ଭଜନ – 'ଗଣ୍ଠି ତ ଫିଟିଲା'
ଭଜନକାର -ଶୈଲେନ ରାଉତରାୟ
ଗଣ୍ଠି ତ ଫିଟିଲା, ଫିଟି ଫିଟି ମଲା,
ଦେଖ ଆରେ ମନ ବାଇ ।
କେବେ ଯା’ ନଥିଲା, ଆଉ ନ ରହିଲା,
କହିବୁ କାହାକୁ ଯାଇ ।୦।
ବେନି ପକ୍ଷୀ ଏକ ଡାଳେ
ବସି ଇଚ୍ଛାମତେ ଦେଖ ତୁ ନିରତେ
ମାତିଚନ୍ତି ଲୀଳାଖେଳେ ।୧।
ଦେଖୁଥାଇ ତା'କୁ ବସି ।
ଦେଖେ ଯେ ଚଢ଼େଇ ମୁଁକାର ଅଟଇ
ବୃକ୍ଷ ଜଞ୍ଜାଳେ ନ ଫସି ।୨।
ଶିଖା ଭଜିବାକୁ ନାମ ।
ଶିଖି ନ ପାରିଲେ ଶୁଣ ବାବୁ ତୁହି
ହେବ ତୋ' କରମ ବାମ ।୩।
ଆସ୍ୱାଦନ କଲେ ଥରେ
ବିଷୟା ବିଷୟ ଫଳ ଯେ କଷାୟ
ଆଉ ନ ଇଚ୍ଛିବ ବାରେ ।୪।
ବସିଛି ତାଟକା ହୋଇ
ତାହାଠୁ ଯାଇଣ ବାରତା ଗୋ ଆଣ
କୁଳ ଗ୍ରାମ ତା’ର ତୁହି ।୫।
ମିଶିଯିବ ତରୁ ଡାଳେ ।
ଦ୍ୱିତୀୟଟି ଭାଇ ନିଜ ରୂପ ଧ୍ୟାଇ
ଉଡ଼ିଯିବ ଶୂନ୍ୟଠୁଳେ ।୬।
କସି ଧରିଥିଲେ ଥଣ୍ଟ,
ଚାଲିଗଲେ ଯେବେ, ସିଲୁ ରାଉତର
ଆଉ କି ରହିବ ଆଣ୍ଟ ।୭।
No comments:
Post a Comment