Thursday, April 21, 2022

ତୋ ପାଦ ଛାଡ଼ିବି ନାହିଁ

ଶୈଲେନ ରାଉତରାୟ


ହଂସ, ଫିନଲାଣ୍ଡର ହେଲସିଙ୍କି ନିକଟରେ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ ।
ଲକ୍ଷେ ଜନମରେ ଧନ୍ଦି ହୋଇ ପାଇ
ଆଉ ତ ହୁଡ଼ିବି ନାହିଁ ।
ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ ।୦।

ଶତେକ ସହସ୍ର ଯୋନିରେ ଜନ୍ମିଲି
କର୍ମ ବିପାକରେ ମୁହିଁ ।
ମାନବ ଜନମ ଲଭିକରି ଆଉ
କରମ ଅର୍ଜିବି କାହିଁ ।
ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ । ୧।

ତୋ' ପଦଯୁଗଳ ଶତଦଳ ମଧ୍ୟେ
ଭ୍ରମର ମୁହିଁ ଅଟଇ ।
ଅସାର ସଂସାର ଫ‌ୁଲ ତ୍ୟଜ୍ୟା କରି
ତା' ରସ ମୁହିଁ ପିବଇ । 
ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ ।୨।

ତୋ' ପଦାରବିନ୍ଦର ଯେ ମକରନ୍ଦ
ବଡ଼ ମନ୍ଦ ଅଟେ ସେହି ।
ନ ଜାଣି ତୋ' ଛନ୍ଦ ଲାଗିଗଲା ବନ୍ଧ
ନାଚେ ପିଇ ଥେଇ ଥେଇ ।
ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ ।୩। 

ତୋ'ର ପଦଦେଶ ଅଶେଷ ଯେ ବିଶ୍ୱ
ତହିଁର ମୂଳ ଅଟଇ
ଛାଡ଼ିବାକୁ ମନ ହେଲେ ବି ମୁଁ ଧନ
ଛାଡ଼ିକି ସତେ ପାରଇ ।
ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ ।୪।

ପାଦ ପାଣି ମୁଖ ନାହିଁ ଯେ ଅରୂପ
ତାହାଙ୍କର ରୂପ ତୁହି ।
ସେହି, ତୁହି, ମୁହିଁ ଏକ ହେଲେ ସିଲୁ
ରାଉତ ପାଦ ଛାଡ଼ଇ ।
ଯୋଗାନନ୍ଦ ତୋ' ପାଦ ଛାଡ଼ିବି ନାହିଁ ।୫।

2 comments:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....