ମୁଁ କବି ନୁହେଁ କି ତୁ କବିତା ବି ନୁହଁ
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ମୁଁ ବେପାରୀ ନୁହେଁ କି ତୁ ଗରାଖ ବି ନୁହଁ
ତା'ହେଲେ ମୋର ବସ୍ତି
ଦୋକାନରେ ବସିଚି କାହିଁକି
ତୋ' କାରୱାଁ
ବଜାରରେ କେଉଁଥିପାଇଁ ।୧।
ମୁଁ ବେମାର ନୁହେଁ କି ତୁ ଡାକ୍ତର ବି ନୁହଁ
ତା'ହେଲେ ମୋ' ଘରେ
ଶୁଭାକାଂକ୍ଷୀଙ୍କର ଭୀଡ଼ କାହିଁକି
ତୋ' ଦାଣ୍ଡରେ ସଦା
କୋକେଇ ଉଠୁଚି କେଉଁଥିପାଇଁ ।୨।
ମୁଁ ପ୍ରଗତିଶୀଳ ନୁହେଁ କି ତୁ ଦୁନିଆ ବି ନୁହଁ
ତା'ହେଲେ ତୋ'ର ଭାର
ମୋ' ଉପରେ କାହିଁକି
ମୋ' ସ୍ୱପ୍ନର ଜାଲ ତୋ' ଦୁଃସ୍ୱପ୍ନର
ଶିକୁଳି ହେଇଚି କେଉଁଥିପାଇଁ ।୩।
ମୁଁ ପିଇଲାବାଲା ନୁହେଁ କି ତୁ ସାକି ବି ନୁହଁ
ତା'ହେଲେ ମୋ' ହାତର ପିଆଲା
ଆଉ ତୋ' ହୃଦୟ ଖାଲି କାହିଁକି
ତୁ ମୋ' ପ୍ରତିଦ୍ୱନ୍ଦୀର
କୋଳରେ ବସିଚୁ କେଉଁଥିପାଇଁ ।୪।
ମୁଁ କବି ନୁହେଁ କି ତୁ କବିତା ବି ନୁହଁ
ତା'ହେଲେ ମୋ' ନୀରବତାରେ
ତୋ' ଉଚ୍ଚାରଣର ନିଃଶବ୍ଦ ଶୋଭାଯାତ୍ରା କାହିଁକି
ତୋ' ଚାଲିର ଛନ୍ଦ
ଶୈଲେନର ପୃଷ୍ଠାରେ କେଉଁଥିପାଇଁ ।୫।
👏👏
ReplyDeleteଧନ୍ୟବାଦ ।
Deleteତୋ' ଉଚ୍ଚାରଣର ନିଃଶବ୍ଦ ଶୋଭାଯାତ୍ରା କାହିଁକିି. Dhanyabad kabi, ebe mu hospital ra dhala chadar upare soichhi. Deha kharap 5 din hela. Kabita bele bele mantra bhali Kama kare..jaha tume Kari parichha.
ReplyDeleteଆପଣଙ୍କର ଦେହ ଶୀଘ୍ର ଭଲ ହେଇଯାଉ ବୋଲି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା । ଆଜି ଆପଣଙ୍କ ସହ ଗପି ବହୁତ ଭଲ ଲାଗିଲା । ଅତି ଶୀଘ୍ର ଆଉ ଥରେ କଥା ହେବାର ବାସନା । ପ୍ରଣାମ ।
DeleteThat's tight and powerpacked justice.. Nice one Sailen..
ReplyDeleteଧନ୍ୟବାଦ ଭାଇ । ଆଶାକରେ ସବୁ କୁଶଳ । ପ୍ରଣାମ ।
Deleteଆପଣଙ୍କୁ ବି ଧନ୍ୟବାଦ ।
ReplyDelete