Monday, April 12, 2021

ମୁଁ କବି ନୁହେଁ କି ତୁ କବିତା ବି ନୁହଁ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମୁଁ ବେପାରୀ ନୁହେଁ କି ତୁ ଗରାଖ ବି ନୁହଁ
ତା'ହେଲେ ମୋର ବସ୍ତି 
ଦୋକାନରେ ବସିଚି କାହିଁକି
ତୋ' କାରୱାଁ 
ବଜାରରେ କେଉଁଥିପାଇଁ ।୧।

ମୁଁ ବେମାର ନୁହେଁ କି ତୁ ଡାକ୍ତର ବି ନୁହଁ 
ତା'ହେଲେ ମୋ' ଘରେ 
ଶୁଭାକାଂକ୍ଷୀଙ୍କର ଭୀଡ଼ କାହିଁକି
ତୋ' ଦାଣ୍ଡରେ ସଦା 
କୋକେଇ ଉଠୁଚି କେଉଁଥିପାଇଁ ।୨।

ମୁଁ ପ୍ରଗତିଶୀଳ ନୁହେଁ କି ତୁ ଦୁନିଆ ବି ନୁହଁ
ତା'ହେଲେ ତୋ'ର ଭାର 
ମୋ' ଉପରେ କାହିଁକି
ମୋ' ସ୍ୱପ୍ନର ଜାଲ ତୋ' ଦୁଃସ୍ୱପ୍ନର 
ଶିକୁଳି ହେଇଚି କେଉଁଥିପାଇଁ ।୩।

ମୁଁ ପିଇଲାବାଲା ନୁହେଁ କି ତୁ ସାକି ବି ନୁହଁ
ତା'ହେଲେ ମୋ' ହାତର ପିଆଲା
ଆଉ ତୋ' ହୃଦୟ ଖାଲି କାହିଁକି
ତୁ ମୋ' ପ୍ରତିଦ୍ୱନ୍ଦୀର 
କୋଳରେ ବସିଚୁ କେଉଁଥିପାଇଁ ।୪। 

ମୁଁ କବି ନୁହେଁ କି ତୁ କବିତା ବି ନୁହଁ
ତା'ହେଲେ ମୋ' ନୀରବତାରେ 
ତୋ' ଉଚ୍ଚାରଣର ନିଃଶବ୍ଦ ଶୋଭାଯାତ୍ରା କାହିଁକି
ତୋ' ଚାଲିର ଛନ୍ଦ 
ଶୈଲେନର ପୃଷ୍ଠାରେ କେଉଁଥିପାଇଁ ।୫।

8 comments:

  1. ତୋ' ଉଚ୍ଚାରଣର ନିଃଶବ୍ଦ ଶୋଭାଯାତ୍ରା କାହିଁକିି. Dhanyabad kabi, ebe mu hospital ra dhala chadar upare soichhi. Deha kharap 5 din hela. Kabita bele bele mantra bhali Kama kare..jaha tume Kari parichha.

    ReplyDelete
    Replies
    1. ଆପଣଙ୍କର ଦେହ ଶୀଘ୍ର ଭଲ ହେଇଯାଉ ବୋଲି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା । ଆଜି ଆପଣଙ୍କ ସହ ଗପି ବହୁତ ଭଲ ଲାଗିଲା । ଅତି ଶୀଘ୍ର ଆଉ ଥରେ କଥା ହେବାର ବାସନା । ପ୍ରଣାମ ।

      Delete
  2. That's tight and powerpacked justice.. Nice one Sailen..

    ReplyDelete
    Replies
    1. ଧନ୍ୟବାଦ ଭାଇ । ଆଶାକରେ ସବୁ କୁଶଳ । ପ୍ରଣାମ ।

      Delete
  3. Replies
    1. ତୁମ ପରି ପାକଳ କବିଙ୍କଠାରୁ ଏହା ଶୁଣି ମୁଁ ଧନ୍ୟ ! :)

      Delete

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...