ ମୁଁ ଯେ ନିଜେ ନିଜକୁ ହାଣିବି
ତା' ଜରୁରୀ ନୁହେଁ ।୧। 

ମାନିଲି ଯେ ଗାଁରେ ଘର କରିଥିଲେ ବେଳେବେଳେ 
ଭୋଟ ଦେବାକୁ ପଡ଼େ
ହେଲେ ସେଥିପାଇଁ ଯେ ଜିତିବାକୁ ଥିବା ଲୋକର ବୋତାମ ଚିପିବି
ତା' ଜରୁରୀ ନୁହେଁ ।୨।

ମାନିଲି ଯେ କଦବାକ୍ୱଚିତ 
ବ୍ରତ ଉପବାସ ରଖିବାକୁ ପଡ଼େ
ହେଲେ ସେଥିପାଇଁ କାର୍ତ୍ତିକରେ ଲକ୍ଷ୍ନୌରେ ଥିଲେ ବି ହବିଷ ଖାଇବି
ତା' ଜରୁରୀ ନୁହେଁ ।୩।

ମାନିଲି ବନ୍ଧୁ ଯେ ଏ ସହରରେ 
ତୁମଠୁଁ ସୁନ୍ଦର ଆଉ କେହି ନାହାନ୍ତି
ହେଲେ ମୋଠୁଁ ବଡ଼ ୱଫାଦାର ଯେ ପ୍ରେମୀ ଅଛନ୍ତି  
ତା' ଜରୁରୀ ନୁହେଁ ।୪।

ମାନିଲି ଯେ ଥରେ ହେଲେ ବି ଜୀବନରେ କାହାକୁ ଜଣେ
ଭଲ ପାଇବାକୁ ପଡ଼ିବ
ହେଲେ ସେଥିପାଇଁ ଶୈଲେନ ଯେ ତୁମକୁ ପ୍ରେମ କରିବ
ତା' ଜରୁରୀ ନୁହେଁ ।୫।

14 comments:

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...