Wednesday, January 15, 2025

ପୁଷ୍ପ ବର୍ଗ ୧୩

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

 ଯେଉଁ ଗନ୍ଧ ତଗର ଓ ଚନ୍ଦନ ଆଦିର ।
ଅଳପ ଅଟଇ ବାସ ମାତ୍ରାରେ ତାଙ୍କର ।। 

 ଗନ୍ଧ ଯେ ଉତ୍ତମ ଶୀଳବାନ ଜନଙ୍କର ।  
ଦେବତାମାନଙ୍କ ମଧ୍ୟେ ହୁଅଇ ପ୍ରସାର ।୧୩।

ମୂଳ ପାଲି ପଦ

ଅପ୍ପମତ୍ତୋ ଅୟଂ ଗନ୍ଧୋ ଯା'ୟଂ ତଗରଚନ୍ଦନୀ ।
ଯୋ ଚ ସୀଳବତଂ ଗନ୍ଧୋ ଯାତି ଦେବସୁ ଉତ୍ତମୋ ।୧୩।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

ଶରତ ପୂଜାରୀଙ୍କ କୋରାପୁଟ ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍: ପ୍ରଗତି କୋରାପୁଟ ପ୍ରଖ୍ୟାତ ଶିକ୍ଷାବିତ୍, ଅଭିନେତା ଓ ପ୍ରଶାସକ ଶରତ ପୂଜାରୀଙ୍କର ପ...