Tuesday, March 9, 2021

ଲହୁ ମୋର ଲୁହ ମୋର

(ଚୁଇଁ ପାଇଁ)

ଶୈଲେନ ରାଉତରାୟ


ଚିତ୍ର - 'ଟି ଡ୍ରିଙ୍କର୍, ହାଏ ଆଟ୍‌ଲାସ୍' (୨୦୦୭)
ଚିତ୍ରକର - ବିଲି ଚାଇଲ୍‌ଡିସ୍ (୧୯୫୯-ବର୍ତ୍ତମାନ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍
 

ଲହୁ ମୋର ଲୁହ ମୋର
ପାକିଟରେ ଭରା ରୁମାଲ ବି ମୋର
ଆଖି ପୋଛୁଥିବା ପାପୁଲି ବି ମୋର ହେଇଥା'ନ୍ତା
ଠିକଣା ସମୟରେ ଯା' ଖାଲି ଛାଡ଼ି ହେଲାନି ହାତ ତୋର ।୧।

ପାଣି ମୋର ହାଣ୍ଡି ମୋର
ଫୁଟିବାକୁ ଥିବା ଚାଉଳ ବି ମୋର
ଭାତ ରାନ୍ଧି ଖାଇ ବି ହେଇଥା'ନ୍ତା
ଖାଲି ଭାଙ୍ଗି ହେଲାନି ଉପବାସ ତୋ'ର ।୨। 

ମାଳ‌ି ମୋର ସୂତା ମୋର
ତୋ' ପ୍ରେମରେ କ୍ଷତବିକ୍ଷତ ବେକ ବି ମୋର
ମାଳ ପିନ୍ଧିଥ‌ିବା ଗଳା ବି ମୋର ହେଇଥା'ନ୍ତା
ଖାଲି ଉଜାଡ଼ି ହେଲାନି ଯା ଉପବନ ତୋର ।୩।

ଦିଅଁ ମୋର କ୍ଷେତ୍ର ମୋର
ଆକାଶଛୁଆଁ ଦେଉଳ ବି ମୋର
ପୂଜାର ଯଜମାନ ବି ତୋର ଏ ପ୍ରେମିକ ହେଇଥା'ନ୍ତା
ଖାଲି ସାରିପାରିଲିନି ଉପାସନା ତୋର ।୪।

ବେକ ମୋର ତଲୁଆର ମୋର
ମୃତ୍ୟୁଦଣ୍ଡର ଆଦେଶରେ ଦସ୍ତଖତ ବି ମୋର
କୋକେଇ ବହିବା ଲୋକର ହରିବୋଲ ବି ଶଇଲେନ୍‌ର ହେଇଥା'ନ୍ତା
କଣ କରିବି, ମଲା ପରେ ବି ମୋ କଣ୍ଠରେ ନାଁ ବି ତୋର ।୫।

10 comments:

  1. ଶୈଳେନ କବିତାଟି ଅତି ସୁନ୍ଦର। ମନ ଛୁଇଁଗଲା।

    ReplyDelete
    Replies
    1. ଧନ୍ୟବାଦ ଅପା । ଗୀତଟିଏ ଯଦି ଜଣେ ସଙ୍ଗୀତଜ୍ଞଙ୍କୁ ଭଲ ଲାଗିଲା, ଗୀତର ଲେଖକ ପାଇଁ ତାହାଠାରୁ ଆଉ ଅଧିକ ଉତ୍ସାହପ୍ରଦ କଅଣ ହୋଇପାରେ ।

      Delete
  2. Absolutely fantastic composition!Congrats!!

    ReplyDelete
  3. Replies
    1. But to see, one needs 'eyes' as well. Thanks for 'seeing.'

      Delete

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...